Categories
ଆଜିର ଖବର ମନୋରଂଜନ

ରଶ୍ମୀ ରକେଟ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କଲେ ତାପସୀ ପାନ୍ନୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପାନ୍ନୁ ନିଜର ଅପ୍‌କମିଙ୍ଗ ଫିଲ୍ମ ରଶ୍ମୀ ରକେଟ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି । ଚଳିତ ମାସର 26 ତାରିଖରୁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯିବ । ଏହି ଫିଲ୍ମରେ ତାପ୍‌ସୀ ଜଣେ ସ୍ପ୍ରିଣ୍ଟର ଭୂମିକାରେ ନଜର ଆସିବେ । ପୂର୍ବରୁ ଦୁଇଟି ସ୍ପୋର୍ଟସ୍‌ ଡ୍ରାମା ସୁର୍‌ମା ଏବଂ ସାଣ୍ଡ କି ଆଙ୍ଖରେ ନଜର ଆସିଥିବା ବେଳେ ଅପ୍‌କମିଙ୍ଗ ଫିଲ୍ମ ସାବାସ୍‌ ମିଥୁରେ ମିଥାଲି ରାଜ୍‌ଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟିରେ ଗୁଜରାଟର ଜନୈକା ଧାବିକାଙ୍କ ଜୀବନ ଏବଂ ସଂଘର୍ଷ ଦେଖିବାକୁ ମିଳିବ । ନନ୍ଦା ପେରିୟାସାମୀ ଫିଲ୍ମର କାହାଣୀ ଲେଖିଥିବା ବେଳେ ଆକର୍ଷ ଖୁରାନା ଏହାର ନିର୍ଦ୍ଦେଶନା ଦେଉଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସାବାସ୍‌ ମିଥୁର ଫାଷ୍ଟ ପୋଷ୍ଟର ରିଲିଜ୍‌

ମୁମ୍ବାଇ : ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ୍‌ଙ୍କ ବାୟୋପିକ୍‌ ‘ସାବାସ୍‌ ମିଥୁ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ତାପ୍‌ସୀ ପାନ୍ନୁ ଏହି ଫିଲ୍ମରେ ମିଥାଲି ରାଜ୍‌ଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ପୋଷ୍ଟର ସହିତ ମିଥାଲିଙ୍କ ଏକ ଉକ୍ତିକୁ ମଧ୍ୟ ସେୟାର କରିଛନ୍ତି ତାପ୍‌ସୀ । ମିଥାଲିଙ୍କୁ ଜଣେ ସାମ୍ବାଦିକ ତାଙ୍କର ପ୍ରିୟ ପୁରୁଷ କ୍ରିକେଟର କିଏ ବୋଲି ପ୍ରଶ୍ନ କରିବା ଉକ୍ତିକୁ ଟ୍ବିଟ୍‌ କରିଛନ୍ତି ତାପ୍‌ସୀ । ଏହା ସହିତ ମିଥାଲିଙ୍କୁ ଗେମ୍‌ ଚେଞ୍ଜର ବୋଲି ଲେଖିଛନ୍ତି ତାପ୍‌ସୀ । ଏହି ଫିଲ୍ମରେ ତାପ୍‌ସୀ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ରାହୁଲ ଢୋଲାକିଆ ଏହାର ନିର୍ଦ୍ଦେଶନା ଦେଉଛନ୍ତି ।