ଭୁବନେଶ୍ବର : ଆଜି 29 ଜିଲ୍ଲାରୁ ମୋଟ୍ 1528ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 233 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ସମ୍ବଲପୁରରୁ 168, ସୁନ୍ଦରଗଡରୁ 126, ଢେଙ୍କାନାଳରୁ 107, କଟକରୁ 72, ଭଦ୍ରକରୁ 70, କୋରାପୁଟରୁ 67, ବଲାଙ୍ଗିରରୁ 59, ବାଲେଶ୍ବରରୁ 43, ମାଲକାନଗିରିରୁ 38, ଯାଜପୁରରୁ 33, ନୟାଗଡରୁ 32, ରାୟଗଡାରୁ 27, ପୁରୀରୁ 26, ନବରଙ୍ଗପୁରରୁ 23, ଜଗତସିଂହପୁରଓ ମୟୂରଭଞ୍ଜରୁ22 ଜଣ ଲେଖାଏଁ ରହିଥିବାବେଳେ ଗଜପତି ଓ କଳାହାଣ୍ଡିରୁ 31 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ କେନ୍ଦ୍ରାପଡାରୁ 17 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରଗଡରୁ 10, ଝାରସୁଗୁଡାରୁ 9,ଅନୁଗୁଳରୁ8, ବୌଦ୍ଧରୁ 7 , ସୋନପୁର ଓ କେଉଁଝରରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ 2 ଜଣ ରହିଛନ୍ତି ।
Tag: କରୋନା
ଭୁବନେଶ୍ବର : ରାଜ୍ୟରେ ଆଜି 1734 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1075ଜଣ ଚିହ୍ନଟ ହୋଇଥିବାବେଳେ 659ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 45 ହଜାର 927କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 365ଜଣ । ସେହିପରି ସୁସ୍ଥ ହୋଇଛନ୍ତି 30 ହଜାର 241 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କଟକ : ଆଜି କଟକରୁ 76 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ପଜିଟିଭ୍ଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍ ଓ 16 ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ସେହିପରି କ୍ବାରେଣ୍ଟାଇନ୍ରୁ 60ରୁ କଣ୍ଟେନମେଣ୍ଟ ଜୋନ୍ରୁ 46 ଜଣ ରହିଥିବାବେଳେ 07 ଜଣ ସରକାରୀ କ୍ବାରେଣ୍ଟାଇନ୍ରୁ ଆଉ 07 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ରହିଛି ବୋଲି ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
ଆଜି ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ 46 ଜଣହିଥିବାବେଳେ ଏଥିରେ 16 ଜଣ ପୁରୁଷ ରହିଛନ୍ତି ଓ 30 ଜଣ ମହିଳା ରହିଛନ୍ତି । ସେହିପରି ସରକାରୀ କ୍ବାରେଣ୍ଟାଇନ୍ରୁ ଚିହ୍ନଟ 7ଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ କୋଭିଡ୍ ଯୋଦ୍ଧା ରହିଥିବାବେଳେ ଆଉ 4ଜଣ ମହିଳା କୋଭିଡ୍ଯୋଦ୍ଧା ରହିଛନ୍ତି ।
ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ 7 ଜଣଙ୍କ ମଧ୍ୟରେ ମଙ୍ଗଳାବାଗରୁ 52 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ଚୌଧୁରୀ ବଜାରରୁ ଜଣେ 49 ବର୍ଷୀୟ ମହିଳା, ସାହେବଜାଦା ବଜାରରୁ 4 ଜଣ ରହିଛନ୍ତି ।
ସେହିପରି ଲୋକାଲ୍ କଣ୍ଟାକ୍ଟ କେସ୍ ମଧ୍ୟରୁ ଦେଓ୍ବାନ୍ ବଜାରରୁ 3 ଜଣ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗା ବଜାରରୁଜଣେ, ନେତାଜୀ ନଗରରୁ ଜଣେ, ମେଡ଼ିକାଲ ରୋଡ୍ରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ 2 ଜଣ, ବିଡାନାସୀରୁ ଜଣେ କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବାବେଳେ କ୍ୟାଣ୍ଟନମେଣ୍ଟ ରୋଡଣୁ ଜଣେ, ସେକ୍ଟର 9 ସିଡିଏରୁ ଜଣେ, ମହିମାନଗରରୁ, ମଠ ସାହିରୁ ଜଣେ, ସତୀ ଚଉରାରୁ ଜଣେ, ଚୌଧୁରୀ ବଜାରରୁଜଣେ ରହିଛନ୍ତି ।
ନୂତନ 76 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1 ହଜାର 546ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 763 ଜଣ । 10ଜଣ ମୃତ୍ୟୁବରଣ କରିଥିବାବେଳେ 773 ଜଣ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1643 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1018ଜଣ ଚିହ୍ନଟ ହୋଇଥିବାବେଳେ 625ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର 193କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 189ଜଣ । ସେହିପରି ସୁସ୍ଥ ହୋଇଛନ୍ତି 28 ହଜାର 697 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 10 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 10 କର୍ମଚାରୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ବିଭାଗର ସୂଚନା ରହିଛି । ସଂକ୍ରମିତ ସମସ୍ତ 10 କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା । ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ 10 ଜଣ ସଂକ୍ରମିତ ହୋଇଥିବାର ଜଣା ପଡିଥିଲା ।
