Categories
ବିଶେଷ ଖବର

‘ମୁଁ ବିଜୁ ପଟ୍ଟନାୟକ କହୁଛି’

ପ୍ରଦୀପ ସେନାପତି

ମୁଁ ବିଜୁ ପଟ୍ଟନାୟକ କହୁଛି। ଓଡ଼ିଶା କହିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ କହିଲେ ଓଡ଼ିଶା। ଏହି ଗର୍ବ, ଏହି ବାର୍ତ୍ତା, ଏଭଳି ମନ୍ତବ୍ୟ ପାଇଁ ବିଜୁ ପଟ୍ଟନାୟକ ଆଜି ଆଉଜଣେ ରାଜନୈତିକ ବ୍ୟକ୍ତି ହୋଇ ରହିନାହାଁନ୍ତି। ସେ ‘ବିଜୁ ତତ୍ତ୍ୱ’ରେ ପରିଣତ ହୋଇଯାଇଛନ୍ତି। ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱକୁ ‘ବିଜୁ ତତ୍ତ୍ୱ’ କହିବାର କାରଣ ହେଲା, ସେ ରାଷ୍ଟ୍ରବାଦୀ ଓ ଜାତୀୟବାଦୀ ‘ବିଜୁ’ ଥିଲେ। ବିଜୁ ପଟ୍ଟନାୟକ ବ୍ୟକ୍ତିକୁ ଗୁରୁତ୍ୱ ନଦେଇ, ରାଷ୍ଟ୍ର ବା ଜାତିକୁ ଗୁରୁତ୍ୱ ଦେଉଥିଲେ।

ଖାରବେଳଙ୍କ ଶାସନ କାଳରେ ଆଜିର ଓଡ଼ିଶା ଯେତେବେଳେ କଳିଙ୍ଗ ନାମରେ ଖ୍ୟାତି ଅର୍ଜନ କରି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଥିଲା-ସେଦିନର ବିକାଶକୁ ଓଡ଼ିଶାକୁ ଫେରାଇ ଆଣିବାକୁ ସେ ସ୍ୱପ୍ନ ଦେଖିଥିଲେ। ସେଦିନର ବିକାଶକୁ ମନେ ପକାଇବା ପାଇଁ ଯୁବାବସ୍ଥାରେ ସେ ପ୍ରତିଷ୍ଠା କରିଥିଲେ ଆନ୍ତର୍ଜାତୀୟ ‘କଳିଙ୍ଗ ପୁରସ୍କାର’। ନିଜ ଆକାଶମାର୍ଗ ପରିବହନ ସଂସ୍ଥାର ନାମ ଦେଇଥିଲେ ‘କଳିଙ୍ଗ ଏୟାର ୱେଜ’। ନିଜ ଲୁହା ପାଇପ୍ କାରଖାନାର ନାମ ଦେଇଥିଲେ ‘କଳିଙ୍ଗ ଟ୍ୟୁବ୍‌ସ’। ନିଜ ପ୍ରକାଶିତ ସମ୍ବାଦପତ୍ରର ନାମ ରଖିଥିଲେ ‘କଳିଙ୍ଗ’ ଇତ୍ୟାଦି ଇତ୍ୟାଦି।

କଳିଙ୍ଗ ନାମକରଣ ମୂଳରେ ତାଙ୍କର ରାଷ୍ଟ୍ରବାଦୀ ଓ ଜାତୀୟତାବାଦୀ ଚେତନା ଲୁକ୍କାୟିତ ଥିଲା। କୌଣସି କାମ ଓଡ଼ିଶାର ବିକାଶ ପାଇଁ ଉପଯୁକ୍ତ ମନେ କଲେ ତାକୁ କାର୍ଯ୍ୟକାରୀ କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ଯେତେ ବିରୋଧ, ବାଧାବିଘ୍ନ ଆସୁପଛେ, କୌଣସି ପରିସ୍ଥିତିରେ ତାଙ୍କର ଖାତିର ନଥିଲା। ଗୋଟିଏ ଉଦାହରଣସ୍ୱରୂପ ପାରାଦ୍ୱୀପ ବନ୍ଦର କଥା। ସେ ହୃଦୟଙ୍ଗମ କଲେ ଯେ, ପାରାଦ୍ୱୀପ ବନ୍ଦର ଓଡ଼ିଶାର ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ପଣ୍ଡିତ ନେହେରୁଙ୍କୁ ପ୍ରବର୍ତ୍ତାଇ, ବନ୍ଦରର ଶୁଭ ଦେଲେ। ତତ୍କାଳୀନ ତୁଙ୍ଗନେତା ମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ସେତେବେଳେ ଏଥିପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା। କିନ୍ତୁ ଆଜି ଦେଖନ୍ତୁ ଓଡ଼ିଶାର ଅର୍ଥନୈତିକ ବିକାଶରେ ପାରାଦ୍ୱୀପ ବନ୍ଦର କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି।

୧୯୬୧ ମସିହାରେ ରାଜ୍ୟରେ କଂଗ୍ରେସ ଦଳର ନେତୃତ୍ୱ ନେଲେ। ପ୍ରଥମଥର ପାଇଁ ଶାସନ କ୍ଷମତାକୁ ଆସିଲେ ବିଜୁ ପଟ୍ଟନାୟକ। ମାତ୍ର ୨ବର୍ଷ ୩ ମାସ ୮ ଦିନ ମୁଖ୍ୟମନ୍ତ୍ରୀ ଗାଦିରେ ରହିପାରିଥିଲେ। କାମରାଜ ଯୋଜନା ଅନୁଯାୟୀ ୧୯୬୩ ମସିହା ସେପ୍ଟେମ୍ବର ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ୧୯୯୦ ମସିହାରେ ଜନତା ଦଳର ସରକାରରେ ନେତୃତ୍ୱ ନେଇ ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପୁଣି କ୍ଷମତାସୀନ ହୋଇଥିବା ‘ବିଜୁ ପଟ୍ଟନାୟକ’ ପୁରା ପାଞ୍ଚବର୍ଷ ନିରଙ୍କୁଶ କ୍ଷମତା ଉପଭୋଗ କରିବାରେ ସୁଯୋଗ ଲାଭ କରିଥିଲେ।

ଏହା ପୂର୍ବରୁ ଆମ୍ଭେ ରାଜ୍ୟ ଛାତ୍ର ଜନତା ଦଳର ନେତୃତ୍ୱ ନେଇ ବୁର୍ଲା ଇଞ୍ଜିନିୟରିଂ ଛାତ୍ର ହତ୍ୟା ଆନ୍ଦୋଳନକୁ ବ୍ୟାପକ ତଥା ତୀବ୍ର ଆକାରରେ ସାରା ରାଜ୍ୟରେ ବ୍ୟାପକ କରିଥିଲୁ। ସଭାପତି ଉମାବଲ୍ଲଭ ରଥ ଏହାର ନେତୃତ୍ୱ ନେଉଥିବା ବେଳେ, ମୁଁ ରାଜ୍ୟର ସାଧାରଣ ସମ୍ପାଦକ ଭାବରେ ରାଜ୍ୟର ହୃଦ୍‌ଗୌରବକୁ ଫେରାଇ ଆଣିବା ପାଇଁ ଯତ୍‌ପରନାସ୍ତି ଚେଷ୍ଟା କରିଥିଲୁ। ସେହି ସମୟରେ ଉମା ରଥ ଓ ଅଶୋକ ଦାସଙ୍କ ଜରିଆରେ ‘ବିଜୁ ବାବୁ’ ମୋତେ ଜାଣିବା ପରେ ମୋତେ ରାଜ୍ୟ ଛାତ୍ର ଜନତା ଦଳରେ ସାମିଲ୍ କରିଥିଲେ।

