Categories
ଆଜିର ଖବର ରାଜ୍ୟ ଖବର

ସାଇ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାଶ କଲା କୁଜଙ୍ଗ ପୋଲିସ: ଚୋରି ସାମଗ୍ରୀ ଜବତ, ଜେଲ ଗଲେ ଅଭିଯୁକ୍ତ

କୁଜଙ୍ଗ: କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅଧୀନ ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ଅର୍ଥ ଚୋରି ଘଟଣାରେ କୁଜଙ୍ଗ ପୋଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସହିତ ନଗଦ ଅର୍ଥ ୧୫ ହଜାର ୭ଶହ ୬୧ ଟଙ୍କା ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ହେଲେ କୁଜଙ୍ଗ ଥାନା ଗୋପିଆକୁଦ କୋଚିଳାବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଓ ତିର୍ତୋଲ ଥାନା ରାହାମା ଅଂଚଳର ମୀନକେତନ ପରିଡ଼ା।

କୁଜଙ୍ଗ ପୋଲିସ୍ ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛି। ସେଠାରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତି ରାତିରେ ଶିରିଡ଼ିସାଇ ମନ୍ଦିରରୁ ବାବାଙ୍କର ତିନୋଟି ରୂପା ମୁକୁଟ, ଗୋଟିଏ ରୂପା ଥାଳି, ରୂପା ଦ୍ୱୀପ, ରୂପା ଗ୍ଲାସ, ସୁନା ଚିତା ଆନୁମାନିକ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ତାହା ସହିତ ନଗଦ ୧୫ ହଜାର ୭ ଶହ ୬୧ ଟଙ୍କା କୋଚିଳା ବେଦି ଗ୍ରାମର ଦେବେନ୍ଦ୍ର ପଣ୍ଡା ଚୋରି କରିଥିବା ନେଇ କୁଜଙ୍ଗ ଥାନାରେ ମନ୍ଦିରର ପରିଚାଳନା କମିଟି ଲିଖିତ ଅଭିଯୋଗ କରିଥିଲା। କୁଜଙ୍ଗ ପୋଲିସ ଅଭିଯୋଗର ଏକ ଘଂଟା ମଧ୍ୟରେ ଅଭିଯୁକ୍ତର ମୋବାଇଲ୍ ଟ୍ରେସ୍ କରି ଅଭିଯୁକ୍ତକୁ ରାହାମା ଅଂଚଳରୁ ଧରିବାରେ ସଫଳ ହୋଇଥିଲା। ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା ପରେ ଚୋରି କରିଥିବା ନେଇ ସେ ସ୍ୱୀକାର କରିଥିଲା। ଓ ଚୋରି ହୋଇଥିବା ସାମଗ୍ରୀକୁ ତାର ସହଯୋଗୀ ରାହାମା ଅଂଚଳର ମୀନକେତନର ଚା’ ଦୋକାନର ଏକ ଲକରରେ ରଖିଥିବା କହିଥିଲା। ପରେ ପୋଲିସ୍ ଅଭିଯୁକ୍ତ ଦେବେନ୍ଦ୍ରକୁ ସାଂଗରେ ନେଇ ରାହାମା ଅଂଚଳର ମୀନତକେତନ ପରିଡ଼ାଙ୍କ ଚା’ ଦୋକାନର ଲକରରୁ ଚୋରିହୋଇଥିବା ସମସ୍ତ ଅଳଙ୍କାର ସାମଗ୍ରୀ ସମେତ ନଗଦ ଅର୍ଥ ଉଦ୍ଧାର କରିଥିଲା।

ଏହି ଘଟଣାରେ କେସ୍ ନଂ ୩୯୪/୨୩ ଦଫା ୪୫୭, ୩୮୦ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ କହିଛନ୍ତି। ତେବେ ଦେବେନ୍ଦ୍ର ଓ ମୀନତକେତନଙ୍କ ନାମରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ କେସ୍ ରହିଛି। ସେମାନେ ପୁରୀ ଅଂଚଳର ବିଭିନ୍ନ ମଠ, ଦେବାଦେବୀ ମନ୍ଦିରରୁ ଟାର୍ଗେଟ୍ କରି ଅଳଙ୍କାର ଲୁଟ୍ କରିଥାନ୍ତି ପରେ ସେହି ଅଳଙ୍କାରକୁ ପୁରୀ ଅଂଚଳରେ ବିଭିନ୍ନ ଦୋକାନରେ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଚୋରି ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସାମଗ୍ରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି, ରାହଜାନୀ ବଢ଼ିବାରେ ଲାଗିଛି। ଯାହାକି ଗତକାଲି ଅପରାହ୍ନରେ ବାଲୁଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ଗତକାଲି ବାଲୁଗାଁ ଥାନା ଅଞ୍ଚଳର ମେଘନାଦ ମହାରଣାଙ୍କ ଘରୁ ଲାପଟପ ଏବଂ ୧୦୦୦ଟଙ୍କା ଚୋରି ହେଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ପକ୍ଷରୁ ସର୍ଚ୍ଚ ମିଶନ ଜାରିରହିଥିବା ବେଳେ ବାଣପୁର ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଧରି ଜେରା କରିବାରୁ ତାଙ୍କ ନିକଟରୁ ଚୋରି ହୋଇଥିବା ଲାପଟପ ସହ ୧୦୦୦ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୧/୨୦୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।