Categories
ଆଜିର ଖବର

ବ୍ୟାଟ ନିର୍ମାଣକାରୀ କମ୍ପାନୀ ବିରୋଧରେ ସଚିନଙ୍କ ମାମଲା : ୨ ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର ଦାବି

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏକ ଅଷ୍ଟ୍ରେଲୀୟ ବ୍ୟାଟ୍‌ ନିର୍ମାଣକାରୀ କମ୍ପାନୀ ବିପକ୍ଷରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲା ଅନୁଯାୟୀ ଉକ୍ତ କମ୍ପାନୀ ନିକଟରୁ ସଚିନ ୨ ମିଲିୟନ୍‌ ଅଷ୍ଟ୍ରେଲିୟ ଡଲାରର ରୟାଲ୍‌ଟି ଦାବି କରିଛନ୍ତି। ସ୍ପାର୍ଟାନ୍‌ ନାମକ ଏହି କମ୍ପାନୀ ‘ସଚିନ୍‌ ବାଇ ସ୍ପାର୍ଟାନ’ର କ୍ରୀଡା ଉପକରଣ ଏବଂ କପଡା ବିକ୍ରି କରୁଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ସଚିନ୍‌ଙ୍କ ନାମ ଏବଂ ଚେହେରା ବ୍ୟବହାର କରିଥିଲା। ଏ ନେଇ ବାର୍ଷିକ ୧ ମିଲିୟନ୍‌ ଡଲାରର ଚୁକ୍ତି ୨୦୧୬ ମସିହାରେ ହୋଇଥିଲା। ଏହାପରେ ସଚିନ୍‌ ଲଣ୍ଡନ ଏବଂ ମୁମ୍ବାଇରେ କମ୍ପାନୀର ପ୍ରଚାର ମଧ୍ୟ କରିଥିଲେ। ମାତ୍ର ୨୦୧୮ ସୁଦ୍ଧା ସଚିନ୍‌ଙ୍କୁ ଏ ବାବଦରେ ଏକ ଟଙ୍କା ମିଳିନଥିଲା। କମ୍ପାନୀକୁ ଅନୁରୋଧ କରିବା ପରେ କୌଣସି ଜବାବ ନ ମିଳିବାରୁ ଆଇନଗତ ପ୍ରକ୍ରିୟାର ଆଶ୍ରୟ ନେଇଛନ୍ତି ସଚିନ୍‌।