Categories
ଆଜିର ଖବର

ଦୁବାଇ ଓ୍ବାର୍ଲ୍ଡ ଏକ୍ସପୋରେ ଅଂଶଗ୍ରହଣ କରିବ ଇସ୍ରାଏଲ୍‌

୨୦୨୦ରେ ୟୁନାଇଟେଡ ଆରବ ଏମିରେଟ୍ସରେ ଅଂଶଗ୍ରହଣ କରିବାକୁ ଯାଉଛି ଇସ୍ରାଏଲ୍‌। ଗୁରୁବାର ଇସ୍ରାଏଲ୍‌ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜ ଦେଶର ବିକଶିତ ବୈଷୟିକ ତଥ୍ୟ ଅନ୍ୟ ରାଷ୍ଟ୍ର ସହିତ ବାଣ୍ଟିବା ପାଇଁ ଏହା ପ୍ରକୃଷ୍ଟ ମାଧ୍ୟମ ବୋଲି ଇସ୍ରାଏଲ୍‌ ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍‌ ପାନୀୟ ଜଳ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ସ୍ବାସ୍ଥ୍ୟଗତ ବୈଷୟିକ କୌଶଳ ଏହି ଏକ୍ସପୋରେ ପ୍ରଦର୍ଶନ କରିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ଟ୍ବିଟ୍‌ କରି କହିଛନ୍ତି, ଏହି ଏକ୍ସପୋ ଦ୍ବାରା ବିଶ୍ବ ସମୁଦାୟରେ ଇସ୍ରାଏଲ୍ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିବ। ଗଲ୍ଫ ରାଷ୍ଟ୍ରଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ନେତନ୍ୟାହୁଙ୍କ ଏହା ଏକ ପଦକ୍ଷେପ ବୋଲି କୁହାଯାଉଛି। ନିକଟରେ ଓମାନ ଗସ୍ତ କରିବା ସହିତ ବାହାରିନ୍‌ ସହିତ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେଇଥିଲେ ନେତନ୍ୟାହୁ।