ତେବେ ଏହି ସମୟରେ ତାଙ୍କ ନତେୃତ୍ୱକୁ ଚ୍ୟାଲେଞ୍ଜ କଲାଭଳି ବ୍ୟକ୍ତିତ୍ୱ ନିଜର ଦଳ ଭିତରେ କିମ୍ବା ବିଧାନସଭାରେ ନଥିବାରୁ ବିଜୁବାବୁ ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ଓ ଆଦରଣୀୟ ହୋଇପାରିଥିଲେ। ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିଜର ଦୃଢ ରାଜନୈତିକ ଇଚ୍ଛାଶକ୍ତି ଏବଂ ମନର ଉଦ୍ଦୀପନା ବଳରେ ଆଗକୁ ମାଡ଼ି ଚାଲିବାର ମନୋବଳ ତାଙ୍କ ବକ୍ତିତ୍ୱ ଓ କାର୍ଯ୍ୟକଳାପରେ ପ୍ରତିଫଳିତ ହୋଇଥିଲା। ୧୯୯୦ ମାର୍ଚ୍ଚରୁ ୧୯୯୫ ମାର୍ଚ୍ଚ ମଧ୍ୟରେ ସୀମିତ ଥିବା ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଜୁ ପଟ୍ଟନାୟକ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ କିମ୍ବା ମନ୍ତବ୍ୟ ଦେଇଥିଲେ, ଯାହା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଚର୍ଚ୍ଚିତ, ବିତର୍କିତ ଏବଂ ବିବାଦୀୟ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଗାଦିକୁ ଆସିବା ମାତ୍ରେ ଓଡ଼ିଶା ଗଠନ ହେବା ପରଠାରୁ କେହି ୧୩ରୁ ୧୪ଟି ଜିଲ୍ଲା କରିପାରି ନଥିଲେ। ସେ ଗୋଟିଏ କଲମ ଗାରରେ ୧୩ରୁ ୩୦ଟି ଜିଲ୍ଲା କରିଦେଲେ। ସେଥିପାଇଁ କେତେକ ସମାଲୋଚନା ମଧ୍ୟ କଲେ। କିନ୍ତୁ ଆଜି ସମଗ୍ର ଦେଶରେ ଆଇନ୍ ଶୃଙ୍ଖଳାର ଯେପରି ଅବନତି ହୋଇଚାଲିଛି, ୧୩ଟି ଜିଲ୍ଲା କ’ଣ ଏହାକୁ ସମ୍ଭାଳି ପାରିଥାନ୍ତେ? ରାଜ୍ୟର ସର୍ବନିମ୍ନ ଦୈନିକ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି କରି ବିଜୁ ପଟ୍ଟନାୟକ ଯେତିକି ପ୍ରଶଂସିତ ହୋଇଥିଲେ, କଟକ ସହରର ଭୟାବହ ମଦମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଦେଖିବାକୁ ନଯିବା ଓ ସେମାନଙ୍କ ପରିବାରକୁ ସମବେଦନା ନ ଜଣାଇବା ଯୋଗୁ ସେତିକି ସମାଲୋଚିତ ହୋଇଥିଲେ।

ମଦ୍ୟପମାନଙ୍କ ପ୍ରତି ମୋର ଦରଦ ନାହିଁ, ମୁଁ କ’ଣ ଖାଲି ଶବ ଦେଖିବାକୁ ଯାଇଥାନ୍ତି ବୋଲି ‘ବିଜୁ’ଙ୍କ ମନ୍ତବ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସେ ଶାସନରେ ଥିଲାବେଳେ ଅନୁଭବ କଲେ ଯେ, ଅମଲାତନ୍ତ୍ର ସାଧାରଣ ଲୋକଙ୍କ ସମସ୍ୟା ବୁଝୁ ନାହିଁ ଏବଂ ଅନେକ କ୍ଷେତ୍ରରେ ଶୋଷଣ କରୁଛି। ସେ ଏହା ଲକ୍ଷ୍ୟ କରି ବିରକ୍ତ ହୋଇ ସର୍ବସାଧାରଣରେ କହିଦେଲେ, ଦୁର୍ନୀତି କଲେ ଏବଂ କାମ ନକଲେ ଅମଲାତନ୍ତ୍ରର କାର୍ଯ୍ୟକର୍ତ୍ତାଙ୍କୁ ମାରିଦିଅ। ମୁଁ ଏହି ଆହ୍ୱାନକୁ ସହୃଦୟତାର ସହ ଗ୍ରହଣ କରି ପ୍ରଥମ ପଦକ୍ଷେପ ଭାବେ ପୁରୁଣା ଭୁବନେଶ୍ୱର, ଲିଙ୍ଗରାଜ ଥାନାରେ ଥିବା ସେତେବେଳର ଆଇ.ଆଇ.ସି. ସୁବାଷ ମହାପାତ୍ରଙ୍କୁ ୧୯୯୪ ମସିହା ଜୁଲାଇ ୧୩ ତାରିଖ, ରାତ୍ର ୧୨ଟା ସମୟରେ ଜଣେ ଗରୀବ ଲୋକଙ୍କ ଉପରେ ଶୋଷଣ, ଭକ୍ଷଣ, ଦୁର୍ନୀତି ଓ ଅତ୍ୟାଚାର ଅଭିଯୋଗରେ ଏହି କ୍ରମେ ତାଙ୍କୁ ମାଡ଼ ମାରି ଗିରଫ ହୋଇଥିଲି।

ଏକଥା ମୁଁ ବିଜୁ ବାବୁଙ୍କୁ ନଜଣାଇ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ କେସ୍ ଲଢି ନିର୍ଦ୍ଦୋଷରେ ୨୦୦୪ ସାଧାରଣ ନର୍ବାଚନ ସରିବା ପରେ ଖଲାସ ହୋଇଥିଲି। ଯାହା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେଥିପାଇଁ ମୁଁ, ମୋ ସରକାର ଓ ସେ ସମାଲୋଚିତ ହେଲୁ। ଯାହା ହେଲେ ବି ସାଧାରଣ ଲୋକଙ୍କ ମନୋଭାବ ସର୍ବସାଧାରଣ ପ୍ରକାଶ କରି ଅମଲାତନ୍ତ୍ରକୁ ସତର୍କ କରାଇ ଦେଇପାରିଲେ। ସେଥିରୁ ଯେ ସୁଫଳ ନ ମିଳିଲା ତାହା ନୁହେଁ, ସେହିପରି ଦେଶର ବିଶୃଙ୍ଖଳିତ ସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ, କିଛିଦିନ ମିଲିଟାରୀ ଶାସନ ଦେଶରେ ହେଲେ, ଦେଶ ସୁଧୁରି ଯାଆନ୍ତା। ସମସ୍ତେ ଏକଥା ଡ୍ରଇଁରୁମ୍‌ରେ ବିଲୁଆ ବିଚାର ପରି କହନ୍ତି। କିନ୍ତୁ ସେ ସର୍ବସାଧାରଣରେ ଏହା କହିଦେଲେ। ଯେଉଁ କଥାକୁ ତାଙ୍କର ଏକତା ଅବୁଝା ପୁଅ କହୁଥିବା ଜଣେ ନେତା ନିଜେ ମନ୍ତ୍ରୀ ହେବା ପାଇଁ କେନ୍ଦ୍ର ନେତୃତ୍ୱ ପାଖରେ ଏକଥା ପ୍ରକାଶ କରିଦେଇ ‘ବିଜୁ ପଟ୍ଟନାୟକ’ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ କରିବା ପାଇଁ ଉଦ୍ୟମ କରିଥିବା ଦେଶରେ ଆଲୋଚିତ ହୋଇଥିଲା।

ସେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ। ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବରେ ମୁଁ ଜାଣେ, ବିଜୁ ପଟ୍ଟନାୟକ ଟେଲିଫୋନ ନିଜେ ଧରନ୍ତି। କାହା ଦ୍ୱାରା ଧରାଇ ବାବୁ ଘରେ ନାହାଁନ୍ତି ଅବା ବାଥରୁମ୍‌ରେ ଅଛନ୍ତି ବୋଲି କହି ଏଡ଼ାଇ ଯାଆନ୍ତି ନାହିଁ। ଲୋକମାନଙ୍କ ସମସ୍ୟା ଜାଣିବା ପାଇଁ ସେମାନଙ୍କ ସହ ମିଶନ୍ତି। ସେମାନଙ୍କର ଦେବା ପ୍ରସ୍ତାବ ମନକୁ ପାଇଲେ, ତାହା କାର୍ଯ୍ୟକାରୀ କରନ୍ତି। ଦୈନିକ ମଜୁରୀକୁ ହଠାତ୍ ୧୧ଟଙ୍କାରୁ ୨୫ ଟଙ୍କା କରିବା ମୂଳରେ ଜନୈକ ଆଦିବାସୀ ବୃଦ୍ଧାଙ୍କର ପ୍ରସ୍ତାବ ଥିଲା। ଓଡ଼ିଶାରେ ଯେତେବେଳେ ଦୈନିକ ମଜୁରୀ ୨୫ ଟଙ୍କା ବୃଦ୍ଧି କରିଦେଲେ। ଭାରତରେ ଅନ୍ୟ କୌଣସି ରାଜ୍ୟରେ ୨୫ଟଙ୍କା ନଥିଲା। ପରେ ଅନ୍ୟମାନେ ‘ବିଜୁ’ଙ୍କକ ପଦାଙ୍କ ଅନୁସରଣ କରି ମଜୁରୀକୁ ୨୫ ଟଙ୍କା ବୃଦ୍ଧି କଲେ। ସଫଳତାର ସହ କାର୍ଯ୍ୟ କରିବା ପ୍ରଣାଳୀ ସ୍ଥଳ ଭାବରେ ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱର ମୂଳତତ୍ତ୍ୱ ଥିଲା। ବିଜୁଙ୍କ ମୃତ୍ୟୁ ପରେ ତାଙ୍କର ଶୋଭାଯାତ୍ରା ଯେତେବେଳେ ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେଲା, ଲକ୍ଷ ଲକ୍ଷ ଲୋକଙ୍କ ସନ୍ଧ୍ୟାରେ ଶୋକାକୁଳ ହୋଇ ଶୋଭାଯାତ୍ରାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ଅନୁଭୂତ ହେଲା ଯେ ଯେ ସତେ ଯେପରି ଅଦିନିଆ ରଥାଯାତ୍ରା ଅନୁଷ୍ଠିତ ହେଉଛି।

ବିଜୁ ପଟ୍ଟନାୟକ ଯେତେବେଳେ ରାଜ୍ୟସ୍ତରୀୟ ଦଳ ଗଢିଥିଲେ ତାହାର ନାମ ରଖିଥିଲେ ‘ଉତ୍କଳ କଂଗ୍ରେସ’। ଯଦି ‘ବିଜୁତତ୍ତ୍ୱ’ ବା ବିଚାରଧାରାକୁ ଲୋକମାନଙ୍କ ନିକଟରେ ଓ ନୂତନ ପୀଢି ପାଖରେ ପହଞ୍ଚାଇବାକୁ ହେବ, ତାହେଲେ ଏକ ଅଣରାଜନୈତିକ ଅନୁଷ୍ଠାନ ଗଢି ଗବେଷଣା ଆରମ୍ଭ ହେବା ଉଚିତ୍ ଏବଂ ତା’ର ସାରମର୍ମ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଏହାକୁ ଏକ ଅଣରାଜନୈତିକ ଆନ୍ଦୋଳନରେ ପରିଣତ କରାଯାଉ। ବିଜୁ ପଟ୍ଟନାୟକଙ୍କ ନାମରେ ଭୋଟ ଭିକ୍ଷା କରୁଥିବା ଦୁର୍ନୀତିଗ୍ରସ୍ତ ନେତାଙ୍କର ମୁଖା ଖୋଲାଯାଉ। ଯେଉଁମାନଙ୍କର ବିଜୁବାବୁଙ୍କର ଜୀବଦଶାରେ ସମର୍ଥନ କରି ସୁଦିନ, ଦୁର୍ଦ୍ଦିନରେ ପାଖେପାଖେ ଥିଲେ ଆଉ ବିଜୁ ଜନତା ଦଳ ଗଠନରେ ମୁଖ୍ୟଭୂମିକା ନେଇଥିଲେ, ସେମାନେ ଆଜି ପ୍ରାୟ ଦଳରେ ନାହାଁନ୍ତି। ସେମାନେ ତଡା ଖାଇଛନ୍ତି ଅବା ଛାଏଁ ଛାଏଁ ଅପ୍‌ସରି ଯାଇଛନ୍ତି। ସେମାନେ କହନ୍ତି, ‘ବିଜୁତତ୍ତ୍ୱ’ର ଦାୟାଦ ସେମାନେ। ସେମାନଙ୍କ ମଧ୍ୟରୁ କେତେକ ଉପରେ ତ ଅନ୍ୟ କେତେକ ତଳେ ରହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସର୍ବଶେଷରେ ମୁଁ ସେମାନଙ୍କୁ ଏବେ ବି ଆହ୍ୱାନ କରୁଛି, ବିଜୁବାବୁଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ ଅଛି ଏବଂ ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବରେ ରାଜନୈତିକ କ୍ଷେତ୍ରରେ, ସାମ୍ପ୍ରତିକ ସ୍ଥିତିରେ ଶୂନ୍ୟସ୍ଥାନ ହୋଇଗଲାଣି, ତାକୁ ପ୍ରତିହତ କରିବା ପାଇଁ ବିକଳ୍ପ ଭାବରେ ବିଜୁ ପଟ୍ଟନାୟକଙ୍କର ଗଭୀର ଆଶୀର୍ବାଦ ଥିବା ତାଙ୍କର ଅବୁଝା ପୁଅ ଶ୍ରୀକାନ୍ତ ଭାଇ, ଦିଲ୍ଲୀପ ଭାଇ, ବିଜୟ ଭାଇ, ବ୍ରଜ ତ୍ରିପାଠୀ, ଦାମ ଭାଇ, ବାବା ପ୍ରସନ୍ନ ଭାଇ, ପଞ୍ଚୁଭାଇ, ଲୁଲୁଭାଇ (ଉମାରଥ), କମଳା ଦାସ ପ୍ରମୁଖ ‘ନବଗ୍ରହ’ ଭାବରେ ଏକତ୍ରିତ ହୋଇ ରାଜ୍ୟବାସୀଙ୍କର ଅକୁଣ୍ଠ ସମର୍ଥନ ପାଇବା ପାଇଁ ଏକ ଦ୍ୱିତୀୟ ସାମ୍ମୁଖ୍ୟ ବା ଦ୍ୱିତୀୟ ବିଜୁ ଜନତା ପାର୍ଟି (ବିଜେପି) ଦଳ ନାମରେ ଗଠନ କରି ଏହାର ନେତୃତ୍ୱ ନେବାକୁ ଯେତେଶୀଘ୍ର ଆଗେଇ ଆସିବା ଉଚିତ୍। ସେମାନେ ଆଜି ଦିଗହରା ଓ ହତାଶଭାବ ନହୋଇ ‘ବିଜୁବାବୁ’ ଆଜି ସ୍ୱର୍ଗରେ ଥାଇ ତାଙ୍କର ଅମର ଆତ୍ମା, ତାଙ୍କର ଉପଯୁକ୍ତ ଦାୟଦମାନଙ୍କୁ ଆଶୀର୍ବାଦ ଢାଳିଦିଅନ୍ତୁ, ଏତିକି ବାବା ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ସହିତ ମୋର ହୃଦୟରେ ଭରି ରହିଥିବା ତାଙ୍କ ପ୍ରତି ଗଭୀର ଭକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ଜୟ ବିଜୁ, ଜୟ ଓଡ଼ିଶା

