Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଉରୀ” ସିନେମାର ପ୍ରଯୋଜକ ମହାଶୟ, କୋଟିଏ ଟଙ୍କାର ବଦାନ୍ୟତା ଦେଖେଇବାକୁ ଆପଣଙ୍କୁ ସତରେ ଲାଜ ଲାଗୁନି!!
ବିଶେଷ ଖବର

“ଉରୀ” ସିନେମାର ପ୍ରଯୋଜକ ମହାଶୟ, କୋଟିଏ ଟଙ୍କାର ବଦାନ୍ୟତା ଦେଖେଇବାକୁ ଆପଣଙ୍କୁ ସତରେ ଲାଜ ଲାଗୁନି!!

February 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Its a shame to donate a mere 1 Crores rupees to our martyrs, when you earned hundreds of crores by showing their heroism.
Its a shame to donate a mere 1 Crores rupees to our martyrs, when you earned hundreds of crores by showing their heroism.

ବୋଧାୟନ 

ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି ଭାଙ୍ଗିଯାଉଛି ଝିଅର ନିଦ।କାନ୍ଧ ଉପରୁ ଉଠିଯାଇଛି ବାପାର ହାତ।ଆତଙ୍କୀଙ୍କ ଆକ୍ରମଣରେ ସହିଦ ହୋଇଥିବା ପ୍ରତିଟି ଭାରତୀୟଙ୍କ ଘରେ ଏବେ ଏହି ଦୃଶ୍ୟ।କ୍ଷତିପୂରଣ, ସମବେଦନାର ସୁଅ ଛୁଟିଛି  । ହେଲେ ଏହାରି ଭିତରେ କିଛି ଲୋକ ନିଜର କ୍ରେଡିଟ ନେବାକୁ ଚାହିଁଛନ୍ତି। ସୋସିଆଲ ମିଡ଼ିଆ ଓ ନ୍ୟୁଜରେ ସହାୟତା ରାଶି ଦେଇ ଦେଖାଇଛନ୍ତି ସେମାନେ ବି ଦେଇପାରନ୍ତି।

ମନେଥିବ କିଛିଦିନ ତଳେ ରିଲିଜ ହୋଇଥିଲା ଫିଲ୍ମ ‘ଉରୀ’। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ବେଶ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଲା। ଆକର୍ଷଣୀୟ ଗ୍ରାଫିକ୍ସ ସାଙ୍ଗକୁ ଦମଦାର ଷ୍ଟାରକାଷ୍ଟ ଏହି ଫିଲ୍ମକୁ ଦେଇଥିଲା ପାଖାପାଖି ୨୨୨ କୋଟିରୁ ଅଧିକ ବେପାର।ଆଉ ଏଭଳି ପରିମାଣକୁ ଦେଖି ଖୋଦ ପ୍ରଯୋଜକ ବି ତଟକା ହୋଇଯାଇଥିଲେ। କାରଣ ମାତ୍ର ୪୫ କୋଟିରେ ସିନେମା ନିର୍ମାଣ କରି ୧୭୭ କୋଟି ଟଙ୍କାର ଲାଭ ପାଇଥିଲେ। ଯବାନଙ୍କ ପ୍ରାଣବଳୀକୁ ଦେଖାଇବା ସହ ଅଦମ୍ୟ ସାହସର ଚିତ୍ରକୁ ପ୍ରଦର୍ଶିତ କରାଯାଇଥିଲା। ଭାରତୀୟ ଦର୍ଶକ ବି ଏହି ଫିଲ୍ମକୁ ଦେଖି ସେନା ପ୍ରତି ଜଣାଇଥିଲେ ଭରପୁର ସମର୍ଥନ। ହାଉସଫୁଲ ରହି ଏହି ଫିଲ୍ମ ଅନ୍ୟ ସବୁ ଫିଲ୍ମକୁ ପଛରେ ପକାଇଦେଲା।

