Categories
ଆଜିର ଖବର ଜାତୀୟ ଖବର

ୟୁପି ବିଧାନସଭା ନିର୍ବାଚନ ଲଢିବ ଆପ୍‌

ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ୍‌ ଆଦମୀ ପାର୍ଟି । 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଲଢିବା ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଉତ୍ତରପ୍ରଦେଶର କରୋନା ସଙ୍କଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଯଦି ଦିଲ୍ଲୀରେ ସବୁ ପ୍ରକାରର ସୁବିଧାର ବ୍ୟବସ୍ଥା ହୋଇପାରିବ, ତେବେ ୟୁପିରେ ଏହା କାହିଁକି ହୋଇପାରିବ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ୟୁପି ଏପର୍ଯ୍ୟନ୍ତ ସଠିକ୍‌ ରାଜନୀତି ଦେଖିନାହିଁ, ଏବେ ଏହାକୁ ଏକ ନୂଆ ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ଲଗାତାର ଭାବରେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିଛି । ଦିଲ୍ଲୀରେ କାମ କରିକି ଦେଖାଇଛୁ ବୋଲି କହିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି । ଦିଲ୍ଲୀରେ ଲୋକଙ୍କୁ ମୁକ୍ତ ବିଜୁଳି ଓ ପାଣି ମିଳୁଛି । ମୋହଲ୍ଲା କ୍ଲିନିକ୍‌ର ସୁବିଧା ମିଳୁଛି । ଏହି ସବୁ ଗୋରଖପୁର, ଲକ୍ଷ୍ନୌ ଓ ୟୁପର ଅନ୍ୟ ସହରରେ କ’ଣ ପାଇଁ ମିଳିପାରିବ ନାହିଁ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ଦେଢ ବର୍ଷ ବାକି ରହିଛି । ଏଥିପାଇଁ ସମେସ୍ତ ନିଜ ନିଜ ପ୍ରସ୍ତୁତି ଆରମ୍ଭକରିଛନ୍ତି । ନିକଟରେ ଆପ୍‌ ଗୋଆରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ନିଜ ଖାତା ଖୋଲିଛି ।