ପୂର୍ବତନ ରାଜ୍ୟ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ,
ରାଜ୍ୟ ଯୁବ ଜନତା ଦଳ (ଏସ୍‌)ର ସଭାପତି
ପୁରୁଣା ଭୁବନେଶ୍ୱର-୨, ମୋ: ୯୪୩୮୪୪୬୫୭୫

Categories
ଆଜିର ଖବର ବ୍ୟବସାୟ

ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍‌ରେ ଉପଲବ୍ଧ

ଭୁବନେଶ୍ୱର: ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍‌ଟ୍ ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍‌ଗୁଡ଼ିକ ସମେତ ଜିଓ ଷ୍ଟୋର୍‌, ଜିଓ ପଏଂଟ୍‌, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଂଟର୍ ଆଦିଗୁଡ଼ିକରେ ଉପଲବ୍ଧ ହୋଇଛି। ବ୍ୟାପକ ଭାବେ ଉପଲବ୍ଧ ହୋଇଥିବାରୁ ନିଜ ଫିଚର୍ ଫୋନ୍‌କୁ ସ୍ମାର୍ଟଫୋନ୍‌ରେ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ହାସଲ କରିବା ସୁଯୋଗ ସେମାନଙ୍କ ଘର ପାଖରେ ପହଂଚିପାରିଛି।

ଉନ୍ମୋଚନ ହେବା ପରଠାରୁ ଜିଓଫୋନ୍ ନେକ୍ସ୍‌ଟ୍ ଏହାର ଅନନ୍ୟ ଡିଜିଟାଲ୍ ଅନୁଭୂତି ମାଧ୍ୟମରେ ବିଶେଷ କରି ଓଡ଼ିଶାର ଦୂରଦୂରାନ୍ତ ଅଂଚଳ ସମେତ ସହରାଚଂଳରେ ବାସ କରୁଥିବା ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ଉଲ୍ଲସିତ କରିଛି। ଦାମିକା ସ୍ମାର୍ଟଫୋନ୍ ଭଳି ଏଥିରେ ସର୍ବାଧୁନିକ ଫିଚର୍ ଓ ସୁବିଧା ସୁଯୋଗ ସାଙ୍ଗକୁ ସମସ୍ତ ଗୁଗୁଲ୍ ଆପ୍ ସମୂହ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନ୍‌, ଶକ୍ତିଶାଳୀ ପଛ କ୍ୟାମେରା ଓ ସାମ୍ନା ସେଲ୍ଫି କ୍ୟମେରା ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ଯାହା ଫିଚର ଫୋନରୁ ସ୍ମାର୍ଟଫୋନ୍‌କୁ ଅପ୍‌ଗ୍ରେଡ୍ ହେଉଥିବା ହଜାର ହଜାର ଗ୍ରାହକଙ୍କୁ ରୋମାଂଚିତ କରୁଛି।

ନିଜ ବର୍ଗରେ ସବୁଠୁ ସୁଲଭ ସ୍ମାର୍ଟଫୋନ୍ ଭାବେ ପରିଚିତ ଜିଓଫୋନ୍ ନେକ୍ସ୍‌ଟ୍ କେବଳ ୬,୪୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି। ତେବେ ସ୍ୱଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କା ଦେଇ ଜିଓଫୋନ୍ ନେକ୍ସ୍‌ଟ୍ କିଣିପାରିବେ ଏବଂ ବଳକା ଟଙ୍କାକୁ ୧୮ କିମ୍ବା ୨୪ ମାସର ସହଜ ମାସିକ କିସ୍ତି (ଇଏମ୍‌ଆଇ) ଆକାରରେ ମଧ୍ୟ ଦେଇପାରିବେ।

ଜିଓଫୋନ୍ ନେକ୍ସ୍‌ଟ୍ ହେଉଛି ପ୍ରଥମ ଧରଣର ସ୍ମାର୍ଟଫୋନ୍ ଯେଉଁଥିରେ ପ୍ରଗତି ଓଏସ୍ (ଅପରେଟିଙ୍ଗ୍ ସିଷ୍ଟମ୍‌) ରହିଛି ଯାହାକୁ ଜିଓଫୋନ୍ ନେକ୍ସ୍‌ଟ୍ ପାଇଁ ଆଣ୍ଡ୍ରଏଡ୍‌ର ଉନ୍ନତ ଭର୍ସନ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଭାରତରେ ଗ୍ରାହକମାନଙ୍କୁ ସହଜ ଏବଂ ଉଲ୍ଲାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରୁଛି। ସାରା ଦେଶର ନିୟୁତାଧିକ ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଉଭୟ ଗୁଗୁଲ୍ ଓ ଜିଓ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ୍ ବିକଶିତ କରିଛନ୍ତି।