ଏବେ କୁଆଡେ ଯବାନଙ୍କ ସହିଦ ହେବା ପରେ ପ୍ରଯୋଜକ କିଛି ସହାୟତା ଘୋଷଣା କରିଛନ୍ତି। ସମୁଦାୟ ୧ କୋଟି ଟଙ୍କା ଦେବେ। ଆଉ ସିଏ ପୁଣି ପର୍ଯ୍ୟାୟ ପରେ ପର୍ଯ୍ୟାୟ। ପ୍ରଶ୍ନ ଉଠୁଛି ଯେଉଁ ଯବାନଙ୍କୁ ଦେଖାଇ ଆପଣ ଏତେ ଟଙ୍କା ଲାଭ କଲେ ସେମାନଙ୍କ ମୂଲ୍ୟ କଣ ସେତିକି ? ଯଦି କେବଳ ଅଭିନେତା/ଅଭିନେତ୍ରୀଙ୍କ ଅଭିନୟ ଲୋକଙ୍କୁ ଆକୃଷ୍ଟ କରେ ବୋଲି ଆପଣ ଭାବନ୍ତି ତାହେଲେ କାହିଁକି ଫ୍ଲପ ହୁଏ ବଲିଉଡରେ ରାଜ କରୁଥିବା ସିନେ ଆର୍ଟିଷ୍ଟଙ୍କ ଅଭିନୟ। ସତ କଥା ହେଉଛି ଦର୍ଶକ ଫିଲ୍ମରେ ଦେଖିଥିଲେ ଆମ ପାଇଁ ଯବାନଟିଏ କେମିତି ଦିନରାତି ଏକ କରେ।

ଅନ୍ୟ ଏକ ଦିଗ ହେଉଛି ଏହି ଫିଲ୍ମ କେନ୍ଦ୍ର ସରକାରଙ୍କ ପାଇଁ ମାଇଲେଜ ସାବ୍ୟସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାୟ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିଦେଇଥିଲେ ଫିଲ୍ମ ର ଟ୍ୟାଗ ଲାଇନ ‘ହାଓ ଇଜ ଦ ଜୋଶ’। ଏହା ଦ୍ୱାରା ଅଧିକରୁ ଅଧିକ ଦର୍ଶକ ଫିଲ୍ମ କୁ ଦେଖିଥିଲେ। ଯେ କେହି ବି ଫିଲ୍ମ ପ୍ରତି ଅନୁରକ୍ତ ନଥିଲେ ବି କଣ ଅଛି ଫିଲ୍ମରେ ଉସ୍ଚୁକତା ହଲ ଯାଏଁ ଟାଣି ନେଇଥିଲା। ସେହିପରି କିଛି ରାଜ୍ୟରେ ତ ଫିଲ୍ମ ଉପରୁ ସିନେମା ଶୁଳ୍କ ବି ପ୍ରତ୍ୟାହାର କରାଯାଇଥିଲା। ଯାହାଫଳରେ ବିନା କୌଣସି ଶୁଳ୍କରେ ଏଯାଏଁ ବି ହଲ ମାନଙ୍କରେ ଚାଲିଛି ଏହି ଫିଲ୍ମ।ଯଦି ସରକାର ଆଉ ଦର୍ଶକ ଏତେ କିଛି କଲେ ତାହା ହେଲେ ପ୍ରଯୋଜକ ଅଧିକ ସହାୟତା ଦେବା ଆବଶ୍ୟକ। ନ ହେଲେ ବିଶ୍ୱାସ ହେବ ୧୭୭ କୋଟିର ଲାଭ କରି ୧ କୋଟି ଟଙ୍କା ଦେବା ଫିଲ୍ମ ପ୍ରଡ୍ୟୁସରଙ୍କ ପାଇଁ କେବଳ ମାତ୍ର ଲଜ୍ଜ୍ୟା।

thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026
Latest News

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026

ମାତ୍ର ୪୮ ଘଣ୍ଟା ମଧ୍ୟରେ ରକେଟ ଭଳି ଉଠିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.