Categories
ଆଜିର ଖବର

ଦୁର୍ବଳ ଆଇନ ବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ଅଖିଳେଶ ଯାଦବ

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ ବୃଦ୍ଧି ପାଇଛି, ସେଥିପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଖିଳେଶ। ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ୍‌ ମୁଖ୍ୟ ମାନଙ୍କୁ ବଦଳି କରାଇବା ପରେ ୟୁପିରେ ଜଙ୍ଗଲରାଜ ଚାଲିଛି ବୋଲି କହିଛନ୍ତି ଅଖିଳେଶ। ଅଖିଳେଶଙ୍କ ସହିତ ବରିଷ୍ଠ ନେତା ଅହମଦ୍‌ ହାସନ୍‌ ରାଜ୍ୟପାଳଙ୍କୁ ଭେଟିଥିଲେ।

Categories
ଆଜିର ଖବର

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ମୁଖ୍ୟଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ ହରାଇଛନ୍ତି ଦର୍ବେଶ। ମନୀଷ ଶର୍ମା ନାମକ ଏହି ଓକିଲ ଜଣକ ପ୍ରଥମେ ଦର୍ବେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଗକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ପୁଷ୍ପାଞ୍ଜଳି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା। ହସ୍ପିଟାଲରେ ଦର୍ବେଶଙ୍କୁ ମୃତ ଘୋଷିତ କରାଯାଇଥିବା ବେଳେ ମନୀଷଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଦିନ ପୂର୍ବରୁ ସଭାପତି ନିର୍ବାଚିତ ହୋଇଥିବା ଶ୍ରୀମତି ଦର୍ବେଶ ଯାଦବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ବୁଧବାର ଅନୁଷ୍ଠିତ ଏହି ଉତ୍ସବରେ ମନୀଷ ତାଙ୍କୁ ତିନି ଥର ଗୁଳି ମାଡ କରିଥିଲେ। ଗୁଳିମାଡର କାରଣ ଜଣା ପଡିନଥିଲେ ମଧ୍ୟ ଏହା ପଛରେ ବାର୍‌ କାଉନ୍‌ସିଲ୍ ନିର୍ବାଚନ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ପ୍ରଥମ ମହିଳା ଭାବରେ ଉତ୍ତରପ୍ରଦେଶ ବାର୍‌ କାଉନ୍‌ସିଲର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର

ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ମୃତ

ଉତରପ୍ରଦେଶରେ ପୁଣି ଥରେ ବିଷାକ୍ତ ମଦ ପିଇ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌ ନିକଟବର୍ତ୍ତୀ ବାରାବାଙ୍କୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ଜଣ ପ୍ରାଣ ହରାଇଛନ୍ତି। ଏହାସହ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ଏକ ପରିବାରର ୨ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପାଇଁ ଏସ୍‌ଓ ରାଜେଶ କୁମାର ସିଂ ଓ ସର୍କଲ ଅଫିସ୍‌ରଙ୍କୁ ନିଲମ୍ବନ କରାଯାଇଛି।

