ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସମଗ୍ର ଦେଶରେ ୫୦,୬୫୫ କୋଟି ଟଙ୍କା ବ୍ୟୟରେ ୯୩୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୮ଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ହାଇସ୍ପିଡ୍ କରିଡର ପ୍ରକଳ୍ପର ବିକାଶକୁ ଅନୁମୋଦନ କରିଛି। ଏହି ୮ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪.୪୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପ୍ରକଳ୍ପ ସମ୍ପର୍କରେ ବିବରଣୀ:
୧.) ୬ ଲେନ୍ ବିଶିଷ୍ଟ ଆଗ୍ରା – ଗ୍ୱାଲିୟର ଜାତୀୟ ହାଇସ୍ପିଡ୍ କରିଡର:
୮୮ କିଲୋମିଟର ଲମ୍ବ ଏହି ହାଇସ୍ପିଡ୍ କରିଡର ନିର୍ମାଣ-ପରିଚାଳନା-ହସ୍ତାନ୍ତର (ବିଓଟି) ମୋଡରେ ୪,୬୧୩ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ସମ୍ପୂର୍ଣ୍ଣ ଆକସେସ୍-ନିୟନ୍ତ୍ରିତ ୬-ଲେନ୍ କରିଡର ଭାବରେ ବିକଶିତ ହେବ। ଏହି ପ୍ରକଳ୍ପ ଉତ୍ତର ଦକ୍ଷିଣ କରିଡର (ଶ୍ରୀନଗର – କନ୍ୟାକୁମାରୀ)ର ଆଗ୍ରା – ଗ୍ୱାଲିୟର ସେକ୍ସନରେ ଟ୍ରାଫିକ ନିୟନ୍ତ୍ରଣ କ୍ଷମତା କୁ ୨ ଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ବର୍ତ୍ତମାନର ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବ। ଏହି କରିଡର ଉତ୍ତରପ୍ରଦେଶ (ଉଦାହରଣ, ତାଜମହଲ, ଆଗ୍ରା ଦୁର୍ଗ ଇତ୍ୟାଦି) ଏବଂ ମଧ୍ୟପ୍ରଦେଶ (ଉଦାହରଣ ସ୍ୱରୂପ, ଗ୍ୱାଲିୟର କିଲ୍ଲା ଇତ୍ୟାଦି)ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସହିତ ଯୋଗାଯୋଗ ବୃଦ୍ଧି କରିବ । ଏହା ଦ୍ୱାରା ଆଗ୍ରା ଏବଂ ଗ୍ୱାଲିୟର ମଧ୍ୟରେ ଦୂରତା ୭% ହ୍ରାସ ପାଇବ ଏବଂ ଯାତ୍ରା ସମୟ ୫୦% ହ୍ରାସ ପାଇବ, ଯାହା ଫଳରେ ପରିବହନ ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଘଟିବ ।
୬ ଲେନ୍ ବିଶିଷ୍ଟ ଆକ୍ସେସ୍ ନିୟନ୍ତ୍ରିତ ଆଗ୍ରା-ଗ୍ୱାଲିୟର ଗ୍ରୀନଫିଲ୍ଡ ରାଜପଥ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରାଜ୍ୟ ଦେଇ ଯିବାକୁ ଥିବା ବେଳେ ଏହା ଡିଜାଇନ୍ କିଲୋମିଟର ୦.