Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହିଳା ଥାନାରେ କାହିଁକି ଏତଲା ଦେଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଆଜି ବିଜେଡିର ମହିଳା ସଦସ୍ୟାଙ୍କୁ ନେଇ ମହିଳା ଥାନା ଯାଇଥିଲେ। ସେଠାରେ ସେ ମହିଳା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେ ପୋଲିସ ଅନୁରୋଧ କରିଛନ୍ତି ଯେ, ତୁରନ୍ତ ଏହି ଏତଲା ଉପରେ ପଦକ୍ଷେପ ଗ୍ରହଣ କରାଯାଉ।

ତେବେ ତାଙ୍କର ଅଭିଯୋଗ ହେଉଛି ନୀଳଗିରିର ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ। ଆଉ ମାମଲା ହେଉଛି ସନ୍ତୋଷ ଲେଖାଶ୍ରୀଙ୍କ ବିରୋଧରେ ଅଶାଳିନ ଶଦ୍ଦ ପ୍ରୟୋଗ କରି ଗାଳି କରିଥିଲେ। ଏହା ତାଙ୍କର ମାନହାନି ହୋଇଛି ବୋଲି ମଧ୍ୟ ସେ ଏତଲାରେ ଦର୍ଶାଇଛନ୍ତି। ସେଥିପାଇଁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ଅନୁରୂପ ଭାବେ ନୀଳଗିରି ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଛି। ବିଜେଡି ମହିଳା ତରଫରୁ ଏହି ଏତଲା ସନ୍ତୋଷ ଖଟୁଆଙ୍କ ବିରୋଧରେ ଦିଆଯାଇଛି।