Categories
ବିଶେଷ ଖବର ସଂସ୍କୃତି

ସୂକ୍ଷ୍ମ ସୂତାର ବର୍ଣ୍ଣିଳ କବିତା ; ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର ଗାଥା

କେଦାର ମିଶ୍ର 

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।  ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।  ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି।  ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ବ ଶୈଳୀ ଓ ସ୍ଵାତନ୍ତ୍ର୍ୟ ରହିଛି।  ତେବେ ସୋନପୁର୍, ବରଗଡ  ଓ ବୌଦ ଜିଲ୍ଲା ର  ବୁଣାକାର ମାନେ ଏକ ସ୍ବତନ୍ତ୍ର ଶୈଳୀ ରେ  ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ୟ ସବୁଠୁ ଅଲଗା।  ଏହି ବିରଳ ବାଂଧ କଳା ସମ୍ପର୍କରେ ଆସନ୍ତୁ କଥା ହେବା-

# ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା।  ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।  ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ।  ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

# ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୂତା ରେ ଗଣ୍ଠି ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ।  ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ।  ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ ଅଲଗା।  ଏଥିରେ ସୁତାର ଗଣ୍ଠି  ଓ ଖୋଲା ଅଂଶ ଭିତରେ ସମନ୍ବୟ ରଖି ରଂଗ ରେ ସୁତା କୁ ବୁଡା ଯାଏ. ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

# ପୁରୁଷାନୁକ୍ରମେ  ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି।  ପୁରା ପରିବାର  ବାଂଧ ନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି।  ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗଣ୍ଠି ରେ ଆଙ୍କିବାକୁ ପଡେ।  ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।

# ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଳ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ।  ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି।  ରଂଗ ଓ ବନ୍ଧର ଭାଗମାପ ତଥା ଏକ ଅମୂର୍ତ୍ତ କାନଭାସ୍(abstract space) ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ୟଟି ବାଂଧ ଶିଳ୍ପୀ କରିଥାଏ।

# ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ।  ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି।  ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ ର ପ୍ରଦର୍ଶନୀ  ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା।  ୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା।  ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା।

# ଅଶୀ ଦଶକରେ ଓଡିଶାର ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ  ଭୂମିକା  ଅବିସ୍ମରଣୀୟ । ସେ ଥିଲେ ସେ ସମୟରେ  ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍  ଆମ୍ବାସାଡର।

# ସ୍ବାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା।  ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ।  ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ ଲିଭିଯିବାକୁ ବସିଲାଣି।  ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ ।

#  ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି।  ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।  ତାଂକ ସହିତ ହସ୍ତତନ୍ତ  ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ।  ଉଭୟ ଶ୍ରୀ ଆଚାର୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା.

# ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର , ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି।  ସୋନପୁରର ପ୍ରଖ୍ୟାତ ବାଂଧ  ଶିଳ୍ପୀ ସ୍ବର୍ଗତ ମୋହନ ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ବୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି।  ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର  ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

# ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ।   ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ।  ତେଣୁ ଅଧିକରୁ ଅଧିକ ବୁଣାକାର ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି।  ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ. ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ।

Categories
ବିଶେଷ ଖବର

ପୁଲବାମା ପରବର୍ତ୍ତୀ ଭାରତର ମନସ୍ତାତ୍ତ୍ଵିକ ମାନଚିତ୍ର , ଦି ଟେଲିଗ୍ରାଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବ ରୂପ

କେଦାର ମିଶ୍ର

ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ପ୍ରକାର ସମାଲୋଚନା କରିଥିଲେ ଓ ସଂସଦରେ କଥାକୁ ବଦଳାଇ ଦେଇଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ଓ ତାଙ୍କର ପ୍ରଧାନ ସେନାପତି ଏ ପ୍ରକାର ଭାଷା ପ୍ରୟୋଗ କରନ୍ତି, ସେହି କାରଣରୁ ତାଙ୍କର ଭକ୍ତ ଓ ବିଜେପିର ଟ୍ରୋଲ ବାହିନୀ ସେଇ କଥାକୁ ବଢେଇ ଚଢେଇ ପ୍ରଚାର କରନ୍ତି। ପୁଲବାମା ରେ ହୋଇଥିବା ଆତ୍ମଘାତି ଆକ୍ରମଣର ୧୧ଦିନ  ପରେ ଏହି ଘଟଣାକୁ ନେଇ ନିଜର ବିଫଳତା ସ୍ଵୀକାର କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏହାର ପୃଷ୍ଟଭୂମିରେ ନିଜର ବିରୋଧୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ବିଜେପିର ଜାତୀୟ ସଭାପତି ଚିରାଚରିତ ଢଙ୍ଗରେ ଏଥିଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ ବୋଲି କହିବାକୁ ଲଜ୍ଜା ଅନୁଭବ କରିନାହାନ୍ତି। ତେବେ ବିଜେପିର ରଣନୀତି ହେଉଛି ସବୁବେଳେ ସେୟା। ଇଂରାଜୀରେ ଗୋଟେ କଥା ଅଛି, Offense is the best policy to defense । ଏକଥା ବିଜେପି ନିଜର ରଣନୀତିରେ ସବୁବେଳେ କାର୍ଯ୍ୟକାରୀ କରିଆସିଛି। କ୍ଷମତାରେ ନିଜେ ରହି ଦେଶର ସୁରକ୍ଷା କ୍ଷେତ୍ରରେ ହୋଇଥିବା ଭୁଲ ର ଉତ୍ତର ଦାୟିତ୍ଵ ବିରୋଧୀଙ୍କ ମୁଣ୍ଡରେ ଗଡାଇଦେବାର ଚମତ୍କାର କୌଶଳ ବିଜେପି ଜାଣିଛି। ଏହି କୌଶଳରେ ବିଜେପି ନିଜର ଭକ୍ତ ମାନଙ୍କୁ ବେଶ ଭଲ ଭାବରେ ବ୍ୟବହାର କରେ। ଭକ୍ତ ମାନେ ଦିନ କୁ  ରାତି ଓ ରାତିକୁ ଦିନ ବୋଲି ମାନିନେବାରେ କୁଣ୍ଠିତ ହୁଅନ୍ତି ନାଇଁ। ହେଲେ ଦେଶର ପ୍ରମୁଖ ଗଣମାଧ୍ୟମ ଗୁଡିକ ଯଦି ଭକ୍ତଙ୍କ ପରି ବ୍ୟବହାର ପ୍ରଦର୍ଶନ କରନ୍ତି, ତାହେଲେ ସେଠି ଦେଶର ଗଣତନ୍ତ୍ର ବିପନ୍ନ ହୋଇଥାଏ।

ତେବେ କିଛି ଗଣମାଧ୍ୟମ ଏ ଭାବପ୍ରବଣତା ଓ ଭକ୍ତିର ପ୍ରବାହରୁ ଆଜି ମଧ୍ୟ ନିଜକୁ ମୁକ୍ତ ରଖି ଆସିଛନ୍ତି। ବିଜେପି ଭକ୍ତ ଓ ସରକାରୀ ଦଳର ପ୍ରବଳ ଚାପ ସତ୍ତ୍ୱେ ଆଜି ମଧ୍ୟ କିଛି ଇଂରାଜୀ ସଂବାଦପତ୍ର ଓ ଗୋଟେ ଦୁଇଟି ଟେଲିଭିଜନ ଚ୍ୟାନେଲ ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ କଠୋର ପ୍ରଶ୍ନ ପଚାରି ଚାଲିଛନ୍ତି। ଏ ପ୍ରକାର ନିଷ୍ଠାପର ଗଣମାଧ୍ୟମ ଭିତରେ ସବୁଠୁ ଆଗରେ ଅଛି କଲିକତାରୁ ପ୍ରକାଶ ପାଉଥିବା ‘ଦି ଟେଲିଗ୍ରାଫ’ ସଂବାଦପତ୍ର। ସରକାରକୁ କାଠଗଡାରେ ଠିଆ କରୁଥିବା ଭଳି ଶୀର୍ଷକ ଛାପିବାରେ ଦି ଟେଲିଗ୍ରାଫର ଅଗ୍ରଣୀ ଭୂମିକା ରହିଛି। ଗତ ୨୩, ଫେବୃୟାରୀ ୨୦୧୯ ଦି ଟେଲିଗ୍ରାଫର ର ସକାଳ ସଂସ୍କରଣରେ ଗୋଟେ ଚମତ୍କାର ଫଟୋ ଫିଚର ପ୍ରକାଶ ପାଇଛି। ଖବର କାଗଜର ଶୀର୍ଷରେ ଥିବା ଏ ଫୋଟୋ ଫିଚରର ଶିରୋନାମା ଟିକେ ଲମ୍ବା। “ଧିକ, ତମକୁ ହେ ଦେଶଦ୍ରୋହୀମାନେ! ଫେବୃଆରୀ ୧୪ ପରଠୁ ପ୍ରଧାନମନ୍ତ୍ରୀଙ୍କ ଶୋକକୁ ନେଇ ତମେ ସନ୍ଦେହ କରିପାରୁଛ କେମିତି? ଦେଖ, ସେଦିନଠୁ ସେ ପ୍ରତିଦିନ କେବଳ କଳା ପୋଷାକ ଇ ପିନ୍ଧୁଛନ୍ତି” । “ ( Shame on you anti nationals! How can you question PM’s sense of grief since February 14? Almost every single day since then, he has been wearing black.)

ଏହି ଶୀର୍ଷକ ତଳକୁ ରହିଛି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପୋଷାକରେ ଓ ପ୍ରଚୁର ଆନନ୍ଦମୟ ବଦନରେ ୯ ଟି ଫଟୋଗ୍ରାଫ। ୧୫ ଫେବ୍ରୁଆରି ରୁ କ୍ରମାନ୍ଵୟରେ ଫେବ୍ରୁଆରି ୨୩ ତାରିଖ ପର୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସାଧାରଣ ସଭା ଓ ସରକାରୀ କାର୍ଯ୍ୟକ୍ରମରେ ଭଳିକି ଭଳି ପୋଷାକ ପିନ୍ଧିବା ସହିତ ବେଶ ହସ ହସ ଲାଗୁଛନ୍ତି। ତାଙ୍କ ମୁହଁରେ ଦୁଃଖର କୌଣସି ଚିହ୍ନ ନାଇଁ। ଏହାକୁ ନେଇ ଦି ଟେଲିଗ୍ରାଫ ବେଶ କଟାକ୍ଷ କରିଛି। ଅନ୍ୟମାନଙ୍କ ଶୋକପ୍ରକାଶ କରିବାର ଢଙ୍ଗକୁ ନେଇ ପ୍ରଶ୍ନଚିହ୍ନ ଲଗାଉଥିବା ବିଜେପି ନିଜର ମୁଖ୍ୟ ନେତାଙ୍କ ଏ ଛବି ସବୁକୁ ନେଇ କଣ ବା ଉତ୍ତର ରଖିବ?  ପ୍ରଧାନମନ୍ତ୍ରୀ ତାଙ୍କ ଅନ୍ତରର ନିଆଁ ଓ କ୍ରୋଧକୁ ଜ୍ବାଳାମୟୀ ଭାଷଣ ମାଧ୍ୟମରେ ବ୍ୟକ୍ତ କରୁଛନ୍ତି, ହେଲେ ତାଙ୍କ ବ୍ୟକ୍ତିଗତ ସଉକୀ  ତାହା ଦ୍ୱାରା ପ୍ରଭାବିତ ହେଉନାହିଁ।  ମୋଦୀ ନିଜର ଷ୍ଟାଇଲ ଷ୍ଟେଟମେଣ୍ଟ ଓ ଫେସନ କୁ ନେଇ ପୁଲବାମା ପରବର୍ତ୍ତୀ ସମୟରେ ଟିକେ ବି ବଦଳି ନାହାନ୍ତି। ତେବେ ଏହା ଯେ ରାଜନୀତିର ଏକ ବଡ ପ୍ରସଙ୍ଗ ତାହା ନୁହେଁ। କିନ୍ତୁ ବିଜେପିର ନିଜସ୍ଵ ରାଜନୈତିକ ଅଭିରୁଚି ଅନୁସାରେ ଏହା ଆଦୌ ଦେଶପ୍ରେମୀର ଲକ୍ଷଣ ନୁହେଁ। ଦେଶର ବୀର ଯବାନ ଶହୀଦ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ଫେସନରେ ମାତିବାଟା ବିଜେପିର ନିଜସ୍ଵ ଯୁକ୍ତିରେ ଏକ ପ୍ରକାର ଦେଶଦ୍ରୋହ। (ବେଚାରା ଶିବରାଜ ପାଟିଲ,  ମୁମ୍ବାଇ ଆକ୍ରମଣ  ଘଟନା ପରେ ପୋଷାକ ବଦଳେଇଥିଲେ ବୋଲି ତାଙ୍କର ମନ୍ତ୍ରୀ ପଦ ଚାଲି ଯାଇଥିଲା।) ହେଲେ ମୋଦୀ ଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଭଗବାନଙ୍କ ସହ ସମକକ୍ଷ ! ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ଅନୁଗାମୀ ଓ ସହଯୋଗୀ ବହୁତ ଥିଲେ ହେଲେ ମୋଦୀଙ୍କର ଭକ୍ତ ସଂଖ୍ୟା ପ୍ରବଳ। ଏମାନଙ୍କ ସଂଖ୍ୟା ଯଦିଓ ଗାଣିତିକ ଭାବରେ ଦେଶର ଲୋକସଂଖ୍ୟାରୁ ୨-୩% ହେବ, ତଥାପି ଏମାନେ ନିଜକୁ ଭାରତ ବୋଲି ମନେ କରନ୍ତି। ଅନ୍ୟ କେହି କେମିତି ବସୁଛି, କେମିତି ହସୁଛି, କଣ ପିନ୍ଧ୍ହୁଛି, କଣ ଖାଉଛି ର ଆକଳନ କରି ତାର ଦେଶପ୍ରେମୀ ହେବାର ପ୍ରମାଣ ମୋଦିଭକ୍ତ/ଭାଟମାନେ ଖୋଜନ୍ତି, ହେଲେ ତାଙ୍କ ନିଜ ମହାପ୍ରଭୁ ଯେ ଶହୀଦଙ୍କ ଶୋକ ପାଳନ ବେଳେ କେମିତି ଆସନ୍ତି, ସେତକ କହିଦେଲେ ଭକ୍ତମାନେ ଆପଣଙ୍କ ତଣ୍ଟି ଉପରେ ବସିପଡିବେ।

ତେବେ ଏ ଲେଖାଟିରେ ଯାହା ଆମେ ଲେଖିଛୁ, ତାହା କେବଳ ଦି ଟେଲିଗ୍ରାଫ ନାମକ ଖବର କାଗଜର ବିବରଣୀ ମାତ୍ର। ତେଣୁ ଆମ୍ଭ ଉପରେ ଆକ୍ରମଣ କରିବାକୁ ଚାହୁଁଥିବା ଭକ୍ତଙ୍କୁ ଅନୁରୋଧ ସେମାନେ କୋଲକାତା ଯାଇ ଆନନ୍ଦ ବଜାର ପତ୍ରିକା ଅଫିସ ଆଗରେ ନିଜର ଭକ୍ତି ଓ ଭାବ ପ୍ରବଣତା ପ୍ରଦର୍ଶନ କରନ୍ତୁ। ଆମ୍ଭେ ଦି ଟେଲିଗ୍ରାଫ ର ଲେଖାକୁ ଉଦ୍ଧାର କରିଛୁ ମାତ୍ର!!

Categories
ବିଶେଷ ଖବର

“ଉରୀ” ସିନେମାର ପ୍ରଯୋଜକ ମହାଶୟ, କୋଟିଏ ଟଙ୍କାର ବଦାନ୍ୟତା ଦେଖେଇବାକୁ ଆପଣଙ୍କୁ ସତରେ ଲାଜ ଲାଗୁନି!!

