Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଖଲିସ୍ଥାନୀ କହି ସମାଲୋଚନା କରିଥିବା ନ୍ୟୁଜ ଚ୍ୟାନେଲକୁ ଏବେ ମହଙ୍ଗା ପଡିଛି। କାରଣ ହେଲା ଏହା ଜର୍ଣ୍ଣାଲିଜିମ ଏଥିକ୍ସ ଉଲ୍ଲଘଂନ କରିଛି ବୋଲି କହିଛି ଏନବିଡିଏସଏ । NBDSA ସଂସ୍ଥା ହେଉଛି ନ୍ୟୁଜ୍ ବ୍ରୋଡକାଷ୍ଟିଂ ଏବଂ ଡିଜିଟାଲ୍ ଷ୍ଟାଣ୍ଡାର୍ଡ ଅଥରିଟି।

ଯେଉଁ ଚ୍ୟାନେଲ ଏହି ନ୍ୟୁଜ ପ୍ରସାରଣ କରିଛି ସେ ହେଉଛି Zee News। ଖଲିସ୍ତାନ ସହି ଏହି ଚ୍ୟାନେଲ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ଜାତୀୟ ପତାକା ହଟାଯାଇଛି ବୋଲି ଏକ ଭିଡିଓ ପ୍ରସାରଣ କରିଥିଲା। ଯାହା ଭୁଲ ଭିଡିଓ ଥିଲା ବୋଲି NBDSA କହଛି। ଏହି ଦୁଇଟି ଭିଡିଓ ତୁରନ୍ତ ହଟାଅ ବୋଲି ଏନବିଡିଏସଏ ଏକ ନିର୍ଦ୍ଦେଶ ଜାରୀ କରିଛି।

NBDSA ର ସଭାପତି ଅବସରପ୍ରାପ୍ତ ବିଚାରପତି, ଜଷ୍ଟିସ୍ ଏ.କେ ସିକ୍ରିଙ୍କ ଦସ୍ତଖତରେ ଏହି ନୋଟିସ ଜୀ ମିଡିଆ କରପୋରେସନକୁ ପଠାଯାଇଛି। ଏଥିରେ କୁହାଯାଇଛି ଯେ, ଆବେଦନକାରୀ ଇନ୍ଦ୍ରଜିତ୍ ଘୋରପେଡ ଜାନୁଆରୀ 19, 20 ଏବଂ 26 ରେ ଜୀ ନ୍ୟୁଜରେ ପ୍ରସାରିତ ଦୁଇଟି ଭିଡିଓ ପ୍ରମାଣ ସ୍ବରୂପ ଦାଖଲ କରିଛନ୍ତି।

ଅଭିଯୋଗକାରୀ କହିଛନ୍ତି ଯେ, ଏହି ଭିଡିଓରେ କୋଡ ଅଫ ଏଥିକ୍ସର ଆଠଟି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରାଯାଇଛି। ଏଥିରେ ଲୋକଙ୍କ ଭୟଭିତ କରାଇବା, ଉତ୍ତେଜନା ସୃଷ୍ଟି କରାଇବା, ନିର୍ଦ୍ଦିଷ୍ଠ ସଂସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବା ପରି ରିପୋର୍ଟିଂ କରାଯାଇଛି। ଘୋରପେଡ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କେତେକ ଭିଡିଓ ବ୍ୟବହାର କରାଯାଇଥିଲା, ଯାହା ଚାଷୀଙ୍କ ଆନ୍ଦୋଳନ ସହିତ କୌଣସି ପ୍ରକାରରେ ଜଡିତ ନ ଥିଲା।

ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଜୀ ନ୍ୟୁଜ୍ କାର୍ଯ୍ୟକ୍ରମର ହେଡଲାଇନଗୁଡିକ ଥିଲା ‘ଗଣତନ୍ତ୍ର ଦିବସରେ ଗୃହଯୁଦ୍ଧ’, ‘ଗଣତନ୍ତ୍ର ବିରୁଦ୍ଧରେ ଯୁଦ୍ଧର ଷଡଯନ୍ତ୍ର’, ‘ବିରୋଧର ଛାୟା’ ଏବଂ ‘କୃଷକ ଆଡାମାମେଣ୍ଟ’ ଏକ ରକ୍ତାକ୍ତ ଯୁଦ୍ଧ ନିଷ୍ପତ୍ତି ‘। ଯାହା ଏକ ଦାୟିତ୍ବବାନ ଗଣମାଧ୍ୟମର କର୍ତ୍ତବ୍ୟ ନୁହେଁ ବୋଲି ସେ କହିଛନ୍ତି।

ସେହିପରି Times Now ଚ୍ୟାନେଲକୁ ମଧ୍ୟ ଏକ ନୋଟିସ ଜାର କରାଯାଇଛି। ଏଥିରେ ଦିଲ୍ଲୀ ଦଙ୍ଗା ବେଳେ ଏହି ଚ୍ୟାନେଲ କେତେକ ଭୁଲ ଭିଡିଓ ପ୍ରସାରଣ କରିଥିଲା। ଯାହା କୋଡ ଅଫ ଏଥିକ୍ସ ଉଲ୍ଲଘଂନ କରୁଛି। ସେହି ଭିଡିଓକୁ ମଧ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଅଭିଯୋଗ ପରେ ଜୀ ନ୍ୟୁଜ ସେହି ଭିଡିଓ ହଟାଇବାକୁ ପଦକ୍ଷେପ ନେଇଥିବାର ଜଣାପଡିଛି।