ଜିଓଫୋନ୍ ନେକ୍ସଟ୍‌ରେ ଏହି ବର୍ଗର ଫୋନ୍ ଗୁଡିକ ତୁଳନାରେ ଅନେକ ବିଶେଷ ସୁବିଧା ଯେଭଳିକି ୧୦ଟି ଭାଷାର ବିକଳ୍ପ, ଅନୁବାଦ ସୁବିଧା, ରିଡ୍ ଏଲାଉଡ୍ ଭଳି ସୁବିଧା ରହିଛି। ବ୍ୟବହାରକାରୀ ବୁଝିପାରୁନଥିବା କୌଣସି ଭାଷାକୁ ମାତ୍ର ଗୋଟିଏ କ୍ଲିକ୍ ରେ ନିଜ ପସନ୍ଦର ଭାଷାକୁ ଅନୁବାଦ କରି ପଢିପାରିବେ। ଏହି ଅନୁବାଦ ଓ ରିଡ୍ ଆଲାଉଡ୍ ସୁବିଧା ଗ୍ରାହକଙ୍କ ଫୋନ୍ ସ୍କ୍ରିନ୍ ରେ ରହିଥିବା ଲେଖା ବା ଆପ୍ କିମ୍ବା ୱେବ୍ ସାଇଟ୍ ତଥା ଫଟୋରେ ରହିଥିବା ଲେଖାକୁ ମଧ୍ୟ ସେମାନଙ୍କ ପସନ୍ଦର ଭାଷାରେ ଅନୁବାଦ କରିପାରିବ। ଆପ୍ ଆକ୍ସନ୍‌ସକୁ ବ୍ୟବହାର କରି ଗ୍ରାହକମାନେ ଭଏସ୍ ଫାଷ୍ଟ୍ ଦକ୍ଷତାକୁ ଉପଯୋଗ କରିପାରିବେ ଯାହା ଗ୍ରାହକଙ୍କୁ ଫୋନ୍‌ରେ ଜିଓ ଆପ୍‌ର ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ।

ଜିଓଫୋନ୍ ନେକ୍ସ୍‌ଟ୍ ରେ ୫.୪୫ ଇଂଚ୍‌ର ଏଚ୍‌ଡି ଡିସ୍‌ପ୍ଲେ ମଲ୍‌ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଥ୍ରି, ପୂର୍ବରୁ ଲୋଡ୍ ହୋଇଥିବା ଅପ୍ଟିମାଇଜ୍‌ଡ ଜିଓ ଓ ଗୁଗୁଲ୍‌ର ଆପ୍ ସମୂହ, ଶକ୍ତିଶାଳୀ ୧୩ ମେଗାପିକ୍ସେଲ୍ ପଛ କ୍ୟାମେରା, ୮ ମେଗାପିକ୍ସେଲ୍ ସାମ୍ନା ସେଲ୍‌ଫି କ୍ୟାମେରା ସହିତ ବିଲ୍‌ଟ ଇନ୍ ଫିଲ୍‌ଟର ଓ ସ୍ୱଳ୍ପ ଆଲୋକରେ ଫଟୋ ଉଠାଇବା ସୁବିଧା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ଆଭ୍ୟନ୍ତରୀଣ ମେମୋରି, ୫୧୨ ଜିବି ପର୍ଯ୍ୟନ୍ତର ବାହ୍ୟ ମେମୋରି ଲାଗି ସ୍ୱତନ୍ତ୍ର ସ୍ଲଟ୍‌, ସ୍ୱୟଂକ୍ରିୟ ସଫ୍ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍ ସୁବିଧା, ବ୍ଲୁଟୁଥ୍‌, ୱାଇ ଫାଇ, ହଟ୍‌ସ୍ପଟ୍‌, ଓଟିଜି ସହାୟତା, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଆଦି ସୁବିଧା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୩୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪

ବାଲେଶ୍ଵର ଜିଲ୍ଲାରୁ- ୮

କଟକ ଜିଲ୍ଲାରୁ- ୪

ଗଜପତି ଜିଲ୍ଲାରୁ- ୧୯

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨୨

କଳାହାଣ୍ଡି ଜିଲ୍ଲାରୁ- ୨

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୮

ଖୋର୍ଦ୍ଧା ଜିଲ୍ଲାରୁ- ୧୩

କୋରାପୁଟ ଜିଲ୍ଲାରୁ- ୭

ମାଲକାନାଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୭

ସୁନ୍ଦରଗଡ ଜିଲ୍ଲାରୁ- ୧୧

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୬୧୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୭୫୬ ଏବଂ ବର୍ତ୍ତମାନ ୧ ହଜାର ୭୧୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ମୃଦୁ ଭୂମିକମ୍ପ ଅନୁଭୂତ, କିଛି ସ୍ଥାନରେ ଫାଟିଲା ଘରର କାନ୍ଥ

ଭୁବନେଶ୍ବର: ଓଡିଶାରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଆଜି ମୃଦୁ ହୁମିକମ୍ପ ଅନୁଭୂତ ହୋଇଛି। ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି। ରିକ୍ଟର ସ୍କେଲରେ ୩.୪ ତୀବ୍ରତାର ଭୂମିକମ୍ପ ହୋଇଥିବା କୁହାଯାଇଛି। ପ୍ରାୟ ୬ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ କିଛି ସ୍ଥାନରେ ଘରର କାନ୍ଥ ଫାଟିଯାଇଥିବା ଜଣାପଡିଛି।

Categories
ଆଜିର ଖବର ମନୋରଂଜନ ସ୍ବାସ୍ଥ୍ୟ

ରାଜ୍ୟରେ ୨ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୦  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪

ବାଲେଶ୍ଵର ଜିଲ୍ଲାରୁ- ୬

ବଲାଙ୍ଗୀରି ଜିଲ୍ଲାରୁ- ୩

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୫

ଗଜପତି ଜିଲ୍ଲାରୁ- ୧୮

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୩

ଝାରସୁଗୁଡା ଜିଲ୍ଲାରୁ- ୧୩

କେନ୍ଦ୍ରାପଡା ଜିଲ୍ଲାରୁ- ୪

ଖୋର୍ଦ୍ଧା ଜିଲ୍ଲାରୁ- ୭

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧୧

ନବରଙ୍ଗପୁର ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୩୧

ସୁନ୍ଦରଗଡ ଜିଲ୍ଲାରୁ- ୧୧

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୪୮୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୪୨୬ ଏବଂ ବର୍ତ୍ତମାନ ୧ ହଜାର ୯୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୦୦ ତଳକୁ ଖସିଲା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୭୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୯

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୨୨

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୬

ଝାରସୁଗୁଡା ଜିଲ୍ଲାରୁ- ୧୬

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୮

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୬

ନବରଙ୍ଗପୁର ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୩୧

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୨୦୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୭୩୪ ଏବଂ ବର୍ତ୍ତମାନ ୨ ହଜାର ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ତଳ ମୁହାଁ କରୋନା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୧ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୨

ଭଦ୍ରକ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୬

ଦେବଗଡ ଜିଲ୍ଲାରୁ- ୩

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨୪

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୧୫

ଝାରସୁଗୁଡା ଜିଲ୍ଲାରୁ- ୨୧

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୨୩

କୋରାପୁଟ ଜିଲ୍ଲାରୁ- ୪

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୨୨

ସୁନ୍ଦରଗଡ ଜିଲ୍ଲାରୁ- ୭

ଷ୍ଟେଟ ପୁଲରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୩୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩୦୪ ଏବଂ ବର୍ତ୍ତମାନ ୨ ହଜାର ୬୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ବିଶେଷ ଖବର

ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ

ଭୁବନେଶ୍ବର: ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ ଏକ ଉତ୍ତମ ପରିସଂସ୍ଥାନ ବିଶେଷ ଭାବରେ ପୁଞ୍ଜି, କଞ୍ଚାମାଲ ଯୋଗାଣ, ଯୋଗାଯୋଗ ସୁବିଧା ଓ ଦ୍ବିତୀୟକ କମ୍ପାନୀ ଗୁଡ଼ିକ ପାଇଁ ସହାୟତା ଅନ୍ତର୍ଭୁକ୍ତ ଥିଲା।

ଏହି ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ଭଳି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ସରକାର ଦକ୍ଷତା ବିକାଶ ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ମଧ୍ୟ ଖଣିଜ, ପ୍ରାକୃତିକ ସମ୍ପଦ, ପରିବହନ ସୁବିଧା ତଥା ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ରହିଛି, ଯାହାକି ଓଡ଼ିଶାକୁ ଏକ ଉତ୍କୃଷ୍ଟ ନିବେଶ ସ୍ଥାନରେ ପରିଣତ କରିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା ଯେପରିକି ଗତିଶକ୍ତି ମାଷ୍ଟରପ୍ଲାନ ଦ୍ବାରା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ, ଯେଉଁଥିରେ ଦ୍ବିତୀୟକ ଇସ୍ପାତ କ୍ଷେତ୍ରର ଅବଦାନ ବହୁତ ଅଧିକ ହେବ। ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଇସ୍ପାତ ଶିଳ୍ପ ସମସ୍ୟାର ସମାଧାନ ପାଇଁ ସରକାର ସକ୍ରିୟ ଭାବରେ ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏହି ଉଦ୍ୟୋଗରେ ବିଶେଷ ଭାବରେ ଦ୍ବିତୀୟକ ଇସ୍ପାତ କମ୍ପାନୀଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ମତାମତ ଏବଂ ପରାମର୍ଶକୁ ସ୍ୱାଗତ କରିଛନ୍ତି।

ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଇସ୍ପାତ କମ୍ପାନୀ ଗୁଡିକର ପ୍ରତିନିଧି ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ମନୋରଂଜନ

ଅନୁଭବଙ୍କ ସହ “ଦାଦାଗିରି”ରେ ଭାଗ ନେବେ “ଦିବ୍ୟଦୃଷ୍ଟି”ର କଳାକାର

ଭୁବନେଶ୍ଵର: ବର୍ତ୍ତମାନ ଓଡ଼ିଶାର ଜୀ-ସାର୍ଥକ ଚ୍ୟାନେଲ୍‌ରେ ‘ଦାଦାଗିରି ହୃଦୟରୁ’ ଏକ ରିଅଲିଟି ସୋ’ ଚାଲିଛି। ଏହି ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ଦାଦାଗିରିର ଆଗାମୀ ଏପିସୋଡରେ “ଦିବ୍ୟଦୃଷ୍ଟି” ମେଗା ଧାରାବାହିକର ମୁଖ୍ୟ କଳାକାରମାନେ ଭାଗ ନେବେ। “ଦିବ୍ୟଦୃଷ୍ଟି” ମେଗା ଧାରାବାହିକର ମୁଖ୍ୟ କଳାକାର ଦିବ୍ୟ, ଦୃଷ୍ଟି, ଜସ୍ମୀନ୍ ଓ ସୁନନ୍ଦା ପ୍ରମୁଖ ଭାଗନେଇ ଦର୍ଶକମାନଙ୍କୁ  ଆନନ୍ଦିତ କରିବେ।

ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ,”ଝିଲି” ‘ବିଜୟୀନି’ ,”ତୋ ପାଇଁ ମୁଁ ମୋ ପାଇଁ ତୁ”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ଦିପ୍ତୀରେଖା,ଅସୀମା ପଣ୍ଡା,ପ୍ରଜ୍ଞା ଙ୍କୁ ନେଇ ବିଶେଷ ଅଧ୍ୟାୟ ହୋଇ ବେଶ୍ ଜନାଦୃତ ହୋଇସାରିଛି।

ଏଥି ପୂର୍ବରୁ ବିଗତ ଅଧ୍ୟାୟରେ ବିଜୟିନୀର ଅଭିନେତ୍ରୀ ଦୀପିକା ତ୍ରିପାଠୀ, ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ। ଅନୁଭବଙ୍କ ଏହି ରିଆଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି।

୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି ପାଇବାର ମୁଖ୍ୟ ଭୂମିକା ନେଉଛନ୍ତି। “ଦିବ୍ୟଦୃଷ୍ଟି” ର କଳାକାରମାନଙ୍କୁ ନେଇ ପ୍ରସ୍ତୁତ ବିଶେଷ ଅଧ୍ୟାୟ ଆସନ୍ତା ରବିବାର ଫେବୃଆରୀ ୨୭ ରାତି ୯ଟା ରେ ପ୍ରସାରିତ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩୫

ବାଲେଶ୍ଵର ଜିଲ୍ଲାରୁ-୯

ବରଗଡ ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୩

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୩

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨୫

ଗଞ୍ଜାମ ଜିଲ୍ଲାରୁ- ୨୫

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୧୮

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୧୧

ଖୋର୍ଦ୍ଧା ଜିଲ୍ଲାରୁ- ୨୯

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୨

ନବରଙ୍ଗପୁର ଜିଲ୍ଲାରୁ- ୪

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୪

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୨୫

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୧୫

ଷ୍ଟେଟ ପୁଲରୁ- ୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୬୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୨ ହଜାର ୪୨୮ ଏବଂ ବର୍ତ୍ତମାନ ୩ ହଜାର ୭୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ବିଶେଷ ଖବର

ସରିଲା ପଞ୍ଚାୟତ ନିର୍ବାଚନ, ଆସନ୍ତାକାଲିଠୁ ନିର୍ଦ୍ଧାରଣ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ଵର: ୨୦୨୨ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ପାଞ୍ଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି। ଯାହା ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ କ୍ରମରେ ନିର୍ବାଚନ ହୋଇଥିଲା। ଫେବୃୟାରୀ ୨୬ ତାରିଖରେ ଭୋଟ ଗଣତି ହେବ ସେହିଦିନ ହିଁ ଜଣାପଡ଼ିବ ଯେ, କାହା ହାତରେ ଭାଗ୍ୟ। ଓଡ଼ିଶାର ୮୫୩ ଟି ଜିଲ୍ଲା ପରିଷଦ, ୬୭୯୪ଟି ସରପଞ୍ଚ ଓ ସମିତି ସଭ୍ୟ, ୯୧୯୧୬ଟି ୱାର୍ଡ଼ମେମ୍ବରଙ୍କ ଭାଗ୍ୟ ୩.୨୯କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି ଯାହା ଫେବୃୟାରୀ ୨୬ରେ ଜଣାପଡ଼ିବ।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା ତେଣୁ ଫେବୃୟାରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଯାହା ୨୦୦ ଜିଲ୍ଲା ପରିଷଦ, ୧୬୬୯ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨୩୭୯ ୱାର୍ଡ଼ମେମ୍ବର, ଫେବୃୟାରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ୧୮୬ ଜିଲ୍ଲା ପରିଷଦ,୧୫୧୪ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦୪୩୬ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୭୧ଟି ଜିଲ୍ଲା ପରିଷଦ, ୧୩୮୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ୧୮୪୯୫ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୨ରେ ଚତୁର୍ଥ ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ, ୧୨୫୪ଟି ସରପଞ୍ଚ ଓ ସମିତିସଭ୍ୟ ଓ୧୭୦୮୯ଟି ୱାର୍ଡ଼ମେମ୍ବର ଏବଂ ଫେବୃୟାରୀ ୨୪ ତାରିଖ ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ, ୯୭୫ଟି ସରପଞ୍ଚ ଓ ସମିତି ସଭ୍ୟ ଓ୧୩୫୧୪ଟି ୱାର୍ଡ଼ମେମ୍ବର ଆସନ ପାଇଁ ଲଢେଇ ହୋଇଥିଲା। ଏହି ଆସନ କିଏ ପାଇବ ତାହା ଜଣାନାହିଁ କିନ୍ତୁ ଏହି ଆସନ ପାଇଁ ୩.୨୯ କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି । କିନ୍ତୁ ଏବେ ସମୟ ଆସିଛି ଭୋଟ ଗଣତି ପରେ ଜଣାପଡ଼ିବ ଜନତା କାହାକୁ ପସନ୍ଦ କରିଛନ୍ତି ଓ କାହା ମୁଣ୍ଡରେ କଳସ ବସିବ।