ସେହିପରି ଗତକାଲି ଭୀମ୍ସାର୍ର ମେଡିସିନ୍ ବିଭାଗର 9 ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଭୀମ୍ସାରର 70 ଜଣ ଡାକ୍ତର ଏବେ କ୍ବାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ରହିଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଜି 1699 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1073ଜଣ ଚିହ୍ନଟ ହୋଇଥିବାବେଳେ 626ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 40 ହଜାର 717କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 700ଜଣ । ସେହିପରି ସୁସ୍ଥ ହୋଇଛନ୍ତି 25 ହଜାର 737 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ । ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କରୋନାରେ ଆକ୍ରାନ୍ତ । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ପୁଅ କାର୍ତ୍ତି କରୋନ ପଜିଟିଭ୍ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଥିବାରୁ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି କାର୍ତ୍ତି ।
କାର୍ତ୍ତି କରୋନା ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେବା ସହିତ ନିକଟ ଦିନଗୁଡିକରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହିତ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ୟୁପିର ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ଭୁବନେଶ୍ବରରେ ଆଉ 118 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରୁ 69 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 49ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 69 କେସ୍ ମଧ୍ୟରୁ ଏକ ଘରୋଇ ହସ୍ପିଟାଲରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଲାଶ ପଲ୍ଲୀରୁ 6ଜଣ ଓ ଜାଗମରାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ରହିଛନ୍ତି । ୟୁନିଟ୍ 8 ଅଞ୍ଚଳରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 125 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 2ହଜାର 979ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 1ହଜାର 691 ଜଣ । ସେହିପରି 18ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେସୁଦ୍ଧା ଭୁବନେଶ୍ବରରେ 1ହଜାର 268ଟି ସକ୍ରିୟ ମାମଲା ରହିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 48 ହଜାର 661ଜଣ ଆକ୍ରାନ୍ତ ହୋଇଥିବାବେଳେ 705 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 63କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 85 ହଜାର 522ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ଆକ୍ଟିଭ୍ କେସ୍ ରହିଛି 4 ଲକ୍ଷ 67 ହଜାର 882 । ସୁସ୍ଥ ହୋଇଛନ୍ତି 8 ଲକ୍ଷ 85 ହଜାର 576ଜଣ । ମହରାଷ୍ଟ୍ରରେ 3 ଲକ୍ଷ 66 ହଜାର 368ଜଣ ଆକ୍ରାନ୍ତ ରହିଥିବାବେଳେ 13 ହଜାର 389ଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ 3 ହଜାର 806ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 409, ଗୁଜୁରାଟରେ 2 ହଜାର 300ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
