Categories
ଆଜିର ଖବର ମନୋରଂଜନ ସିନେମା

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ଆସିଲା ଫରେନସିକ୍‌ ରିପୋର୍ଟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ କରି ବୟାନ ରେକର୍ଡ କରୁଛି । ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍‌ ଭସେରା ରିପୋର୍ଟ ଆସିଛି । ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇନଥିବାର ଜଣାପଡିଛି । ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ନଖର ରିପୋର୍ଟ ପରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା କି ନାହିଁ ତାହା ଜଣାପଡିବ ।

ସୂଚନାଯୋଗ୍ୟ, ଜୁନ୍‌ 14 ତାରିଖରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ୍‌ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ତାଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି । ଅପରପକ୍ଷରେ ସୁଶାନ୍ତଙ୍କ ମାନବିକ ଅବସାଦ ତଥା ଆତ୍ମହତ୍ୟା ପାଇଁ ଉସୁକାଇବା ବା ହତ୍ୟା ଅଭିଯୋଗରେ ବଲିଉଡ୍‌ ବହୁ ନାମୀଦାମୀଙ୍କ ନାମ ଏବେ ସାମିଲ୍‌ ହୋଇଛି । ସୁଶାନ୍ତ ମୃତ୍ୟୁ ମାମଲାରେ ଆଜି ଫିଲ୍ମ ପ୍ରଯୋଜକ ମହେଶ ଭଟ୍ଟଙ୍କୁପୋଲିସ୍‌ ପଚରାଉଚୁରା କରିଛି । ସେହିପରି ଆସନ୍ତାକାଲି ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ୍‌ ଜୋହରଙ୍କୁ ମଧ୍ୟ ପୋଲିସ୍‌ ପଚାରିବ । ଅନ୍ୟପଟରେ ସୁଶାନ୍ତଙ୍କ ମୃତ୍ୟୁ ପରେ  ବଲିଉଡ୍‌ରେ ଟ୍ୟାଲେଣ୍ଟ ବନାମ ନେପ୍‌ଟୋଜିମର ଏକ ତର୍କ ସୃଷ୍ଟି ହୋଇଛି । ଏଥିରେ ବହୁ ନାମୀ ଦାମୀଙ୍କ ନାମ ସାମ୍‌ନାକୁ ଆସିଛି । ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ଙ୍କ ନାମ ମଧ୍ୟ ଏଥିରେ ସାମିଲ୍‌ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଡିଜ୍‌ନୀ ହଟ୍‌ଷ୍ଟାର୍‌ରେ ରିଲିଜ୍‌ ହୋଇ ରେକର୍ଡ କରିଛି ।