Categories
ଆଜିର ଖବର ଖେଳ

ଭାରତକୁ ଝଟ୍‌କା : ଦ୍ବିତୀୟ ଟେଷ୍ଟରୁ ବାଦ ପଡିଲେ ଇଶାନ୍ତ ଶର୍ମା

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି । ପ୍ରଥମ ଟେଷ୍ଟରେ ଭାରତର ସଫଳ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଇଶାନ୍ତଙ୍କ ଗୋଇଠି ଆଘାତ ରହିଥିଲେ ମଧ୍ୟ ସେ ପ୍ରଥମ ମ୍ୟାଚ୍‌ରେ ଖେଳିଥିଲେ । ମ୍ୟାଚ୍‌ ପରେ ଇଶାନ୍ତଙ୍କ ଗୋଇଠିରେ ପୁନର୍ବାର ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଶନିବାର ଦିନ ମ୍ୟାଚ୍‌ ପୂର୍ବରୁ ଆଜି ଇଶାନ୍ତଙ୍କ ବାଦ ପଡିବା ନେଇ ଘୋଷଣା କରାଯାଇଛି । ଇଶାନ୍ତ ବାଦ ପଡିବା ପରେ ଉମେଶ ଯାଦବ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ମାତ୍ର ଉମେଶଙ୍କ ବିଦେଶ ପ୍ରଦର୍ଶନକୁ ଦେଖିଲେ ନବ୍‌ଦୀପ ସାଇନିଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । (ଏଜେନ୍ସି)