Categories
ଆଜିର ଖବର

ମହାମେଣ୍ଟର ପ୍ରଥମ ନିର୍ବାଚନୀ ସଭାରେ ମାୟାବତୀଙ୍କ ଋଣହୁଙ୍କାର

ଉତ୍ତରପ୍ରଦେଶର ଦେଓବନ୍ଦଠାରେ ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦ୍‍ବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାୟାବତୀ ଅନୁରୋଧ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାର ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। ଏବେ ୟୁପିରୁ ବିଜେପି ଯାଉଛି ଏବଂ ମହାଗଠବନ୍ଧନ ଆସୁଛି । ଯଦି ଭୋଟିଂ ମେସିନ୍‌ରେ କୌଣସି ପ୍ରକାରର ଗଡବଡ଼ ନ ହୁଏ, ତେବେ ମହାଗଠବନ୍ଧନ ନିଶ୍ଚୟ ହିଁ ଜିତିବ ବୋଲି କହିଛନ୍ତି ମାୟାବତୀ। ସେହିପରି କଂଗ୍ରେସକୁ ନିଶାନା କରିଛନ୍ତି ମାୟାବତୀ । ଆଉ ଚୌକିଦାରର ନାଟକ ଚଳିବ ନାହିଁ, ଯେତେ ଶକ୍ତି ଲଗାନ୍ତୁ ପଛେ। ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ପ୍ରଲୋଭନ କରିଥିବା ମୋଦି ସରକାର ଏକଚତୁର୍ଥାଂଶ ପ୍ରତିଜ୍ଞା ବି ପୂରଣ କରିପାରିଲା ନାହିଁ। ସେହିପରି ମାୟାବତୀ କହିଛନ୍ତି ଯେ, ଯଦି ତାଙ୍କୁ ସୁଯୋଗ ମିଳିବ, ତେବେ କୃଷକଙ୍କର ଋଣ ରହିବ ନାହିଁ। କଂଗ୍ରେସ ଇସ୍ତାହାରରେ ମାସିକ ୬,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଛି,  ଯଦି ମେଣ୍ଟ ସରକାର ଆସିବ, ତେବେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ଦେବା ପାଇଁ ବ୍ୟବସ୍ଥା ରହିବ। କଂଗ୍ରେସର ପ୍ରଲୋଭନର ନ ଆସିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ବିଜେପିକୁ ମାତ୍‌ ଦେଇପାରିବ ନାହିଁ, କିନ୍ତୁ ମହାଗଠବନ୍ଧନ ହିଁ ରୋକି ପାରିବ। କଂଗ୍ରେସ ଆମ ମେଣ୍ଟକୁ ଜିତିବାକୁ ଦେବାକୁ ଚାହୁଁନାହିଁ। ତେଣୁ କଂଗ୍ରେସ ବିଭିନ୍ନ ଲୋକସଭା ଆସନରେ ବିଜେପିକୁ ଫାଇଦା ପହଞ୍ଚାଇବା ଭଳି ପ୍ରାର୍ଥୀ ଦେଇଛି। ମୁସଲମାନ ସମ୍ପ୍ରଦାୟର ଲୋକ ନିଜ ଭୋଟ ବାଟନ୍ତୁ ନାହିଁ। କେବଳ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟକୁ ଭୋଟ ଦିଅନ୍ତୁ ବୋଲି ଅପିଲ୍‌ କରିଛନ୍ତି ମାୟାବତୀ। ଏହି ଅବସରରେ ମୋଦିଙ୍କୁ କଟାକ୍ଷ କରି ମାୟାବତୀ କହିଛନ୍ତି ଯେ, ମେଣ୍ଟ ଜନସମାବେଶରେ ଲୋକଙ୍କ ଭିଡ଼ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମ ଶକ୍ତିର ଆଭାସମିଳିସାରିଥିବ। ସେହିପରି ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବମଧ୍ୟ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ପ୍ରଥେମ ଚାଏବାଲା, ଏବେ ଚୌକିଦାର। ବର୍ତ୍ତମାନ ନୂଆ ସରକାର ଓ ନୂଆ ପ୍ରଧାନମନ୍ତ୍ରୀ ବାଛିବାର ସମୟ ଆସିଛି। ଏଥର ସବୁ ଗରିବ ସବୁ କୃଷକ ଚୌକିଦାରର ଚୌକିକୁ ହଟାଇବା ପାଇଁ କାମ କରିବେ। ଶରାବ କହିଲା ବାଲା ସତ୍ତାର ନିଶାରେ ଚୁର୍‌ ହୋଇଛି। ସେହିପରି ଅଖିଳେଶ କହିଛନ୍ତି ଯେ, ଆମ ସୀମା ସୁରକ୍ଷିତ ନାହିଁ, ଆମ ଯବାନଙ୍କ ପ୍ରାଣ ଯାଉଛି। ଏହି ନିର୍ବାଚନ ହେଉଛି ମହାପରିବତ୍ତର୍ନର ନିର୍ବାଚନ ବୋଲି କହିଛନ୍ତି ଅଖିଳେଶ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଛିଡିଲାନି ଆସନ ଭାଗବଣ୍ଟା : ମହାମେଣ୍ଟ ଛାଡିଲା ନିଶାଦ ପାର୍ଟି, ବିଜେପିରେ ସାମିଲ ହେବା ସମ୍ଭାବନା

