Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଚରକୁ କିଭଳି ମିଳିଥିଲା ଜାମିନ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଟରକୁ କିଭଳି ଜାମିନ ମିଳିଥିଲା, ସେ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଶାସନିକ ତ୍ରୁଟି ସମ୍ପର୍କରେ ଟିପ୍ପଣୀ ଦେଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଜଘଣ୍ୟ ଅପରାଧ ଘଟାଇଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଜେଲ୍‌ରେ ରଖିବାରେ ବିଫଳ ହେଲେ ତାହା ଚିନ୍ତାର ବିଷୟ। ଏ ପ୍ରସଙ୍ଗ ନେଇ ବିକାଶ ଏନକାଉଣ୍ଟର ତଦନ୍ତ କମିଟି ମଧ୍ୟ ଅନୁଶୀଳନ କରିବା ଉଚିତ।

ଏନ୍‌କାଉଣ୍ଟର୍ ତଦନ୍ତ କମିଟିରେ ସାମିଲ ହେବା ଲାଗି ସୁପ୍ରିମ୍‌ କୋର୍ଟ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସୁପ୍ରିମ୍‌ କୋର୍ଟରୁ କୌଣସି ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ ବିଚାରପତିମାନେ ଆହ୍ଲାବାଦକୁ ଯିବା ଲାଗି ଅନିଚ୍ଛୁକ ଥିବାରୁ ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟରୁ ହିଁ ସୁପ୍ରିମ୍ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଆଣିବା ଉଚିତ।