କର୍ଣ୍ଣାଟକ : ଭାରତରେ କରୋନାର ସ୍ଥିତି ବେଶ୍ ଗମ୍ଭୀର ଥିବାବେଳେ ଆଶ୍ବସ୍ତିକର ମାମଲା ଶୁଣିବାକୁ ମିଳିଛି । ଯଦିଓ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ତେବେ ସୁସ୍ଥ ହାର ମଧ୍ୟ ବେଶ୍ ଭଲ ରହିଛି । କରୋନା ପରି ମହାମାରୀକୁ ମାତ୍ ଦେଇଛନ୍ତି ଜଣେ 100 ବର୍ଷର ମହିଳା । କରୋନାକୁ ଜିତି ସମସ୍ତଙ୍କ ମନରେ ଆଶା ଓ ଆଶ୍ବାସନା ଭରି ଦେଇଛନ୍ତି ଏହି ମହିଳା ଜଣକ । ବୃଦ୍ଧା ଜଣକ କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବୋଲି ସୂଚନା ରହିଛି । ସୁସ୍ଥ ହେବା ପରେ କରୋନାକୁ ସାମାନ୍ୟ ଥଣ୍ଡା ରୋଗ ବୋଲି କହିଛନ୍ତି ବୃ୍ଦ୍ଧା ଜଣକ । ବୃଦ୍ଧାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 48ହଜାର 916 ମାମଲା ଆସିଥିବାବେଳେ 757ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା 31 ହଜାର 358କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଲା । ଦେଶରେ ଆକ୍ଟିଭ୍ କେସ୍ 4 ଲକ୍ଷ 56 ହଜାର 071 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 49 ହଜାର 431ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 57 ହଜାର 117 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 132କୁବୃଦ୍ଧି ହୋଇଛି । ସେହପରି ଦିଲ୍ଲୀରେ 3 ହଜାର 767, ତାମିଲନାଡୁରେ 3ହଜାର 320, ଗୁଜୁରାଟରେ 2 ହଜାର 278ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 1594 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା 22 ହଜାର 693ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 120ରେ ପହଞ୍ଚିଛି । ସେହିପରି 33 ଜଣ କୋଭିଡ୍ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ଯାଜପୁର, ଗଜପତି, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସ୍ଥିତି ବେଶ ଗମ୍ଭୀର ରହିଛି ।
ଆଜି 28ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ 6ଜଣଙ୍କ ଜୀବନ ନେଇଛି କରୋନା । ଜୁଲାଇ ମାସରେ ସଂକ୍ରମଣ ମାମଲା ବେଶ୍ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ଆଣ୍ଟିଜନି ଟେଷ୍ଟ ଓ ପ୍ଲାଜ୍ମା ଥେରାପି ଆରମ୍ଭ କରାଯାଇଛି ।
ତେବେ ରାଜ୍ୟର କେଉଁ ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି :
ଜିଲ୍ଲା | ପଜିଟିଭ୍ | ସୁସ୍ଥ | ସକ୍ରିୟ | ମୃତ | ମୃତ (ଅନ୍ୟାନ୍ୟ ରୋଗ) |
---|---|---|---|---|---|
ଗଞ୍ଜାମ | 7634 | 4483 | 3076 | 70 | 5 |
ଖୋର୍ଦ୍ଧା | 2676 | 1375 | 1278 | 15 | 8 |
କଟକ | 1567 | 1043 | 512 | 9 | 3 |
ଯାଜପୁର | 1065 | 889 | 174 | 1 | 1 |
ସୁନ୍ଦରଗଡ | 973 | 731 | 237 | 2 | 3 |
ଗଜପତି | 819 | 568 | 244 | 7 | 0 |
ବାଲେଶ୍ବର | 785 | 587 | 196 | 0 | 2 |
ଜଗତସିଂହପୁର | 617 | 425 | 190 | 2 | 0 |
ମୟୂରଭଞ୍ଜ | 531 | 379 | 150 | 0 | 2 |
ପୁରୀ | 496 | 341 | 151 | 2 | 2 |
କେଉଁଝର | 483 | 375 | 107 | 0 | 1 |
ଭଦ୍ରକ | 483 | 328 | 150 | 2 | 3 |
ରାୟଗଡା | 422 | 139 | 280 | 3 | 0 |
ନୟାଗଡ | 420 | 276 | 142 | 1 | 1 |
କୋରାପୁଟ | 414 | 158 | 256 | 0 | 0 |
କେନ୍ଦ୍ରାପଡା | 406 | 322 | 81 | 2 | 1 |
ମାଲ୍କାନଗିରି | 381 | 201 | 180 | 0 | 0 |
ବରଗଡ | 331 | 223 | 107 | 1 | 0 |
କନ୍ଧମାଳ | 314 | 213 | 100 | 1 | 0 |
ବଲାଙ୍ଗିର | 304 | 266 | 38 | 0 | 0 |
ଝାରସୁଗୁଡା | 271 | 199 | 72 | 0 | 0 |
ସମ୍ବଲପୁର | 247 | 119 | 128 | 0 | 0 |
ଅନୁଗୁଳ | 247 | 159 | 86 | 2 | 0 |
ନବରଙ୍ଗପୁର | 183 | 142 | 40 | 0 | 1 |
ଢେଙ୍କାନାଳ | 152 | 102 | 50 | 0 | 0 |
ବୌଦ୍ଧ | 123 | 53 | 70 | 0 | 0 |
କଳାହାଣ୍ଡି | 110 | 82 | 28 | 0 | 0 |
ନୂଆପଡା | 102 | 100 | 2 | 0 | 0 |
ଦେବଗଡ | 69 | 66 | 3 | 0 | 0 |
ସୋନପୁର | 68 | 49 | 19 | 0 | 0 |
ମୋଟ୍ | 22693 | 14393 | 8147 | 120 | 33 |
