Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

‘ସମାଜ’ର ନୂତନ ସମ୍ପାଦକ ହେଲେ ଡଃ ପ୍ରଭାସ ଆଚାର୍ଯ୍ୟ

କଟକ: ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ନେଇଛନ୍ତି ଡଃ ପ୍ରଭାସ ଆଚାର୍ଯ୍ୟ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସର୍ବ ପୁରାତନ ଦୈନିକ ସମ୍ବାଦପତ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ଡଃ ପ୍ରଭାସ ଆଚାର୍ଯ୍ୟ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ଉପସ୍ଥିତିରେ ‘ସମାଜ’ର ପୂର୍ବତନ ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ରଙ୍କ ଠାରୁ ଡଃ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏଥିରେ ସମାଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡଃ ଆଚାର୍ଯ୍ୟ ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି ଏହି ପୁରାତନ ସମ୍ବାଦପତ୍ରର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଡଃ ଆଚାର୍ଯ୍ୟ ଗଣମାଧ୍ୟମ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ୱ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସହ ‘ସମାଜ’ର ମୁଦ୍ରାକାର ଓ ପ୍ରକାଶକ ଅଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

‘ସମାଜ’ ର ନୂତନ ମୁଦ୍ରାକର ଓ ପ୍ରକାଶକ ହେଲେ ଡ ପ୍ରଭାସ ଆଚାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ‘ସମାଜ ‘ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଏହି ଅବସରରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ସମେତ ସମାଜର ସଂପାଦକ ଓ ମୁଖ୍ୟ ପରିଚାଳକ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରାତନ ସମ୍ବାଦପତ୍ର ର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣି ଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ. ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୈନିକ ଖବରକାଗଜ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ହେଲେ ଡ.ପ୍ରଭାସ ଆଚାର୍ଯ୍ୟ

କଟକ, ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ରାଜକୁମାର ଏହି ନୂତନ ପଦରେ ଡ. ଆଚାଯ୍ୟଙ୍କୁ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି।

ଡ. ଆଚାଯ୍ୟ ମୟୂରଭଞ୍ଜ ଜିଲାର ବିଶୋଇଠାରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର, ଗ୍ରାମ୍ୟ ବିକାଶ ତଥା ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସ୍ନାତକୋତ୍ତର, ଡିଗ୍ରୀ ହାସଲ କରିଛନ୍ତି।

ବହୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣମାଧ୍ୟମ ଅଧ୍ୟାପନା କ୍ଷେତ୍ରରେ ଅଭିଜ୍ଞତା ସାଙ୍ଗକୁ ଦୂରଦର୍ଶନରେ ସମ୍ବାଦ ଉପସ୍ଥାପନାରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଅନୁଭୂତି ରହିଛି। ପ୍ରାକୃତିକ ବିପଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବିଶେଷଭାବେ ରାଜ୍ୟରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ବେଶ୍ ସୁପରିଚିତ।

ରେଳବାଇରେ ଇଞ୍ଜିନିୟରିଂ କାଯ୍ୟରୁ ସ୍ୱେଚ୍ଛାକୃତ ଅବସର ନେବାପରେ ସେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।