Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ ଗଡିଲା ଭୁବନେଶ୍ୱରରୁ ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ଉଦଘାଟିତ ହୋଇଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ ଦେଲେ ଅନ୍ୟ ସବୁ ଦିନରେ ଅର୍ଥାତ ସପ୍ତାହକୁ ୬ ଦିନ ଚାଲିବ।

ସମୟ ସାରଣୀ:

ଭୁବନେଶ୍ୱର- ସକାଳ ୫.୧୫ ଛାଡିବ

ଖୋର୍ଦ୍ଧା ରୋଡ- ସକାଳ ୫.୩୩

ବାଲୁଗାଁ- ସକାଳ ୬.୨୩

ବ୍ରହ୍ମପୁର- ସକାଳ ୭.୦୫

ଇଚ୍ଛାପୁରମ- ସକାଳ ୭.୧୮

ପଲାସା- ସକାଳ ୮.୧୮

ଶ୍ରୀକାକୁଲମ ରୋଡ- ସକାଳ ୯.୦୦

ବିଜୟାନାଗରମ- ସକାଳ ୯.୪୩

ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ।

ସେହିପରି ଭାବେ ବିଶାଖାପାଟନମରୁ ଭୁବନେଶ୍ବର ସମୟ ହେଲ

ବିଶାଖାପାଟନମ- ଅପରାହ୍ନ ୩.୩୦ରୁ ଛାଡିବ

ବିଜୟାନାଗରମ- ୪.୧୫

ଶ୍ରୀକାକୁଲମ ରୋଡ- ୫.୦୩

ପଲାସା- ୬.୧୦

ଇଚ୍ଛାପୁରମ- ୬.୪୦

ବ୍ରହ୍ମପୁର- ୭.୦୦

ବାଲୁଗାଁ- ୭.୫୨

ଖୋର୍ଦ୍ଧା ରୋଡ- ୮.୫୭

ଭୁବନେଶ୍ୱର- ରାତି ୯.୩୦ ରେ ପହଞ୍ଚିବ।

ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠାରୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଗଡିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ହେବ। ଏହାକୁ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏ ନେଇ ପୂର୍ବତଟ ରେଳ ବିଭାଗ ତରଫରୁ ପ୍ରସ୍ତୁତି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ବରରୁ ଯୋଗଦେବେ। ଭୁବନେଶ୍ବର ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ।

ସେହିପରି ପୁରୀ, କଟକ, ତାଳଚେର ରୋଡ, ଅନୁଗୁଳ, ରେଢାଖୋଲ,ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ସ୍ଥାନୀୟ ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିବେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୧ଟି ରାଜ୍ୟ ପାଇଁ ୯ଟି ବନ୍ଦେ ଭାରତ ଏକ୍ପପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ସେହି ରାଜ୍ୟଗୁଡିକ ହେଲା ହେଲା ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ରେ ଯୋଗାଯୋଗ ବୃଦ୍ଧି କରିବ।