ଦେଖିବାକୁ ଗଲେ ସମସ୍ତଙ୍କ ନଜର ରହିଛି ଜିଲ୍ଲା ପରିଷଦ ଉପରେ କାହିଁକି ନା ଏଠାରେ ତିନୋଟି ପ୍ରମୁଖ ଦଳ ବିଜେଡ଼ି (ବିଜୁ ଜନତା ଦଳ), ବିଜେପି (ଭାରତୀୟ ଜନତା ପାର୍ଟି) ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗୁଡ଼ିକ ୮୫୩ଟି ଆସନ ପାଇଁ ଲଢେଇ ହୋଇଥିଲା। ଭୋଟ ଗଣତି ପରେ ଜଣାଯିବ କେଉଁ ଦଳ କେତେ ବାଜିମାତ କରିଛି। ଏହାକୁ ଦେଖି ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ତିନି ଦଳ ପ୍ରସ୍ତୁତ ରହିବେ।

ବାପି ନାୟକ- ମୋ : ୭୩୭୭୪୧୦୫୭୧

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୩୪୫ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୩୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩୨

ବାଲେଶ୍ଵର ଜିଲ୍ଲାରୁ-୬

ବରଗଡ ଜିଲ୍ଲାରୁ- ୮

ଭଦ୍ରକ ଜିଲ୍ଲାରୁ- ୬

ବଲାଙ୍ଗୀରି ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୨୭

ଗଞ୍ଜାମ ଜିଲ୍ଲାରୁ- ୧୭

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୫୨

ଝାରସୁଗୁଡା ଜିଲ୍ଲାରୁ- ୧୭

କଳାହାଣ୍ଡି ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୧୨

ଖୋର୍ଦ୍ଧା ଜିଲ୍ଲାରୁ- ୨୫

କୋରାପୁଟ ଜିଲ୍ଲାରୁ- ୧

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୬

ନବରଙ୍ଗପୁର ଜିଲ୍ଲାରୁ- ୫

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୭

ପୁରୀ ଜିଲ୍ଲାରୁ- ୪

ରାୟଗଡା ଜିଲ୍ଲାରୁ- ୮

ସମ୍ବଲପୁର ଜିଲ୍ଲାରୁ- ୨୯

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୩୯

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୩୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୮୪୩ ଏବଂ ବର୍ତ୍ତମାନ ୩ ହଜାର ୩୭୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରେ ଆୟୋଜିତ ହେବ ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜନ ହେବ। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ, ୨୦୨୨ରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ କୋଣାର୍କ ଠାରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ ଯୋଗଦେବେ।

ଏଥିରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏଥିରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟ ବିଶେଷ କରି ରାଜ୍ୟ ମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେବ। ଏହାପରେ ୨୬ ଫେବୃଆରୀ, ଶନିବାର ଦିନ ଭୁବନେଶ୍ୱର ଠାରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ।

ଏହି ଅବସରରେ ‘ଦ୍ବିତୀୟକ ଇସ୍ପାତ କ୍ଷେତ୍ରରେ  ରହିଥିବା ସମସ୍ୟା ଏବଂ ଆବଶ୍ୟକ ନୀତିଗତ ହସ୍ତକ୍ଷେପ’ ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହେବ। ବିଶେଷ କରି ଇସ୍ପାତ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ। ସମ୍ମିଳନୀ ପାଇଁ ଅତିଥିମାନେ ୨୪ ତାରିଖରେ ଓଡ଼ିଶାରେ ପହଞ୍ଚି କୋଣାର୍କ ଓ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୪ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୪୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୦  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୪

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୫

ଭଦ୍ରକ ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୩

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୧୭

ଦେବଗଡ ଜିଲ୍ଲାରୁ- ୪

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୨୫

ଗଞ୍ଜାମ ଜିଲ୍ଲାରୁ- ୧୪

ଯାଜପୁର ଜିଲ୍ଲାରୁ- ୧୪

ଝାରସୁଗୁଡା ଜିଲ୍ଲାରୁ- ୧୨

କଳାହାଣ୍ଡି ଜିଲ୍ଲାରୁ- ୪

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୫

ଖୋର୍ଦ୍ଧା ଜିଲ୍ଲାରୁ- ୩୬

କୋରାପୁଟ ଜିଲ୍ଲାରୁ- ୧୬

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୯

ନବରଙ୍ଗପୁର ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୧୪

ସୋନପୁର ଜିଲ୍ଲାରୁ- ୮

ସୁନ୍ଦରଗଡ ଜିଲ୍ଲାରୁ- ୮୦

ଷ୍ଟେଟ ପୁଲରୁ- ୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୯୭୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୧୮ ଏବଂ ବର୍ତ୍ତମାନ ୩ ହଜାର ୮୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଡିଜିଟାଲ୍ ହଟ୍ ସେବା, ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଶୁଭାରମ୍ଭ ହୋଇଛି। ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଆଜି ଉଦ୍‌ଘାଟନ କରିଛନ୍ତି।

ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସ୍‌ବୁକ୍‌ ଅପ୍‌ଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନ୍‌ଲାଇନ୍ ଆକାଉଂଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି। ଏଥି ସହିତ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିସ୍‌ପ୍ଲେର ସୁବିଧା ରହିଛି। ଏଭଳି ସେବା ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ। ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବାର ସମସ୍ତ ସୁବିଧା ସୋଆ କ୍ୟାମ୍ପସ୍‌ ପରିସରରେ ୨୪ ଘଂଟା ଉପଲବ୍ଧ ହେବ। ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଏଭଳି ସେବା ପ୍ରଦାନ ସ୍ୱାଗତ ଯୋଗ୍ୟ ବୋଲି ଏହି ଡିଜିଟାଲ ହଟ୍‌କୁ ଉଦ୍‌ଘାଟନ ସମୟରେ କହିଛନ୍ତି ପ୍ରଫେସର ନାୟକ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ ଏହି ସେବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଅନ୍‌ଲାଇନ୍ ସେବା। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଖୁବ୍ ଉପକୃତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏହି ଡିଜିଟାଲ ହଟ୍ ଉଦ୍‌ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଅନ୍ୟାନ୍ୟ ଜୋନ୍‌ରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ଭରଦ୍ୱାଜ।