୦୦୦ (ଆଗ୍ରା ଜିଲ୍ଲାର ଦେଓରୀ ଗ୍ରାମ ନିକଟରେ) ଠାରୁ ଆରମ୍ଭ ହୋଇ ୮୮-୪୦୦ (ଗ୍ୱାଲିୟର ଜିଲ୍ଲାର ସୁସେରା ଗ୍ରାମ ନିକଟରେ) କିଲୋମିଟର ପର୍ଯ୍ୟନ୍ତ ଡିଜାଇନ୍ କରାଯାଇଛି। ଏଥିରେ ଜାତୀୟ ରାଜପଥ-୪୪ର ବର୍ତ୍ତମାନର ଆଗ୍ରା-ଗ୍ୱାଲିୟର ସେକ୍ସନରେ ଓଭରଲେ/ମଜବୁତୀକରଣ ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଏବଂ ଉନ୍ନତି କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ।
୨.) ୪ ଲେନ୍ ବିଶିଷ୍ଟ ଖଡ଼ଗପୁର – ମୋରଗ୍ରାମ ଜାତୀୟ ହାଇସ୍ପିଡ୍ କରିଡର:
ଖଡ଼ଗପୁର ରୁ ମୋରେଗ୍ରାମ ମଧ୍ୟରେ ୨୩୧ କିଲୋମିଟର ୪ ଲେନ୍ ବିଶିଷ୍ଟ ଏହି ହାଇସ୍ପିଡ୍ କରିଡରକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍)ରେ ୧୦,୨୪୭ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯିବ। ଏହି ନୂଆ କରିଡର ବର୍ତ୍ତମାନର ୨ ଲେନ୍ ବିଶିଷ୍ଟ ଜାତୀୟ ରାଜପଥକୁ ସଂଯୋଗ କରିବ ଏବଂ ଖଡ଼ଗପୁର ଓ ମୋରେଗ୍ରାମ ମଧ୍ୟରେ ଟ୍ରାଫିକ୍ କ୍ଷମତା ପ୍ରାୟ ୫ ଗୁଣ ବୃଦ୍ଧି କରିବ। ଏହା ଦ୍ୱାରା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଓ ଅନ୍ୟପଟେ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ଯାତାୟତ ପାଇଁ ଉନ୍ନତ ଯୋଗାଯୋଗ ଉପଲବ୍ଧ ହେବ। ଏହି କରିଡର ଦ୍ୱାରା ଖଡ଼ଗପୁର ଏବଂ ମୋରେଗ୍ରାମ ମଧ୍ୟରେ ମାଲବାହୀ ଯାନର ଯାତ୍ରା ସମୟ ୯ରୁ ୧୦ ଘଣ୍ଟାରୁ ୩ରୁ ୫ ଘଣ୍ଟାକୁ ହ୍ରାସ ପାଇବ ଏବଂ ପରିବହନ ଖର୍ଚ୍ଚ ହ୍ରାସ ପାଇବ ।
୩.) ୬-ଲେନ୍ ଥରାଡ – ଡିସା – ମେହସାନା – ଅହମ୍ମଦାବାଦ ଜାତୀୟ ହାଇସ୍ପିଡ୍ କରିଡର:
୨୧୪ କିଲୋମିଟର ୬ ଲେନ୍ ବିଶିଷ୍ଟ ଏହି ହାଇସ୍ପିଡ୍ କରିଡର ନିର୍ମାଣ-ପରିଚାଳନା-ହସ୍ତାନ୍ତର (ବିଓଟି) ମାଧ୍ୟମରେ ବିକଶିତ ହେବ, ଯାହାର ମୋଟ ପୁଞ୍ଜି ବ୍ୟୟ ଅଟକଳ ୧୦,୫୩୪ କୋଟି ଟଙ୍କା ରଖାଯାଇଛି । ଥରାଡ – ଅହମ୍ମଦାବାଦ କରିଡର ଗୁଜରାଟ ରାଜ୍ୟର ଦୁଇଟି ପ୍ରମୁଖ ଜାତୀୟ କରିଡର ଯଥା ଅମୃତସର – ଜାମନଗର କରିଡର ଏବଂ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସୱେ ମଧ୍ୟରେ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଶିଳ୍ପାଞ୍ଚଳରୁ ମହାରାଷ୍ଟ୍ରର ପ୍ରମୁଖ ବନ୍ଦର (ଜେଏନପିଟି, ମୁମ୍ବାଇ ଏବଂ ନବ ମଞ୍ଜୁରୀ ପାଇଥିବା ୱାଧୱାନ ବନ୍ଦର) କୁ ମାଲବାହୀ ଯାନଗୁଡିକ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । ଏହି କରିଡର ରାଜସ୍ଥାନ (ଉଦାହରଣ, ମେହରାନଗଡ଼ ଦୁର୍ଗ, ଦିଲୱାରା ମନ୍ଦିର ଇତ୍ୟାଦି) ଏବଂ ଗୁଜରାଟ (ଉଦାହରଣ, ରାଣୀ କା ବାଭ୍, ଅମ୍ବାଜୀ ମନ୍ଦିର ଇତ୍ୟାଦି) ର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ ପ୍ରଦାନ କରିବ। ଏହା ଦ୍ୱାରା ଥାରାଡ ଓ ଅହମ୍ମଦାବାଦ ମଧ୍ୟରେ ଦୂରତା ୨୦% ଏବଂ ଯାତ୍ରା ସମୟ ୬୦% ହ୍ରାସ ପାଇବ, ଯାହା ଦ୍ୱାରା ପରିବହନ ଦକ୍ଷତାରେ ଉନ୍ନତି ଘଟିବ ।
୪.) ଲେନ୍ ବିଶିଷ୍ଟ ଅଯୋଧ୍ୟା ରିଙ୍ଗରୋଡ୍ :
୬୮ କିଲୋମିଟର ୪ ଲେନ୍ ବିଶିଷ୍ଟ ଆକ୍ସେସ୍ ନିୟନ୍ତ୍ରିତ ଅଯୋଧ୍ୟା ରିଙ୍ଗରୋଡ୍ କୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍)ରେ ୩,୯୩୫ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯିବ। ଏହି ରିଙ୍ଗରୋଡ ସହର ଦେଇ ଯାଉଥିବା ଜାତୀୟ ରାଜପଥ ଯଥା ଏନଏଚ ୨୭ (ପୂର୍ବ ପଶ୍ଚିମ କରିଡର), ଜାତୀୟ ରାଜପଥ ୨୨୭ ଏ, ଜାତୀୟ ରାଜପଥ ୨୨୭ ବି, ଜାତୀୟ ରାଜପଥ ୩୩୦, ଜାତୀୟ ରାଜପଥ ୩୩୦ ଏ ଏବଂ ଜାତୀୟ ରାଜପଥ ୧୩୫ ଏରେ ଭିଡ଼ ହ୍ରାସ କରିବ, ଯାହା ଦ୍ୱାରା ରାମ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଦ୍ରୁତ ଗତିରେ ଗମନାଗମନ ସମ୍ଭବ ହେବ । ଲକ୍ଷ୍ନୌ ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟା ବିମାନବନ୍ଦର ଏବଂ ସହରର ପ୍ରମୁଖ ରେଳ ଷ୍ଟେସନରୁ ଆସୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଏହି ରିଙ୍ଗରୋଡ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ।
୫.) ରାୟପୁର-ରାଞ୍ଚି ଜାତୀୟ ହାଇସ୍ପିଡ୍ କରିଡରର ପଥଲଗାଓଁ ଏବଂ ଗୁମଲା ମଧ୍ୟରେ ୪-ଲେନ୍ ସେକ୍ସନ:
ରାୟପୁର- ରାଞ୍ଚି କରିଡରର ୧୩୭ କିଲୋମିଟର ୪ ଲେନ୍ ବିଶିଷ୍ଟ ପଥଲଗାଓଁ- ଗୁମଲା ସେକ୍ସନକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍)ରେ ୪,୪୭୩ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯିବ। ଏହା ଦ୍ୱାରା ଗୁମଲା, ଲୋହରଦଗା, ରାୟଗଡ଼, କୋରବା ଏବଂ ଧନବାଦରେ ଖଣି ଅଞ୍ଚଳ ଏବଂ ରାୟପୁର, ଦୁର୍ଗ, କୋରବା, ବିଳାସପୁର, ବୋକାରୋ ଓ ଧନବାଦରେ ଅବସ୍ଥିତ ଶିଳ୍ପ ଓ ଉତ୍ପାଦନ ଜୋନ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବ ।
