Categories
ଆଜିର ଖବର ଖେଳ

143 ବର୍ଷରେ ପଦାର୍ପଣ କଲା ଟେଷ୍ଟ କ୍ରିକେଟ : ଇଡେନ୍‌ରେ ଐତିହାସିକ ବିଜୟକୁ ପୁରିଲା 19 ବର୍ଷ

ନୂଆଦିଲ୍ଲୀ : କ୍ରିକେଟର ସର୍ବପୁରାତନ ଫର୍ମାଟ୍‌ ଟେଷ୍ଟ କ୍ରିକେଟକୁ ଆଜି 143 ବର୍ଷ ପୁରିଛି । 1877 ମସିହାର ଆଜିର ଦିନରେ ବିଶ୍ବର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ପରଠାରୁ ଟେଷ୍ଟ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି । ଅନେକ ନୂତନ ନିୟମ ସହିତ ବର୍ତ୍ତମାନ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ମଧ୍ୟ ଆୟୋଜିତ ହେଉଛି । ବିଶ୍ବର ପ୍ରଥମ ଅଫିସିଆଲ୍‌ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ବ ନେଇଥିଲେ ଜେମ୍‌ସ ଲିଲିହ୍ବାଇଟ୍‌ । ବିଶ୍ବର ଏହି ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ 45 ରନ୍‌ରେ ପରାଜିତ ହୋଇଥିଲା ।

ଐତିହାସିକ ଇଡେନ୍‌ ଟେଷ୍ଟ : ଏହି ଦିନରେ ଆଉ ଏକ ଐତିହାସିକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । 2001 ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଐତିହାସିକ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ଇନିଂସରେ ପଛୁଆ ରହି ବିଜୟୀ ହେବାର ଇତିହାସ ରଚିଥିଲା ଭାରତ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 445 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର 171 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଭାରତର ସ୍କୋର 4/232 ରହିଥିବା ବେଳେ ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ପଞ୍ଚମ ଓ୍ବିକେଟ୍‌ରେ 376 ରନ୍‌ର ଭାଗିଦାରୀ ହୋଇଥିଲା । ଲକ୍ଷ୍ମଣ 281 ଏବଂ ଦ୍ରାବିଡ୍‌ 172 ରନ୍‌ର ଐତିହାସିକ ଇନିଂସ ଖେଳିଥିଲେ । ପଞ୍ଚମ ଦିବସରେ ଅଷ୍ଟ୍ରେଲିଆ ସମ୍ମୁଖରେ 384 ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ହରଭଜନ୍‌ ସିଂ ହ୍ୟାଟ୍ରିକ୍‌ ସମେତ 6 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଭାରତ ଐତିହାସିକ ବିଜୟ ହାସଲ କରିଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ପାଞ୍ଚ ଲକ୍ଷ ରନ୍‌ କରି ରେକର୍ଡ କଲା ଇଂଲଣ୍ଡ

ମୁମ୍ବାଇ :  କ୍ରିକେଟ ଦୁନିଆରେ ଟେଷ୍ଟ ମ୍ୟାଚ୍‌ରେ 5 ଲକ୍ଷ ରନ୍‌ କରି ଦୁନିଆର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ଇଂଲଣ୍ଡ ଦଳ ।  ଜୋହାନସ୍‌ବର୍ଗ ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ଇଂଲଣ୍ଡ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ୍‌ ମ୍ୟାଚ୍‌ରେ ଏହି ସଫଳତା ଲାଭ କରିଛି । ତେବେ ଟେଷ୍ଟ୍‌ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ 830ଟି ଟେଷ୍ଟ ମ୍ୟାଚ୍‌ ଖେଳି 432,706 ରନ୍‌ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଭାରତ 540ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି 273.518 ରନ୍‌ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଓ୍ବେଷ୍ଟଇଣ୍ଡିଜ୍‌ 545ଟେଷ୍ଟ ମ୍ୟାଚ୍‌ରେ 270,441ରନ୍‌ କରି ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ଭାରତ ବିଦେଶୀ ମାଟିରେ ଏପର୍ଯ୍ୟନ୍ତ 268ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ 51ଟିରେ ବିଜୟ ପାଇଥିବାବେଳେ 113ଟି ପରାଜୟ ଓ 104ଟି ଡ୍ର ରହିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଜୋହାନସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଖେଳଯାଇଥିବା ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ଓ୍ବନ୍‌ ଷ୍ଟୋକ୍‌ସ ନିଜ ଖରାପ ବ୍ୟବହାର ପାଇଁ ଚର୍ଚ୍ଚାରେ ରହିଥିଲେ । (ଏଜେନ୍ସି)