Categories
ଆଜିର ଖବର

ବିହାର ଶିଶୁ ମୃତ୍ୟୁ ରୋକିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ କଲେ ସଚେତନତା

ସମୀକ୍ଷା ବ୍ୟୁରୋ

ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଉଦବେଗ ଜନକ ଭାବେ ବଢିବାରେ ଲାଗିଛି। ଜାପାନୀ ଜ୍ଵର ଦ୍ବାରା ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଶିଶୁ ମୃତ୍ୟୁବରଣ କରିସାରିଲେଣି। ଆହୁରି ଶହ ଶହ ଶିଶୁ ଏହି ରୋଗରେ ପିଡିତ ହୋଇ ଚିକିତ୍ସା ହେଉଛନ୍ତି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହିପରି ଏକ ଘଡିସନ୍ଧି ସମୟରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୁଛନ୍ତି ସଚେତନତା। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକା କଳା କରି ଏହି ରୋଗରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଛନ୍ତି। ସେ ଏହି କଳା ମାଧ୍ୟମରେ ସରକାରଙ୍କୁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସୁଦର୍ଶନ ଏବଂ ତାଙ୍କର ଛାତ୍ରଛାତ୍ରୀ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ଏକ ମୃତ ଶିଶୁର ସ୍ଥାପତ୍ୟ କରିବା ସହିତ ମୋତେ ଜାପାନୀ ଜ୍ଵରରୁ ରକ୍ଷାକର ବୋଲି ସ୍ଲୋଗାନ ଲେଖିଛନ୍ତି।