୪୩ ନମ୍ବର ଜାତୀୟ ରାଜପଥର ୪ ଲେନ୍ ପଥଲଗାଓଁ-କୁନକୁନ-ଛତିଶଗଡ଼/ଝାଡ଼ଖଣ୍ଡ ସୀମାନ୍ତ-ଗୁମଲା-ଭରଦା ସେକ୍ସନ ତୁରୁଆ ଆମା ଗ୍ରାମ ନିକଟରେ ୧୩୦ଏ ନମ୍ବର ଜାତୀୟ ରାଜପଥର ଶେଷ ସ୍ଥାନରୁ ଆରମ୍ଭ ହୋଇ ରାୟପୁର-ଧନବାଦ ଅର୍ଥନୈତିକ କରିଡର ଅଧୀନରେ ପାଲମା-ଗୁମଲା ରାସ୍ତାର ଚେନେଜ୍ ୮୨+୧୫୦ରେ ଶେଷ ହେବ।
୬.) ଲେନ୍ ବିଶିଷ୍ଟ କାନପୁର ରିଙ୍ଗରୋଡ୍:
କାନପୁର ରିଙ୍ଗରୋଡର ୪୭ କିଲୋମିଟର ୬ ଲେନ୍ ଆକ୍ସେସ୍-ନିୟନ୍ତ୍ରିତ ସେକ୍ସନକୁ ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକସନ୍ ମୋଡ୍ (ଇପିସି)ରେ ମୋଟ ୩,୨୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ବିକଶିତ କରାଯିବ। ଏହି ସେକ୍ସନ କାନପୁର ଚାରିପଟେ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ରିଙ୍ଗକୁ ସମ୍ପୂର୍ଣ୍ଣ କରିବ। ଏହି ରିଙ୍ଗରୋଡ ପ୍ରମୁଖ ଜାତୀୟ ରାଜପଥ ଯଥା- ଜାତୀୟ ରାଜପଥ ୧୯ – ସ୍ୱର୍ଣ୍ଣ ଚତୁର୍ଭୁଜ, ଜାତୀୟ ରାଜପଥ ୨୭ – ପୂର୍ବ ପଶ୍ଚିମ କରିଡର, ଜାତୀୟ ରାଜପଥ ୩୪ ଓ ପ୍ରସ୍ତାବିତ ଲକ୍ଷ୍ନୌ – କାନପୁର ଏକ୍ସପ୍ରେସ ୱେ ଏବଂ ଗଙ୍ଗା ଏକ୍ସପ୍ରେସୱେରେ ଦୀର୍ଘ ଦୂରତା ଟ୍ରାଫିକକୁ ସହର ଅଭିମୁଖେ ଯାଉଥିବା ଟ୍ରାଫିକରୁ ଅଲଗା କରିବାରେ ସକ୍ଷମ ହେବ, ଯାହା ଦ୍ୱାରା ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ମାଲ ପରିବହନ ପାଇଁ ପରିବହନ ଦକ୍ଷତା ରେ ଉନ୍ନତି ଘଟିବ ।
ଛଅ-ଲେନ୍ ଗ୍ରୀନଫିଲ୍ଡ କାନପୁର ରିଙ୍ଗରୋଡ ଡିଜାଇନ ଚେନେଜ୍ (ସିଏଚ୍.) ୨୩+୩୨୫ରୁ ଆରମ୍ଭ ହୋଇ ଏୟାରପୋର୍ଟ ଲିଙ୍କ୍ ରୋଡ୍ (ଲମ୍ବ = ୧.୪୫ କିମି) ସହିତ ଡିଜାଇନ୍ ସିଏଚ୍ ୬୮+୬୫୦ (ଲମ୍ବ = ୪୬.୭୭୫ କିମି) ପର୍ଯ୍ୟନ୍ତ ଚାଲିବ।
୭.) ୪ ଲେନ୍ ଉତ୍ତର ଗୁଆହାଟୀ ବାଇପାସ୍ ଏବଂ ବର୍ତ୍ତମାନର ଗୁଆହାଟୀ ବାଇପାସର ପ୍ରଶସ୍ତିକରଣ/ଉନ୍ନତି:
୧୨୧ କିମି ଗୌହାଟୀ ରିଙ୍ଗରୋଡକୁ ବିଲ୍ଡ ଅପରେଟ୍ ଟୋଲ୍ (ବିଓଟି) ମୋଡରେ ମୋଟ ୫,୭୨୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ତିନୋଟି ବିଭାଗ ଯଥା ଉତ୍ତର ଗୌହାଟୀ ବାଇପାସ୍ (୫୬ କିମି), ବର୍ତ୍ତମାନର ୪ ଲେନ୍ ବିଶିଷ୍ଟ ୨୭ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍କୁ ପ୍ରଶସ୍ତିକରଣ କରିବା ଏବଂ ବର୍ତ୍ତମାନର ଏନଏଚ୍ ୨୭ର ବାଇପାସକୁ ଉନ୍ନତିକରଣ (୫୮ କିମି) ଏହି ପ୍ରକଳ୍ପରେ ସାମିଲ ରହିଛି । ପ୍ରକଳ୍ପର ଏକ ଅଂଶ ଭାବରେ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବଡ଼ ପୋଲ ମଧ୍ୟ ନିର୍ମାଣ କରାଯିବ । ଗୁଆହାଟୀ ରିଙ୍ଗରୋଡ୍ ଦେଶର ଉତ୍ତର-ପୂର୍ବାଞ୍ଚଳର ପ୍ରବେଶ ଦ୍ୱାର ୨୭ ନମ୍ବର ଜାତୀୟ ରାଜପଥ (ପୂର୍ବ ପଶ୍ଚିମ କରିଡର)ରେ ଚଳାଚଳ କରୁଥିବା ଦୀର୍ଘ ଦୂରତା ଟ୍ରାଫିକ୍ କୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ। ରିଙ୍ଗରୋଡ୍ ଗୌହାଟିର ଆଖପାଖ ପ୍ରମୁଖ ଜାତୀୟ ରାଜପଥଗୁଡ଼ିକରେ ଭିଡ଼ ହ୍ରାସ କରିବ, ଯାହା ଏହି ଅଞ୍ଚଳର ପ୍ରମୁଖ ସହର/ ସହର – ସିଲିଗୁଡ଼ି, ସିଲଚର, ଶିଲଙ୍ଗ, ଜୋରହାଟ, ତେଜପୁର, ଯୋଗୀଗୋଫା ଏବଂ ବାରପେଟାକୁ ସଂଯୋଗ କରିବ ।
୮.) ପୁଣେ ନିକଟସ୍ଥ ୮ ଲେନ୍ ବିଶିଷ୍ଟ ନାସିକ୍ ଫାଟା – ଖେଡ କରିଡର:
ନାସିକ୍ ଫାଟାରୁ ପୁଣେ ନିକଟସ୍ଥ ଖେଡ ପର୍ଯ୍ୟନ୍ତ ୩୦ କିଲୋମିଟର ୮ ଲେନ୍ ବିଶିଷ୍ଟ ଏଲିଭେଟେଡ୍ ନେସନାଲ ହାଇସ୍ପିଡ୍ କରିଡରକୁ ବିଲ୍ଡ-ଅପରେଟ୍-ଟ୍ରାନ୍ସଫର (ବିଓଟି)ରେ ବିକଶିତ କରାଯିବ। ଏହି ଏଲିଭେଟେଡ୍ କରିଡର ପୁଣେ ଓ ନାସିକ ମଧ୍ୟରେ ୬୦ ନମ୍ବର ଜାତୀୟ ରାଜପଥର ଚକନ, ଭୋସାରୀ ଇତ୍ୟାଦି ଶିଳ୍ପ କେନ୍ଦ୍ରରୁ ଯିବା ଆସିବା ପାଇଁ ନିରବଚ୍ଛିନ୍ନ ହାଇସ୍ପିଡ୍ ସଂଯୋଗ ପ୍ରଦାନ କରିବ। ଏହି କରିଡର ପିମ୍ପରୀ-ଚିଞ୍ଚୱାଡ ଆଖପାଖରେ ଗୁରୁତର ଟ୍ରାଫିକ ଭିଡ଼କୁ ମଧ୍ୟ ଦୂର କରିବ ।
ନାସିକ୍ ଫାଟାରୁ ଖେଡ ପର୍ଯ୍ୟନ୍ତ ୨ ଲେନ୍ ସର୍ଭିସ୍ ରୋଡ୍ ସହିତ ସିଙ୍ଗଲ ପିୟରରେ ଟାୟର -୧ରେ ଥିବା ୮ ଲେନ୍ ଏଲିଭେଟେଡ୍ ଫ୍ଲାଏ ଓଭର ମହାରାଷ୍ଟ୍ରର ଜାତୀୟ ରାଜପଥ-୬୦ର ୨୮.୯୨୫ କିଲୋମିଟର (ପିକେଜି-୧: କିମି ୧୨.୧୯୦ରୁ କିଲୋମିଟର ୨୮.୯୨୫ରୁ କିଲୋମିଟର ୪୨.୧୧୩) ସେକ୍ସନରେ ସମ୍ପୂର୍ଣ୍ଣ ହେବ ।
ପୃଷ୍ଠଭୂମି:
