Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ : ସକାଳ 10ଟା ସୁଦ୍ଧା 4.33 ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବାବେଳେ ଏହାସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ ସକାଳ 10ଟା ସୁଦ୍ଧା 4.33 ପ୍ରତିଶତ ଭୋଟିଂ ହୋଇଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ସାଂସଦ ପ୍ରବେଶ ବର୍ମା ସମେତ ବହୁ ତୁଙ୍ଗ ନେତା ପ୍ରମୁଖ ନିଜ ନିଜ ପରିବାର ସହ ମତଦାନ ଦେଇଛନ୍ତି । ଦିଲ୍ଲୀର ପୋଲିଂ ବୁଥ୍‌ ନିକଟରେ ସକାଳୁ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଦିଲ୍ଲୀରେ ମତଦାନ ପାଇଁ ତେରହଜାର ସାତଶହ ପଚାଶଟି ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି । 70ଟି ଆସନ ପାଇଁ 672ଜଣ ପ୍ରାର୍ଥୀ ରହିଛନ୍ତି । ଏଥିରୁ 148 ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ରହିଛନ୍ତି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ପରିବାର ସହିତ ଭୋଟ ଦେଇଛନ୍ତି । ନିଜ ପରିବାର ସହିତ ଭୋଟ ଦେଇ ଫଟୋକୁ ଟୁଇଟ୍‌ରରେ ସେୟାର କରିଛନ୍ତି । (ଏଜେନ୍ସି)