Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୃ, ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହୋଇଗଲା ନୀତି

ପୁରୀ: ମହଣ ମହଣ ସୁନାରେ ଝଲସୁଛନ୍ତି ତିନିଠାକୁର। ଆଜି ମହାପ୍ରଭୃଙ୍କ ସୁନାବେଶ ଥିବାରୁ ଲକ୍ଷଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହୋଇଛି। ରଥ ଚାରିପଟେ କର୍ଡନ ମାଧ୍ୟମରେ ଭକ୍ତମାନେ ବୁଲିବୁଲି ତିନିଠାକୁରଙ୍କ ସୁନା ବେଶକୁ କରୁଛନ୍ତି ଦର୍ଶନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଆଜି ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ, ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଥିଲା। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶ ରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଆଜି ରାତ୍ର ୧୧.୦୦ ଘଟିକା ଯାଏଁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୃ। 

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଦୁଇ ବର୍ଷ ପରେ ରଥରେ ତିନି ଠାକୁରଙ୍କ ସୁନାବେଶ ଦେଖି ଭକ୍ତ ବିଭୋର

ପୁରୀ: ଆଜି ପୁରୀ ବଡଦାଣ୍ଡରେ ତିନିଠାକୁରଙ୍କ ସୁନାବେଶ ଦେଖି ଭକ୍ତ ମନ ପାଗଳ ହୋଇଯାଇଛି। କାରଣ କରୋନା ପାଇଁ ଗତ ଦୁଇବର୍ଷ ଧରି ପ୍ରଭୃଙ୍କ ସୁନା ବେଶ ଭକ୍ତ ଦେଖିବାରେ ବଞ୍ଚିତ ହୋଇଥିଲେ। ହେଲେ ଆଜି ତାହା ପୁରଣ ହୋଇଛି। ରଥରେ ବଡ ଠାକୁର ବଳଭଦ୍ର, ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥଙ୍କୁ ସେବକମାନେ ମହଣ ମହ ସୁନାର ଅଳଙ୍କାର ଲାଗି କରିଛନ୍ତି।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ଧରି ସୁନାବେଶ କରାଯାଇଥିଲା। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ର ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁନାବେଶରେ ସଜ୍ଜିତ କରିଥିଲେ। ଭକ୍ତମାନେ ସୁରୁଖୁରରୁ ଶ୍ରୀଜିୟୁଙ୍କ ଦର୍ଶ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଫଟୋ ଖବର

ତିନି ଠାକୁରଙ୍କ ସୁନା ବେଶ, ସୁନା ବେଶରେ ସଜ୍ଜିତ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ

ଆଜି ତିନି ଠାକୁରଙ୍କ ସୁନା ବେଶ, ସୁନା ବେଶରେ ସଜ୍ଜିତ ହୋଇ ବେଶ୍ ସୁନ୍ଦର ଦିଶୁଛନ୍ତି ଜଗତର ନାଥ ଜଗନ୍ନାଥ

Categories
ଫଟୋ ଖବର

ତିନି ଠାକୁରଙ୍କ ସୁନା ବେଶ, ସୁନା ବେଶରେ ସଜ୍ଜିତ ହୋଇଛନ୍ତି ବଡ ଠାକୁର ପ୍ରଭୁ ବଳଭଦ୍ର

ଆଜି ପ୍ରଭୁଙ୍କ ସୁନା ବେଶ, ସୁନା ବେଶରେ ସଜ୍ଜିତ ହୋଇଛନ୍ତି ବଡ ଠାକୁର ପ୍ରଭୁ ବଳଭଦ୍ର