Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ଦୈନିକ ତିନି ଜିବି ଡାଟା ମିଳୁଥିବା ନୂତନ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି। ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି। ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନ୍‌ରେ ପ୍ରତିଦିନ ମିଳୁଥିବା ୩ଜିବି ଡାଟା ଡାଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍‌ ଡାଟା ଉପଲବ୍ଧ କରାଉଛି।

ଏହି ନୂଆ ତୈମାସିକ ପ୍ଲାନ୍‌ରେ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ଉପଲବ୍ଧ ରହିଛି। ଏହା ସହିତ ଜିଓ ରୁ ଅନ୍ୟ ମୋବାଇଲ୍‌କୁ ୩୦୦୦ ମିନିଟ୍‌ର ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଅସୀମିତ ହାଇସ୍ପିଡ୍ ଡାଟା ମିଳୁଥିବା ବେଳେ, ଦୈନିକ ହାଇସ୍ପିଡ୍ ଡାଟା
ଲିମିଟ୍ ସମାପ୍ତ ହେବାପରେ ମଧ୍ୟ ୬୪ କେବିପିଏସ୍‌ରେ ଡାଟା ଚାଲୁ ରହିବ। ଏଥିସହ ଏହି ପ୍ଲାନ୍ ସହିତ ମାଗଣାରେ ଜିଓ ସିନେମା, ଜିଓ ସାୱନ୍‌, ଜିଓ ଟିଭି ସମେତ ସମସ୍ତ ଜିଓ ଆପ୍ସ ବ୍ୟବହାର ସୁବିଧା ମିଳୁଛି।

ଲକଡାଉନ୍ ପରଠାରୁ ହାଇସ୍ପିଡ୍ ଡାଟାର ଆବଶ୍ୟକତା ଓ ବ୍ୟବହାର ବୃଦ୍ଧି ପାଇଛି। ଅଧିକାଂଶ ଲୋକ ଘରୁ କାମ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ସାହିତ ରହିଛନ୍ତି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଏହି ନୂତନ ତ୍ରୈମାସିକ ‘ୱାର୍କ-ଫ୍ରମ୍‌-ହୋମ୍‌’ ଯୋଜନା ଆଣିଦେଇଛି। ଏହାପୂର୍ବରୁ ଜିଓ ଆରମ୍ଭ କରିଥିବା ‘ୱାର୍କ-ଫ୍ରମ୍‌-ହୋମ୍‌’ ବାର୍ଷିକ ପ୍ଲାନ୍‌ରେ ୨୩୯୯ ଟଙ୍କାରେ ୩୬୫ ଦିନ ପାଇଁ ଦୈନିକ ୨ଜିବି ଡାଟା ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ଠାରୁ ୩୩ ପ୍ରତିଶତ ଅଧିିକ ଲାଭ ପ୍ରଦାନ କରୁଛି। ଏଥିସହିତ ଜିଓ ୨,୧୨୧ ଟଙ୍କାରେ ଏହାର ଦୀର୍ଘ ଅବଧି ପ୍ଲାନ୍‌ରେ ୩୩୬ ଦିନର ବୈଧତା ସହ ଦିନକୁ ୧.୫ଜିବି ଡାଟା ପ୍ରଦାନ କରୁଛି। ସୂଚନାଯୋଗ୍ୟ ଯେ, ଗାହକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ଗତ ସପ୍ତାହରେ ୧୫୧, ୨୦୧ ଏବଂ ୨୫୧ ଟଙ୍କାର ସୁଲଭ ୱାର୍କ ଫ୍ରମ୍ ହୋମ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବଢିଲା ଓ୍ବାର୍କ ଫ୍ରମ୍‌ ହୋମ୍‌ର ଅବଧି : ଏଣିକି ଜୁଲାଇ 31 ଯାଏଁ ଘରୁ ରହି କରିପାରିବେ କାମ

ନୂଆଦିଲ୍ଲୀ: ଓ୍ବାର୍କ ଫ୍ରମ୍‌ ହୋମ୍‌ର ଅବଧିକୁ ଜୁଲାଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍‌ ପାଇଁ ଘରେ ରହି କାମ କରିବା ପାଇଁ ରହିଥିବା କୋହଳ ଅବଧିକୁ ବଢାଯାଇଛି । ପୂର୍ବରୁ ଏହାର ଅବଧି ଏପ୍ରିଲ୍‌ 30 ପର୍ଯ୍ୟନ୍ତ ରହିଥିଲା ।  କରୋନାର ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଘରୁ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ 85ପ୍ରତିଶତରୁ ଅଧିକ ଆଇଟି ସେକ୍ଟରର କାର୍ଯ୍ୟ ଘରେ ରହି କରାଯାଉଥିବା ସେ ସୂଚନା ଦେଇଛନ୍ତି।