Categories
ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଉତ୍କଳ ମହିଳା ସମିତିର ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ

ରଞ୍ଜିତ ପଣ୍ଡା
ପାରାଦୀପ : ପାରାଦୀପ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ଉତ୍କଳ ମହିଳା ସମିତିର ଜଗତସିଂହପୁର ଜିଲ୍ଲା କମିଟି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନାରୀନେତ୍ରୀ ତଥା କୁଜଙ୍ଗ ଉତ୍କଳ ମହିଳା ସମିତିର ସମ୍ପାଦିକା ଚିନ୍ମୟୀ ସାହାଣୀଙ୍କ ନେତୃତ୍ବ୍ରରେ ସଙ୍ଗଠିତ ଶୋଭାଯାତ୍ରା ମହିଳା ସମିତିର ସଦସ୍ୟମାନେ ସହର ପରିକ୍ରମା କରିବା ସହିତ ଦୁଷ୍କର୍ମକାରୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୋଭାଯାତ୍ରା ପରେ ତହସିଲଦାର ପ୍ରଭାସ ରଞ୍ଜନ ବେଉରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତ ସିଆରପିଏଫ୍‌ ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ଗତକାଲି ପାରାଦୀପରେ ଘଟିଯାଇଥିଲା ଏକ ବର୍ବର କାଣ୍ଡ। ଉଲ୍ଲେଖଯୋଗ୍ୟ ଯେ, ସିଆରପିଏଫ୍‌ ଯବାନ ଜଣକ ଜନୈକ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ।