Categories
ଆଜିର ଖବର ଜାତୀୟ ଖବର

ଦୂରସଂଚାର ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି: ନକଲି କଲ୍ ଗ୍ରହଣ ନକରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦୂରସଞ୍ଚାର ବିଭାଗ (ଡିଓଟି), ଯୋଗାଯୋଗ ମନ୍ତ୍ରଣାଳୟ ନାଗରିକମାନଙ୍କୁ , ଯେଉଁଥିରେ ସେମାନଙ୍କୁ କଲ୍ କରୁଥିବା ବ୍ୟକ୍ତିମାନେ ମୋବାଇଲ୍ ନମ୍ବର ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟକଳାପରେ ମୋବାଇଲ୍ ନମ୍ବର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି ସେଭଳି ନକଲି କଲ୍ ଗ୍ରହଣ ନକରିବାକୁ ଏକ ପରାମର୍ଶବଳୀ ଜାରି କରିଛି।

ସରକାରୀ କର୍ମଚାରୀଙ୍କ ଛଦ୍ମରୂପ ବ୍ୟବହାର କରି ଏବଂ ଲୋକମାନଙ୍କୁ ଧୋକା ଦେବା ପାଇଁ ବିଦେଶୀ ମୂଳ ମୋବାଇଲ୍ ନମ୍ବରରୁ (ଯେପରିକି +92-xxxxxxxxxx) ଆସୁଥିବା ହ୍ୱାଟସ୍‌ଆପ୍ କଲ୍ ବିଷୟରେ ମଧ୍ୟ ଦୂରସଞ୍ଚାର ବିଭାଗ ପରାମର୍ଶ ଜାରି କରିଛି।

ଏପରି କଲ୍ ମାଧ୍ୟମରେ ସାଇବର ଅପରାଧୀମାନେ ସାଇବର ଅପରାଧ / ଆର୍ଥିକ ଠକେଇ କରିବା ପାଇଁ ଧମକ ଦେଇଥାନ୍ତି କିମ୍ବା ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବାକୁ ଚେଷ୍ଟା କରନ୍ତି। ଦୂରସଂଚାର ବିଭାଗ / ଟ୍ରାଇ ନିଜ ତରଫରୁ ଏପରି କଲ୍ କରିବାକୁ କାହାକୁ ଅନୁମତି ଦିଏ ନାହିଁ ଏବଂ ସଂଚାର ସାଥି ପୋର୍ଟାଲ (www.sancharsaathi.gov.in/sfc) ର ‘ଚକ୍ଷୁ – ରିପୋର୍ଟ ସନ୍ଦିଗ୍ଧ ଜାଲିଆତି ଯୋଗାଯୋଗ’ ସୁବିଧାରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ଏପରି ଜାଲିଆତି ଯୋଗାଯୋଗ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି। ଏହିପରି ସକ୍ରିୟ ରିପୋର୍ଟ ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାର ରୋକିବାରେ ଦୂରସଂଚାର ବିଭାଗକୁ ସାହାଯ୍ୟ କରେ।

ସାଇବର ଅପରାଧ କିମ୍ବା ଆର୍ଥିକ ଠକେଇର ଶିକାର ହୋଇଥିଲେ ସାଇବର ଅପରାଧ ହେଲପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.in ରେ ରିପୋର୍ଟ କରିବାକୁ ଦୂରସଂଚାର ବିଭାଗ ମଧ୍ୟ ନାଗରିକମାନଙ୍କୁ ପରାମର୍ଶ ଦେଇଥାଏ।

ସନ୍ଦେହଜନକ ଠକେଇ ଯୋଗାଯୋଗର ମୁକାବିଲା କରିବା ପାଇଁ ଏବଂ ସାଇବର ଅପରାଧ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି:

ଚକ୍ଷୁ ସୁବିଧା ଅଧୀନରେ, ନାଗରିକମାନଙ୍କୁ ଦୁର୍ଭାବନାପୂର୍ଣ୍ଣ ଏବଂ ଫିସିଙ୍ଗ୍ ଏସ୍‌ଏମ୍‌ଏସ୍ ପଠାଇବାରେ ସମ୍ପୃକ୍ତ ଥିବା ୫୨ ପ୍ରମୁଖ ସଂସ୍ଥା ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।

୭୦୦ ଏସ୍‌ଏମ୍‌ଏସ୍ ବିଷୟବସ୍ତୁ ଟେମ୍ପଲେଟଗୁଡିକ ନିଷ୍କ୍ରିୟ କରାଯାଇଛି। ସମସ୍ତ ଟେଲିକମ୍ ଅପରେଟରମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଆଧାରରେ ୩୪୮ ମୋବାଇଲ୍ ହ୍ୟାଣ୍ଡସେଟ୍ କଳା ତାଲିକାଭୁକ୍ତ କରାଯାଇଛି।

୧୦,୮୩୪ ସନ୍ଦିଗ୍ଧ ମୋବାଇଲ୍ ନମ୍ବରକୁ ଟେଲିକମ୍ ଅପରେଟରମାନଙ୍କୁ ପୁନଃ ଯାଞ୍ଚ ପାଇଁ ଚିହ୍ନିତ କରାଯାଇଛି, ଯେଉଁଥିରୁ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ପୁନଃ – ଯାଞ୍ଚରେ ବିଫଳ ହୋଇଥିବା ୮୨୭୨ ମୋବାଇଲ୍ ସଂଯୋଗ କାଟି ଦିଆଯାଇଛି।

ସାଇବର ଅପରାଧ / ଆର୍ଥିକ ଠକେଇରେ ଜଡିତ ହେବା କାରଣରୁ ଅଖିଳ ଭାରତୀୟ ଆଧାରରେ ୧.୮୬ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ଅବରୋଧ କରାଯାଇଛି।

ଦୂରସଂଚାର ବିଭାଗ / ଟ୍ରାଇ ପକ୍ଷରୁ ଛଦ୍ମନାମ ବ୍ୟବହାର କରୁଥିବା ନକଲି ବିଜ୍ଞପ୍ତି, ସନ୍ଦେହଜନକ ଜାଲିଆତି ଯୋଗାଯୋଗ ଏବଂ ପ୍ରେସ, ଏସଏମଏସ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଦୁର୍ଭାବନାପୂର୍ଣ୍ଣ କଲ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ନିମନ୍ତେ ନିୟମିତ ଭାବରେ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍‌ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର

ନୂଆଦିଲ୍ଲୀ: ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟରେ ସେମାନଙ୍କ ମୋବାଇଲ୍ ନମ୍ବରର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି। ଏଭଳି କଲ ପ୍ରତି ସତର୍କ ରହିବା ପାଇଁ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ (ଡିଓଟି) ନାଗରିକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି କହିଛି। ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ଵାଟ୍ସଆପ୍ କଲ୍ କରି ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ନେଇ ନେଇ ମଧ୍ୟ ଦୂରସଞ୍ଚାର ବିଭାଗ ମାର୍ଗଦର୍ଶିକା ଜାରି କରି ସତର୍କ କରାଇ ଦେଇଛି।

ସାଇବର ଅପରାଧୀମାନେ ଏଭଳି କଲ୍ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି କରି ସାଇବର ଅପରାଧ/ଆର୍ଥିକ ଠକେଇ କରିବାକୁ ଚେଷ୍ଟା କରିଥାନ୍ତି। ଦୂରସଞ୍ଚାର ବିଭାଗ ନିଜ ତରଫରୁ କାହାକୁ ଏଭଳି କଲ୍ କରିବାକୁ ଅଧିକାର ଦେଇନାହିଁ ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏଭଳି କଲ୍ ପାଇବା ପରେ କୌଣସି ସୂଚନା ପ୍ରଦାନ ନକରିବାକୁ ଦୂରସଞ୍ଚାର ବିଭାଗ ନାଗରିକଙ୍କୁ ସତର୍କ କରାଇ ଦେଇଛି।

ଏଭଳି ଠକେଇ ସମ୍ପର୍କରେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in)ର ‘ଚକ୍ଷୁ- ସନ୍ଦିଗ୍ଧ ଠକେଇ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ’ କେନ୍ଦ୍ରରେ ଅଭିଯୋଗ ଦାଖଲ କରିବାକୁ ଦୂରସଞ୍ଚାର ବିଭାଗ ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଏଭଳି ସକ୍ରିୟ ଅଭିଯୋଗ ଦାଖଲ ଦ୍ୱାରା ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ସମ୍ବଳର ଅପବ୍ୟବହାର ରୋକିବାରେ ଡିଓଟିକୁ ସାହାଯ୍ୟ କରିବ।

