ଗ୍ରାହକଙ୍କୁ ଝଟ୍‌କା : ଟାରିଫ୍‌ ଦର ବୃଦ୍ଧି ନେଇ ଘୋଷଣା କଲେ ତିନି କମ୍ପାନୀ

Published: Dec 2, 2019, 1:11 pm IST

ମୁମ୍ବାଇ,2/12: ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଝଟ୍‌କା । ଏଣିକି କଲ୍‌ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍‌-ଆଇଡିଆ, ଏୟାରଟେଲ ଏବଂ ଜିଓ ନିଜର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ପୂର୍ବରୁ ଭୋଡାଫୋନ୍‌-ଆଇଡିଆ ଏବଂ ଏୟାରଟେଲ ନିଜର ଟାରିଫ୍‌ ବୃଦ୍ଧି ନେଇ ଘୋଷଣା କରି ସାରିଥିଲେ । ଉଭୟ କମ୍ପାନୀର ବାର୍ଷିକ ଆର୍ଥିକ ରିପୋର୍ଟରେ କ୍ଷତି ସହିଥିବାରୁ ଏହି ଦରବୃଦ୍ଧି ଲାଗୁ କରାଯାଇଛି । ତିନି କମ୍ପାନୀ ନିଜ ନିଜର ଟାରିଫ୍‌ ଦରରେ 42 ପ୍ରତିଶତ ବୃଦ୍ଧି ଘଟାଇଛନ୍ତି । ଏହା ସହିତ ତିନି କମ୍ପାନୀ ମାସିକ ଦେୟରେ ନିଜ ନେଟଓ୍ବାର୍କକୁ ମାଗଣା କଲ୍‌ ସେବା ପ୍ରଦାନ କରୁଥିବା ବେଳେ ଅନ୍ୟ ନେଟ୍‌ଓ୍ବର୍କକୁ 1000 ମିନିଟ୍‌ ଏବଂ 10000 ମିନିଟ୍‌ ପରେ 6ପ./ମି ଆଦାୟ କରିବେ । ଏୟାରଟେଲ ଏହି ଦର ବୃଦ୍ଧି କେବଳ ପ୍ରିପେଡ୍‌ ସେବାରେ ଲାଗୁ କରିଛି । ଆସନ୍ତା କାଲିଠାରୁ ଏହି ଦର ବୃଦ୍ଧି ଲାଗୁ କରାଯିବ । (ଏଜେନ୍ସୀ)

Related posts