Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟାକଲା ନୃଶଂସ ସ୍ୱାମୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆ ରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ ମାଳିତୋଟା ଗ୍ରାମର ଶାରଦା ଆଚାର୍ଯ୍ୟ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ପିଙ୍କି ଆଚାର୍ଯ୍ୟଙ୍କୁ ଚାହା କରିବାକୁ କହିଥିଲେ। କିନ୍ତୁ ପିଙ୍କି ଚାହା ନ କରିବାରୁ ଶାରଦା ଉତକ୍ଷିପ୍ତ ହୋଇ ଏକ କାଠଫଳିଆ ସାହାଯ୍ୟରେ ପିଙ୍କିକୁ ବାଡେଇ ମାରିଦେଇଥିବା ତାର କୁନିପିଲା ଦୁଇଟି ପ୍ରକାଶ କରିଥିବା ଜଣାପଡିଛି। ଶାରଦାର କିଛି ରୋଜଗାର ନଥିବା ବେଳେ ସେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବା ଓ ନିଶାସକ୍ତ ଅବସ୍ଥାରେ ସେ ବାରମ୍ବାର ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ବୋଲି ସ୍ଥାନିୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ତାଙ୍କର ଦୁଇଟି ଛୋଟ ପିଲା ଗୋଟିଏ ୫ବର୍ଷର ପୁଅ ଓ ଅନ୍ୟଜଣେ ୩ବର୍ଷର ଝିଅ ଥିବା ଜଣାପଡିଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି।ତେବେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଶାରଦା ଆଚାର୍ଯ୍ୟକୁ ଗିରଫ କରିବା ସହ ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।