ବୋଧାୟନ 

ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି ଭାଙ୍ଗିଯାଉଛି ଝିଅର ନିଦ।କାନ୍ଧ ଉପରୁ ଉଠିଯାଇଛି ବାପାର ହାତ।ଆତଙ୍କୀଙ୍କ ଆକ୍ରମଣରେ ସହିଦ ହୋଇଥିବା ପ୍ରତିଟି ଭାରତୀୟଙ୍କ ଘରେ ଏବେ ଏହି ଦୃଶ୍ୟ।କ୍ଷତିପୂରଣ, ସମବେଦନାର ସୁଅ ଛୁଟିଛି  । ହେଲେ ଏହାରି ଭିତରେ କିଛି ଲୋକ ନିଜର କ୍ରେଡିଟ ନେବାକୁ ଚାହିଁଛନ୍ତି। ସୋସିଆଲ ମିଡ଼ିଆ ଓ ନ୍ୟୁଜରେ ସହାୟତା ରାଶି ଦେଇ ଦେଖାଇଛନ୍ତି ସେମାନେ ବି ଦେଇପାରନ୍ତି।

ମନେଥିବ କିଛିଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ଉରୀ’। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ବେଶ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଲା। ଆକର୍ଷଣୀୟ ଗ୍ରାଫିକ୍ସ ସାଙ୍ଗକୁ ଦମଦାର ଷ୍ଟାରକାଷ୍ଟ ଏହି ଫିଲ୍ମକୁ ଦେଇଥିଲା ପାଖାପାଖି ୨୨୨ କୋଟିରୁ ଅଧିକ ବେପାର।ଆଉ ଏଭଳି ପରିମାଣକୁ ଦେଖି ଖୋଦ ପ୍ରଯୋଜକ ବି ତଟକା ହୋଇଯାଇଥିଲେ। କାରଣ ମାତ୍ର ୪୫ କୋଟିରେ ସିନେମା ନିର୍ମାଣ କରି ୧୭୭ କୋଟି ଟଙ୍କାର ଲାଭ ପାଇଥିଲେ। ଯବାନଙ୍କ ପ୍ରାଣବଳୀକୁ ଦେଖାଇବା ସହ ଅଦମ୍ୟ ସାହସର ଚିତ୍ରକୁ ପ୍ରଦର୍ଶିତ କରାଯାଇଥିଲା। ଭାରତୀୟ ଦର୍ଶକ ବି ଏହି ଫିଲ୍ମକୁ ଦେଖି ସେନା ପ୍ରତି ଜଣାଇଥିଲେ ଭରପୁର ସମର୍ଥନ। ହାଉସଫୁଲ ରହି ଏହି ଫିଲ୍ମ ଅନ୍ୟ ସବୁ ଫିଲ୍ମକୁ ପଛରେ ପକାଇଦେଲା।

ଏବେ କୁଆଡେ ଯବାନଙ୍କ ସହିଦ ହେବା ପରେ ପ୍ରଯୋଜକ କିଛି ସହାୟତା ଘୋଷଣା କରିଛନ୍ତି। ସମୁଦାୟ ୧ କୋଟି ଟଙ୍କା ଦେବେ। ଆଉ ସିଏ ପୁଣି ପର୍ଯ୍ୟାୟ ପରେ ପର୍ଯ୍ୟାୟ। ପ୍ରଶ୍ନ ଉଠୁଛି ଯେଉଁ ଯବାନଙ୍କୁ ଦେଖାଇ ଆପଣ ଏତେ ଟଙ୍କା ଲାଭ କଲେ ସେମାନଙ୍କ ମୂଲ୍ୟ କଣ ସେତିକି ? ଯଦି କେବଳ ଅଭିନେତା/ଅଭିନେତ୍ରୀଙ୍କ ଅଭିନୟ ଲୋକଙ୍କୁ ଆକୃଷ୍ଟ କରେ ବୋଲି ଆପଣ ଭାବନ୍ତି ତାହେଲେ କାହିଁକି ଫ୍ଲପ ହୁଏ ବଲିଉଡରେ ରାଜ କରୁଥିବା ସିନେ ଆର୍ଟିଷ୍ଟଙ୍କ ଅଭିନୟ। ସତ କଥା ହେଉଛି ଦର୍ଶକ ଫିଲ୍ମରେ ଦେଖିଥିଲେ ଆମ ପାଇଁ ଯବାନଟିଏ କେମିତି ଦିନରାତି ଏକ କରେ।

ଅନ୍ୟ ଏକ ଦିଗ ହେଉଛି ଏହି ଫିଲ୍ମ କେନ୍ଦ୍ର ସରକାରଙ୍କ ପାଇଁ ମାଇଲେଜ ସାବ୍ୟସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାୟ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିଦେଇଥିଲେ ଫିଲ୍ମ ର ଟ୍ୟାଗ ଲାଇନ ‘ହାଓ ଇଜ ଦ ଜୋଶ’। ଏହା ଦ୍ୱାରା ଅଧିକରୁ ଅଧିକ ଦର୍ଶକ ଫିଲ୍ମ କୁ ଦେଖିଥିଲେ। ଯେ କେହି ବି ଫିଲ୍ମ ପ୍ରତି ଅନୁରକ୍ତ ନଥିଲେ ବି କଣ ଅଛି ଫିଲ୍ମରେ ଉସ୍ଚୁକତା ହଲ ଯାଏଁ ଟାଣି ନେଇଥିଲା। ସେହିପରି କିଛି ରାଜ୍ୟରେ ତ ଫିଲ୍ମ ଉପରୁ ସିନେମା ଶୁଳ୍କ ବି ପ୍ରତ୍ୟାହାର କରାଯାଇଥିଲା। ଯାହାଫଳରେ ବିନା କୌଣସି ଶୁଳ୍କରେ ଏଯାଏଁ ବି ହଲ ମାନଙ୍କରେ ଚାଲିଛି ଏହି ଫିଲ୍ମ।ଯଦି ସରକାର ଆଉ ଦର୍ଶକ ଏତେ କିଛି କଲେ ତାହା ହେଲେ ପ୍ରଯୋଜକ ଅଧିକ ସହାୟତା ଦେବା ଆବଶ୍ୟକ। ନ ହେଲେ ବିଶ୍ୱାସ ହେବ ୧୭୭ କୋଟିର ଲାଭ କରି ୧ କୋଟି ଟଙ୍କା ଦେବା ଫିଲ୍ମ ପ୍ରଡ୍ୟୁସରଙ୍କ ପାଇଁ କେବଳ ମାତ୍ର ଲଜ୍ଜ୍ୟା।

Categories
ବିଶେଷ ଖବର ମତାମତ

ଆସାମ ର ଚା ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ

ଲଷ୍ମୀପ୍ରିୟା ଓଝା

ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ । ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ । ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ ।

ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ । ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା । ଦେଶ ସ୍ୱାଧୀନ ହେଲା । ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ ।ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।

ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ । ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି । ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ ।ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା । ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।

ଏ ଭିତରେ ତିନି ପିଢ଼ି ବିତି ଗଲାଣି । ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।

( ଲଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ)  .

Categories
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।

Categories
ବିଶେଷ ଖବର

ଓଡିଶାରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ଵନ୍ଦୀ ହେଉଛନ୍ତି କେହି ଜଣେ ସରୋଜ ସାହୁ, ସେ କିଏ କି ?

କେଦାର ମିଶ୍ର

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ ।

ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର ଆସୁଛି- ସରୋଜ ସାହୁ।

ଏପରିକି କଂଗ୍ରେସରେ ନୂଆ କରି ଯୋଗଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ସେ ନାଁ କହିଲେ- ସରୋଜ ସାହୁ।

ଲାଗୁଛି, ସତେ ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ସରୋଜ ସାହୁ ବନାମ ବିଜେପି ଓ କଂଗ୍ରେସର ପ୍ରତିଦ୍ଵନ୍ଦୀତା ହେବାକୁ ଯାଉଛି। ତେବେ ତିନିମାସ ଆଗରୁ ସ୍ଥିତି ଟିକେ ଅଲଗା ଥିଲା। ସବୁ ଟିଭି ଚାନେଲ ଓ ସବୁ ବିରୋଧୀ ରାଜନେତା ଆଉ ଗୋଟେ ନାଁ ନେଉଥିଲେ- ପାଣ୍ଡିଆନ। ଏବେ ହଠାତ ପାଣ୍ଡିଆନ ବାବୁଙ୍କ ନାଁର ଚର୍ଚ୍ଚା ଟିକେ କମିଯାଇଛି। ଏବେ ବିଜେଡ଼ିର ସର୍ବଶକ୍ତିମାନ ଓ ସର୍ବ ବିଦ୍ୟମାନ ନେତା ହେଉଛନ୍ତି ସରୋଜ ସାହୁ। କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ ବଡ ପ୍ରବକ୍ତା ତାଙ୍କ ବିରୋଧରେ ଯେତେବେଳେ କହୁଛନ୍ତି, ସେ ନିଶ୍ଚୟ ଜଣେ ବଡ ନେତା ହୋଇଥିବେ ନିଶ୍ଚୟ!!

ତେବେ ବିଜୁ ଜନତା ଦଳ ଭିତରେ ସରୋଜ ସାହୁଙ୍କ ସ୍ଥିତି କଣ, ସେକଥା  କାହାକୁ ଜଣାନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସିକ ଦପ୍ତରର ଜଣେ କର୍ମଚାରୀ। ବଡ ଅଧିକାରୀ ମଧ୍ୟ ନୁହନ୍ତି। ତଥାପି ତାଙ୍କ ବିରୋଧରେ ଏତେ ବଡ ବଡ ନେତା କହିବାର କାରଣ କଣ? ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଯାଇ ବିରୋଧୀ ଦଳ ଗୁଡିକ ତାଙ୍କ କର୍ମଚାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବାର କାରଣ କଣ ହୋଇପାରେ? ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ସେମାନେ ସମସ୍ତେ କଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି?

ତେବେ ଜଦି ବା କିଛି କ୍ଷଣ ପାଇଁ ମାନିନେବା ଯେ ସରୋଜ ସାହୁ ନବୀନ ନିବାସର କର୍ମଚାରୀ ହୋଇଥିବାରୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥାଇ ପାରନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ପାଖଲୋକ ସରୋଜ ସାହୁଙ୍କର ଅପରାଧ କଣ?  ତାଙ୍କ ବିଷୟରେ ଜାଣିବାକୁ କେନ୍ଦ୍ରମନ୍ତ୍ରୀ ସ୍ତରରେ ଏତେ ଉତ୍ସୁକତା କାହିଁକି? ଏପ୍ରକାର ଉତ୍ସୁକତାର କାରଣ ହେଉଛି, ୨୨, ନଭେମ୍ବର,୨୦୧୪, ଅର୍ଥାତ ଆଜକୁ ପ୍ରାୟ ସାଢେ ଚାରି ବର୍ଷ ତଳେ ସରୋଜ ସାହୁଙ୍କୁ ସିବିଆଇର ଭୁବନେଶ୍ୱର କାର୍ୟାଳୟକୁ ଡାକି ଚିଟଫଣ୍ଡ ମାମଲାରେ ପଚରାଉଚୁରା କରାଯାଇଥିଲା। ସେତେବେଳେ ଏହି ସମ୍ବାଦ ବେଶ ହଇଚଇ ସୃଷ୍ଟି କରିଥିଲା ଓ ସିବିଆଇ ନବୀନ ନିବାସର ଦୁଆରରେ ପହଞ୍ଚି ଯାଇଛି ବୋଲି ସେତେବେଳେ କୁହାଗଲା। ସରୋଜ ସାହୁଙ୍କୁ ସି-ଶୋର ଚିଟ ଫଣ୍ଡ ମାମଲା ରେ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ବାସ, କଥାଟି ସେତିକି ମାତ୍ର। ସରୋଜ ସାହୁ ସେଇ ନଭେମ୍ବର ୨୨, ୨୦୧୪ ରେ ସିବିଆଇ ଆଗରେ ଯାହା କହିଥିଲେ, ତା ପରଠୁ ସେ ବିଷୟରେ ଅଧିକ କିଛି କାର୍ୟାନୁଷ୍ଠାନ ହୋଇନାହିଁ।

ତେବେ ହଠାତ ଆଜି ସିବିଆଇ ଓ ସରୋଜ ସାହୁଙ୍କ କଥା ଉଠିବାର ମାନେ କଣ? ଯଦି  ସରୋଜ ସାହୁ ଚିଟ ଫଣ୍ଡ ମାମଲାରେ ସଂପୃକ୍ତ ଥିଲେ, ତାଙ୍କୁ ତ ଗିରଫ କରିବା କଥା। କାଇଁ, ସାଢେ ଚାରି ବର୍ଷ ଭିତରେ ସେକଥା ତ ହେଲାନାହିଁ। ଜଣେ ବ୍ୟକ୍ତିଙ୍କୁ ସିବିଆଇ ଜେରା କରିଦେଲେ ସେ କଣ ଅପରାଧୀ ହୋଇଯାଏ କି? ସିବିଆଇ ୨୦୧୪/୧୫ ରେ ବହୁ ନେତା, ଅଭିନେତା, ସାମ୍ବାଦିକ,ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସକ ପ୍ରମୁଖଙ୍କୁ ଡାକି ପଚରା ଉଚୁରା କରିଥିଲା। ଯେଉଁମାନେ ସିବିଆଇ ଅଫିସ ଗଲେ ସେମାନେ ସମସ୍ତେ ଅପରାଧି କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ କଥାରୁ ତ ସେୟା ମନେ ହେଉଛି। ଗୋଟେ ସମୟରେ ସିବିଆଇ ଅଧିକାରୀମାନେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତଦନ୍ତ କରୁଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ବିଷୟରେ ତଦନ୍ତ କରିଥିଲେ। ସେଇ ଦୃଷ୍ଟିରୁ ମୋଦୀଙ୍କୁ ଆମେ ଅପରାଧୀ ବୋଲି କହିପାରିବା କି? ବିଜେପିର ଜାତୀୟ ସଭାପତି ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ, ତେଣୁ ତାଙ୍କୁ ଅପରାଧୀ ବୋଲି କହିବା ଠିକ ହେବ କି?

ସରୋଜ ସାହୁଙ୍କୁ ସାଢେ ଚାରି ବର୍ଷ ତଳେ ପଚରା ଉଚୁରା ପାଇଁ ଡକା ଯିବା ଯଦି ରାଜନୈତିକ ପ୍ରସଙ୍ଗ ହୁଏ, ତାହେଲେ ସରୋଜ ସାହୁ ଜଣେ ବଡ ରାଜନୈତିକ ହେଭିୱେଟ ହୋଇଯିବା କଥା। ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିବାରୁ, ସେ ବୋଧେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବାକୁ ସବୁଠୁ ଯୋଗ୍ୟ ପ୍ରାର୍ଥୀ!!

ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଦିଶୁଛି ଯେ, ଚେସ ଖେଳରେ ରାଜାକୁ ବାନ୍ଧିବାକୁ ଯାଇ ପିଆଦାକୁ ବ୍ୟବହାର କରିବାର ପୁରୁଣା ଖେଳ ବିରୋଧୀ ଖେଳୁଛନ୍ତି।  ହେଲେ ପିଆଦାକୁ ବ୍ୟବହାର କରିବାକୁ ଯାଇ କେତେବେଳେ ସେମାନେ ଯେ ତାକୁ ଇ ରାଜା ବୋଲି ଭାବି ତା ପଛରେ ଗୋଡାଇ ବାଜି ହାରି ସାରିଲେଣି, ସେକଥା ତାଙ୍କର ଆଉ ମନେ ନାହିଁ। ଏଠି ନବୀନ ବାବୁଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ବିରୋଧୀ ତାଙ୍କ କାର୍ୟାଳୟର ଛୋଟ ଛୋଟ ଅଧିକାରୀଙ୍କ ପଛରେ ହାସ୍ୟାସ୍ପଦ ଭାବରେ ଗୋଡାଗୋଡି ହେଉଛନ୍ତି। ସେଥିରେ ଅସଲ ଲୋକ ନବୀନଙ୍କୁ ମଜା ଦେଖିବାର ଓ ମଝିରେ ମଝିରେ ବିଦ୍ରୁପମିଶା ହସ ହସିବାର ଚମତ୍କାର ସୁଯୋଗ, ବିରୋଧୀ ହିଁ ସୃଷ୍ଟି କରିଛନ୍ତି!!

 

Categories
ବିଶେଷ ଖବର ସିନେମା

ନୀଳମାଧବ ପଣ୍ଡାଙ୍କ “କଡବି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

କେଦାର ମିଶ୍ର

ସେ ଅନ୍ଧ ବୁଢାଲୋକଟିର ଆଖିରେ ଆପଣ ଏମିତି ଗୋଟେ ଅସହାୟତା ଦେଖିବେ, ଯେଉଁଠି ଶହ ଶହ ଚାଷୀଙ୍କ ଆତ୍ମହତ୍ୟା ପରର ଶବ ଝୁଲୁଛି ଯେମିତି। ଆଉ ସେ ଅନ୍ଧ ବୁଢାଲୋକଟି ଭାରତୀୟ ଚାଷୀମାନଙ୍କର ଗୋଟେ ମେଟାଫର ହୋଇ ଠିଆ ହେଉଛି। ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକା ଓ ସେ ଉପତ୍ୟକାରେ ଶୁଖିଲା ବବୁଲଭର୍ତ୍ତି ଶୁଖିଲା ମାଟି। ସେଇଠି ଗୋଟେ ବୁଢା ଅନ୍ଧଚାଷୀର ସଂଘର୍ଷ। ଏ ସଂଘର୍ଷରେ କେବଳ ଗୋଟିଏ ଲକ୍ଷ ହେଉଛି, ନିଜ ପୁଅକୁ ଆତ୍ମହତ୍ୟା କରିବାକୁ ନଦେବା। ଋଣ ଭାରରେ ଗାଁର ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ବୁଢା ଚାଷୀଟି ନିଜ ପୁଅର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି। ଗାଁର ପବନ ଖାଲି ଶୁଖିଲା ନୁହଁ, ସେ ବିଷାକ୍ତ ମଧ୍ୟ। ଗାଁ ର ପବନକୁ ବୁଢାଲୋକଟି ଠିକ ଜାଣେ। ସେ ପବନରୁ ବାରିପାରେ ନିଜ ପୃଥିବୀର ହାଲଚାଲ। ସେ ପବନକୁ ଯେତିକି ଚିହ୍ନେ, ତାଠୁ ଅଧିକ ଚିହ୍ନେ ସରକାର ଓ ସରକାରୀ ବ୍ୟବସ୍ଥାକୁ।

ଏଠି ଏ ବୁଢା ଚାଷୀର ସଂଘର୍ଷ ଦୁଇଟି ସ୍ତରରେ। ଗୋଟିଏ ସ୍ତରରେ ସେ ସଂଘର୍ଷ କରୁଛି ପ୍ରକୃତି ସହିତ। ପ୍ରକୃତି ବଦଲୁଛି। ପାଣିପାଗର ଧାରା ଅଲଗା ହୋଇଯାଉଛି। ମଣିଷ ଓ ପ୍ରକୃତି ଭିତରେ ଚାଲିଆସିଥିବା ଚିରନ୍ତନ ସଂଘର୍ଷକୁ ଗୋଟିଏ ସ୍ତରରେ ମୁକାବିଲା କରିବାକୁ ମଣିଷ ନିଜର ଶକ୍ତି ତିଆରି କରିଛି। ଏ ବୁଢା ଚାଷୀଟି ଦୁନିଆଁଙ୍କୁ ଦେଖି ନପାରିଲେ ବି ଦୁନିଆଁକୁ ଚିହ୍ନେ। ତେଣୁ ସେ ସଂଘର୍ଷରେ ସେ ସହଜ। ଆର ସ୍ତରର ସଂଘର୍ଷ ହେଉଛି ସରକାର ଓ ସରକାରୀ ବ୍ୟବସ୍ଥା ସହିତ। ବ୍ୟାଙ୍କ ଋଣ ଓ ତାକୁ ନେଇ ଶୁଝି ନପାରିବାର ଅସହାୟତା ସହିତ। ଗୋଟେ ସରକାରୀ ଅଫିସର ଅଚିହ୍ନା କ୍ରୁରତା ସହିତ। ବୁଢା ଚାଷୀଟି ହୁଏତ ପ୍ରକୃତି କବଳରୁ ନିଜ ପରିବାରକୁ ବଞ୍ଚାଇଦେବ। ହେଲେ ସରକାରୀ ଋଣ ପଞ୍ଝାରୁ ନିଜ ପୁଅକୁ ବଞ୍ଚାଇବ କେମିତି? ଗାଁରୁ ଗୋଟିଏ ପରେ ଗୋଟିଏ ଯୁବକ ଚାଷୀଙ୍କ ଆତ୍ମହତ୍ୟାର ଖବର ଭିତରେ ନିଜ ପୁଅକୁ ସେ କେମିତି ସୁରକ୍ଷିତ ରଖିପାରିବ।

ସରକାରୀ ଋଣ ଯନ୍ତା ସହିତ ସ୍ଥାନୀୟ ସାମାଜିକ ଓ ଅର୍ଥନୈତିକ ଶୋଷଣର ବି ଗୋଟେ ସ୍ତର ଅଛି। ବିଶ୍ଵାସ କରନ୍ତୁ, ମୁଁ କୌଣସି ଖବର କାଗଜର ରିପୋର୍ଟ ଲେଖୁନାହିଁ, ମୁଁ ଗୋଟେ ସିନେମାର କାହାଣୀ କହୁଛି। ନଭେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ନୀଳମାଧବ ପଣ୍ଡାଙ୍କ ସିନେମା “କଡବି ହାୱା” ର କାହାଣୀ କଥା ମୁଁ କହୁଛି। ସତ କହିବାକୁ ଗଲେ “କଡବି ହାୱା” ଗୋଟେ ସିନେମା ନୁହଁ, ଏହା ଆମ ସମୟର ମଧ୍ୟବିତ୍ତମାନେ ଦେଖିବାକୁ ଚାହୁଁ ନଥିବା ଅସଲ ଭାରତର ବାସ୍ତବ ସାମାଜିକ ଚିତ୍ର। ଶହେ କି ହଜାରେ ନୁହଁ, ଲକ୍ଷେ ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଗୋଟେ ଦେଶରେ ସେମାନଙ୍କ କାହାଣୀ କହିବାକୁ ଜଣେ କେହି ସାହସ କରିଛି, ସେଇଟା ଇ ବଡକଥା। ଆଉ କାହାଣୀ କେବଳ କୁହା ହୋଇନି, କାହାଣୀ ଭିତରେ ସିନେମା ନିର୍ମାଣର କଳା ଓ କାରିଗରୀକୁ ସବୁଠୁ ଚମତ୍କାର ଭାବରେ ପ୍ରଦର୍ଶିତ କରାଯାଇଛି। ଦୃଶ୍ୟମ ଫିଲ୍ମ୍ସ ଓ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ଏ ସିନେମା ଆମ ସମୟର ଅନ୍ୟତମ ମାଇଲଖୁଣ୍ଟ ହୋଇ ରହିବ।  

ସଞ୍ଜୟ ମିଶ୍ର ଏଇ ସିନେମାରେ ବୁଢା ଓ ଅନ୍ଧ ଚାଷୀର ଭୂମିକାରେ ନିଜ ଜୀବନର ସର୍ବଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରିଛନ୍ତି। ବୋଧହୁଏ, ଗତ ପଚିଶ ବର୍ଷ ଭିତରେ ଯେତେ ହିନ୍ଦୀ ସିନେମା ତିଆରି ହୋଇଛି, ଅଭିନୟ ଦୃଷ୍ଟିରୁ “କଡବି ହାୱା’ ର ପାଖାପାଖି  କେହି ଠିଆ ହୋଇପାରିବେ ନାଇଁ। ଏ ସିନେମାର ମଞ୍ଜା ହେଉଛି, ଏହାର ଅଭିନୟ। ସଞ୍ଜୟ ମିଶ୍ର, ରଣବୀର ଶେରୋୟ ଓ ତିଳୋତ୍ତମା ସୋମଙ୍କ ଅଭିନୟରେ ଖାଲି ଯେ ନିଖୁଣତା ଅଛି ତା ନୁହେଁ, ସେମାନଙ୍କ ଅଭିନୟରେ ଜୀବନ ଅଛି। ଆମ ସମୟର ସବୁଠୁ ବଡ ଟ୍ରାଜେଡିକୁ ଏ ସିନେମା ସବୁଠୁ ସୁନ୍ଦର ଭାବରେ ଉପସ୍ଥାପିତ କରିପାରୁଛି।

ନୀଳମାଧବ ପଣ୍ଡା, ଓଡିଆ ଲୋକ, ହେଲେ ସିନେମା କରନ୍ତି ହିନ୍ଦୀରେ। ଆଇ ଆମ କାଲାମ, ଜଲପରୀ, ବବଲୁ ହାପି ହୈ, କୌନ କିତନେ ପାନି ମେ, ହାଲକା ଭଳି ବହୁତ ଚର୍ଚ୍ଚିତ ସିନେମା କରିଥିବା ନୀଳମାଧବଙ୍କ ସବୁ ହିନ୍ଦୀ ସିନେମାରେ କେଉଁଠି ନା କେଉଁଠି ଓଡିଶାର ଚିତ୍ର ଥାଏ। ‘କଡବି ହାୱା’ ରେ ବି ଓଡିଶା ଅଛି। ବ୍ୟାଙ୍କ କର୍ମଚାରୀ ଭୂମିକାରେ ରଣବୀର ଶେରୋୟ ଜଣେ ଓଡିଆ ଭାବରେ ଅଭିନୟ କରିଛନ୍ତି। ବୁନ୍ଦେଲାଖଣ୍ଡର ମରୁଡି ସହିତ ଓଡିଶାର ମାହାବାତ୍ୟା ଭିତରେ ଗୋଟେ ଯୋଗସୂତ୍ର ରହିଛି ଏ ସିନେମାରେ।‘ ଆଇ ଆମ କାଲାମ ‘ ପାଇଁ ନୀଳମାଧବଙ୍କୁ ସବୁଠୁ ବେଶୀ ପ୍ରଶଂସା ମିଳିଛି। ମୋ ମତରେ କିନ୍ତୁ “କଡବି ହାୱା’ ଗତ ପଚାଶ ବର୍ଷର ଭାରତୀୟ ସିନେମାରେ ଅନ୍ୟତମ ଶ୍ରେଷ୍ଠ ସିନେମା ହୋଇ ରହିବ। ବଲିଉଡର ଚକମକ ଆଲୁଅ ଓ ତାରକା ଗହଳିରେ ଏ ସିନେମା ଗୋଟେ ବ୍ୟତିକ୍ରମ। ଏହା ଏକ ପରିପୂର୍ଣ୍ଣ ସିନେମା ଯାହାକୁ ଦେଖି ସାରିଲା ପରେ ଆପଣ ହୁଏତ କାନ୍ଦି ପାରନ୍ତି, ଚିତ୍କାର କରିପାରନ୍ତି କିମ୍ବା ବିଦ୍ରୋହୀ ମଧ୍ୟ ହୋଇପାରନ୍ତି। ଏ ସିନେମା ଆପଣଙ୍କୁ ଆପଣଙ୍କ ସମୟ ଓ ସମାଜ ବିଷୟରେ ଏମିତି କିଛି ଛବି ଦେଖାଇବ, ଯାହା ଆପଣଙ୍କ ଭିତରର ଜଡତାକୁ ଭାଙ୍ଗି ଦେଇପାରେ।