ଏହି ଅବସରରେ ପିଏନ୍‌ବିର ଭୁବନେଶ୍ୱର ସର୍କଲ୍ ହେଡ୍ ପରେଶ ଦାସ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା କେନ୍ଦ୍ରର ସୂଚନା ଦେବା ସହ ଏଠାରେ ଦୁଇ ଜଣ କର୍ମଚାରୀ କାର୍ଯ୍ୟରତ ରହିବେ ବୋଲି କହିଛନ୍ତି। ଜଣେ ମାର୍କେଟିଂ ବିଭାଗର କର୍ମଚାରୀ କ୍ରେଡିଟ୍‌
ଏବଂ ଡେବିଟ୍ କାର୍ଡ ସେବା ପ୍ରଦାନ ନିମନ୍ତେ ଏବଂ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ନିମନ୍ତେ ନିୟୋଜିତ ରହିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଏହି ଡିଜି ହଟ୍‌ରେ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ କରିବାର କ୍ଷମତା ରହିଛି। ଟଙ୍କା ଡିପୋଜିଟ୍ ହେବା ସଂଗେ ସଂଗେ ଆକାଉଂଟରେ ଏହା ପ୍ରତିଫଳିତ ହେବ ଏବଂ ମୋବାଇଲ୍‌ରେ ମେସେଜ୍ ଆସିଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଜାବ ନ୍ୟାସ୍‌ନାଲ୍‌
ବ୍ୟାଙ୍କ ପୋଖରୀପୁଟ ଶାଖାର ସିନିୟର ମ୍ୟାନେଜର ସୌମିତ୍ରୀ ପତି।

ଏହି ଉଦ୍‌ଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚାଟାର୍ଡ ଆକାଉଟାଂଟ ସରୋଜକାନ୍ତ ସାମଲ୍‌, ଆଇବିସିଏ୍ ଡିନ୍‌ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୪୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୨୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୨

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୧୦

କଟକ ଜିଲ୍ଲାରୁ- ୨୦

ଦେବଗଡ ଜିଲ୍ଲାରୁ- ୪

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨୯

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୮

ଯାଜପୁର ଜିଲ୍ଲାରୁ- ୨୦

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୫

କନ୍ଧମାଳ ଜିଲ୍ଲାରୁ- ୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୬

କେନ୍ଦୁଝର ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୩୨

କୋରାପୁଟ ଜିଲ୍ଲାରୁ- ୯

ମାଲକାନଗିରି ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୧୪

ନବରଙ୍ଗପୁର ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୯

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୧୪

ସମ୍ବଲପୁର ଜିଲ୍ଲାରୁ- ୨୪

ସୋନପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୩୯

ଷ୍ଟେଟ ପୁଲରୁ- ୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ଏବଂ ବର୍ତ୍ତମାନ ୪ ହଜାର ୩୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ଯ ବୃଦ୍ଧି ପାଇଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୫

ବାଲେଶ୍ଵର ଜିଲ୍ଲାରୁ- ୫

ବରଗଡ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୨୭

ଦେବଗଡ ଜିଲ୍ଲାରୁ- ୧୬

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୨୮

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ- ୧୬

ଝାରସୁଗୁଡା ଜିଲ୍ଲାରୁ- ୧୫

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୮

କେନ୍ଦ୍ରାପଡା ଜିଲ୍ଲାରୁ- ୩୫

କେନ୍ଦୁଝର ଜିଲ୍ଲାରୁ- ୯

ଖୋର୍ଦ୍ଧା ଜିଲ୍ଲାରୁ- ୪୬

କୋରାପୁଟ ଜିଲ୍ଲାରୁ- ୧୯

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧୧

ନବରଙ୍ଗପୁର ଜିଲ୍ଲାରୁ- ୪

ନୟାଗଡ ଜିଲ୍ଲାରୁ- ୭

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧୩

ସମ୍ବଲପୁର ଜିଲ୍ଲାରୁ- ୧୪

ସୋନପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୯୬

ଷ୍ଟେଟ ପୁଲରୁ- ୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୨୯୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୨୫୩ ଏବଂ ବର୍ତ୍ତମାନ ୪ ହଜାର ୯୫୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୧୫ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୯ ହଜାର ୨୬ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ ଏବଂ ବର୍ତ୍ତମାନ ୫ ହଜାର ୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୪୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୯୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୩

ବାଲେଶ୍ଵର ଜିଲ୍ଲାରୁ- ୧୧

ବରଗଡ ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୩

ବୌଦ୍ଧ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୨୧

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୧୧

ଗଜପତି ଜିଲ୍ଲାରୁ- ୩୦

ଗଞ୍ଜାମ ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୨୩

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରାପଡା ଜିଲ୍ଲାରୁ- ୧୫

କେନ୍ଦୁଝର ଜିଲ୍ଲାରୁ- ୮

ଖୋର୍ଦ୍ଧା ଜିଲ୍ଲାରୁ- ୫୩

କୋରାପୁଟ ଜିଲ୍ଲାରୁ- ୧୨

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨୦

ନବରଙ୍ଗପୁର ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୧୩

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୨୦

ସମ୍ବଲପୁର ଜିଲ୍ଲାରୁ- ୨୪

ସୁନ୍ଦରଗଡ ଜିଲ୍ଲାରୁ- ୧୬

ଷ୍ଟେଟ ପୁଲରୁ- ୧୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ ଏବଂ ବର୍ତ୍ତମାନ ୫ ହଜାର ୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୧୭ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୯ ହଜାର ୧୧ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୧୭ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର ଜିଲ୍ଲାରୁ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୭ ହଜାର ୧୦୯ ଏବଂ ବର୍ତ୍ତମାନ ୬ ହଜାର ୩୦୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୩୪ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩

ବାଲେଶ୍ଵର ଜିଲ୍ଲାରୁ- ୯

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୩୨

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୫

ଗଜପତି ଜିଲ୍ଲାରୁ- ୨୬

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୪

ଯାଜପୁର ଜିଲ୍ଲାରୁ- ୩୬

ଝାରସୁଗୁଡା ଜିଲ୍ଲାରୁ- ୧୧

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୯

କେନ୍ଦ୍ରାପଡା ଜିଲ୍ଲାରୁ- ୧୨

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୪୫

କୋରାପୁଟ ଜିଲ୍ଲାରୁ- ୨୪

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧୮

ନବରଙ୍ଗପୁର ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧୫

ନୂଆପଡା ଜିଲ୍ଲାରୁ- ୭

ପୁରୀ ଜିଲ୍ଲାରୁ- ୮

ରାୟଗଡା ଜିଲ୍ଲାରୁ- ୪୫

ସମ୍ବଲପୁର ଜିଲ୍ଲାରୁ- ୩୮

ସୋନପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୯୬

ଷ୍ଟେଟ ପୁଲରୁ- ୧୦

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୭ ହଜାର ୧୦୯ ଏବଂ ବର୍ତ୍ତମାନ ୬ ହଜାର ୩୦୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।