Categories
ଆଜିର ଖବର ରାଜ୍ୟ ଖବର

ତପ୍ତପାଣି ଦୁର୍ଘଟଣା : ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ଘୋଷଣା କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶକି ଘୋଷଣା କରିଛନ୍ତି । ତପ୍ତପାଣିର ପାଳୁଖୋଲାରେ ବସ୍‌ ଓଲଟି 7ଜଣଙ୍କର ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଥିଲେ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଘନ କୁହୁଡି କାରଣରୁ ତପ୍ତପାଣିରେ ଦୁର୍ଘଟଣା ହୋଇଛି : ପଦ୍ମନାଭ ବେହେରା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣି ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଛି ବୋଲି ପରିବହନ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଦୁର୍ଘଟଣାର ତଦନ୍ତ କରାଯିବ । ଗାଡି କେତେ ବେଗରେ ଯାଉଥିଲା ଏ ନେଇ ଏମ୍‌ଭିଆଇ ଏବଂ ଆରଟିଓଙ୍କ ଠାରୁ ସୂଚନା ହାସଲ କରାଯାଉଛି । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପ୍ରାଥମିକତା ରହିଥିବା ବେଳେ ଆହତ ଏବଂ ମୃତକଙ୍କୁ କ୍ଷତିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଚାଲିଛି ବୋଲି ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ତପ୍ତପାଣିରେ ଓଲଟିଲା ବସ୍‌ : 7 ମୃତ,30 ଆହତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣି ଘାଟିରେ ଏକ ବସ୍‌ ଓଲଟି 7 ଜଣଙ୍କର ପ୍ରାଣହାନି ଘଟିଛି । ତପ୍ତପାଣିର ପାଳୁଖୋଲାରେ ବସ୍‌ଟି ଓଲଟଇ ପଡିବାରୁ 7ଜଣଙ୍କ ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଛନ୍ତି । ପାଟପୁର ପୋଲିସ୍‌ ଏବଂ ଚାରିଟି ଅଗ୍ନିଶମ ବିଭାଗ ଗାଡି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ 2 ଜଣ ମହିଳାଙ୍କ ପ୍ରାଣହାନି ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ଘନ କୁହୁଡି କିମ୍ବା ବ୍ରେକ୍‌ ଫେଲ୍‌ କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।