ଏହାବ୍ୟତୀତ ନାଗରିକମାନେ ସଂଚାର ସାଥୀ ପୋର୍ଟାଲ (www.sancharsaathi.gov.in) ର ‘ନୋ ୟୋର ମୋବାଇଲ୍ କନେକ୍ସନ’ ସୁବିଧାରେ ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିପାରିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା କିମ୍ବା ଆବଶ୍ୟକ ନଥିବା କୌଣସି ମୋବାଇଲ୍ ସଂଯୋଗ ବିଷୟରେ ରିପୋର୍ଟ କରିପାରିବେ।

ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ରେ ରିପୋର୍ଟ କରିବା କିମ୍ବା ସାଇବର କ୍ରାଇମ କିମ୍ବା ଆର୍ଥିକ ଠକେଇର ଶିକାର ହେଲେ www.cybercrime.gov.inକରିବାକୁ ଡିଓଟି ନାଗରିକମାନଙ୍କୁ ପରାମର୍ଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ୨୬ ଗିଗାହର୍ଜ ଓ ୩୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ରିଲାଏନ୍ସ ଜିଓର ୫ଜି ନେଟ୍‌ୱର୍କର ପରୀକ୍ଷଣ

ଭୁବନେଶ୍ୱର: ଓଡ଼ିଶାରେ ଦ୍ରୁତ ଗତିରେ ୫ଜି ସେବାର ସମ୍ପ୍ରସାରଣ ଜାରି ରହିଥିବା ବେଳେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଓଡ଼ିଶା ଲାଇସେନ୍ସ ସର୍ଭିସ୍ ଅଂଚଳ (ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟରେ ୨୬ ଗିଗାହର୍ଜ ଓ ୩୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ରିଲାଏନ୍ସ ଜିଓର ୫ଜି ସାଇଟ୍‌ରେ ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ କରାଯାଇଛି। ଓଡ଼ିଶା ଏଲ୍‌ଏସ୍‌ଏର ଡେପୁଟି ଡାଇରେକ୍ଟର ଜେନେରାଲ୍ ଅନିଲ କୁମାର ସୁବୁଦ୍ଧି, ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଯାଦବ ଓ ଏଡିଜି ଚିତରଂଜନ ଦେବ୍‌ତାଙ୍କ ସମେତ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ୨୦୨୩ ଅଗଷ୍ଟ ୯ରେ ଭୁବନେଶ୍ୱରଠାରେ ରିଲାଏନ୍ସ ଜିଓକୁ ଆବଂଟନ କରାଯାଇଥିବା ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ କରାଯାଇଥିବା ନେଇ ଟେଲିକମ ବିଭାଗ ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ଟୁଇଟ୍ ଜରିଆରେ ସୂଚିତ କରାଯାଇଛି। ୨୬ ଗିଗାହର୍ଜରେ ଜିଓ ନେଟ୍‌ୱର୍କରେ ପରୀକ୍ଷଣ ସମୟରେ ସର୍ବାଧିକ ୫ଜି ସ୍ପିଡ୍ ୧.୨ ଜିବିପିଏସ୍ ରହିଥିଲା। https://twitter.com/LsaOdisha/status/1689195126940377088?s=୨୦
ଅନ୍ୟ ଏକ ଟୁଇଟ୍‌ରେ ଟେଲିକମ୍ ବିଭାଗର ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି ଯେ ରିଲାଏନ୍ସ ଜିଓକୁ ଆବଂଟନ କରାଯାଇଥିବା ୩୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୨୦୨୩ ଅଗଷ୍ଟ ୮ରେ ଓଡ଼ିଶାର ପୁରୀ ଜିଲ୍ଲାର ପିପିଲିଠାରେ କରାଯାଇଥିଲା। ଏହି ପରୀକ୍ଷଣ ବେଳେ ୩୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ନେଟ୍‌ୱର୍କର ସ୍ପିଡ୍ ୮୨୦ ଏମ୍‌ବିପିଏସ୍ ରହିଥିଲା।