ନୂଆଦିଲ୍ଲୀ : ଦେଶରେ କରୋନାର କାୟା ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 49 ହଜାର 310 ଜଣ ଆକ୍ରାନ୍ତ ହୋଇଥିବାବେଳ 740 ଜଣ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 30 ହଜାର 601କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 945ରେ ପହଞ୍ଚିଛି । ଦେଶରେ ଏବେସୁଦ୍ଧା 4 ଲକ୍ଷ 40 ହଜାର 135 ଜଣ ସକ୍ରିୟ ମାମଲା ଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 17 ହଜାର 208ଜଣ। ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 47 ହଜାର 402 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 12 ହଜାର 854 ଜଣ । ସେହିପରି ଦିଲ୍ଲୀରେ 3 ହଜାର 745, ତାମିଲନାଡୁରେ 3 ହଜାର 232, ଗୁଜୁରାଟରେ 2 ହଜାର 252 ଜଣ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଜି 1264 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 847ଜଣ ଚିହ୍ନଟ ହୋଇଥିବାବେଳେ 417ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 21ହଜାର 099କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 7ହଜାର 205ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର749ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 108ଜଣ । ସେହିପରି 31 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଚୌଦ୍ବାର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଜେଲ୍ଗୁଡିକରେ କରୋନା ମାମଲା ସାମ୍ନାକୁ ଆସୁଛି । ନିକଟରେ ବାଣପୁର ଜେଲ୍ର କଏଦୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଚୌଦ୍ବାର ଜେଲ୍ର ଜଣେ ଅଭିଯୁକ୍ତଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରୁ 33 ଜଣ କଏଦୀ ଓ 10ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଚୌଦ୍ବାର ଜେଲ୍କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ। ଦୁଇ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇଥିଲା ଅଭିଯୁକ୍ତ । ସ୍ବାବ୍ ରିପୋର୍ଟ ପଜିଟିଭ୍ ବାହାରିଛି, ବାରଙ୍ଗ ଥାନାକୁ ସାନିଟାଇଜ୍ କରାଯିବ । ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ୍ କର୍ମଚାରୀଙ୍କ ସ୍ବାବ୍ ସଂଗ୍ରହ ହୋଇଛି । ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍ରେ ଥିବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 1129ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 29 ହଜାର 861କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 45 ହଜାର 720 ଆକ୍ରାନ୍ତ ରହିଥିବାବେଳେ 1129 ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 26 ହଜାର 167 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 82 ହଜାର 606ଜଣ ।
ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 37 ହଜାର 607 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 12 ହଜାର 556କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ସେହିପରି 3 ହଜାର 619ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 144 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 2ହଜାର 224 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 100 ଡେଇଁସାରିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର ନିକଟତର ହୋଇଛି । ଆଜି ସର୍ବାଧିକ 1078ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନଶ୍ଚ ଆଜି ସର୍ବାଧିକ 28ଟି ଜିଲ୍ଲାରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ପାଞ୍ଚଜଣଙ୍କ ଜୀବନ ନେଇଛି କରୋନା ।
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ରାୟଗଡା, ସୁନ୍ଦରଗଡ ଆଦି ଜିଲ୍ଲାରେ କରୋନା ସ୍ଥିତି ଜଟିଳ ରହିଛି ।
ଜାଣନ୍ତୁ କେଉଁଠି କିପରି ରହିଛି କରୋନା ସ୍ଥିତି :
ଜିଲ୍ଲା | ପଜିଟିଭ୍ | ସୁସ୍ଥ | ଆକ୍ଟିଭ୍ | ମୃତ | ମୃତ (ଅନ୍ୟାନ୍ୟ) |
ଗଞ୍ଜାମ | 6362 | 4008 | 2287 | 62 | 5 |
ଖୋର୍ଦ୍ଧା | 2219 | 1248 | 950 | 14 | 7 |
କଟକ | 1384 | 1005 | 367 | 9 | 3 |
