Categories
ଆଜିର ଖବର ବ୍ୟବସାୟ

ଭୋଡାଫୋନ୍‌ର 5 ପ୍ରତିଶତ ଅଂଶଧନ କିଣିବ ଗୁଗୁଲ୍‌!

ନୂଆଦିଲ୍ଲୀ : ଋଣଭାରରେ ବୁଡି ରହିଥିବା ତଥା କ୍ଷତିରେ ଚାଲୁଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌-ଆଇଡିଆରେ 5 ପ୍ରତିଶତର ଅଂଶଧନ କିଣିବାକୁ ଯାଉଛି ଗୁଗୁଲ୍‌ । ଭାରତରେ ଫେସ୍‌ବୁକ୍‌ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନେବାର ଆଶା କରାଯାଉଛି । ଫେସ୍‌ବୁକ୍‌ ଜିଓରେ ନିବେଶ କରିଥିବା ବେଳେ ଭାରତୀୟ ବଜାର ଅଧିଗ୍ରହଣ ଜିଓ ପାଇଁ ସହଜ ରହିଛି । ସେହିପରି ଗୁଗୁଲ୍‌ର ପ୍ୟାରେଣ୍ଟାଲ କମ୍ପାନୀ ଆଲ୍ଫାବେଟ୍‌ ମଧ୍ୟ ଜିଓରେ ନିବେଶ କରିବାର ଲକ୍ଷ୍ୟ ରଖିଛି । ଭୋଡାଫୋନ୍‌ରେ ଅଧିଗ୍ରହଣ ସମ୍ପର୍କରେ ଉଭୟ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ କ୍ଷତିରେ ଚାଲିଥିବା ଭୋଡାଫୋନ୍‌ର ପୁନରୁଦ୍ଧାର ପାଇଁ ଏହା ସଠିକ ରହିବ ବୋଲି ବ୍ୟବସାୟ ସମୀକ୍ଷକ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭୋଡାଫୋନ୍‌-ଆଇଡିଆକୁ 733 କୋଟିର ଆୟକର ଛାଡ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ଭୋଡାଫୋନ୍-ଆଇଡିଆକୁ 733 କୋଟି ଟଙ୍କାର ଆୟକର ଛାଡ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଚାରି ସପ୍ତାହ ମଧ୍ୟରେ ଏହି ଅର୍ଥ କମ୍ପାନୀକୁ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୋଡାଫୋନ୍‌ ଆଇଡିଆ ପକ୍ଷରୁ 4700 କୋଟିର ଆୟକର ରିହାତି ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍‌ ୟୁ ୟୁ ଲଳିତ୍‌ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭୋଡାଫୋନ୍‌ ଆଇଡିଆର ଏଜିଆର ଦେୟର 58 ହଜାର କୋଟି ବକେୟା ରହିଥିବା ବେଳେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କମ୍ପାନୀର ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଟେଲିକମ୍‌ ମନ୍ତ୍ରାଳୟକୁ 3 ହଜାର କୋଟି ପ୍ରଦାନ କଲା ଭୋଡାଫୋନ୍‌-ଆଇଡିଆ

ମୁମ୍ବାଇ : ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ଟେଲିକମ୍‌ ମନ୍ତ୍ରାଳୟକୁ 3 ହଜାର କୋଟିର ବକେୟା ରାଶି ପ୍ରଦାନ କରାଯାଇଛି । ମଙ୍ଗଳବାର ଭୋଡାଫୋନ୍‌ ଏୟାରଟେଲ୍‌ ପକ୍ଷରୁ 3042 କୋଟି ଟଙ୍କା ପ୍ରଦାନ କରାଯାଇଛି । ମଙ୍ଗଳବାର ଏୟାରଟେଲ ପକ୍ଷରୁ ମଧ୍ୟ 2 ହଜାର କୋଟି ପ୍ରଦାନ କରାଯାଇଛି । 2014ରେ ହୋଇଥିବା ଟେଲିକମ୍‌ ନିଲାମୀର ବକେୟା ରାଶି ଟେଲିକମ୍‌ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଭୋଡାଫୋନ୍‌ ଆଇଡିଆ ପକ୍ଷରୁ 53 ହଜାର କୋଟି ଟଙ୍କାର ବକେୟା ରାଶି ରହିଥିବା ବେଳେ ଏୟାରଟେଲର 35 ହଜାର କୋଟି ବକେୟା ରହିଛି । ଏୟାରଟେଲ୍‌ ପକ୍ଷରୁ 18 ହଜାର କୋଟି ବକେୟା ରାଶି ପ୍ରଦାନ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଗ୍ରାହକଙ୍କୁ ଝଟ୍‌କା : ଟାରିଫ୍‌ ଦର ବୃଦ୍ଧି ନେଇ ଘୋଷଣା କଲେ ତିନି କମ୍ପାନୀ

ମୁମ୍ବାଇ,2/12: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଝଟ୍‌କା । ଏଣିକି କଲ୍‌ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍‌-ଆଇଡିଆ, ଏୟାରଟେଲ ଏବଂ ଜିଓ ନିଜର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଭୋଡାଫୋନ୍‌-ଆଇଡିଆ ଏବଂ ଏୟାରଟେଲ ନିଜର ଟାରିଫ୍‌ ବୃଦ୍ଧି ନେଇ ଘୋଷଣା କରି ସାରିଥିଲେ । ଉଭୟ କମ୍ପାନୀର ବାର୍ଷିକ ଆର୍ଥିକ ରିପୋର୍ଟରେ କ୍ଷତି ସହିଥିବାରୁ ଏହି ଦରବୃଦ୍ଧି ଲାଗୁ କରାଯାଇଛି । ତିନି କମ୍ପାନୀ ନିଜ ନିଜର ଟାରିଫ୍‌ ଦରରେ 42 ପ୍ରତିଶତ ବୃଦ୍ଧି ଘଟାଇଛନ୍ତି । ଏହା ସହିତ ତିନି କମ୍ପାନୀ ମାସିକ ଦେୟରେ ନିଜ ନେଟଓ୍ବାର୍କକୁ ମାଗଣା କଲ୍‌ ସେବା ପ୍ରଦାନ କରୁଥିବା ବେଳେ ଅନ୍ୟ ନେଟ୍‌ଓ୍ବର୍କକୁ 1000 ମିନିଟ୍‌ ଏବଂ 10000 ମିନିଟ୍‌ ପରେ 6ପ./ମି ଆଦାୟ କରିବେ । ଏୟାରଟେଲ ଏହି ଦର ବୃଦ୍ଧି କେବଳ ପ୍ରିପେଡ୍‌ ସେବାରେ ଲାଗୁ କରିଛି । ଆସନ୍ତା କାଲିଠାରୁ ଏହି ଦର ବୃଦ୍ଧି ଲାଗୁ କରାଯିବ । (ଏଜେନ୍ସୀ)