ଭିତ୍ତିଭୂମି ବିକାଶ କୌଣସି ଦେଶର ଆର୍ଥିକ ସମୃଦ୍ଧିର ମୂଳଦୁଆ ଏବଂ ଏହାର ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେଉଥିବା ପ୍ରତି ଟଙ୍କା ଜିଡିପି ଉପରେ ପ୍ରାୟ ୨.୫-୩.୦ ଗୁଣ ଅଧିକ ପ୍ରଭାବ ପକାଇଥାଏ ।
ଦେଶର ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିରେ ଭିତ୍ତିଭୂମିର ଗୁରୁତ୍ୱକୁ ଅନୁଭବ କରି ଭାରତ ସରକାର ଗତ ୧୦ ବର୍ଷ ଧରି ଦେଶରେ ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି । ଜାତୀୟ ରାଜପଥର ଦୈର୍ଘ୍ୟ ୨୦୧୩-୧୪ରେ ୦.୯୧ ଲକ୍ଷ କିଲୋମିଟର ଥିବା ବେଳେ ବର୍ତ୍ତମାନ ଏହା ୧.୪୬ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜାତୀୟ ରାଜପଥ ନିର୍ମାଣ ଗତି ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଉଦାହରଣ ସ୍ୱରୂପ, ଜାତୀୟ ରାଜପଥ ଚୁକ୍ତି ପ୍ରଦାନର ହାରାହାରି ବାର୍ଷିକ ଗତି ୨୦୦୪-୧୪ରେ ପ୍ରାୟ ୪,୦୦୦ କିଲୋମିଟରରୁ ପ୍ରାୟ ୨.୭୫ ଗୁଣ ବୃଦ୍ଧି ପାଇଛି! ୨୦୧୪-୨୪ରେ ୧୧ ହଜାର କିଲୋମିଟରରେ ପହଞ୍ଚିଛି । ସେହିପରି ଜାତୀୟ ରାଜପଥର ହାରାହାରି ବାର୍ଷିକ ନିର୍ମାଣ ମଧ୍ୟ ୨୦୦୪-୧୪ରେ ପ୍ରାୟ ୪୦୦୦ କିଲୋମିଟର ଥିବା ବେଳେ ୨୦୧୪-୨୪ରେ ଏହା ପ୍ରାୟ ୯୬୦୦ କିଲୋମିଟରକୁ ବୃଦ୍ଧି ପାଇଛି। ଘରୋଇ ନିବେଶ କୁ ମିଶାଇ ଜାତୀୟ ରାଜପଥରେ ମୋଟ ପୁଞ୍ଜି ନିବେଶ ୨୦୧୩-୧୪ରେ ୫୦,୦୦୦ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଏହାବ୍ୟତୀତ, ସରକାର କରିଡର ଭିତ୍ତିକ ରାଜପଥ ଭିତ୍ତିଭୂମି ବିକାଶ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯେଉଁଥିରେ ପୂର୍ବ ପ୍ରକଳ୍ପ ଭିତ୍ତିକ ବିକାଶ ପଦ୍ଧତି ତୁଳନାରେ ନିରନ୍ତର ମାନ, ଉପଭୋକ୍ତାଙ୍କ ସୁବିଧା ଏବଂ ପରିବହନ ଦକ୍ଷତା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯାଇଛି। ୨୦୪୭ ସୁଦ୍ଧା ଭାରତର ୩୦ ଟ୍ରିଲିୟନ୍ ଡଲାରରୁ ଅଥିକ ଆକାରର ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି । ଏହାକୁ ସମର୍ଥନ କରିବା ଲାଗି ଜିଏସଟିଏନ ଏବଂ ଟୋଲ୍ ଡାଟା ଉପରେ ଆଧାରିତ ବୈଜ୍ଞାନିକ ପରିବହନ ଅଧ୍ୟୟନ ମାଧ୍ୟମରେ ଏହି କରିଡର ଆଭିମୁଖ୍ୟ ୫୦,୦୦୦ କିଲୋମିଟର ହାଇସ୍ପିଡ ରାଜପଥ କରିଡରର ନେଟୱର୍କ ଚିହ୍ନଟ କରିଛି ।
*******
P.S.