ଯାଜପୁର | 1043 | 876 | 165 | 1 | 1 |
ସୁନ୍ଦରଗଡ | 857 | 721 | 131 | 2 | 3 |
ବାଲେଶ୍ବର | 754 | 507 | 245 | 0 | 2 |
ଗଜପତି | 742 | 562 | 174 | 6 | 0 |
ଜଗତସିଂହପୁର | 610 | 387 | 221 | 2 | 0 |
ମୟୂରଭଞ୍ଜ | 484 | 331 | 151 | 0 | 2 |
ପୁରୀ | 444 | 324 | 116 | 2 | 2 |
କେଉଁଝର | 438 | 352 | 85 | 0 | 1 |
ଭଦ୍ରକ | 393 | 299 | 90 | 1 | 3 |
କେନ୍ଦ୍ରାପଡା | 389 | 313 | 73 | 2 | 1 |
ମାଲ୍କାନଗିରି | 372 | 161 | 211 | 0 | 0 |
କୋରାପୁଟ | 354 | 137 | 217 | 0 | 0 |
ନୟାଗଡ | 349 | 272 | 76 | 1 | 0 |
ରାୟଗଡା | 338 | 139 | 197 | 2 | 0 |
ବରଗଡ | 299 | 199 | 99 | 1 | 0 |
ବଲାଙ୍ଗିର | 297 | 256 | 41 | 0 | 0 |
କନ୍ଧମାଳ | 268 | 199 | 68 | 1 | 0 |
ଝାରସୁଗୁଡା | 260 | 182 | 78 | 0 | 0 |
ଅନୁଗୁଳ | 230 | 149 | 79 | 2 | 0 |
ସମ୍ବଲପୁର | 214 | 112 | 102 | 0 | 0 |
ନବରଙ୍ଗପୁର | 176 | 130 | 45 | 0 | 1 |
ଢେଙ୍କାନାଳ | 144 | 91 | 53 | 0 | 0 |
କଳାହାଣ୍ଡି | 102 | 82 | 20 | 0 | 0 |
ନୂଆପଡା | 100 | 100 | 0 | 0 | 0 |
ବୌଦ୍ଧ | 80 | 53 | 27 | 0 | 0 |
ଦେବଗଡ | 69 | 66 | 3 | 0 | 0 |
ସୋନପୁର | 64 | 49 | 15 | 0 | 0 |
ମୋଟ୍ | 19835 | 13310 | 6386 | 108 | 31 |
ଭୁବନେଶ୍ବର : ରାଜ୍ୟରେ ଆଜି 1078 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 721ଜଣ ଚିହ୍ନଟ ହୋଇଥିବାବେଳେ 357ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 19ହଜାର 835କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 6ହଜାର 387ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର309ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 103ଜଣ । ସେହିପରି 30 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ବ୍ୟାଙ୍କକୁ ବନ୍ଦ କରାଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ।ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କ ବନ୍ଦ କଲା ପ୍ରଶାସନ । ସପ୍ତାହେ ବ୍ୟାଙ୍କ ବନ୍ଦ ରଖି ସାନିଟାଇଜ୍ କରିବ ପ୍ରଶାସନ । ସପ୍ତାହେ ପରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ହୋମ କ୍ବାରେଣ୍ଟିନ୍ ବେଳେ କିଛି ଲକ୍ଷଣ ଦେଖାଗଲେ ପ୍ରଶାସନକୁ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ସମ୍ପୃ୍କ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 647 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 431ଜଣ ଚିହ୍ନଟ ହୋଇଥିବାବେଳେ 216ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 757କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 715ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର909ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 97ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରୁ ଆଜି 6ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 59ରେ ପହଞ୍ଚିଥିବାବେଳେ ଗଜପତିରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 97କୁ ବୃଦ୍ଧି ହୋଇଛି ।
ଆଜି ମୃତ୍ୟବରଣ କରିଥିବା ଗଞ୍ଜାମର ପାଞ୍ଚଜଣ ମୃତକଙ୍କ ମଧ୍ୟରେ ଜଣେ 42 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ରହିଥିଲେ । ସେହିପରି ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ତିନି ଆକ୍ରାନ୍ତଙ୍କ ମଧ୍ୟରେ 52 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନ୍ସରେ ପୀଡ଼ିତ ଥିଲେ । ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 70 ଓ 40 ବର୍ଷ ବୋଲି ସୂଚନା ରହିଛି । ସେହିପରି ଗଜପତିରୁ ମୃତ୍ୟୁବରଣ କରିଥିବା ମୃତକ ଜଣକ 55 ବର୍ଷୀୟା ମହିଳା ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।