Categories
ଆଜିର ଖବର ଜାତୀୟ ଖବର

ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

କାନପୁର: ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଛି । ମୃତକ ଦ୍ୱୟ ହେଲେ ବାଓ୍ବଆ ଦୁବେ ଓ ପ୍ରଭାତ ମିଶ୍ରା। ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି।

ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା।  ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି। ସେହିପରି ବିକାଶର ଅନ୍ୟତମ ସହଯୋଗୀ ବାଉଓ୍ବା ଦୁବେକୁ ଇଟାଓ୍ବାଠାରେ ଗୁଳି କରିଛି । ପୋଲିସ ସୂଚନା ଅନୁସାରେ ବାଓ୍ବଆ ବିଳମ୍ବିତ ରାତ୍ରିରେ ମହେବା ନିକଟରେ ହାଇଓ୍ବେଠାରେ ଏକ ସ୍ବିପ୍ଟ ଡିଜାୟାର୍‌ କାର୍‌ ଚୋରି କରୁଥିଲା । ବାଓ୍ବଆ ସହ ତିନିଜଣ ଅପରାଧୀ ରହିଥିଲେ । ପୋଲିସ୍‌କୁ ଏହି ଲୁଟ୍‌ର ଖବର ମିଳିଥିଲା । ବାଓ୍ବଆ  ପୁଲିସ୍‌ ପାଇଁ ମୋଷ୍ଟୱାଣ୍ଟେଡ ଥିଲା। ଏଥିପାଇଁ ତା’ ମୁଣ୍ଡ ଉପରେ 50 ହଜାର ଟଙ୍କାର ପୁରସ୍କାର ରହିଥିଲା । ତେବେ ବାଓ୍ବଆ ସହ ଥିବା ଅନ୍ୟ ତିନି ଅପରାଧୀ ଖସି ଯିବାରେ ସଫଳ ହୋଇଛନ୍ତି ।

ଏହା ପୂର୍ବରୁ ପୋଲିସ୍‌ ବିକାଶ ଦୁବେର ଡାହାଣ ହାତ ବୋଲାଉଥିବା ଅମର ଦୁବେକୁ ମଧ୍ୟ ଏନକାଉଣ୍ଟର କରିଛି । ହମୀରପୁର ଜିଲ୍ଲାରେ ଅମର ଲୁଚି ରହିଥିବାର ସୂଚନା ରହିଥିଲା । (ଏଜେନ୍ସି)