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି(ସପା)ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମହାମେଣ୍ଟରେ ଗୋଟିଏ ଦିନ ପୂର୍ବରୁ ସାମିଲ ହୋଇଥିବା ନିଶାଦ ପାର୍ଟି ଏବେ ୟୁ-ଟର୍ଣ୍ଣ ନେଇଛି। ନିଶାଦ ପାର୍ଟି କୌଣସି ପ୍ରକାରରେ ସପା-ବିଏସ୍‌ପି ମହାମେଣ୍ଟରେ ରହିବ ନାହିଁ ଏବଂ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁବାର ନିଶାଦ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସପା- ବିଏସ୍‌ପି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଥିଲା। ତେବେ ମେଣ୍ଟରେ ଯୋଗଦେବା ପରେ ଆସନ ଭାଗବଣ୍ଟାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ନିଶାଦ ପାର୍ଟି ମୁଖ୍ୟ ମହାରାଜଗଞ୍ଜ ଆସନରୁ ଦଳୀୟ ଚିହ୍ନରେ ଲଢ଼ିବାକୁ ମହାମେଣ୍ଟ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ଏହି ଅଙ୍କ ଛିଡ଼ି ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ନିଶାଦ ପାର୍ଟି ମହାମେଣ୍ଟକୁ ବାଏ ବାଏ କହିଛି। ମହାମେଣ୍ଟରୁ ଓହରିବା ପରେ ନିଶାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ ଓ ତାଙ୍କ ପୁଅ ପ୍ରବୀଣ ନିଶାଦ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ପ୍ରବୀଣ ସମାଜବାଦୀ ଟିକେଟ୍‌ରେ ଗୋରଖପୁର ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ନିଶାଦ ପାର୍ଟିର ନେତାମାନେ ଯୋଗୀଙ୍କୁ ଦେଖା କରିବାରୁ ଦଳ ବିଜେପି ସହ ମିଶିବ ବୋଲି ଆକଳନ କରାଯାଉଛି। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁର ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଠାରେ ସମାଜବାଦୀ ପାର୍ଟି ନିଶାଦ ପାର୍ଟି ସହ ମିଶି ବିଜେପିକୁ ହରାଇବାରେ ସକ୍ଷମ ହୋଇଥିଲା। ତେବେ ଏବେ ନିଶାଦ ପାର୍ଟିର ଏଭଳି ଆଭିମୁଖ୍ୟ ଉତ୍ତର ପ୍ରଦେଶ ରାଜନୀତିକୁ ସରଗରମ କରିଛି।

