Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଟାନକୁ ପେଟ୍ରୋଲିୟମ ଯୋଗାଣ ଉପରେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ମଞ୍ଜୁରି
ଆଜିର ଖବର

ଭୁଟାନକୁ ପେଟ୍ରୋଲିୟମ ଯୋଗାଣ ଉପରେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ମଞ୍ଜୁରି

March 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ
ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତରୁ ଭୁଟାନକୁ ପେଟ୍ରୋଲିୟମ, ତୈଳ, ଲୁବ୍ରିକାଣ୍ଟସ୍ (ପିଓଏଲ୍) ଏବଂ ଆନୁଷଙ୍ଗିକ ଉତ୍ପାଦର ସାଧାରଣ ଯୋଗାଣ ଉପରେ ଭାରତ ସରକାର ଏବଂ ଭୁଟାନର ରୟାଲ୍‌ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଅନୁମୋଦନ ମିଳିଛି।

ବିଶେଷକରି ହାଇଡ୍ରୋକାର୍ବନ କ୍ଷେତ୍ରରେ କୌଣସି ଲିଙ୍ଗ, ବର୍ଗ କିମ୍ବା ଆୟ ଭେଦଭାବ ନିର୍ବିଶେଷରେ ଭୁଟାନ ସହିତ ଉନ୍ନତ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଦ୍ୱାରା ଭାରତ ଏବଂ ଏହାର ନାଗରିକମାନଙ୍କୁ ଉପକୃତ କରିବା ଏହାର ଲକ୍ଷ୍ୟ।

ସୁବିଧା :

ଏହି ବୁଝାମଣାପତ୍ର ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ଏବଂ ଭୁଟାନକୁ ପେଟ୍ରୋଲିୟମ ଉତ୍ପାଦର ସୁରକ୍ଷିତ ଏବଂ ଦୀର୍ଘମିଆଦୀ ଯୋଗାଣ ସୁନିଶ୍ଚିତ କରିବ।

ଯେହେତୁ ଆତ୍ମନିର୍ଭର ଭାରତକୁ ବାସ୍ତବ ରୂପ ଦେବାରେ ରପ୍ତାନି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ବୁଝାମଣାପତ୍ର ଆତ୍ମନିର୍ଭର ଭାରତ ଦିଗରେ ଗୁରୁତ୍ୱ ଦେବ।

ଏହି ବୁଝାମଣାପତ୍ର ଭାରତର ନେବରହୁଡ ଫାଷ୍ଟ ପଲିସିରେ ଏନର୍ଜି ବ୍ରିଜ ଭାବରେ ଏକ କୌଶଳଗତ ପଦକ୍ଷେପ।

bhutan india narendra modi petroleum union cabinet
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପାର ସ୍ଥିତି

October 16, 2026

ଦୀପାବଳି ପୂର୍ବରୁ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍!: ସରକାର ଡାକିବେ ସଂସଦୀୟ ଅଧିବେଶନ?

October 16, 2026

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026
Latest News

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026

‘SSR କୁ ଓଲଟାଇଲେ RSS…’: ଇସିଆଇର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ ଯାଦବ

October 16, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପାର ସ୍ଥିତି

October 16, 2026

ଦୀପାବଳି ପୂର୍ବରୁ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍!: ସରକାର ଡାକିବେ ସଂସଦୀୟ ଅଧିବେଶନ?

October 16, 2026

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.