Categories
ଆଜିର ଖବର

ପୂଜା କରିବା ସମୟରେ ଆହତ ହେଲେ ଶଶି : ମୁଣ୍ଡରେ ଗଭୀର ଆଘାତ

କଂଗ୍ରେସ ସାଂସଦ ଶଶି ଥରୁର ଏକ ମନ୍ଦିରରେ ପୂଜା ସମୟରେ ତଳେ ପଡିଯାଇଛନ୍ତି। ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଛି। ମନ୍ଦିରରେ ତୁଳାଭରମ ପୂଜା କରୁଥିବା ସମୟରେ ସେ ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ତିରୁଅନନ୍ତପୁରମର ହସ୍ପିଟାଲରେ ଭର୍ତି କରାଯାଇଥିଲା।  ତାଙ୍କ ମଥାରେ ଗଭୀର ଆଘାତ ଲାଗିଥିବାରୁ ୧୦ଟି ଷ୍ଟିଜ୍‌ ପଡ଼ିଥିବାର ସୂଚନା ମିଳିଛି। ତେବେ ଥରୁର୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଥରୁର ଏଥର କଂଗ୍ରେସ ପକ୍ଷରୁ ତିରୁଅନନ୍ତପୁରମରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରୁ ତାଙ୍କ ସହ ମୁକାବିଲା କରିବେ ବିଜେପି ନେତା କୁମ୍ମାନେମ ରାଜଶେଖରନ ଏବଂ ସିପିଆଇ ବିଧାୟକ ସି ଦିବାକରନ।