Categories
ଆଜିର ଖବର

ଉତ୍ତର ପ୍ରଦେଶ ବିଜେପିର ବଡ ପରିବର୍ତ୍ତନ ସମ୍ଭାବନା

ବୁଧବାର ବିଜେପି ଚଳିତ ଲୋକସଭା ନିର୍ବାଚନ ନିମନ୍ତେ ଏହାର ପ୍ରାର୍ଥୀପତ୍ର ଘୋଷଣା ପୂବର୍ରୁ ଉତ୍ତର ପ୍ରଦେଶରେ ବଡ ପରିବର୍ତ୍ତନ ହାେଇପାରେ ବାେଲି ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାତ୍ରରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏହି ବୈଠକ ଅନେକ ପରିବର୍ତ୍ତନର ସୂଚନା ଦେଉଛି। ୨୦୧୪ ସାଧାରଣ ନିର୍ବାଚନରେ ଦଳ ଉତ୍ତର ପ୍ରଦେଶରେ ୭୩ ଆସନ ହାସଲ କରିଥିଲା। ପ୍ରାପ୍ତ ସୂଚନା ପ୍ରାୟ  ୨୫ସାଂସଦ ନିଜର ଆସନ ହରାଇବାର ସମ୍ଭାବନା ରହିଛି। ୟୁପି, ଆସାମ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୧ ଆସନରେ ଏପ୍ରିଲ୍‌ ୧୧ରେ ନିର୍ବାଚନ ହେବାକୁ ଥିବା ବେଳେ ୯୭ ଆସନରେ ଏପ୍ରିଲ୍‌ ୧୮ରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। କର୍ଣ୍ଣାଟକରେ ଦୁଇ ପର୍ଯ୍ୟାୟରେ ୧୮ ଏବଂ ୨୩ରେ ନିର୍ବାଚନ ହେବାକୁ ଥିବାରୁ ଏହା ଉପରେ କେନ୍ଦ୍ରୀୟ କମିଟିର ନଜର ରହିଥିବା ପ୍ରକାଶ। ସେହିପରି ଛତିଶଗଡ ବିଜେପିରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଆସନରେ ନୂତନ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ ବିଜେପି ଦାୟିତ୍ବରେ ଥିବା ଅନୀଲ ଜୈନ୍‌। ବରିଷ୍ଠ ନେତା ଏଲ୍‌ କେ ଆଡଭାନୀ, ମୁରଲୀ ମନାେହର ଯୋଶୀ, ବିସି ଖଣ୍ଡୁରୀ ଏବଂ ଭଗତ ସିଂକାେସାରିୟାଙ୍କୁ ମଧ୍ୟ ଦଳ ତରଫରୁ ଟିକଟ ନ ମିଳିପାରେ। ସ୍ବାସ୍ଥ୍ୟବସ୍ଥା ଯୋଗୁଁ ସୁଷମା ସ୍ବରାଜ ନିର୍ବାଚନ ଲଢିବା ନେଇ ସନ୍ଦେହରେ ରହିଥିବା ବେଳେ ନରେନ୍ଦ୍ର ମୋଦି ଏବଂ ରାଜନାଥ ସିଂ ଯଥାକ୍ରମେ ବାରଣାସୀ ଏବଂ ଲକ୍ଷ୍ନୌରୁ ନିର୍ବାଚନ ଲଢିବେ। ଓଡିଶାର କଳାହାଣ୍ଡି, କାେରାପୁଟ, ବ୍ରହ୍ମପୁର ଏବଂ ନବରଙ୍ଗପୁର ନିର୍ବାଚନ ଉପରେ ନଜର ରହିଥିବା ବେଳେ ଉତ୍ତର ପୂର୍ବୀୟ ରାଜ୍ୟ ମଣିପୁର, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡ ଉପରେ ବିଶେଷ ଦୃଷ୍ଟି ରହିବ ।

 

Categories
ଆଜିର ଖବର

ଉତ୍ତରପ୍ରଦେଶରେ ୭ଟି ଆସନ ଉପରେ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ, ପୂର୍ବରୁ ସପା-ବିଏସ୍‌ପି କଂଗ୍ରେସ ପାଇଁ ୨ଟି ଆସନ ଛାଡ଼ିଛନ୍ତି

