Categories
ଆଜିର ଖବର

ହାତ ଛାଡିଲେ ସୁମିତ୍ରା ଜେନା

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି। ଯେଉଁମାନେ କଂଗ୍ରେସରେ ପତାକା ଧରିନାହାନ୍ତି, ସେମାନଙ୍କୁ ପିସିସି ସଭାପତି ଟିକେଟ ଦେଇଛନ୍ତି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ,ଯେଉଁମାନଙ୍କର ପ୍ରଚୁର ପଇସା ଅଛି, ଯେଉଁ ମହିଳାମାନେ ସୁନା ମଣ୍ଡି ହୋଇ ଆସୁଛନ୍ତି, ଯେଉଁମାନଙ୍କ ଚେହେରାରେ ସୌନ୍ଦର୍ଯ୍ୟ ଅଛି ଓ ଯାହାର ୧୦ରୁ ୧୨ଟି ମଦ ଦୋକାନ ଅଛି ସେମାନଙ୍କୁ ଟିକେଟ ଦିଆଯାଇଛି।” ପିସିସି ସଭାପତିଙ୍କ ମନମୁଖୀ ଶାସନ ପାଇଁ କଂଗ୍ରେସ ଛାଡ଼ିଛନ୍ତି ବୋଲି କହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )