Categories
ଆଜିର ଖବର

ପ୍ରଜ୍ଞାଙ୍କୁ ଟାର୍ଗେଟ୍‌ କରି ୟାସିନଙ୍କ ସପକ୍ଷରେ କହିଲେ ପିସି ଚାକୋ

କଂଗ୍ରେସର ପ୍ରଭାରୀ ପିସି ଚାକୋ ଭୋପାଳରୁ ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ସାଧ୍ବୀଙ୍କ ପରି ଅଭିଯୁକ୍ତଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇପାରିବ କିନ୍ତୁ ବିଚ୍ଛନ୍ନତାବାଦୀ ନେତା ନାଁରେ ୟାସିନ୍‌ ମଲିକଙ୍କୁ ବନ୍ଧୁକ ମୁନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଛି। ସାଧ୍ବୀ ପ୍ରଜ୍ଞାଙ୍କ ପ୍ରାଥ୍ବୀତ୍ବକୁ ନେଇ କଂଗ୍ରେସ ଦୀର୍ଘ ସମୟ ଧରି ବିଜେପିକୁ ଟାର୍ଗେଟ୍‌ କରି ଆସୁଛି। ପ୍ରଜ୍ଞା ଠାକୁର୍‌ ମାଲେଗାଓଁ ବମ୍‌ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ହୋଇଥିଲେ। ତେବେ ପିସି ଚାକୋ କହିଛନ୍ତି ଯେ, ଆମେ ୟାସିନ୍‌ ମଲିକର ଚିନ୍ତାଧାରାର ସମର୍ଥନ କରୁନୁ, କିନ୍ତୁ ସେ ଯେଉଁପରି ସାହାସ ଦେଖାଇଛନ୍ତି, ତାହା ପ୍ରଶଂସାର ଯୋଗ୍ୟ। ପ୍ରଜ୍ଞା ସିଂ ଠାକୁର୍‌ କଂଗ୍ରେସର ଦିଗ୍‌ବିଜୟ ସିଂହଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି।

Categories
ଆଜିର ଖବର

ଆଡଭାନୀ ବ୍ଲଗ୍‌ରେ ଲେଖିଥିବା ବିଚାରକୁ ଅର୍ଥପୂର୍ଣ୍ଣ କହିଲେ ମମତା

ବିଜେପିର ସଂସ୍ଥାପକ ସଦସ୍ୟ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ପାରମ୍ପରିକ ଆସନ ଗାନ୍ଧିନଗରରୁ ଏଥର ବିଜେପି ତରଫରୁ ଟିକେଟ ଦିଆଯାଇନାହିଁ। ଚଳିତ ଥର ଏହି ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ନିର୍ବାଚନ ଲଢିବେ। ଏହି ଘୋଷଣା ପରେ ଆଡଭାନୀ ଏକ ବ୍ଲଗ୍‌ରେ ନିଜ ମନକଥା ଲେଖିଛନ୍ତି। ଏଥିରେ ମୋଦି ପ୍ରତିକ୍ରିୟା ରଖିଥିବାବେଳେ ଏହି ବ୍ଲଗ୍‌ରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଆଡଭାନୀଙ୍କ ପରୋକ୍ଷ ଆଲୋଚନାକୁ ମମତା ସ୍ବାଗତ କରିବା ସହିତ ବରିଷ୍ଠ ଭାଜପା ନେତାଙ୍କ ବୟାନକୁ ଅର୍ଥପୂର୍ଣ୍ଣ କହିଛନ୍ତି। ମମତା ଏହି ପ୍ରସଙ୍ଗରେ ଟୁଇଟ୍‌ କରି କହିଛନ୍ତି ଯେ, ‘ବରିଷ୍ଠ ରାଜନେତା, ପୂର୍ବ ଉପ ପ୍ରଧାନମନ୍ତ୍ରୀ ତଥା ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀଜୀଙ୍କ ଦ୍ବାରା ଗଣତାନ୍ତ୍ରିକ ଶିଷ୍ଟାଚାର ଉପରେ ଦିଆଯାଇଥିବା ବିଚାରଟି ବେଶ୍‌ ଅର୍ଥପୂର୍ଣ୍ଣ। ସ୍ବର ଉଠାଇବା ସମସ୍ତ ବିରୋଧୀ ନେତା ରାଷ୍ଟ୍ର ବିରୋଧୀ ନୁହଁନ୍ତି। ଆମେ ସେମାନଙ୍କ ବୟାନକୁ ସ୍ବାଗତ କରିବା ସହିତ ବିନମ୍ରତାପୂର୍ବକ ତାଙ୍କ ପ୍ରତି ସମ୍ମାନ ଜଣାଉଛୁ।’ ଆଡଭାନୀ ଏହି ବ୍ଲଗ୍‌ରେ ବିଜେପିର ରାଜନୈତିକ ବିରୋଧୀ ଯେଉଁମାନେକି ବିଜେପିର ଜାତୀୟତା ନୀତି ସହିତ ଅମଙ୍ଗ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ କହିବା ସହିତ ଦେଶ ପ୍ରଥମେ, ପରେ ଦଳ ଏବଂ ତାପରେ ନିଜେ। ସ୍ବଚ୍ଛ ଏବଂ ଅବାଧ ନିର୍ବାଚନକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇଛି। ସତ୍ୟ, ଦେଶ ପ୍ରତି ନିଜର ନିଷ୍ଠା, ଗଣତନ୍ତ୍ର ଏବଂ ସାଂସ୍କୃତିକ ରାଷ୍ଟ୍ରବାଦକୁ ବିଜେପି ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ଏବଂ ଏହା ସୁଶାସନ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଦେଶ ଏକ ବଳିଷ୍ଠ ଏବଂ କଠୋର ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି : ପ୍ରକାଶ ସିଂ ବାଦଲ

