Categories
ଆଜିର ଖବର

‘ଚୌକିଦାର’କୁ ନେଇ ପୁଣି ବିବାଦରେ ଫଶିଲେ ସ୍ବାମୀ

‘ଚୌକିଦାର’କୁ ନେଇ ଜାତୀୟ ରାଜନୀତି ଏବେ ବେଶ୍‌ ସରଗରମ୍‌। କଂଗ୍ରେସ ‘ଚୌକିଦାର ଚୋର୍‌ ହୈ’ ନାରା ଲଗାଉଥିବାବେଳେ ଏହି ନାରାକୁ ବିଜେପି ତା’ର ନିର୍ବାଚନୀ ଆୟୁଧ କରିଛି। ‘ମେ ଭି ଚୌକିଦାର’ର ଅଭିଯାନ ଆରମ୍ଭ କରି ନିର୍ବାଚନ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ପ୍ରାୟ ସମସ୍ତେ ବରିଷ୍ଠ ଟୁଇଟର୍‌ ଆକାଉଣ୍ଟରେ ନିଜ ନାମ ଆଗରୁ ଚୌକିଦାରକୁ ଯୋଡ଼ିଛନ୍ତି।  ତେବେ ଏହି ଚୌକିଦାରକୁ ନିଜ ନାମରେ ଯୋଡ଼ିବା ପ୍ରସଙ୍ଗରେ ବୟାନ ଦେଇ ସୁବ୍ରମଣ୍ୟମ୍‌ ସ୍ବାମୀ ପୁଣି ଥରେ ବିବାଦରେ ପଶିଛନ୍ତି। ନିକଟରେ ସେ ସାକ୍ଷାତକାରରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ସେ ଜଣେ ବ୍ରାହ୍ମଣ। ସେ କଦାପି ଚୌକିଦାର ହୋଇପାରିବେ ନାହିଁ। ସେ କେବଳ ଆଦେଶ ଦେବେ, ଚୌକିଦାରମାନେ ତାକୁ ପାଳନ କରିବେ। ଏହି ସାକ୍ଷାତକାରଟି ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ ସ୍ବାମୀଙ୍କ ଜାତିବାଦ ଚିନ୍ତାଧାରା ପାଇଁ ତାଙ୍କୁ ଓ ଦଳକୁ ସମାଲୋଚନା କରାଯାଇଛି। ଡିଏମ୍‌କେର ମୁଖପାତ୍ର ମନୁରାଜ ଏସ୍‌ . ସୁବ୍ରମଣଞମ୍‌ ସ୍ବାମୀଙ୍କୁ ସମାଲୋଚନା କରି ସ୍ବାମୀଙ୍କ ମନ୍ତବ୍ୟ  ଲଜ୍ଜାଜନକ ବୋଲଇ କହିଛନ୍ତି।