ସିନେମାଟିକୁ ଯଦି ଦେଖିନାହାନ୍ତି, ତେବେ ଆପଣ ଏବେ ଏହାକୁ ଦେଖିପାରିବେ ଜୀ 5 ଇଣ୍ଡିଆ ଚାନେଲରେ ।

Categories
ବିଶେଷ ଖବର ମତାମତ

ଚାଷୀପାଇଁ ଘୋଷଣା : କାଳିଆ କିଷାନ ଓ ଧାନଦର ବୃଦ୍ଧି

ପଞ୍ଚାନନ କାନୁନଗୋ

ବିଭିନ୍ନ ବର୍ଗର ଭୋଟ ଦାତାମାନଙ୍କୁ ଆପଣାଇବା ପାଇଁ ସବୁ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି । ଏହା ଏକ ସ୍ୱାଭାବିକ ରାଜନୈତିକ ପ୍ରକ୍ରିୟା । ତାହାହିଁ ନିର୍ବାଚନ ସମୟରେ ଅଧିକ ଭାବେ ଘଟିଥାଏ । ଏହା ଭୋଟଦାତାଙ୍କୁ ପ୍ରଭାବିତ କରିବା ଅବା ପ୍ରଲୋଭନର ପ୍ରକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ସମୟରେ ଦେଶ ବା ରାଜ୍ୟର ଆର୍ଥିକ ସ୍ଥିତି ପ୍ରତି ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ରାଜନୈତିକ ପ୍ରକ୍ରିୟାର ଏହା ହେଉଛି ଅର୍ଥନୀତି ପ୍ରତି କ୍ରୁରତା । ଏବେ ଚାଷୀଙ୍କୁ ନେଇ ଦେଶବ୍ୟାପୀ ସମସ୍ୟା ଦେଖାଦେଇଛି । ଚାଷୀ ଆତ୍ମହତ୍ୟା ଅନେକ ରାଜ୍ୟର ଚିନ୍ତାର କାରଣ ହୋଇଛି । କିଛିବର୍ଷ ହେବ ଦେଶରେ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି । ଅନେକ ରାଜ୍ୟରେ ବିଶେଷତଃ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କରେ ଓ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଅତ୍ୟନ୍ତ ପ୍ରବଳ ହେଲା । ମଧ୍ୟପ୍ରଦେଶରେ କୃଷି ଓ କୃଷକଙ୍କ ସପକ୍ଷ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଲା । ନିର୍ବାଚନ ଇସ୍ତାହାରରେ ଖୁବ୍ ବଡ଼ ଘୋଷଣା କରିଦେଲା । ଛତିଶଗଡ଼ରେ କଂଗ୍ରେସ ଇସ୍ତାହାରରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଲା । ଏହା ଫଳରେ କଂଗ୍ରେସକୁ ନିର୍ବାଚନ ସଫଳତା ମିଳିଲା ବୋଲି ମନେହେଲା । କଂଗ୍ରେସ ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ମଧ୍ୟପ୍ରଦେଶରେ କୃଷି ଋଣ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ହେଲା । ପରେ ପରେ ରାଜସ୍ଥାନ ଓ ଛତିଶଗଡ଼ ସରକାର ମଧ୍ୟ ଏହି ଘୋଷଣା କଲେ । ଏଥିସହିତ ପୂର୍ବ ପ୍ରତିଶ୍ରୁତି ମୁତାବକ ଛତିଶଗଡ଼ ସରକାର ଧାନଦର କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଦେବାକୁ ନିଷ୍ପତି ନେଇ କାର୍ଯ୍ୟକାରୀ କରିିଦେଲେ । ମଣ୍ଡିରେ ଜମା ହୋଇ ରହିଥିବା ଧାନ ଉଚ୍ଚ ଦରରେ ବିକ୍ରି ହେଲା । ଚାଷୀ କ୍ଷୁଦ୍ର ହେଉ, ନାମମାତ୍ର ହେଉ ଅବା ମଧ୍ୟମ ବଡ଼ଚାଷୀ ହେଉ ସମସ୍ତେ ଏଥିରୁ ଲାଭ ଉଠାଇଲେ । ଏହା ଏକ ଉତ୍ପାଦନମୁଖୀ ସହାୟତା । ଫଳରେ ଚାଷୀ ଚାଷରେ ଲାଗିବ । ଅଧିକ ଫସଲ ଉତ୍ପାଦନ କରି ମଣ୍ଡିକୁ ଅଧିକ ଫସଲ ଆଣିବ । ମୁଲିଆକୁ ଦି ପଇସା ଅଧିକ ଦେବାପାଇଁ କୁଣ୍ଠିତ ହେବନାହିଁ । ସବୁ ଫସଲର ସହାୟକ ଦର ଅଧିକ କରି ସେଥିପାଇଁ ରିହାତି ଦେଲେ ତା’ର ସକରାତ୍ମକ ଫଳ ଫଳିଥାଏ । ଚାଷୀ ବିଲ ଛାଡ଼େ ନାହିଁ ।  ମୁଲିଆ ଜମି ମନଷ୍କ ହୁଏ । ଉତ୍ପାଦନ ବଢ଼େ । ଅଧିକ ଉତ୍ପାଦନ ହେଲେ କୃଷି ଭିତ୍ତିକ ଶିଳ୍ପ (ଇଶକ୍ସକ୍ଟ – ଓଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ) ଗଢ଼ି ଉଠେ ଓ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହୁଏ । ଭୋଟ ଆସିଲେ ଚାଷୀ ପ୍ରତି ସବୁ ରାଜନୈତିକ ଦଳମାନେ ହଠାତ୍ ନିର୍ବାଚନ ସମୟରେ ଅତିମାତ୍ରାରେ ଦରଦୀ ହୋଇ ଉଠିଥାନ୍ତି । ବିଶେଷତଃ ସରକାରରେ ଥିବା ଦଳମାନେ ସହାୟତା ନାମରେ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଉଛନ୍ତି । ଏ ସବୁର ସୁଫଳ କୁଫଳ ସଂପର୍କରେ ଆଲୋଚନା ଆରମ୍ଭ ହୋଇଗଲାଣି । ଦୀର୍ଘ ୧୯ବର୍ଷ ଶାସନରେ ଚାଷୀ ଓ ଚାଷପ୍ରତି ଚରମ ଅବହେଳା ଦେଖେଇ ଆସିଥିବା ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ଚାଷୀଙ୍କୁ ସହାୟତା  ନାମରେ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ଓ ସରକାରରେ ଥିବାରୁ ରାଜ୍ୟର ଆପତ୍ତକାଳୀନ ପାଣ୍ଠିରୁ ଟଙ୍କା ଉଠାଇ ନିଜର ଆସନ୍ନ ଭୋଟ ବିପତ୍ତିର ମୁକାବିଲା ନିମନ୍ତେ ଉଦ୍ୟମ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶେଷତଃ କାଳିଆ ଯୋଜନା ଚାଷୀମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କରାଯାଇଛି । ଏ ରାଜ୍ୟର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଆଦରଣୀୟ ନାମ ‘ଜଗା’ ବା ‘କାଳିଆ’ । କାଳିଆ ଯଦିଓ ବିଚାର ସିଦ୍ଧାନ୍ତ ଅନୁସାରେ ଚକ୍ରଧାରୀ ଓ ବଡ଼ଭାଇ ବଳଭଦ୍ର ହଳଧର ହଳ ବା ଲଙ୍ଗଳଧାରୀ ଭାବେ ବିଶ୍ୱବିଖ୍ୟାତ କାହିଁକି କେଜାଣି ଏହି ନାମକରଣଟି ହେଲା ବୁଝା ପଡ଼ୁନାହିଁ । ସମ୍ଭବତଃ ଏହି କାର୍ଯ୍ୟକ୍ରମଟିର ନାମ ପୁରାପୁରି ଇଂରାଜୀରେ (Krushak Assistance for Livelihood and income Augmentation) ରଖାଯାଇ ଆଦ୍ୟ ଅକ୍ଷରକୁ ନେଇ ଇଂରେଜୀରେ KALIA ବୋଲି କରାଗଲା । ଏହି ଯୋଜନା ସଂପର୍କର ବିଜ୍ଞାପନ ଓ ଅତି ବଡ଼ ଉତ୍ସବ ପାଳନ କରାଯାଇ ଚାଷୀମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ ହୋଇଛି । ଏଥିପାଇଁ ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଥିବା ଆପତ୍ତକାଳୀନ ପାଣ୍ଠି (contingency fund) ଆକଷ୍ମିକ ଭାବେ ବୃଦ୍ଧିକରି ଗତ ଜାନୁଆରୀ ୨୬ ତାରିଖରୁ ଟଙ୍କା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି । ସେହି କାଳିଆ ଘୋଷଣାରେ ପ୍ରଥମେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ଦେବାର କୁହାଯାଇଥିଲା । ଗୋଟିଏ ଫସଲ ପାଇଁ ୫୦୦୦ଟଙ୍କା ଦିଆଗଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ଓ ମୋବାଇଲ ଫୋନ୍ ମାନଙ୍କୁ ଖବର ଦିଆଗଲା । ଘରେ ନ ପଶୁଣୁ ଚାଳ ବାଜିଲା । ଗୋଟିଏ ଗଣମାଧ୍ୟମର ଅନୁସନ୍ଧାନକାରୀ ଦଳ ଖୋଲାଖୋଲି ଦେଖାଇ ସାରିଲେଣି ଯେ ଏଥିରେ ମନ୍ତ୍ରିଙ୍କର ପରିବାରକୁ ଏହି ଟଙ୍କା ମିଳିଛି । ଏପରିକି କୋଟିପତି ବେପାରୀଙ୍କ ନାମରେ ଟଙ୍କା ଯାଇଛି । ଏହାପରେ ସରକାର ଘୋଷଣା କରି ଦେଲେଣି ଯେ ସମସ୍ତଙ୍କୁ ଏହି ଟଙ୍କା ମିଳିବ । ଏହି ସମସ୍ତେ କିଏ ? ଦରଖାସ୍ତକାରୀ, ନା ପ୍ରକୃତ ଚାଷୀ ? କୁହାଯାଉଛି ଅଣଚାଷୀ ସମେତ ସମସ୍ତ ଦରଖାସ୍ତକାରୀଙ୍କୁ ଏହି ଟଙ୍କା ମିଳିବ । ଗାଁ’ର ହାଟ ବଜାରରେ ଚର୍ଚ୍ଚା ଚାଲିଛି । ସମସ୍ତେ ପାଇବେ । ଘରେ ଥିବା ୪/୫ଜଣ ଏଥିପାଇଁ ଦରଖାସ୍ତ କଲେଣି । କାଳିଆ ପାଇଁ ନାଲିଆ ନେଳିଆ ଫର୍ମ ମିଳୁଛି । ମାତ୍ର ଏହି ଫର୍ମ ପୁରଣ ନକରି ପାଖାପାଖି ୧୨ଲକ୍ଷ ପରିବାରକୁ ଟଙ୍କା ପଠାଇ ଦିଆଗଲା । ରାଜ୍ୟରେ ସଠିକ୍ ଭାବେ ଚାଷୀ ବା ଭାଗଚାଷୀ – ପ୍ରକୃତଚାଷୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ।  ଏବେ ବି ସମବାୟ ବ୍ୟାଙ୍କରୁ ଚାଷ ନାମରେ ଅନେକ ଜମି ଚିହ୍ନି ନଥିବା ଭୂ-ମାଲିକମାନେ ଋଣ ହାତେଇଥାନ୍ତି । ଏହା ଯଦି ହୁଏ ରାଜ୍ୟରେ ଥିବା ୯୬ ଲକ୍ଷ ପରିବାରଙ୍କ ମଧ୍ୟରୁ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଦରଖାସ୍ତକାରୀ ଅଛନ୍ତି । ଏମାନଙ୍କୁ ମିଳିଲେ ଗୋଟିଏ ଫସଲ ପାଇଁ ୫ ହଜାର ଟଙ୍କା ହିସାବରେ ଥରକୁ ୪ହଜାର କୋଟି ଟଙ୍କା ଏବଂ ବର୍ଷକୁ ଦୁଇଟି ଫସଲ ପାଇ ୮ ହଜାର କୋଟି ଟଙ୍କା ସରକାରଙ୍କୁ ଯୋଗାଡ଼ କରିବାକୁ ହେବ । ଏଥିରେ ବିଲରେ ଥିବା ଚାଷୀ ନିଶ୍ଚୟ ପାଇବେ । ତେବେ ବେପାରୀ, କୋଟିପତି, ଜମି ନ ଦେଖିଥିବା ବଡ଼ ଚାକିରିଆମାନେ ମଧ୍ୟ ପାଇବେ । ଚାଷର ଉତ୍ପାଦନ ବୃଦ୍ଧିରେ ସହାୟକ ହେବାନେଇ ଅନେକ ସନ୍ଦେହ ରହିଛି । ଏହି କାର୍ଯ୍ୟକ୍ରମର ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ବିଜ୍ଞାପନ ଓ ଉତ୍ସବ ଖର୍ଚ୍ଚ କରିବାକୁ ପଡ଼ିଛି । ଏପରି ବ୍ୟୟବହୁଳ କାର୍ଯ୍ୟକ୍ରମରେ ଧୁଆମୂଳା ଅଧୁଆମୂଳା ସମାନ ହେବା ହିଁ ସାର । ଚାଷୀ ଚାଷର ଉନ୍ନତି ପାଇଁ ଆଦୌ ଏହା ସହାୟକ ହେବନାହିଁ । କାରଣ ଏହା ଆଦୌ ଉତ୍ପାଦନ ସଂପର୍କିତ ନୁହେଁ । ଏହା ମଧ୍ୟ ସ୍ଥାୟୀ ବ୍ୟବସ୍ଥା ନ ହୋଇ ଥିବାରୁ ଚାଷୀର ମନରେ ପ୍ରଶ୍ନ । ଏହା ଯଦି ଋଣ ବଦଳରେ ଏକ ସହାୟତା ବୋଲି ଧରାଯାଏ, ପ୍ରକୃତ ଚାଷୀ ଫସଲ ଋଣପାଇଁ ପୁଣି ସାହୁକାର ଅବା ସୁଧ ଲଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଅବା ମାଇକ୍ରୋ ଫାଇନାନ୍ସ ପାଖରେ ହାତ ପାତିବାକୁ ବାଧ୍ୟହେବେ ।

ରାଜ୍ୟ ସରକାରଙ୍କର ଦେଖାଦେଖି, କେନ୍ଦ୍ର ସରକାର ତାଙ୍କୁ ବଜେଟରେ ଚାଷୀ ସହାୟତା ରାଶି ଦେବାର ଘୋଷଣା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀକୁ ୨ ହଜାର ଟଙ୍କା ହିସାବରେ ବର୍ଷକୁ ୬ ହଜାର ଟଙ୍କା ଦେବାର ଘୋଷଣା କରିଛନ୍ତି ଏ ବାବଦରେ ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଅବଶ୍ୟ ଏହା କେବଳ କୃଷକକୁ ଦେବା ନିମନ୍ତେ ସ୍ଥିର ହୋଇଛି । ଦୁଇ ହେକ୍ଟର ଅବା ୫ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀକୁ ଏହା ଦିଆଯିବ । ଏହା ମଧ୍ୟ ବଣ୍ଟନ ସମୟରେ ବାଟ ହୁଡ଼ିବ, ଅନେକ ଅର୍ଥ ଅଣଚାଷୀମାନଙ୍କ ହାତକୁ ଯିବ । ଏହି ଦୁଇଟି ଘୋଷଣା ମିଶିଲେ ଚାଷୀର ଆକାଉଣ୍ଟକୁ ବର୍ଷକୁ ୧୬ହଜାର ଟଙ୍କା ଯିବା କଥା । ସେଥିରୁ ସେ ପୂର୍ବରୁ ଦେଇଥିବା ଋଣ ବାବଦ  କଟି ଯିବାର ସମ୍ଭାବନା ଅଛି । ଅର୍ଥାତ୍ ଗୋଟିଏ ବର୍ଷର ଋଣରୁ ତାକୁ ୧୬ ହଜାର ଟଙ୍କା ସୁଝିବାର ଗୋଟିଏ ସୁଯୋଗ ରହିଛି । ସରକାର ଯଦି ବ୍ୟାଙ୍କମାନଙ୍କୁ ଋଣ ବାବଦ ନ କାଟିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ହୁଏତ ସେମାନେ ମାନିପାରନ୍ତି । ଚାଷୀ କ’ଣ ଏତିକି ଋଣ କରିଥାଏ ? ବାହାରେ ଟାକି ବସିଥିବା ଅନ୍ୟାନ୍ୟ ଋଣ ଦାତାମାନେ ଏହାକୁ ଝାମ୍ପି ନେବେ । ଚାଷୀର ଖାତା ଯେଉଁ ସୁଖିଲାକୁ ସେହି ସୁଖିଲା ହୋଇଯିବ ।

ଅପରପକ୍ଷରେ କଂଗ୍ରେସ ସଭାପତି ଶ୍ରୀ ରାହୁଳ ଗାନ୍ଧି ଭୂବନେଶ୍ୱରର ଏକ ସଭାରେ ଚାଷୀଙ୍କ ଉଦ୍ଦେଶ୍ୟରେ ଦୁଇଟି ବଡ଼ ଘୋଷଣା କରିଦେଲେ । ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଫସଲ ଋଣ ଦଶଦିନ ମଧ୍ୟରେ ଛାଡ଼ ହେବ ଏବଂ ଧାନର ଦର କୁଇଣ୍ଟାଲ ପ୍ରତି ୨୬୦୦ ଟଙ୍କା ହେବ ।

ଆଗେ କେହି ନିର୍ବାଚନ ସମୟ ପ୍ରତିଶ୍ରୁତିକୁ ଶୁଣୁ ନଥିଲେ । କାରଣ ଏହା ପାଣିର ଗାର ବୋଲି ଭାବୁଥିଲେ । ଏବେ କଂଗ୍ରେସ ନେତୃତ୍ୱର ପ୍ରତିଶ୍ରୁତି ପାଳନ ସମ୍ବାଦ ସମସ୍ତଙ୍କ ଭିତରେ ଏଥିପ୍ରତି ବିଶ୍ୱାସ ଜନ୍ମାଇଛି । ଅଳ୍ପଦିନ ତଳେ ଛତିଶିଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ନିର୍ବାଚନରେ ଜିତି ରାଜ୍ୟ ସରକାର ଗଠନ କରିବାର ମାତ୍ର କେଇଦିନ ଭିତରେ ଋଣଛାଡ଼ ହେଲା ଓ ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ କୁଇଣ୍ଟାଲ ପିଛା ଧାନ ଦର ୨୫୦୦ ଟଙ୍କା ଦେଇ ସଂଗ୍ରହ କରାଗଲା । ଗୋଟିଏ ନାମମାତ୍ର ଚାଷୀ ଦେଢ଼ ଏକର ଜମିଥାଇ ଯଦି ୩୦ କୁଇଣ୍ଟାଲ ଧାନ ଗୋଟିଏ ବର୍ଷରେ ବିକ୍ରି କରେ ତେବେ ବର୍ଷକୁ ଅଧିକ ପଚିଶ ହଜାର ଟଙ୍କା ପାଇବ । ଅର୍ଥାତ୍ ସେହି ଫସଲ ପାଇଁ ମୋଟ ୭୮ ହଜାର ଟଙ୍କାପାଇବ । ଏହା ଏକ ସ୍ଥାୟୀ ବ୍ୟବସ୍ଥା । ଏଥିରେ ଚାଷୀ ଆଉ କ୍ଷେତ ଛାଡ଼ିବ ନାହିଁ । ମୁଲିଆ ଦାଦନ ଖଟିବାକୁ ଯିବ ନାହିଁ । ରାଜ୍ୟ ସରକାରଙ୍କର ଧାନ ଓ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଭେଳିକି ଥିଲା । କେନ୍ଦ୍ର ଉପରେ ଦୋଷଦେଇ କୃଷକକୁ ଭୁଆଁ ବୁଲାଇବା ବ୍ୟବସ୍ଥା ବୋଲି ଅନେକ ମନେ କରୁଛନ୍ତି । ଯଦି ଆନ୍ତରିକତା ଥିଲା ତେବେ ଅନ୍ତତଃ ୨୨୦୦/୨୩୦୦ ଟଙ୍କା ପର୍ଯ୍ୟନ୍ତ ଦେଇ କେନ୍ଦ୍ରପାଖରେ ଦାବି ଉଠାଇଥାନ୍ତେ । ଏବେ ଏହା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ଛତିଶଗଡ଼ ସରକାର ପ୍ରମାଣ କରିଦେଲେ । ସେହିପରି କେନ୍ଦ୍ର ସରକାର ଧାନର ସହାୟକଙ୍କ ମୁଲ୍ୟ ବଢ଼ିବା ପୂର୍ବରୁ ଅନ୍ତରୀଣ ଧାନ ଫସଲ ବୋନସ ଘୋଷଣା କରି ପାରିଥାନ୍ତେ ।

ଓଡ଼ିଶା •ଷୀ ମୁଲିଆଙ୍କ ଭିତରେ ପ୍ରଶ୍ନ ଉଠିଛି ମାତ୍ର ୭/୮ ହଜାର କୋଟି ଟଙ୍କା ଖର୍ଚ୍ଚରେ ଚାଷୀ ସର୍ବକାଳୀନ ଉତ୍ପାଦନ ମନସ୍କ ହୋଇଥାନ୍ତା । ତାହା ନକରି କାଳିଆ ଭେଳିକି କାହିଁକି ? ବା ପ୍ରଧାନମନ୍ତ୍ରୀ କିଷାନ ସହାୟତା କ’ଣ ପାଇଁ ? ତା’ର ଉତ୍ପାଦନ ଦର ବୃଦ୍ଧି ହୋଇଥିଲେ ଉତ୍ପାଦନକାରୀ •ଷୀ ଲାଭ ଉଠାଇଥାନ୍ତା । ମୁଲିଆ ଅଧିକ ରୋଜଗାରର ସୁଯୋଗ ପାଇଥାନ୍ତା । କାଳିଆ ଯୋଜନା ହେଉ ବା ପ୍ରଧାନମନ୍ତ୍ରୀ ଯୋଜନା ହେଉ ଯେଉଁମାନେ ବିଲ ଦେଖି ନାହାନ୍ତି, କୃଷି ଉତ୍ପାଦନର ଧାର ଧାରନ୍ତି ନାହିଁ ସେମାନଙ୍କୁ ଏ ଟଙ୍କା ଦିଆଗଲା କାହିଁକି ? ସହାୟତା ନେଇ ପ୍ରତ୍ୟେକ୍ଷ ଉତ୍ପାଦନ ବୃଦ୍ଧି କରାଗଲେ କାହାର କିଛି ଆପତ୍ତି ରହିବ ନାହିଁ । କରଦାତାଙ୍କ ଧନର ଆୟବ୍ୟୟ ହେବନାହିଁ ।

(ପଂଚାନନ କାନୁନଗୋ, ଓଡିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ଓ ବର୍ତ୍ତମାନ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା)

Categories
ଆଜିର ଖବର

Bestselling US author admits lying about brain cancer

New York, Feb 7 (UNI) Bestselling US author of the thriller ‘The Woman in the Window’, Daniel Mallory has admitted lying about having brain cancer for years in an article that has accused him of making up many details of his past.

In a profile for the New Yorker magazine, the writer made this confession and spoke at length about mental illness, which he said was the “defining experience” of his life.

Mallory wrote the popular book under the pseudonym A J Finn and it spent weeks on top of the New York Times bestseller list, ABC news reports. At the centre of the story is Anna Fox, an alcoholic agoraphobe who from inside her own unstable world thinks she witnesses a crime happening at her neighbour’s home.

The book uses the main character as an unreliable narrator and has been praised for its clever references to films and conventions of the crime genre.

It has also been turned into a film, due out in October staring Amy Adams and Gary Oldman.

More than 2 million copies of the book, which Stephen King has endorsed as “one of those rare books that really is unputdownable”, have been sold.

Among the revelations in the article are claims Mallory told people he had worked with in the publishing business in London and New York that he had cancer and that he also lied about it on an application to Oxford University.