ରିଲାଏନ୍ସ ଜିଓ ଦ୍ରୁତ ଗତିରେ ସାରା ଓଡ଼ିଶାରେ ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରୁଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି । ଜିଓ ହେଉଛି ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜ ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ରହିଛି ଯାହାକୁ ୫ଜି ନେଟ୍‌ୱର୍କ ମୂତୟନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି । ଜିଓ ୱେଲ୍‌କମ୍ ଅଫର ମାଧ୍ୟମରେ ବ୍ୟବହାରକାରୀମାନେ ଏବେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୧ ଜିବିପିଏ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତ ଅସୀମିତ ଡାଟାର ଅନୁଭୂତି ପାଉଛନ୍ତି ।

ନିକଟରେ ସଂସଦରେ ଟେଲିକମ୍ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଉତରରେ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଶା ସମେତ ସାରା ଦେଶରେ ୫ଜି ନେଟ୍‌ୱର୍କ ମୂତୟନ କରିବାରେ ରିଲାଏନ୍ସ ଜିଓ ବହୁ ଆଗରେ ରହିଛି । ଟେଲିକମ୍ ବିଭାଗ ପ୍ରଦାନ କରିଥିବା ଜିଲ୍ଲା ହିସାବରେ ତଥ୍ୟ ଅନୁସାରେ ଓଡ଼ିଶାରେ ମୂତୟନ କରାଯାଇଥିବା ମୋଟ ୭୭୫୬ଟି ୫ଜି ବିଟିଏସ୍ ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ଟି ୫ଜି ବିଟିଏସ୍ ସ୍ଥାପନ କରିଛି । ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍ ମାତ୍ର ୧୪୧୧ଟି ୫ଜି ବିଟିଏସ୍ ସ୍ଥାପନ କରିଥିବା ସୂଚନା ଦିଆଯାଇଥିଲା । ଜିଲ୍ଲାଗୁଡ଼ିକ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ଟି ୫ଜି ବିଟିଏସ୍ ସ୍ଥାପନ କରାଯାଇଥିବା ବେଳେ ସେଥିରୁ ୧୧୨୪ଟି ଜିଓ ମୂତୟନ କରିଛି । ସେହିପରି କଟକର ମୋଟ ୭୯୨ଟି ୫ଜି ବିଟିଏସ୍ ମଧ୍ୟରୁ ଜିଓ ୭୧୦ଟି ୫ଜି ବିଟିଏସ୍ ସ୍ଥାପନ କରିଛି ।

ଜିଓ ପକ୍ଷରୁ ଗଂଜାମ ଜିଲ୍ଲାରେ ୪୨୦, ସୁନ୍ଦରଗଡ଼ରେ ୪୪୮ଟି ୫ଜି ବିଟିଏସ୍ ସ୍ଥାପନ କରାଯାଇଥିବା ବେଳେ ଏହି ଦୁଇ ଜିଲ୍ଲାରେ ଏୟାରଟେଲ୍ ଯଥାକ୍ରମେ ୧୨୨ ଓ ୬୬ଟି ୫ଜି ବିଟିଏସ୍ ସ୍ଥାପନ କରିଛି । ବାଲେଶ୍ୱରରେ ୪୪୪ଟି ୫ଜି ବିଟିଏସ୍ ସ୍ଥାପନ କରାଯାଇଥିବା ବେଳେ ଜିଓ ୩୫୬ଟି ଓ ଏୟାରଟେଲ୍ ୮୮ଟି ୫ଜି ବିଟିଏସ୍ ସ୍ଥାପନ କରିଛି ।

ଜିଓ ପାଖରେ ରହିଥିବା ତିନି ସୂତ୍ରୀ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି । ଏହା ମଧ୍ୟରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ୪ଜି ଉପରେ ଶୂନ ନିର୍ଭରଶୀଳ ଥିବା ଉନ୍ନତ ୫ଜି ନେଟୱର୍କ, ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ ଏବଂ କ୍ୟାରିୟର ଏଗ୍ରିଗ୍ରେସନ ଯାହା ଉନ୍ନତ କ୍ୟାରିୟର ଏଗ୍ରିଗ୍ରେସନ ନାମକ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ୫ଜି ଫ୍ରିକୁଏନ୍‌ସିକୁ ଗୋଟିଏ ଦୃଢ଼ “ଡାଟା ହାଇୱେ’ରେ ପରିଣତ କରୁଛି ।