ଉତ୍ତରପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଓ ଆରଏଲ୍‌ଡି ପାଇଁ ୭ଟି ସିଟ୍‌ ଛାଡ଼ିବା ନେଇ ଘୋଷଣା କରିଛି। ପୂର୍ବରୁ ସପା-ବିଏସ୍‌ପି ମେଣ୍ଟ ଉତ୍ତରପ୍ରଦେଶରେ ଦୁଇଟି ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲା। ୭ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ପ୍ରଦାନ କରିବ ନାହିଁ ବୋଲି ପ୍ରଦେଶ ଅଧ୍ୟକ୍ଷ ରାଜ ବବର୍‌ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରେ ମୌନପୁରୀ, କନୌଜ ଓ ଫିରୋଜବାଦ ଆସନ ଆଦି ରହିଛି, ଯାହା ସମାଜବାଦୀ ପାର୍ଟିର ଗଡ଼। ଏହା ବ୍ୟତୀତ ମାୟାବତୀ, ଅଜିତ୍‌ ସିଂହ ଓ ଜୟନ୍ତ ଚୌଧୁରୀଙ୍କ ବିପକ୍ଷରେ ମଧ୍ୟ ପ୍ରାର୍ଥୀ ଦିଆଯିବ ନାହିଁ ସୂଚନା ରହିଛି। ଉତ୍ତରପ୍ରଦେଶରେ କଂଗ୍ରେସ ଜନ ଅଧିକାର ପାର୍ଟି ସହ ୭ଟି ଆସନକୁ ନେଇ ବୁଝାମଣା କରିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି। ଏହି ୭ଟି ଆସନରେ ୫ଟି ଆସନରୁ ଜନ ଅଧିକାର ପାର୍ଟିର ପ୍ରାର୍ଥୀ ଦେବାକୁ ଥିବାବେଳେ ଦୁଇଟି ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଦେବ।

Categories
ଆଜିର ଖବର

ସପା-ବିଏସ୍‌ପି ମେଣ୍ଟ ସହ ସାମିଲ୍‌ ହେଲେ ଆରଏଲ୍‌ଡି

ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ଙ୍କ ମେଣ୍ଟରେ ଆଜି ଆର୍‌ଏଲ୍‌ଡି ସାମିଲ ହୋଇଛି। ଆର୍‌ଏଲ୍‌ଡି ମେଣ୍ଟରେ ସାମିଲ ହେବା ପରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ଆଜି ଅଖିଲେଶ ଯାଦବ ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଆରଏଲ୍‌ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ତେବେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଖିଳେଶ ।  ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ମହାମେଣ୍ଟ ଲଢ଼େଇ କରିବ।”

Categories
ଆଜିର ଖବର

କନ୍ୟା ସୁମଙ୍ଗଳା ଯୋଜନାରେ ସବୁ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ମିଳିବି ୧୫ ହଜାର ଟଙ୍କା

ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘କନ୍ୟା ସୁମଙ୍ଗଳା’ ଯୋଜନା ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ଝିଅକୁ ଜନ୍ମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ୫ଟି ପର୍ଯ୍ୟାୟରେ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ହିତାଧିକାରୀଙ୍କୁ ପରିବାରର ଆୟ ସୀମା ୩ ଲକ୍ଷଟଙ୍କା ରଖାଯାଇଛି, ପୂର୍ବରୁ ଏହା ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଥିଲା । ଏହି ଯୋଜନା ଅନୁସାରେ ୨୫ ହଜାର ଟଙ୍କା ଆୟ କରୁଥିବା ପରିବାରକୁ ମଧ୍ୟ ଏହି ଯୋଜନାର ଲାଭ ମିଳିପାରିବ । ହିତାଧୀକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଏହି ଯୋଜନାର ରାଶି ଜମା କରାଯିବ ।  କନ୍ୟା ଜନ୍ମ ସମୟରେ ୧୦୦୦ଟଙ୍କା, ଟୀକାକରା ପୂର୍ଣ୍ଣ ହେବା ପରେ ୨୦୦୦ଟଙ୍କା, ପ୍ରଥମ ଶ୍ରେଣୀରେ ପଢିଲାବେଳେ ୨୦୦୦ଟଙ୍କା, ଷଷ୍ଠ ଶ୍ରେଣୀରେ ୨୦୦୦ଟଙ୍କା, ନବ ଶ୍ରେଣୀରେ ୩୦୦୦ଟଙ୍କା,  ଦ୍ବାଦଶରୁ ଉତ୍ତୀର୍ଣ୍ଣ ହୋଇ ସ୍ନାତକ ପଢିବା ସମୟରେ ୫୦୦୦ଟଙ୍କା ମିଳିବ ବୋଲି ସୂଚନା ରହିଛି ।