Mallory had also claimed to have a PhD from the university but records showed he had only completed a master’s degree, the article said.

“It is the case that on numerous occasions in the past, I have stated, implied, or allowed others to believe that I was afflicted with a physical malady instead of a psychological one: cancer, specifically,” Mallory said in a statement in response to the article.

The New Yorker article also reported that Mallory had misrepresented his professional history and had claimed to have been an editor with US publisher Ballantine but had only worked there as an assistant.

In his response statement, Mallory said he had been “afflicted with severe bipolar II disorder” and “experienced crushing depressions, delusional thoughts, morbid obsessions, and memory problems”.

“It’s been horrific, not least because, in my distress, I did or said or believed things I would never ordinarily say, or do, or believe ? things of which, in many instances, I have absolutely no recollection,” the statement said.

Categories
ଆଜିର ଖବର

Shashi Tharoor recommends Kerala fishermen for Nobel Peace Prize

Thiruvananthapuram, Feb 7 (UNI) Dr Shashi Tharoor, MP, has recommended Nobel Peace Prize  to Kerala fishermen, whose deeds of courage were the main highlight of rescue operations during the floods in the state last year.

“It was during the height of this tragedy that fishermen groups of Kerala, taking great risk to their lives and potential damage to the boats that are the source of their livelihood, jumped into the fray to save their fellow citizens,” he wrote in his letter to the Chairperson of the Norwegian Nobel Committee.

“They took their boats inland, and with their expert knowledge of the local conditions, their participation in the ongoing rescue and relief operations proved to be a game changer, as not only they able to pick up stranded personnel in their vicinity, but  also instrumental in guiding boats of other rescue teams amidst the swirling waters.”

“Fishermen groups across the country represent some of the most socio-economically underdeveloped segments. Kerala’s fishermen are no exception”, the Congress Party Lok Sabha member from Thiruvananthapuram said.

“Inspite of these conditions, as their life saving service during the floods clearly demonstrated, there is an extraordinarily altruistic spirit that animates and drives these coastal warriors of the state.”

“The lasting image of a fishermen bending low in the water so as to allow an older person he had rescued to climb on his back and get on his boat is a particularly striking reflection of this spirit that has been etched into the hearts of a grateful community,” Mr Tharoor mentioned in his letter.

 

Categories
ବିଶେଷ ଖବର

ଅସତ୍ୟ ଭାଷଣ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳିତଳାନ୍ତ କରୁନାହିଁ କି?

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଏଇ ସପ୍ତାହରେ ସେ ଦେଇଥିବା ଦୁଇଟି ଭାଷଣର ତର୍ଜମା କରିବା। ଗତ ଜାନୁଆରୀ ୩୦ ତାରିଖ, ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି। ଗୁଜରାଟର ସୁରତ ରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ “ଆଗରୁ ଏ ଦେଶରେ ମହିଳାଙ୍କ ପ୍ରତି ବଳାତ୍କାର ଓ ଧର୍ଷଣର ଖବର ଆସୁଥିଲା, କିନ୍ତୁ ଏବେ ବଳାତ୍କାରୀଙ୍କୁ ୩ ଦିନ, ୭ ଦିନ କିମ୍ବା ୧୧ ଦିନ ଭିତରେ ଫାଶିରେ ଝୁଲାଇ ଦିଆ ଯାଉଛି।“ ଅଦ୍ଭୁତ କଥା। ଦେଶର ପ୍ରଧାନମନ୍ତ୍ରୀ ଏକଥା କହୁଛନ୍ତି। ୩ ଦିନ ଭିତରେ ଜଣେ ଅପରାଧୀର ବିଚାର ଏକ ଗଣତାନ୍ତ୍ରିକ ଦେଶରେ ସମ୍ଭବ କି? ଆମର ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟ ପାଇଁ ଏକ ସ୍ଵାଭାବିକ ଆଇନଗତ ପ୍ରକ୍ରିୟା ରହିଛି। ତାକୁ ବାଦ ଦେଇ କାହାକୁ ଫାଶିରେ ଝୁଲାଇ ହେବ କି? ତେବେ ଗତ ପାଞ୍ଚ ବର୍ଷ ଭିତରେ ଏ ଦେଶରେ ଯାକୁବ ମେମନକୁ  ବାଦ ଦେଲେ ଆଉ କାହାକୁ ଫାଶିରେ ଝୁଲା ଯାଇନାହିଁ। ତେବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ଆମେ କହିବା କି?

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଧର୍ଷଣ ଭଳି ସଂବେଦନଶୀଳ ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି, ତାଙ୍କଠୁ ଆମେ ସତ୍ୟ ଓ ତଥ୍ୟର ଅପେକ୍ଷା ରଖୁ। ହେଲେ ନରେନ୍ଦ୍ର ମୋଦୀଙ୍କ ଠାରୁ ସେ ପ୍ରକାର ଅପେକ୍ଷା ବୋଧେ ଦେଶବାସୀଙ୍କର ଆଉ ନାହିଁ।

ଏବେ ଆସିବା ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ଭାଷଣକୁ। ପଶ୍ଚିମ ବଙ୍ଗରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ଦେଶରୁ ଦୁର୍ନୀତି ଦୂର କରିଦେଲା ଓ କଳା ଧନ ଫେରାଇ ଆଣିଲା। “ ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ଶାନ୍ତିର ସହିଦ ; ୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ଦିନ

କେଦାର ମିଶ୍ର

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ ଦେଶ ପାକିସ୍ତାନର ଖବର କାଗକ ‘ପାକିସ୍ତାନ ଟାଇମ୍ସ’ ର ସମ୍ପାଦକୀୟ ଲେଖିଥିଲା-  ଅବିଭକ୍ତ ଭାରତର ହିନ୍ଦୁ ଓ ମୁସଲମାନ ନିଜ ରକ୍ତକୁ ଏକାକାର କରି ସ୍ଵାଧୀନତା ହାସଲ ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଖିଲାଫତ ଆନ୍ଦୋଳନରେ ଏକାଠି ଲଢେଇ କରିଥିଲେ। ଆମେ ଆଶା କରିବା ଯେ ବାପୁଙ୍କ ଲାଗି ଆମର ଲୁହ ଆମକୁ ପୁଣିଥରେ ଭାରତ ଓ ପାକିସ୍ତାନର ଶାନ୍ତପୂର୍ଣ୍ଣ ସ୍ଵାଧୀନତା ଲାଗି ଏକତ୍ରିତ କରିବ।“(ପାକିସ୍ତାନ ଟାଇମ୍ସ, ୩୧, ଜାନୁଆରୀ, ୧୯୪୮)

ବାପୁଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କର ଅନ୍ତିମ ଦିନଟି ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୭୯ ବର୍ଷ ବୟସର ପାକଳ ଶରୀରରେ ସେ ଛଅ ଦିନ ବ୍ୟାପୀ ଅନଶନରେ ବସିଥିଲେ। ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବାର ୧୨ ଦିନ ଆଗରୁ ଜାନୁଆରୀ ୧୩ ରୁ ୧୮ ତାରିଖ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ସେ ଅନଶନରେ ବସିଥିଲେ। ବାପୁଙ୍କ ଅନଶନର ପ୍ରଭାବ ଲୋକଙ୍କ ଉପରେ ପଡିଥିଲା ଓ ଦିଲ୍ଲୀରେ ହିଂସା ତଥା ରକ୍ତପାତ କମିଆସିଥିଲା। ବାପୁ ଦିଲ୍ଲୀରୁ ଫେବ୍ରୁଆରି ୨ ତାରିଖରେ ନିଜ ଆଶ୍ରମ ସେବାଗ୍ରାମ କୁ ଫେରିବାକୁ ଯୋଜନା କରୁଥିଲେ। ସେବାଗ୍ରାମରୁ ସେ ପୂର୍ବ ପଞ୍ଜାବ ଓ ପାକିସ୍ତାନ ଯାଇ ଶାନ୍ତି ଓ ସଂହତି ର ବାର୍ତ୍ତା ପାହଞ୍ଚାଇବାକୁ ଚାହୁଁ ଥିଲେ।

୩୦ ଜାନୁଆରୀ, ୧୯୪୮, ବିରଳା ଭବନର ସକାଳ।  ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। (କଂଗ୍ରେସ କ୍ଷମତାରେ ନରହି ଲୋକ ସେବକର ଭୂମିକା ନେଉଆ ବୋଲି ସେ ଏକ ପ୍ରସ୍ତାବ ରଖୁଥିଲେ) ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ତାଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିପହର ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀର ରେକର୍ଡ। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଅଜାଡି ହୋଇ ପଡିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

Categories
ବିଶେଷ ଖବର ମତାମତ

ଗଡ଼ଜାତି ଅରଣ୍ୟର ଜୀବନ

କେଦାର ମିଶ୍ର

‘ସାରା ଦେଶକୁ ପାହାଡ଼ ଘେରି ରହିଛି ଓ ଅସୁମାରି ପର୍ବତମାଳା ଦ୍ୱାରା ଏହା ଖଣ୍ଡ ଖଣ୍ଡ ହୋଇ ଅନେକ ରାଜ୍ୟରେ ପରିଣତ ହୋଇଛି। ପାହାଡ଼ ଏପାଖେ ରହୁଥିବା ଲୋକ ସେପାଖର ରାଜା ବା ଜାହାଙ୍ଗୀର ବିଷୟରେ କିଛି ଜାଣନ୍ତି ନାହିଁ। ସେମାନେ କେବଳ ନିଜର ରଜାକୁ ଚିହ୍ନନ୍ତି। ଏହିପରି ଅସଂଖ୍ୟ ରାଜ୍ୟ ପରମ୍ପରାନୁକ୍ରମେ ଏହି ଦେଶରେ ରହିଛି । ‘ଜାହାଙ୍ଗୀର’ ର ଅର୍ଥ ଯିଏ ସାରା ପୃଥିବୀକୁ କବଳିତ କରିଛି, କିନ୍ତୁ ବାସ୍ତବରେ ତାଙ୍କ ଘୋଷିତ ରାଜ୍ୟର ପ୍ରାୟ ଅଧାଭାଗ କେବଳ ତାଙ୍କର ଶାସନାଧୀନ ଥିଲା। ବାକି ଅଞ୍ଚଳରେ ବିଦ୍ରୋହୀମାନେଥିଲେ ରଜା।’ ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ପର୍ତ୍ତୁଗୀଜ୍ ପରିବ୍ରାଜକ ପେଲ୍ସାର୍ତ୍ତଙ୍କ ଭ୍ରମଣ ବୃତ୍ତାନ୍ତର କିୟଦଂଶ ଇଏ। ଐତିହାସିକ ଦୃଷ୍ଟିକୋଣରୁ ଭାରତ କେବେ ବି ଏକ ଶାସନାଧୀନ ନଥିଲା। ଏପରିକି ମୋଗଲ ଶାସନକାଳରେ ମଧ୍ୟ ପାଞ୍ଚ ହଜାରରୁ ଅଧିକ ରାଜ୍ୟ ଓ ରାଜା ଭାରତବର୍ଷରେ ରହିଥିଲେ ବୋଲି ଆଉ ଜଣେ ରୋମାନ୍ ପରିବ୍ରାଜକ ‘ମାନୁସି’ ତାଙ୍କର ଟିପାଖାତାରେ ଉଲ୍ଲେଖ କରିଛନ୍ତି । ଭାରତବର୍ଷ ଯେ ପୁଞ୍ଜା ପୁଞ୍ଜା ରାଜା ଓ ରାଜ୍ୟର ସମାହାର ଥିଲା – ଏକଥା ନିରାଟ ସତ୍ୟ।

ପାହାଡ଼, ଜଙ୍ଗଲ ଘେରା ଏଇ ସବୁ ଛୋଟ ଛୋଟ ରାଜ୍ୟମାନଙ୍କୁ ‘ଜଙ୍ଗଲ ରାଜ୍ୟ’ ବୋଲି ଆମ ସମୟର ଜଣେ ପ୍ରଖ୍ୟାତ ଜର୍ମାନ୍ ଗବେଷକ ବୁର୍ଖାର୍ଡ଼ ସ୍ନିପେଲ୍ କହିଛନ୍ତି। ଆମ ଦେଶୀଭାଷାରେ ଗଡ଼ଜାତ। ଆମ ରାଜ୍ୟରେ ଗଡ଼ଜାତ ଶବ୍ଦଟି ଆସ୍ତେ ଆସ୍ତେ ବ୍ୟାବହାରିକ ଜୀବନରୁ ଲୋପ ପାଇବାକୁ ବସିଲାଣି । ଦେଶ ମିଶ୍ରଣ ପରେ ଗଡ଼ଜାତର ଗୁରୁତ୍ୱ ପ୍ରାୟତଃ ଲୋପପାଇଛି । ହେଲେ ‘ଗଡ଼ଜାତିଆ’ ଶବ୍ଦଟି ଶାସନୀ ଅଞ୍ଚଳରେ ଏକପ୍ରକାର ଗାଳି ଏବଂ ପୂର୍ବତନ ଗଡ଼ଜାତ ଅଞ୍ଚଳରେ ଗୌରବସୂଚକ ଅର୍ଥରେ ବ୍ୟବହୃତ ହୋଇଥାଏ । ଗୋଟିଏ ଶବ୍ଦ ଏ ପ୍ରକାର ସ୍ଥାନ ଭେଦରେ ଦୁଇଟି ଅର୍ଥ ବହନ କରିବା କୌତୁହଳର ବିଷୟ।

ଗଡ଼ଜାତ ବୋଇଲେ ଆମର ସାଧାରଣ ଧାରଣାଟି ହେଉଛି, ଏକ ପ୍ରକାର ବଣ ପାହାଡ଼ ଘେରା ଅନ୍ଧାରୀ ମୂଲକ । ଯେଉଁଠି ଅଗାଣ୍ଡିଆ ରାଜା ପାଳଚୁଣ୍ଟା ମନ୍ତ୍ରୀର ମନ୍ତ୍ରଣାରେ ରାଜ୍ୟଶାସନ କରନ୍ତି। ରାଜାଙ୍କ ସ୍ତୁତି, ପ୍ରାର୍ଥନା, ଉପାସନା ଓ ନିଜ ରାଜ୍ୟର ସୀମିତ ପରିଧିକୁ ପୃଥିବୀ ମନେ କରିବାକୁ ଗଡ଼ଜାତି ପ୍ରଜାମାନେ ପରମ ଓ ଚରମ କର୍ତ୍ତବ୍ୟ ବୋଲି ଭାବନ୍ତି । ଏହିସବୁ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ବୋଲି କିଛି ନଥାଏ । କାଁ ଭାଁ କେତୋଟି ଗଡ଼ଜାତକୁ ବାଦ ଦେଲେ ଏ କଥାଟି ଅନେକାଂଶରେ ସତ୍ୟ।

ସ୍ୱାଧୀନତା ପ୍ରାପ୍ତି ଓ ବୃହତ୍ତର ଓଡ଼ିଶା ଗଠନର ପଚିଶ ବର୍ଷ ପରେ ସୋନପୁର ଗଡ଼ଜାତରେ ମୋର ଜନ୍ମ। ଜନ୍ମରୁ ଆଜିଯାଏଁ ଗଡ଼ଜାତି ଜୀବନର ବିଚିତ୍ର ଅନୁଭବ କେବେ କେବେ ବିହ୍ୱଳ, ପୁଣି କେବେ ବିମର୍ଷ କରିଛି ମୋତେ । ଗଡ଼ଜାତର ବଣୁଆଁ ଅନ୍ଧାର ବେଶ୍ କାବ୍ୟିକ ବୋଲି ଜଣେ ବରିଷ୍ଠ କବି ଥରେ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହି କାବ୍ୟିକ ଅନ୍ଧାର ଭିତରେ ଶୋଷଣ, କଷଣ, ଅବହେଳା ଓ ଅଶିକ୍ଷାର ପରିବେଶ ଯେ ଜମାରୁ କାବ୍ୟିକ ନୁହେଁ, ଏକଥା ଆମେ ଭଲଭାବରେ ଜାଣିଛୁ ।

ପର୍ତ୍ତୁଗୀଜ ପରିବ୍ରାଜକ ପେଲସାର୍ତ୍ତ ଜାହାଙ୍ଗୀରଙ୍କୁ କହିଥିଲେ, ‘ସମତଳ ଭୂମି ଓ ଖୋଲାରାସ୍ତା ଅଞ୍ଚଳର ଶାସକ’ । ସୁତରାଂ ଭାରତୀୟ ଇତିହାସ କେବଳ ସମତଳ ଭୂମି ଓ ଖୋଲାରାସ୍ତାର ଇତିହାସ । ଦୁର୍ଗମ ମାଳ ଅଞ୍ଚଳର ଜନଜୀବନ, ସେମାନଙ୍କର ସଂସ୍କୃତି, ଭାଷା ଓ ପରମ୍ପରା, ସେଠିକାର ଶାସନ ଓ ଶାସକମାନଙ୍କ ବିଷୟରେ ଆମ ଇତିହାସ ପ୍ରାୟତଃ ନୀରବ । ଓଡ଼ିଶାରେ ବି ସେଇ ସମାନକଥା । ଗଡ଼ଜାତ ଏବଂ ମୋଗଲବନ୍ଦୀର ବିଭାଜନ ରେଖା ଆମ ଇତିହାସରେ ସୁସ୍ପଷ୍ଟ । ଉପକୂଳ ଓ ସମତଳ ଅଞ୍ଚଳର ଇତିହାସକୁ ସମଗ୍ର ଓଡ଼ିଶାର ଇତିହାସ ବୋଲି ଆମେ ବିଚାରି ଆସିଛୁ । ଓଡ଼ିଶାର ଗଡ଼ଜାତମାନଙ୍କ ବିଷୟରେ ଆମ ଇତିହାସରେ ଜାଗା ନାହିଁ । ବୃହତ୍ତର ଓଡ଼ିଶା ଗଠନ ପରେ ଗଡ଼ଜାତର ଅସ୍ତିତ୍ୱ ପୁରାପୁରି ମିଳେଇଯାଇଛି । ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ଗଡ଼ଜାତ ରାଜାମାନଙ୍କର ଅବଦାନ ସର୍ବାଧିକ । ପ୍ରଜାଙ୍କଠାରୁ ଜବରଦସ୍ତ ଖଜଣା ଅସୁଲ କରି ସେଇ ରାଜସ୍ୱରେ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ରାଜାମାନେ ପ୍ରୟାସ କରିଛନ୍ତି ।

ଆମ ସୋନପୁର ରାଜାଙ୍କ କୀର୍ତ୍ତିକଳାପ ବିଷୟରେ ସ୍ଥାନୀୟ ଗବେଷକମାନେ ବହୁ ବଡ଼କଥା କହିଥାନ୍ତି । ଯଥା, ସେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା -ସାହିତ୍ୟବିଭାଗ ଖୋଲିଥିଲେ, ରେଭେନ୍ସା କଲେଜରେ ‘ସୋନପୁର ଚେୟାର’ ପ୍ରତିଷ୍ଠା କରିଥିଲେ ଇତ୍ୟାଦି ଇତ୍ୟାଦି । କିନ୍ତୁ ଚଉଦକୋଶ ପରିମିତ ସୋନପୁର ଗଡ଼ଜାତରେ ଗୋଟିଏ ବି କଲେଜ ନଥିଲା । କେବଳ ରାଜଧାନୀ ସହରରେ ଏକମାତ୍ର ଉଚ୍ଚବିଦ୍ୟାଳୟ ରହିଥିଲା । ବୃହତ୍ତର ଭାଷା – ସଂସ୍କୃତିର ସୁରକ୍ଷା ଆଳରେ ସ୍ଥାନୀୟ ପ୍ରଜାଙ୍କୁ ଶୋଷଣ ଏବଂ ଅବହେଳା ଥିଲା ଗଡ଼ଜାତି ପ୍ରଶାସନର ଏକ ପ୍ରମୁଖ ଗୁଣ । ସ୍ୱଭାବତଃ ‘ରାଜଭକ୍ତ’ ଗଡ଼ଜାତି ପ୍ରଜାମାନେ ଏ ପ୍ରସଙ୍ଗରେ ସଚେତନ ହେବାକୁ ଅନୁଚିତ ମନେକରନ୍ତି ।

ତେଣୁ ଭାରତବର୍ଷର ଜାତୀୟ ଇତିହାସ ଅପେକ୍ଷା ସ୍ଥାନୀୟ ଇତିହାସର ଗୁରୁତ୍ୱ ବେଶି ବୋଲି ଏବେ କୁହାଯାଉଛି । ‘ଜାତୀୟ ସ୍ରୋତ’ ଆପାତତଃ ଏକ ନବୀନ ଚେତନା ଏବଂ ଏହି ଜାତୀୟ ସ୍ରୋତଟି ବହୁ ଆଞ୍ଚଳିକ ଉପସ୍ରୋତର ମିଶ୍ରଣ ମାତ୍ର । ସେହି ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ଆମ ଇତିହାସ କେବଳ ମୁଖ୍ୟସ୍ରୋତର କଥା କହୁଛି । ଏହି ସ୍ରୋତର ଉତ୍ସ ଅନୁସନ୍ଧାନ ପାଇଁ କୌଣସି ବିଧିବଦ୍ଧ ଉଦ୍ୟମ ଆମର ନାହିଁ । ସେଥିପାଇଁ ଗଡ଼ଜାତର ଇତିହାସ ବୋଲି କିଛି ନାହିଁ । ପେଲସାର୍ତ୍ତଙ୍କ ଭାଷାରେ କେବଳ ସମତଳ ଓ ଖୋଲା ସଡ଼କର କଥା କହିବାରେ ଆମେ ସନ୍ତୁଷ୍ଟ ।

ଏବେ ଏବେ ଆମର ବୁଦ୍ଧିଜୀବୀମାନେ ବୁଝିବା ଆରମ୍ଭ କଲେଣି । ଏବେ ଶୁଣାଯାଉଛି, ଇତିହାସ ପରି ସାହିତ୍ୟରେ ମଧ୍ୟ ସବୁବେଳେ ସୁଗମ ଜନଜୀବନର କଥା କୁହାଯାଇଛି । ଓଡ଼ିଶାର ବ୍ୟାପକ ଗଡ଼ଜାତି ଜୀବନଶୈଳୀ ବିଷୟରେ ଆମର ସାହିତ୍ୟ ବା କାହିଁ? ଅବଶ୍ୟ ଗଡ଼ଜାତରେ ରହିଥିବା ମୋ ପରି ଓଡ଼ିଶାର ଲେଖକ ସଂଖ୍ୟା ଆଦୌ କମ୍ ନୁହନ୍ତି!

୧୮୭୭ ମସିହା ‘ନବସମ୍ବାଦ’ରେ କବିବର ରାଧାନାଥ ରାୟ ତାଙ୍କର ‘ଭ୍ରମଣକାରୀର ପତ୍ର’ରେ ଲେଖିଥିଲେ – ‘ପ୍ରାଚୀନକାଳରେ ଗଡ଼ଜାତ ଯେପରି ଥିଲା, ଆଠଗଡ଼ ସେଥିରୁ ସମୁନ୍ନତ ମନେହେଲା ନାହିଁ । ପ୍ରତ୍ୟୁତ ମୋଗଲବନ୍ଦୀର ସଭ୍ୟତା ପ୍ରଦୀପର ଅଧଃଛାୟାପ୍ରାୟ ବୋଧ ହେଲା।‘ ରାଧାନାଥଙ୍କର ଏଇ ଉକ୍ତି ଅବତାରଣା କରିବା ପଛରେ ନିହିତ ଉଦ୍ଦେଶ୍ୟଟି ହେଲା, ଗଡ଼ଜାତ ଓ ମୋଗଲବନ୍ଦୀର ବିଭାଜନରେଖାକୁ ଆଉ ଟିକେ ସ୍ପଷ୍ଟ କରାଇଦେବା । ଓଡ଼ିଆ ନବଜାଗରଣର ଯୁଗରେ ଗଡ଼ଜାତି ପ୍ରଜାମାନେ ତାଙ୍କରି ଅନ୍ଧାର ଭିତରେ ହିଁ ମାଟି କାମୁଡ଼ି ପଡ଼ିରହିଥିଲେ – ଏକଥା କେହି ଚିନ୍ତା କରିନାହାନ୍ତି । ଗଡ଼ଜାତି ରଜାମାନଙ୍କଠାରୁ ସୁଖ – ସ୍ୱାଚ୍ଛନ୍ଦ୍ୟ ଲାଭ ଏବଂ ସେମାନଙ୍କଠାରୁ ଆର୍ଥିକ ସାହାଯ୍ୟ ଲାଭ ଆଶାରେ ପ୍ରାୟ ଓଡ଼ିଆ ବୁଦ୍ଧିଜୀବୀ ସେମାନଙ୍କ ତୋଷାମଦରେ ମୁଖର ହୋଇପଡ଼ିଛନ୍ତି । ଗଡ଼ଜାତର ଅନ୍ଧାର ଅପେକ୍ଷା ରାଜପ୍ରାସାଦାର ରାଜକୀୟ ଆଲୋକ ସେମାନଙ୍କୁ ବେଶି ବେଶି ପ୍ରଲୁବ୍ଧ କରିଛି।

୧୮୯୬ ମସିହା ‘ଓଡ଼ିଆ ଓ ନବସମ୍ବାଦ’ରେ ପ୍ରକାଶିତ ରାଧାନାଥଙ୍କର ‘ବାମଣ୍ଡା’ ଲେଖାରୁ ଆଉ କିଛି ଉଲ୍ଲେଖ କରୁଛି । ‘ସାଧାରଣତଃ ଗଡ଼ଜାତ – ରାଜବୃନ୍ଦର ରୁଚି ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ। ନିର୍ଜନବାସ, ସ୍ୱାସ୍ଥ୍ୟକର ବାୟୁସେବନ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟଦର୍ଶନର ସୁବିଧା ଏମାନଙ୍କର ଯେପରି ଅଛି ଓଡ଼ିଶାରେ ଏପରି ସୁବିଧା ଆଉ କାହାରି ନାହିଁ ।’ ଗଡ଼ଜାତି ରଜାମାନଙ୍କ ପ୍ରତି ଆମ ବୁଦ୍ଧିଜୀବୀମାନଙ୍କର ଆଗ୍ରହ ଓ ଅନ୍ଧାରମଗ୍ନ ଗଡ଼ଜାତବାସୀଙ୍କ ପ୍ରତି ଅନାଗ୍ରହର କାରଣ ସୁସ୍ପଷ୍ଟ । ସାହିତ୍ୟିକ ପ୍ରତିଷ୍ଠା ଲାଗି ସାମାଜିକ ଦାୟବଦ୍ଧତା ଅପେକ୍ଷା ରାଜ୍ୟନୁଗତ୍ୟ ଯେ ବେଶି ଲୋଡ଼ା, ଏଇ କୌଶଳଟି ଆମର ଆଧୁନିକ ଲେଖକମାନେ ବେଶ୍ ଶିଖିଥିଲେ।

ଦୀନକୃଷ୍ଣ ଦାସଙ୍କ ପରି ସତ୍ତାଦ୍ରୋହୀ ପଦ ‘କବିଯା କରେ ମୁର୍ଖକୁ ସ୍ତୁତି’ ଲେଖି ତଳିତଳାନ୍ତ ହୋଇ ମରିବାର ସତ୍ସାହସ ଓଡ଼ିଆ ଲେଖକର ମରିସାରିଥିଲା । ‘ନବଜାଗରଣ ପର୍ବରେ ଯେଉଁ ଜାତୀୟ ଚେତନା ଓ ଅସ୍ମିତାବୋଧର କଥା କୁହାଯାଉଥିଲା ତା’ ଅତ୍ୟନ୍ତ ସଂକୀର୍ଣ୍ଣ ଓ ଅପୂର୍ଣ୍ଣାଙ୍ଗ, ଏହା ମୁଁ ଦୃଢ଼ତାର ସହ କହିବ ‘ଉକ୍ରଳୀୟ ଭାଷା ଓ ସଂସ୍କୃତି’ ବୋଲି ଯେଉଁ ଡକରାଟି ସେତେବେଳେ ଶୁଭିଲା, ତା’ର ସୀମା କେବଳ ମୋଗଲବନ୍ଦୀ ଅଞ୍ଚଳ । ଗଡ଼ଜାତର ରାଜାମାନଙ୍କର ଉପସ୍ଥିତି ଓ ମତାମତକୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କର ମତାମତ ବୋଲି ଧରିନିଆଗଲା । ଫଳରେ ‘ଓଡ଼ିଆ ପରିଚୟ’ ସହିତ ‘ଗଡ଼ଜାତି ପରିଚୟ’ ମିଶିବାର ଅବକାଶ ରହିଲା ନାହିଁ । ବରଂ ଆଜିପର୍ଯ୍ୟନ୍ତ ପୁରୁଣା ରାଜ୍ୟର ପରିଚୟକୁ ନେଇ ଅସ୍ମିତାବୋଧର ଏକ ବିକଳାଙ୍ଗସ୍ୱରୂପ ଗଡ଼ଜାତ ଅଞ୍ଚଳରେ ରହିଆସିଛି।

ଗଡ଼ଜାତି ରାଜା ଓ ପ୍ରଜାମାନଙ୍କର ସମ୍ପର୍କ ଶୋଷକ ଓ ଶୋଷିତର। ତଥାପି ରାଜା ଯେ ପ୍ରଜାର ପ୍ରଭୁ – ଏଇ ନୀତିବାକ୍ୟରୁ ଗଡ଼ଜାତ ପ୍ରଜାଏ ବିଚ୍ୟୁତ ହୋଇନାହାନ୍ତି । ପ୍ରଜାମଣ୍ଡଳ ଆନ୍ଦୋଳନ ମାଧ୍ୟମରେ କେତେକ ଗଡ଼ଜାତରେ ବିଦ୍ରୋହର ପଦଧ୍ୱନୀ ଶୁଭିଥିଲେ ମଧ୍ୟ, ତାହା କେବଳ ପଦଧ୍ୱନୀ ମାତ୍ର । ପ୍ରଜାମଣ୍ଡଳ ଆନ୍ଦୋଳନର ଜଣେ ପ୍ରଖ୍ୟାତକର୍ମୀ ସୋନପୁରର ସ୍ୱର୍ଗତ ସତ୍ୟାନନ୍ଦ ହୋତା ଥରେ କହିଥିଲେ-‘ଆମେ ଗଡ଼ଜାତିଆ ସବୁବେଳେ କର୍ମୀ-ମୋଗଲବନ୍ଦୀଆ ନେତା’ । ସ୍ୱାଭାବିକ ଭାବରେ ମୋଗଲବନ୍ଦୀ ଅଞ୍ଚଳରେ ଶିକ୍ଷାର ବିକାଶ ଘଟୁଥିଲା । ଏଇ ଅଞ୍ଚଳର ଶିକ୍ଷିତ – ସମ୍ଭ୍ରାନ୍ତ ନେତୃବର୍ଗ ନିଜର ନେତୃତ୍ୱ ପ୍ରତିଷ୍ଠା ପାଇଁ ଗଡ଼ଜାତିଆଙ୍କର ସ୍ଥାନୀୟ ନେତୃତ୍ୱକୁ କର୍ମୀତ୍ୱର ବନ୍ଧନୀରେ ବାନ୍ଧି ରଖିଲେ । ଫଳତଃ ବୃହତ୍ତର ଓଡ଼ିଆ ଗଠନ ଓ ଦେଶ ସ୍ୱାଧୀନତା ପରେ ଗଣତାନ୍ତ୍ରିକ ପଦ୍ଧତିରେ ମଧ୍ୟ ଗଡ଼ଜାତ ଅଞ୍ଚଳର ପ୍ରତିନିଧିତ୍ୱ ରାଜାରାଜୁଡ଼ାଙ୍କ ହାତରେ ହିଁ ନ୍ୟସ୍ତ ରହିଲା । ରାଜାନୁଗତ ଗଡ଼ଜାତି ଚେତନାରେ ଗଣତନ୍ତ୍ରର ଆଦର୍ଶ କିଛି ବି ହଲ୍ଚଲ୍ ସୃଷ୍ଟି କରିପାରିଲା ନାହିଁ ।

ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସ ଆଜି ପର୍ଯ୍ୟନ୍ତ ସଂକଳିତ ହୋଇଛି କି? ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର କଥା ଉଠିଲା ବେଳେ ବାଜିରାଉତ, ରଘୁ – ଦିବାକରଙ୍କୁ ବାଦ୍ ଦେଲେ ଆଉ କେଉଁ ଗଡ଼ଜାତି ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିଛୁ? ସାରଙ୍ଗଧର ଦାସଙ୍କ ଭୂମିକାକୁ ସ୍ୱାଧୀନୋତ୍ତର ଓଡ଼ିଶାରେ ଖର୍ବ କରି ପ୍ରସ୍ତୁତ କରାଯାଇ ନାହିଁ କି? ତୋଷାମଦକାରୀ ଓ ରାଜାଙ୍କ ଚାଟୁକାରଙ୍କ ହାତରେ ଗଡ଼ଜାତି ପ୍ରଜାଙ୍କର ଗଣତାନ୍ତ୍ରିକ ଭାଗ୍ୟ ଆଜିବି ନିର୍ଦ୍ଧାରିତ ହେଉଛି । ରାଜାନୁଗତ ପ୍ରଜାସୁଲଭ ମନୋଭାବର ପ୍ରତିଫଳନସ୍ୱରୂପ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ରାଜବଂଶମାନେ ଗଡ଼ଜାତର ପ୍ରତିନିଧିତ୍ୱ କରିଆସୁଛନ୍ତି । ରାଜାସାହେବ, ଟିକାୟତ ସାହେବ, ଲାଲ୍ ସାହେବମାନଙ୍କର ହାତରେ ଆମର ଗଣତନ୍ତ୍ର ସୁରକ୍ଷିତ ବୋଲି ଆମେ ଆଜି ବି ଭାବୁଛୁ । ପିଲାବେଳେ ରାଜଭକ୍ତିର ବହୁ ବିଚିତ୍ର ଦୃଶ୍ୟ ମୋର ମନେଅଛି । ଥରେ ମଞ୍ଚ ଉପରୁ ଭାଷଣ ଦେଉ ଦେଉ ଅତ୍ୟନ୍ତ ଭାବପ୍ରବଣ କୁଜି ନେତା ଜଣେ କହି ପକାଇଲେ । ‘ଆମର ରାଜା ଆମ ପାଇଁ ଦେବତା । ସେ ଯଦି ତାଙ୍କ କୁକୁରକୁ ଭୋଟ ଦେବା ପାଇଁ କହିବେ, ଆମେ ତାଙ୍କୁ ନିଶ୍ଚୟ ଭୋଟ ଦେବୁ ।’ ମଞ୍ଚସ୍ଥ ରାଜା ସଗର୍ବରେ ହସୁଥିଲେ ଓ ସାମ୍ନାରେ ଗଣତନ୍ତ୍ର ଶାସନରେ ଅଛନ୍ତି ବୋଲି ଜାଣିପାରିଥିବା ପ୍ରଜାମାନେ ତାଳି ମାରୁଥିଲେ।

ଚାଟୁକାରିତା ଏବଂ ତୋଷାମଦିରେ ପାରଙ୍ଗମ ଲୋକଚରିତ୍ର ସହଜେ ବଦଳେ ନାହିଁ । କିନ୍ତୁ ସଚେତନ ଓ ଶିକ୍ଷିତ ବୁଦ୍ଧିଜୀବୀ ଚାଟୁକାର ହେଲେ କଥା ସଇଲା । ‘ଦରବାର’କୁ ବିଦ୍ରୁପ କରି କବିତା ଲେଖୁଥିବା କବି ଯେତେବେଳେ ରାଜାମାନଙ୍କର ସ୍ତବପାଠ କରିବା ଆରମ୍ଭ କରନ୍ତି ତାହା ସାହିତ୍ୟ ପାଇଁ କଦାପି ଶୁଭଙ୍କର ନୁହେଁ । କେଉଁ କାରଣରୁ ଆମର ନବଯୁଗର ସୂତ୍ରଧରମାନେ ରାଜାନୁଗତପ୍ରାଣ ଥିଲେ ସେ ବିଷୟରେ ଆମେ କେବେ କିଛି ଚିନ୍ତା କରିନାହୁଁ । ଆଦର୍ଶସ୍ଥାନୀୟ ଚରିତ୍ରମାନେ ଯେ କେବେ କିଛି ଭୁଲ କରନ୍ତି ନାହିଁ, ଏପରି ଏକ ବିଚିତ୍ର ଧାରଣା ଆମର ରହିଛି । କିନ୍ତୁ ପ୍ରତ୍ୟେକ ମହାପୁରୁଷ ଭିତରେ ସାଧାରଣ ମଣିଷଟିଏ ଥାଏ, ଯିଏ କି ଭୁଲ କରିବାକୁ ବାଧ୍ୟ।

Categories
ବିଶେଷ ଖବର ସଂସ୍କୃତି

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

କେଦାର ମିଶ୍ର

“କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ  ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲାବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ ଜୀବନବୋଧ ଓ ଚେତନା ଉଦ୍ରେକ କରିଥିଲା। ଧର୍ମ ସହିତ ମାନବୀୟ ମୂଲ୍ୟ ର ସହବନ୍ଧନ ସବୁବେଳେ ନୂତନ ସାଂସ୍କୃତିକ ଚେତନା ଜାଗ୍ରତ କରିଥାଏ।ରାଜନୈତିକ ପୃଷ୍ଠଭୂମି ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ ଓଡିଶାର ଲୋକେ ଅନାୟାସରେ ଆପଣାର କରିଛନ୍ତି। ଇସ୍ଲାମ ର ପ୍ରଭାବରେ ଓଡିଶାର ଚଳଣୀ ଓ ଜୀବନଧାରରେ ଅନେକ ନୂଆ ଉପାଦାନ ଯୋଡି ହୋଇଯାଇଛି। ସେସବୁକୁ ଆଜି ଆଉ ଆମ ଜୀବନରୁ ଅଲଗା କରିହେବନାହିଁ।ଯେମିତି ସାଲାବେଗଂକୁ ବାଦ ଦେଇ ଓଡିଆ ସାହିତ୍ୟର ଭକ୍ତି ଧାରାକୁ ଆକଳନ କରିହେବ ନାହିଁ, ସେମିତି କଟକର କଦମ୍ ରସୁଲ୍ କିମ୍ବା ଏରସମା କି କାଇପଦର ରେ ରହିଥିବା ସୁଫୀ ଫକୀର ମାନଂକ ଦରଘା ରୁ ହିନ୍ଦୁ ଭକ୍ତ ମାନଂକୁ ଅଲଗା କରିହେବ ନାହିଁ।୪୦୦ ବର୍ଷ ଧରି ଓଡିଶା ସହ ଇସ୍ଲାମ୍ ର ଗଭୀର ସମ୍ପର୍କ ରହିଥିଲେ ମଧ୍ୟ, ଓଡିଶାରେ ମୁସ୍ଲିମଂକ ସଂଖ୍ୟା ମାତ୍ର ୨.୧୭%। ତେବେ ଆମର ଧର୍ମ,ସଂସ୍କୃତି,ଖାଦ୍ୟ,ପୋଷାକ,ପ୍ରଦର୍ଶନକାରୀ କଳା ଓ ସଂଗୀତ ରେ ଇସ୍ଲାମ ର ପ୍ରଭାବ ରହିଛି । ଓଡିଶାରେ ହିନ୍ଦୁ ଓ ଇସ୍ଲାମ୍ ସଂସ୍କୃତିର ସମନ୍ବୟ ସମ୍ପର୍କରେ ଦଶଟି ମୌଳିକ ତଥ୍ୟ-

୧. ୧୫୬୮ ରେ ଆଫଗାନ୍ ଶାସକ ସୁଲେମାନ୍ କରାନୀ ସୂର୍ୟ ବଂଶର ରାଜା ମୁକୁନ୍ଦ ଦେବଂକୁ ପରାସ୍ତ କଲାପରେ ଓଡିଶାର ଉପକୂଳ ଅଂଚଳ ଆଫଗାନ ଶାସନାଧୀନ ରହିଲା।ପ୍ରଶାସନିକ ଭାବରେ ଆଫଗାନ୍ ଶାସିତ ଅଂଚଳକୁ ମୋଗଲବନ୍ଦୀ ବୋଲି କୁହାଗଲା ।ଆଫଗାନଂକ ପରେ ୧୫୯୧ ରେ ମୋଗଲ୍ ମାନେ ଓଡିଶା ଅଧିକାର କଲେ।ମୋଗଲବନ୍ଦୀ ଅଂଚଳ ଇସ୍ଲାମ ଶାସନାଧୀନ ରହିଥିବାବେଳେ ଓଡିଶାର ଦକ୍ଷିଣ ଓ  ପଶ୍ଚିମ ଭାଗରେ ଇସ୍ଲାମ ପ୍ରଶାସନର କୌଣସି ପ୍ରଭାବ ନଥିଲା।

୨. ଇସ୍ଲାମ ସହିତ ଆମର ଖାଦ୍ୟ ଓ ପୋଷାକ କ୍ଷେତ୍ରରେ ଅନେକ ନୂଆ  ପ୍ରୟୋଗ ଦେଖିବାକୁ ମିଳିଲା।ଅଚକନ, ସଲବାର୍, ଶାଲ୍, ରୁମାଲ୍, ପାଇଜାମା ଇତ୍ୟାଦି ଆମ ଚଳଣୀ ଭିତରକୁ ଆସିଲା। ଧୋତି ଓ ଗାମୁଛାରେ ଗଂଜୀ ଓ ଜାମା ଯୋଡା ହେଲା। ପଗଡି ବଦଳରେ ଟୋପି ଆସିଲା।ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ତାମଯାନ ଭଳି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଲା।

୩. ଖାଦ୍ୟ ପାନୀୟ କ୍ଷେତ୍ରରେ ମଧ୍ୟ ଇସ୍ଲାମର ପ୍ରଛନ୍ନ ପ୍ରଭାବ ରହିଲା।ନୂଆ ଫଳ ଭାବରେ ବାଦାମ, ପିସ୍ତା, ଡାଳିମ୍ବ, ଅଂଗୁର, ସେଓ, ନାସପାତି ଇତ୍ୟାଦି ଆମ ଜୀବନକୁ ଆସିଲା। ରୋଷେଇ ଘରେ ପକବାନ୍ ଭଳି ଶବ୍ଦର ବ୍ୟବହାର ହେଲା। ପଲାଉ, ବିରିୟାନି,ରୋଟି, ଜିଲାବୀ, ହାଲୁଆ ଇତ୍ୟାଦି ରେ ଓଡିଆଂକ ରୁଚି ଆସିଲା। ଅନେକ ମସଲା ଜାତୀୟ ପଦାର୍ଥ ଯଥା- ଜାଫରାନ, ଜର୍ଦା ଇତ୍ୟାଦି ମଧ୍ୟ ଇସ୍ଲାମର ପ୍ରଭାବରୁ ଆମ ଜୀବନରେ ପ୍ରବେଶ କଲା।

୪. ମନ୍ଦିର ସ୍ଥାପତ୍ୟର ଉତ୍କର୍ଷ ଭୂମି ଓଡିଶାରେ ୧୬୦୦ ରୁ ୧୮୦୦ ଭିତରେ ଅନେକ ମସଜିଦ୍, ଦରଘା ଓ ମଜାର ଇତ୍ୟାଦି ଗଢି ଉଠିଲା । ୧୬ଶ  ଶତାବ୍ଦୀରେ କଟକର ଜାମା ମସଜିଦ୍,ଫତେ ଖାନ୍ ରେହେମାନ୍ ମସଜିଦ୍ ଓ କଦମ୍ ରସୁଲ୍ ଗଢି ଉଠିଲା । କଦମ୍ ରସୁଲ୍ ରେ ମହାପୁରୁଷ ମହମ୍ମଦଂକ ପବିତ୍ର ପାଦ ଚିହ୍ନ ଉଭୟ ହିନ୍ଦୁ ଓ ମୁସଲମାନଂକ ଦ୍ବାରା ପୂଜା ପାଇଥାନ୍ତି।

୫. ସୁଫୀ ସଂସ୍କୃତି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏହା ଉଭୟ ହିନ୍ଦୁ ଓ ମୁସଲମାନଂକୁ ଭକ୍ତି ମାର୍ଗରେ ଅନୁପ୍ରେରିତ କରିଥିଲା। ସୁଫୀ ସନ୍ଥ ଓ ପୀର ମାନନ୍କର ଅନେକ ଦରଘା ଓ ମଜାରରେ ହିନ୍ଦୁ ମାନେ ମନସ୍କାମନା ପୂରଣ ଲାଗି ମଥା ଟେକିଥାଆନ୍ତି।

୬. ଓଡିଶାର କେତୋଟି ପ୍ରସିଦ୍ଧ ପୀର ପୀଠ ହେଉଛି ବାଲେଶ୍ବରର ଭୁଜାଖିଆ ପୀର,କଟକର କଦମ୍- ଇ- ରସୁଲ୍, ସମ୍ବଲପୁରର ନୁର୍ ବିବି ମଜାର, ସୋନପୁର୍ ଜିଲା ତରଭାରେ ରହିଥିବା ଅବଦୁଲ୍ ଶକୁର୍ ଦରଘା, ଅସ୍ତରଂଗର ଜହାନିଆ ପୀର, କାଇପଦରର ବୋଖାରୀ ବାବା ଇତ୍ୟାଦି ବେଶ୍ ପ୍ରସିଦ୍ଧ।

୭. ମହରମ୍ କୁ ହିନ୍ଦୁ ଓ ଇସ୍ଲାମ୍ ର ମିଳନ ପର୍ବ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଥାଏ। ବହୁ ହିନ୍ଦୁ ମହରମରେ ତାଜିଆ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି । ଅନେକ ହିନ୍ଦୁ ନିଜେ ତାଜିଆ ବାହାର ମଧ୍ୟ କରନ୍ତି।

୮. ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର। ଓଡିଶାରେ ସତ୍ୟପୀର ପାଲା ବିନା କୌଣସି ଶୁଭ କାର୍ୟ ସମ୍ପନ୍ନ ହୁଏନାହିଁ। ପାଲାରେ ହିନ୍ଦୁ ଓ ଇସ୍ଲାମର ମାନବୀୟ ଆଅଧ୍ୟାତ୍ମିକତା ଏକୀଭୁତ ହୋଇଯାଏ।

୯. ଭଦ୍ରଖରେ ଆଉ ଜଣେ ବୈଷ୍ଣବ ବଂଶୀ ବଲ୍ଲଭ ଗୋସ୍ବାମୀ “ମୋଗଲ୍ ତାମଶା” ର ସୂତ୍ରଧର। ହିନ୍ଦୁ ଓ ମୁସଲମାନ୍ ସାମ୍ପ୍ରଦାୟିକ ସହଯୋଗର ଏହା ଏକ ସୁନ୍ଦର ତାମଶା।

୧୦. ଓଡିଶାର ବହୁ ଗାଁ ରେ ହିନ୍ଦୁ ମୁଖିଆ ବା ଗୌନ୍ତିଆ ମାନେ ରଥଯାତ୍ରାରେ ଛେରା ପହଁରା କରିବାର ନଜିର୍ ରହିଛି। ସମ୍ବଲପୁର୍ ଜିଲାର ରେମୁଣା ଗାଁ ର ଗୌନ୍ତିଆ ମହମ୍ମଦ୍ ଜମିଉଲ୍ଲା ଓ ତାଂକର ପୁର୍ବ ପୁରୁଷ ଅନେକ ପିଢି ଧରି ଛେରା ପହଁରା କରି ଆସୁଛନ୍ତି।

Categories
ବିଶେଷ ଖବର ମତାମତ

‘ପପ୍ପୁ’ ବୋଲି କହିଦେଲେ କେହି ନିର୍ବୋଧ ହୋଇ ଯାଏନା, ‘ପପ୍ପୁ’ ଗୋଟେ ଦେଶର ସମ୍ଭାବନା ବି ହୋଇପାରେ!

ସୁଧାଶ୍ରୀ ଦାଶ

ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଶବ୍ଦ ସାରା ଦେଶର ମଗଜରେ ପଶିଯାଇଥିଲା ଓ ସେ ଶବ୍ଦ ଟି ହେଉଛି ‘ପପ୍ପୁ’ । ସତ କହିବାକୁ ଗଲେ  ସେହି ଶବ୍ଦ ଯେମିତି ରାଜନୀତିର ପରିଭାଷାକୁ ବଦଳାଇ ଦେଲା । ପପ୍ପୁ ଶବ୍ଦର ଅର୍ଥ ମୂର୍ଖ, ଅଜ୍ଞାନ ଓ ଅବୋଧ ବୋଲି ଆମେ ଭାବିନେଲୁ। ତେବେ ଜଣେ ରାଜନେତାଙ୍କୁ ଏପରି ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଆଜି ବି ଆଲୋଚନା ସାପେକ୍ଷ । କିନ୍ତୁ ମୋ ମତରେ, ଗୋଟିଏ ବ୍ୟକ୍ତି କେବଳ ବିରୋଧୀ ଦଳର ବୋଲି ତାକୁ ପପୁ ବୋଲି କହିବା ଯଥାର୍ଥ ନୁହେଁ ।

ନିକଟରେ ସୋସିଆଲ ମିଡିଆରେ ଓ ନିଜର ରାଜନୈତିକ ବିରୋଧୀଙ୍କ ଦ୍ଵାରା ପପ୍ପୁ ଭାବରେ ସର୍ବାଧିକ ଗାଳି ଖାଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ଦୁବାଇ ଆସି ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । (ଏ ପ୍ରସଙ୍ଗରେ ମୁଁ ଆଗରୁ ଲେଖି ସାରିଛି) କେବଳ ନିଜ ଉତ୍କଣ୍ଠାକୁ ଶାନ୍ତ କରିବାକୁ ଯାଇ ମୁଁ ମଧ୍ୟ ଅନ୍ୟମାନଙ୍କ ଗହଣରେ ସାମିଲ୍‌ ହୋଇଥିଲି ତାଙ୍କ ସଭାରେ । Dubai International Cricket Stadiumରେ ଏକାଠି ହୋଇଥିବା ୪୦ ହଜାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମୁଁ ଜଣେ ଥିଲି । ଲୋକଙ୍କ ମଧ୍ୟରେ ରହିଥିବା ଆଶା ଓ ଆକାଂକ୍ଷାକୁ ସେମାନଙ୍କ ହସ ଖୁବ୍‌ ଭଲ ଭାବରେ ପ୍ରତିପାଦିତ କରୁଥିଲା । କୁନି କୁନି ପିଲାଙ୍କୁ ନେଇ ଯେତେବେଳେ ମହିଳାମାନେ ଷ୍ଟାଡିୟମ୍‌ ଭିତରକୁ ଯାଉଥିଲେ, ଲାଗୁଥିଲା, ‘ପପୁ’ ଉପରେ ବି ଲୋକଙ୍କ ଭରସା ରହିପାରେ ।

ଅବଶ୍ୟ ସାମ୍ପ୍ରତିକ ରାଜନୀତିରେ ଯେତେବେଳେ କେବଳ ଠକ ଓ ଭଣ୍ଡମାନେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି, ସେତେବେଳେ ଗୋଟିଏ ପପୁ ଉପରେ ବିଶ୍ବାସ ରଖିବା କିଛି ଖରାପ କଥା ନୁହେଁ । ଆମ ପାଇଁ ସମସ୍ତେ ନେତା ଓ ସମସ୍ତେ ଭାଷଣ ଦିଅନ୍ତି । ସେଥିରେ ମୋଦି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ କେଉଁଠି ? ୪୦ ହଜାର ଲୋକଙ୍କ ଭିଡ଼ ଓ ସେମାନଙ୍କ ସ୍ବର Dubai Police ପାଇଁ କିଛି ଅଲଗା ଅନୁଭୂତି ଥିଲା । ତାଙ୍କ ପାଇଁ ରାହୁଲ୍‌ ଗାନ୍ଧି ଥିଲେ କେବଳ  ଜଣେ ଭାରତୀୟ ନେତା । ତାଙ୍କ ପାଇଁ ଯେମିତି ମୋଦି ସେମିତି ରାହୁଲ୍‌ ଗାନ୍ଧି । ୨୦୧୫ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି UAE ଆସିଥିଲେ, ସେତେବେଳେ ଠିକ୍‌ ଏହିପରି ଏକ ପରିବେଶ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିଲା । Gulf News ଓ Khaleej Times ଭଳି ସମ୍ବାଦପତ୍ର (UAE based) ତାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲେ । ଆଉ ତିନିବର୍ଷ ପରେ ପୁଣି ତାର ପୁନରାବୃତ୍ତି ଘଟିଲା । ପପୁ ଓରଫ୍‌ ରାହୁଲ୍‌ ଗାନ୍ଧିଙ୍କ ଚିତ୍ର ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଲା । ରାହୁଲ୍‌ ଗାନ୍ଧି ତୀକ୍ଷ୍ଣ ଶବ୍ଦରେ ମୋଦିଙ୍କୁ ସମାଲୋଚନା କରିଥିଲେ । ୨୦୧୯କୁ UAE ’ସହନଶୀଳତାର ବର୍ଷ’ ବା ‘Year of Tolerance’ ବୋଲି ଘୋଷଣା କରିଛି । ତେବେ ଭାରତରେ ସହନଶୀଳତା ପ୍ରତିଟି ମୁହୂର୍ତ୍ତରେ ଲୋପ ପାଉଛି ବୋଲି ରାହୁଲ୍‌ ଗାନ୍ଧି କହିଥିଲେ । ସେହିପରି ମୋଦି, ଦେଇଥିବା ପ୍ରତିଶ୍ରୁତି ୫ ବର୍ଷରେ ଅପୂରଣୀୟ ହୋଇପଡିଛି । ତାହା କେତେ ସତ ବା ଭୁଲ୍‌ ତାହା ଆମେମାନେ ନିଜେ ବୁଝିବା ଦରକାର ।

ଗତ ୧୦ ବର୍ଷ ଧରି ମୁଁ ଭାରତ ବାହାରେ ରହି ଆସୁଛି । ଜଣେ ସଚେତନ ନାଗରିକ ହିସାବରେ ମୁଁ ମୋ ରାଷ୍ଟ୍ରର ଉନ୍ନତି ଚାହେଁ । ସରକାର ଯେ କେହି ଗଠନ କରୁ, ସେଥିରେ ଜଣେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ । ତେବେ ସରକାର କିପରି ସମାଜ ଗଠନ କରୁଛି, ତାହା ଆମକୁ ପ୍ରଭାବିତ କରେ । ଗଣମାଧ୍ୟମ ଅନେକ କଥା କୁହେ । ଆମକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ । କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍‌ ନୁହେଁ । ଆଗକୁ ନିର୍ବାଚନ ଆସୁଥିବାବେଳେ, ଆମର ପ୍ରତିଟି ଭୋଟ ଆମ ପାଇଁ ଏକ ସୁଯୋଗ । ସୁଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନର, ସୁଯୋଗ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନର । ନିର୍ବାଚନୀ ହାଓ୍ବା ଅନେକଙ୍କୁ ବୁହାଇ ନେଇଯାଏ । କିନ୍ତୁ ନିଜେ ସୁଦୃଢ ହୋଇ, ଚିନ୍ତାକରି, ବିଚାର କରି ନେତାଙ୍କ ଭାବମୂର୍ତ୍ତି ଗଠନ କଲେ ହିଁ ଏକ ‘ସୁନାର ଭାରତ’ ତିଆରି ହୋଇପାରିବ ।

It was not paper, call it popularity (ଏହି ମନ୍ତବ୍ୟ କେବଳ ବ୍ୟକ୍ତିଗତ, ଦଳଗତ ନୁହେଁ) ଏହା ପୂର୍ବରୁ ମୁଁ ଲେଖି ସାରିଛି, ମୋ ଧାରଣା କେମିତି ବଦଳିଛି ଜଣେ ନେତାଙ୍କ ବିଷୟରେ । ମୁଁ ମଧ୍ୟ ସେହି କୋଟି କୋଟି ଦର୍ଶକଙ୍କ ମଧ୍ୟରୁ ଜଣେ, ଯିଏ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ଖବରକାଗଜ ମାଧ୍ୟମରେ ଦେଶର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ବାଧ୍ୟହୁଏ । ମୁଁ ’ବାଧ୍ୟ’ ଲେଖିବାର କାରଣ ଏହିକି ଯେ, ଆମକୁ ଯାହା ଦେଖାହୁଏ ଓ ପଢାହୁଏ, ଆମେ ତାକୁ ବିଶ୍ବାସ କରୁ । ଟିଭି ପରଦା ଖୋଲିଲେ ଯାହା ଦେଖୁ ତାକୁ ବିନା ଦ୍ବିଧାରେ ଗ୍ରହଣ କରୁ । ଆମେ ନିଜେ କ’ଣ ଭାବୁ ଓ କ’ଣ ଚାହୁଁ, ତାକୁ ବା ପଚାରେ କିଏ । କିନ୍ତୁ ଗୋଟିଏ ସୁଦୃଢ ଗଣତନ୍ତ୍ର ପାଇଁ ତାହା ଏକମାତ୍ର ଗ୍ରହଣୀୟ ମାଧ୍ୟମ ହେବା ଉଚିତ ନୁହେଁ। ଆମକୁ ସତ୍ୟ କଣ ଜାଣିବାକୁ ହେଲେ ତାକୁ ଦେଖିବାକୁ ପଡିବ ଓ ବୁଝିବାକୁ ମଧ୍ୟ ପଡିବ।

Categories
ଆଜିର ଖବର

Manmohan, Rahul meet S African Prez Cyril Ramaphosa

New Delhi,  Jan 26 (UNI) A  delegation of the Congress, led by party president  Rahul Gandhi and former Prime Minister  Manmohan Singh, on Saturday met South African President Cyril Ramaphosa.

During the meeting with Congress delegation,  in which senior party leader Anand Sharma was also present, Mr Ramaphosa, who is the chief guest at this year’s Republic Day parade, lauded India’s role in the fight against apartheid.

Mr Ramaphosa, also African National Congress president and Mr Gandhi reaffirmed the commitment to further strengthen bilateral relations between the two fraternal parties. The parties have century-old historic ties and had a discussion on party-to-party, regional and global issues.

President Ramaphosa invited Mr Gandhi to visit South Africa. Invitation was accepted and details would be worked by the Foreign Affair departments of the two parties.

 

Categories
ବିଶେଷ ଖବର

ବାରିପଦାରେ ମୋଦୀ କଣ କହିବେ? ରାଜ୍ୟ ସରକାର ବିରୋଧରେ ନ କହିବା ଏବେ ମୋଦୀ ରଣନୀତିର ସବୁଠୁ ବଡ ଆବଶ୍ୟକତା କି??

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ କଥା ଖୋଜିବାକୁ ପଡେ। ତେବେ ନରେନ୍ଦ୍ର ମୋଦୀ ଆଜି ବାରିପଦାରେ କଣ କହିବେ, ତାକୁ ନେଇ ସତରେ ଆମ ମନରେ କିଛି ଉତ୍ସାହ ଅଛି କି? ମାତ୍ର ୧୪ ଦିନ ତଳେ ପ୍ରଧାନମନ୍ତ୍ରୀ ଖୁର୍ଦ୍ଧା ଓ ଭୁବନେଶ୍ବରରେ ଦୁଇଟି ସଭାରେ ଭାଷଣ ଦେଇ ଯାଇଛନ୍ତି। ଆଜି ବାରିପଦା ଆସିବେ ଓ ଆଉ କିଛି ଦିନ ପରେ ବଲାଙ୍ଗୀର କୁ ମଧ୍ୟ ଆସିବେ। ସେ ଦେଶର ପ୍ରଧାନମନ୍ତ୍ରୀ, ତେଣୁ ରାଜ୍ୟକୁ ଯେତେ ଆସିବେ ସେତେ ଭଲ। ତେବେ ତାଙ୍କ ଆସିବାରେ ବା ତାଙ୍କ କହିବାରେ ରାଜ୍ୟର ରାଜନୀତିରେ କିଛି ପ୍ରଭାବ ପଡୁଛି କି ନାହିଁ, ସେ କଥାର ଆକଳନ କରିବା ଆଜି ଜରୁରୀ।

୨୦୧୪-୧୫ ବେଳକୁ ମୋଦୀ ଯେଉଁଠି ଯାହା କହୁଥିଲେ, ତାହା ପଥରର ଗାର ବୋଲି ଲୋକ ଭାବୁଥିଲେ। ତାଙ୍କୁ ସମାଲୋଚନା କରିବାକୁ ଆଗ ପଛ ଅନେକ କଥା ବିଚାରିବାକୁ ପଡୁଥିଲା। ସାଧାରଣ ଲୋକଙ୍କ ଭିତରେ ମୋଦୀ ଗୋଟେ ପ୍ରକାର ଦେବଦୂତ ଥିଲେ। ଆଜି କିନ୍ତୁ ମୋଦୀ ବିରୋଧୀଙ୍କ ସଂଖ୍ୟା ଅଚାନକ ବଢିଯାଇଛି। ଯଦିଓ ତାଙ୍କର ଭକ୍ତ ଏବେବି ଅଛନ୍ତି, ସେମାନେ ଏବେ ପ୍ରାୟ କୋଣଠେସା। ସେମାନଙ୍କ ସଂଖ୍ୟା ବିଜେପିର ଟ୍ରୋଲ ଆର୍ମୀ ଓ ସୋସିଆଲ ମିଡିଆ ପ୍ରଭାଗରେ ଇ ସୀମିତ। ସାଧାରଣରେ ମୋଦୀ କୁହୁକ ଭାଙ୍ଗୁଛି ଓ ସେ ଭାଙ୍ଗିବାର ଲକ୍ଷଣ ଗତ ଡିସେମ୍ବର ମାସରେ ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି। ସେହି ପୃଷ୍ଠଭୂମିରେ ମୋଦୀ ବାରିପଦା ସଭାରେ କଣ କହିବେ ଓ ତାଙ୍କ କହିବାର ରାଜନୈତିକ ପ୍ରଭାବ କଣ ରହିବ, ସେ ସମ୍ପର୍କରେ ଗୋଟେ ଆନୁମାନିକ ରଚନା ଲେଖା ଯାଇପାରେ।

ମୋଦୀ ଖୁର୍ଦ୍ଧା ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଥିଲେ, କିନ୍ତୁ ବାରିପଦା ସଭାରେ ସେ ଟିକେ ଗରମ ହୋଇପାରନ୍ତି। କାରଣ, ପଞ୍ଚାୟତ  ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ବେଶ ଭଲ ଥିଲା। ବିଜେପିର ସାଙ୍ଗଠନିକ ସ୍ଥିତି ଏବେ ମୟୂରଭଞ୍ଜ ଜିଲ୍ଲାରେ ଭଲ ରହିଛି। ତେଣୁ, କର୍ମୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଟିକେ ଆକ୍ରାମକ ହୋଇପାରନ୍ତି। ତେବେ ତାଙ୍କ ଆକ୍ରମଣର ମୂଳ ବିନ୍ଦୁ କଣ ରହିବ? ନବୀନ ସରକାର କୃଷି ଋଣ ଛାଡ କରନ୍ତୁ ବୋଲି ମୋଦୀ ଓଡିଶା ବିଜେପିର ଦାବୀକୁ ଦୋହରାଇବେ କି? ଏହାର ଉତ୍ତର ହେଉଛି, ସ୍ପଷ୍ଟ ଭାବରେ ନା। କାରଣ ନୂଆ ବର୍ଷ ଦିନ ମୋଦୀ ଏଏନଆଇ କୁ ସାକ୍ଷାତ୍କାର ଦେଇ ସ୍ପଷ୍ଟ ଭାବରେ କୃଷିଋଣ ଛାଡ ବିରୋଧରେ କହିଛନ୍ତି। ତା ସହିତ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କ “କାଳିଆ’ ଯୋଜନାର ଆଭିମୁଖ୍ୟ ହିଁ ପ୍ରତିଫଳିତ।

ସେହିପରି ନବୀନ ସରକାରକୁ ପିସି ସରକାର ବୋଲି ଆଗରୁ ଥରେ ପ୍ରଧାନମନ୍ତ୍ରୀ କହିଥିଲେ। ଚିଟଫଣ୍ଡ  ଦୁର୍ନୀତି କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ତେବେ ଏ ପ୍ରସଙ୍ଗରେ ଲୋକ ପଚାରିବେ, କେନ୍ଦ୍ର ସରକାରଙ୍କ ସିବିଆଇ ତାହେଲେ କରୁଛି କଣ? ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କେଉଁ କାଳରୁ ଶୀତଳ ଭଣ୍ଡାରରେ ପଡି ରହିଛି। ନିର୍ବାଚନ ଆଗରୁ ସେ ନଥି ଫିଟିଲେ ଫଳ ଓଲଟା ହୋଇପାରେ। ତେଣୁ ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧରେ ଯାହା କହିବେ, ତାହାର କୌଣସି ବିଶେଷ ଆଧାର ନାହିଁ।

ତେବେ ପ୍ରଧାନମନ୍ତ୍ରୀ କଣ କହିବେ ବୋଲି ଭାବିଲା ବେଳକୁ, ଆମକୁ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଚେହେରା ଦିଶି ଯାଉଛି। କେସିଆର ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କୁ ଭେଟି ସାରିବା ପରେ ମୋଦୀଙ୍କୁ ଭେଟି କି ବାର୍ତ୍ତା ଦେଇଛନ୍ତି କେଜାଣି, ପ୍ରଧାନମନ୍ତ୍ରୀ ଏବେ କେସିଆରଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରୁଛନ୍ତି। ଏହାର ଅର୍ଥ ହେଉଛି, କେସିଆର ମୋଦୀଙ୍କ ଦୂତ ଭାବରେ ଓଡିଶା ଆସିଥିଲେ। ତେଣୁ ରାଜନୈତିକ ବାଧ୍ୟବାଧକତା କାରଣରୁ ମୋଦୀ  ନବୀନ ସରକାରକୁ ସମାଲୋଚନା କଲେ ମଧ୍ୟ, ୨୦୧୯ମଇ ମାସ ବେଳକୁ ତାଙ୍କର ଆଖି ନିବଦ୍ଧ ରହିଥିବ। ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ବିଜେପି ନେତୃତ୍ୱ ଭଲ ଭାବରେ ଜାଣନ୍ତି ଯେ ଏହି ନିର୍ବାଚନରେ ନିଜ ଦମ୍ଭରେ ସରକାର ଗଢିବାର ସ୍ଥିତି ବିଜେପିର ନାହିଁ। ତେଣୁ ନବୀନଙ୍କ ନିର୍ବାଚନ ପରବର୍ତ୍ତୀ ସମର୍ଥନ ଲାଗି ବାଟ ଖୋଲା ରଖିବାକୁ ବିଜେପି ଏକ ପ୍ରକାର ବାଧ୍ୟ।

ଆପାତତଃ, ବାରିପଦାରେ ଖୁର୍ଦ୍ଧାର ପୁନରାବୃତ୍ତି ହିଁ ହେବ।