ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

Published: Mar 14, 2024, 8:25 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଭୁଟାନ ଖାଦ୍ୟ ଓ ଔଷଧ ପ୍ରାଧିକରଣ (ବିଏଫ୍‌ଡିଏ), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରୟାଲ ଗଭର୍ଣ୍ଣମେଣ୍ଟ ଏବଂ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି।

ଭୁଟାନ ଖାଦ୍ୟ ଓ ଔଷଧ ପ୍ରାଧିକରଣ (ବିଏଫ୍‌ଡିଏ), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରୟାଲ ଗଭର୍ଣ୍ଣମେଣ୍ଟ ଅଫ୍ ଭୁଟାନ ଏବଂ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହେବା ଦ୍ୱାରା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟ ସହଜ ହେବ। ଭାରତକୁ ଉତ୍ପାଦ ରପ୍ତାନି କରିବା ସମୟରେ ଏଫଏସଏସଏଆଇ ଦ୍ୱାରା ନିର୍ଦ୍ଧାରିତ ଆବଶ୍ୟକତା ଅନୁପାଳନର ପ୍ରମାଣ ଭାବରେ ବିଏଫ୍‌ଡିଏ ଏକ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଜାରି କରିବ। ଏହା ଦ୍ୱାରା ଇଜ ଅଫ୍ ଡୁଇଂ ବିଜନେସ୍ (ବ୍ୟବସାୟରେ ସହଜତା) କୁ ପ୍ରୋତ୍ସାହନ ମିଳିବ ଏବଂ ଉଭୟ ପକ୍ଷର ଅନୁପାଳନ ଖର୍ଚ୍ଚ ହ୍ରାସ ପାଇବ।

Related posts