ଦେଶ କୁ ଏକ ଉଚ୍ଚ ସ୍ଥାନ ଦେବାପାଇଁ ଦେଶ ଏକ ବଳିଷ୍ଠ ଏବଂ ନିଷ୍ପତ୍ତି ନେଇ ପାରୁଥିବା ପ୍ରତିନିଧି ଆବଶ୍ୟକ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ କହିଛନ୍ତି। ଶନିବାର ଗାନ୍ଧୀନଗର ଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ଅବସରରେ କରାଯାଇଥିବା ଏକ ସଭାରେ ସେ ଏହା କହିଛନ୍ତି। ଶ୍ରୀଯୁକ୍ତ ବାଦଲ କହିଲେ ଯେ ଯଦିଓ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧିତ୍ଵ ରେ ସୁରକ୍ଷା ସାମର୍ଥ୍ୟ ଏବଂ ବୈଜ୍ଞାନିକ ଗବେଷଣାରେ  ପୃଥିବୀର ପାଞ୍ଚଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ଗ୍ଲୋବାଲ ସୁପର ପାୱାର ହୋଇ ପାରିଛି  ତଥାପି ଦେଶ ଏକ ବଳିଷ୍ଠ, ଶକ୍ତିଶାଳୀ ଏବଂ ଏକ ସ୍ଵଚ୍ଛ ପ୍ରତିନିଧିତ୍ଵର ଆବଶ୍ୟକ କରୁଛି। କେବଳ ମୋଦୀ ହିଁ ଏହିଭଳି ବଳିଷ୍ଠ ନେତୃତ୍ଵ ପ୍ରଦାନ କରିବାରେ ସକ୍ଷମ ବୋଲି ସେ କହିଛନ୍ତି। ବାଦଲ ଅମିତ ଶାହଙ୍କୁ ମୋଦୀଙ୍କ ପରେ  ଦେଶରେ ଏକ ପ୍ରମୁଖ ସଂଗଠକ ଏବଂ ପ୍ରଚାରକ ଭାବେ ଅଭିହିତ କରିଛନ୍ତି। ମୋଦୀଙ୍କ ନେତୃତ୍ଵରେ ଏନଡିଏର ବୃହତ୍ତ  ଏବଂ ଅଦ୍ଭୂତପୂର୍ବ ବିଜୟର ଭବିଷ୍ୟବାଣୀ କରିଛନ୍ତି ଏବଂ ମୋଦୀଙ୍କ ପ୍ରତିନିଧିତ୍ଵ ରେ ଆମେରିକା, ରୁଷିଆ ଏବଂ ଚାଇନା ସହ  ଭାରତ ଏକ ଅଗ୍ରଣୀ ଅର୍ଥନୀତି ଏବଂ ସାମରିକ ଶକ୍ତି ଭାବେ ପୃଥିବୀରେ ଉଭା ହେବ ବୋଲି ବାଦଲ କହିଛନ୍ତି।

Categories
ଆଜିର ଖବର

ଅଶ୍ବିନୀ ନିଜ ସୀମାରେ ରହି ଆଉଟ କରିଛନ୍ତି : ଦ୍ରାବିଡ

ସୋମବାର ଦିନ ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଶ୍ବିନ୍‌ ଜୋସ୍‌ ବଟଲର୍‌ଙ୍କୁ ମଙ୍କଡିଂ କରି ରନ୍‌ଆଉଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ କ୍ରିକେଟର ଭିନ୍ନ ମତ ରଖୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି ‘ କ୍ରିକେଟର ନିୟମ ଅନୁଯାୟୀ ଅଶ୍ବିନ୍‌ ନିଜ ସୀମା ମଧ୍ୟରେ ରହି ଏହି ଆଉଟ୍‌ କରିଛନ୍ତି’। ମାତ୍ର ଆଉଟ୍‌ କରିବା ପୂର୍ବରୁ ଗୋଟିଏ ଥର ଚେତାବନୀ ଦେବା ଆବଶ୍ୟକ ଥିଲା। କ୍ରିକେଟ୍‌ ନିୟମ ମଧ୍ୟରେ ରହି କୌଣସି ବି ଖେଳାଳି ଏପରି ଆଉଟ୍‌ କରିପାରିବେ ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ୍‌ ନୁହେଁ। ସେହିପରି ମଙ୍କଡ ଆଉଟ୍‌ ଉଠାଯିବା ଉପରେ କହିଲେ ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ ବାହାରେ ଛିଡା ହେବା ଯୋଗୁଁ ହିଁ ଏହି ନିୟମ ଆସିଛି, ତେଣୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ। ଭାରତୀୟ ଦଳରେ ୪ ନମ୍ବର ସ୍ଥାନରେ କିଏ ଖେଳିବା ଉଚିତ୍‌ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଥିଲେ ମୁଁ ଭାରତୀୟ ୧୯ ବର୍ଷ କମ୍‌ ଦଳର ପ୍ରଶିକ୍ଷକ ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବା ସମୀଚୀନ ନୁହେଁ।

Categories
ଆଜିର ଖବର

ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ମିଳିବ : ପ୍ରିୟଙ୍କା

ଉତ୍ତରପ୍ରଦେଶରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସମଗ୍ର ରାଜ୍ୟରେ ସରକାରଙ୍କ ବିରୋଧରେ ଅଙ୍ଗନଓ୍ବାଡି କର୍ମୀଙ୍କ ମଧ୍ୟରେ ବିରାେଧାଭାସ ରହିଥିବା ବେଳେ ଏହି କର୍ମୀଙ୍କୁ ମାନ୍ୟତା ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରିୟଙ୍କା କହିଛନ୍ତି। ଅଙ୍ଗନଓ୍ବାଡ଼ି ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ସର୍ବଦା ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା। ନିର୍ବାଚନକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବାରୁ ପ୍ରିୟଙ୍କାଙ୍କ ଏହି ଘୋଷଣା ସମଗ୍ର ଦେଶରେ କଂଗ୍ରେସର ମହିଳା  ଭୋଟ ବ୍ୟାଙ୍କକୁ ଆକର୍ଷିତ କରିବାରେ ସକ୍ଷମ ହେବ ବୋଲି ଅନୁମାନ ଲଗାଯାଇଛି। ଏଆଇସିସିର ସାଧାରଣ ସମ୍ପାଦକ ଭାବରେ ଉତ୍ତର ପ୍ରଦେଶ ଦାୟିତ୍ବରେ ରହିଥିବା ପ୍ରିୟଙ୍କା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତାକୁ ସମର୍ଥନ ଜଣାଇବା ସହିତ ରବିବାର ହାେଇଥିବା ଲାଠିଚାର୍ଜକୁ କଡା ସମାଲୋଚନା କରିଛନ୍ତି। ଅଙ୍ଗନଓ୍ବାଡ଼ିକୁ  ସରକାରୀ ଚାକିରିଆର ମାନ୍ୟତା ବଦଳରେ ଆନ୍ଦୋଳନ କରିବାରୁ ଲାଠିଚାର୍ଜ କରାଯାଉଛି, ମୋ ଭଉଣୀ ମାନଙ୍କ ଲଢେଇ ମୋର ମଧ୍ୟ ଲଢେଇ ଅଟେ ବୋଲି ନିଜ ସୋସିଆଲ ମିଡିଆ ସାଇଟ୍‌ରେ କହିଛନ୍ତି  ପ୍ରିୟଙ୍କା। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ ସମାଲୋଚନା କରିଛନ୍ତି ପ୍ରିୟଙ୍କା। ଗର୍ଭାବସ୍ଥାରେ ମହିଳାଙ୍କ ଯତ୍ନ ନେଉଥିବା ଏହି କର୍ମୀଙ୍କ ବେତନ ମାତ୍ର ୬୦୦ ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି କରିବାରେ କୌଣସିବି ପଦକ୍ଷେପ ନେଇନାହାନ୍ତି। ରାଜ୍ୟର ଆଶା କର୍ମୀମାନେ ଆଦିତ୍ୟନାଥଙ୍କ ନିକଟରୁ ଉତ୍ତର ଆଶା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।