Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଘୋଷଣା କଲା ଖେଳାଳି ଏକାଦଶ: ବଦଳିଲେ ଦୁଇ ଖେଳାଳି

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରୁ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଖେଳାଳି ଏକାଦଶ ଘୋଷଣା କରିଛି। ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଫେରିଛନ୍ତି। ଯେଉଁଠାରେ ସ୍ପିନର ଶୋଏବ ବଶିର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୯୦ ରନ୍ ପଛରେ ପଡ଼ିଥିଲେ ହେଁ ୨୮ ରନ୍ ରେ ବିଜୟ ଲାଭ କରିଥିଲା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨ ତାରିଖରୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ସ୍ଥିତ ଡକ୍ଟର ୱାଇ.ଏସ୍ ରାଜଶେଖର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏଠାରେ ମଧ୍ୟ ଆମେ ଏକ ସ୍ପିନ୍ ଫ୍ରେଣ୍ଡଲି ଟ୍ରାକ୍ ଦେଖିପାରିବା। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଇଂରାଜୀ ଦଳ ୧-୦ ରେ ଆଗୁଆ ରହିଛି।

ପ୍ରକାଶ ଯୋଗ୍ୟ ଯେ, ମୁଖ୍ୟ ସ୍ପିନର ଜ୍ୟାକ୍ ଲିଚ୍ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଏଭଳି ପରିସ୍ଥିତିରେ ଯୁବ ସ୍ପିନର ଶୋଏବ ବଶୀର ତାଙ୍କ ସ୍ଥାନରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ସିନିୟର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମାର୍କ ଉଡଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଦଳ ତିନି ଜଣ ସ୍ପିନର ଏବଂ ଜଣେ ଦ୍ରୁତ ବୋଲରଙ୍କ ସହ ପ୍ରବେଶ କରିଛି।

ପ୍ରଥମ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଦଳ କେବଳ ଜଣେ ଦ୍ରୁତ ବୋଲରଙ୍କ ସହ ଆସିଥିଲା। ଯଦିଓ, ହାଇଦ୍ରାବାଦରେ ଖେଳାଯାଇଥିବା ସେହି ଟେଷ୍ଟରେ ମାର୍କ ଉଡ ଖେଳାଳି ଏକାଦଶର ଅଂଶ ହୋଇଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ମାର୍କଙ୍କ ସ୍ଥାନରେ ଜେମ୍ସ ଆଣ୍ଡରସନଙ୍କୁ ସୁଯୋଗ ଦିଆଯାଇଛି। ଦଳର ଏକମାତ୍ର ଦ୍ରୁତ ବୋଲର ହେଉଛନ୍ତି ଆଣ୍ଡରସନ।

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡର ଖେଳାଳି ଏକାଦଶ- ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଫୋକ୍ସ (ୱିକେଟ୍ କିପର), ରେହାନ୍ ଅହମ୍ମଦ, ଟମ୍ ହାର୍ଟଲି, ଶୋଏବ ବଶିର ଏବଂ ଜେମ୍ସ ଆଣ୍ଡରସନ।

Categories
ଆଜିର ଖବର ଖେଳ

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ପାଞ୍ଚ ଲକ୍ଷ ରନ୍‌ କରି ରେକର୍ଡ କଲା ଇଂଲଣ୍ଡ

ମୁମ୍ବାଇ :  କ୍ରିକେଟ ଦୁନିଆରେ ଟେଷ୍ଟ ମ୍ୟାଚ୍‌ରେ 5 ଲକ୍ଷ ରନ୍‌ କରି ଦୁନିଆର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ଇଂଲଣ୍ଡ ଦଳ ।  ଜୋହାନସ୍‌ବର୍ଗ ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ଇଂଲଣ୍ଡ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ୍‌ ମ୍ୟାଚ୍‌ରେ ଏହି ସଫଳତା ଲାଭ କରିଛି । ତେବେ ଟେଷ୍ଟ୍‌ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ 830ଟି ଟେଷ୍ଟ ମ୍ୟାଚ୍‌ ଖେଳି 432,706 ରନ୍‌ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଭାରତ 540ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି 273.518 ରନ୍‌ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଓ୍ବେଷ୍ଟଇଣ୍ଡିଜ୍‌ 545ଟେଷ୍ଟ ମ୍ୟାଚ୍‌ରେ 270,441ରନ୍‌ କରି ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ଭାରତ ବିଦେଶୀ ମାଟିରେ ଏପର୍ଯ୍ୟନ୍ତ 268ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ 51ଟିରେ ବିଜୟ ପାଇଥିବାବେଳେ 113ଟି ପରାଜୟ ଓ 104ଟି ଡ୍ର ରହିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଜୋହାନସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଖେଳଯାଇଥିବା ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ଓ୍ବନ୍‌ ଷ୍ଟୋକ୍‌ସ ନିଜ ଖରାପ ବ୍ୟବହାର ପାଇଁ ଚର୍ଚ୍ଚାରେ ରହିଥିଲେ । (ଏଜେନ୍ସି)