Categories
ଅପରାଧ ଆଜିର ଖବର ଜାତୀୟ ଖବର

25ଟି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ : ଏକ ବର୍ଷରେ ଏକ କୋଟିର ଠକେଇ

ଲକ୍ଷ୍ନୌ : ଅନନ୍ୟ ଉପାୟରେ ଠକେଇ କରିବାର ଏକ ଉପାୟ ବାହାର କରିବା ସହିତ ଏହା ଦ୍ବାରା 1 କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଅନାମିକା ଶୁକ୍ଳା ନାମକ ଏହି ଶିକ୍ଷୟିତ୍ରୀ ଜଣକ ଏକ ସମୟରେ 25ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ଧରି ମହିଳା ଜଣକ 25ଟି ସ୍କୁଲରେ କାମ କରିବା ସହିତ ଏକ କୋଟିରୁ ଅଧିକ ଟଙ୍କାର ବେତନ ନେଇଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କର ଡାଟାବେସ୍‌ ତିଆରି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି ।

ଘଟଣା ସମ୍ମୁଖକୁ ଆସିବା ପରେ ପୋଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ପଚରା ଉଚୁରା ଜାରି ରହିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ଶିକ୍ଷୟିତ୍ରୀ ଜଣକ କାସଗଞ୍ଜ ସ୍କୁଲରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଣିପୁରୀର ଏହି ମହିଳା ଜଣକ ଏକ ସମୟରେ କାସଗଞ୍ଜ, ଆମ୍ବେଦକର ନଗର, ବାଘପତ, ଆଲିଗଡ, ଶାହରନ୍‌ପୁର ଏବଂ ପ୍ରୟାଗରାଜ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଶିକ୍ଷୟିତ୍ରୀ ଜଣକ 1 କୋଟିରୁ ଅଧିକ ଟଙ୍କାର ବେତନ ନେଇ ସାରିଛନ୍ତି ।