Categories
ଆଜିର ଖବର

ଘୋଷଣା ହେଲା 2020 ଗୋଲ୍ଡେନ୍‌ ଗ୍ଲୋବ୍‌ ମନୋନୟନ : ଟମ୍‌ ହ୍ୟାଙ୍କସଙ୍କୁ ଜୀବନବ୍ୟାପୀ ପୁରସ୍କାର

ମୁମ୍ବାଇ,10/12 : 2020 ବର୍ଷ ପାଇଁ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍‌ ଗ୍ଲୋବ୍‌ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍‌ ଆଲେନ୍‌, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍‌ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍‌ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍‌ ସ୍କୋର୍ସେସ୍‌ଙ୍କ ଦ ଆଇରିସମ୍ୟାନ୍‌ ଏବଂ କ୍ବେଣ୍ଟିନ୍‌ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌ 5ଟି ବର୍ଗରେ ମନୋନୀତ ହୋଇଛି । ହଲିଉଡ୍‌ ଅଭିନେତା ଟମ୍‌ ହ୍ୟାଙ୍କସଙ୍କୁ ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସେସିଲ ବି ଡେ ମିଲ୍ଲେ ପୁରସ୍କାର ପ୍ରଦାନ କରାଯିବ । ଟେଲିଭିଜନ୍‌ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଲେନ୍‌ ଡିଜେନେରିସ୍‌ଙ୍କୁ କାରୋଲ୍‌ ବର୍ଣ୍ଣେଟ୍‌ ପୁରସ୍କାର ପ୍ରଦାନ କରାଯିବ । (ଏଜେନ୍ସୀ)