Categories
ଆଜିର ଖବର ଜାତୀୟ ଖବର

ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଟୁଇଟ୍‌ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଦୁଇଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତରେ ପହଞ୍ଚିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ହିନ୍ଦୀ ଟୁଇଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆମେରିକା ରାଷ୍ଟ୍ରପତି ଆଜି ନିଜ ପୂରା ପରିବାର ସହିତ ଭାରତ ଗସ୍ତ କରୁଥିବାବେଳେ ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଏକ ଟୁଇଟ୍‌ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି ଯେ, ଆମେ ଭାରତ ଆସିବା ପାଇଁ ତତ୍ପର ରହିଛୁ । ରାସ୍ତାରେ ଅଛୁ । କିଛି ଘଣ୍ଟା ମଧ୍ୟରେ ଆମ ସମସ୍ତଙ୍କର ସାକ୍ଷାତ ହେବ ।’

ଆଜି ସକାଳ 11.40 ମିନିଟ୍‌ରେ ଆମେରିକା ରାଷ୍ଟ୍ରପତି ତାଙ୍କ ପତ୍ନୀ ମେଲାନିଆ ଓ ପରିବାର ସହିତ ଗୁଜୁରାଟର ଅହମଦାବାଦରେ ପହଞ୍ଚିବେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରେ ସ୍ବାଗତ ଜଣାଇବେ। ଆଜି ଏହି ଦୁଇ ନେତା ଅହମଦାବାଦସ୍ଥିତ ନମେସ୍ତ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଭାଗ ନେବେ।