Categories
ବିଶେଷ ଖବର

ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ନାଗରିକମାନଙ୍କୁ ସ୍ମରଣ କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁନ ୨୧ରେ ହେବାକୁ ଥିବା ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ସ୍ୱାସ୍ଥ୍ୟ ପଦ୍ଧତିକୁ ପାଳନ କରିବା।

https://twitter.com/narendramodi/status/1663919625736798212?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1663919625736798212%7Ctwgr%5Eb0dfd8912d404fe0f19973c83acab217dff7579a%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1928888

ଆୟୁଷ ମନ୍ତ୍ରାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଆଉ ମାତ୍ର ତିନି ସପ୍ତାହ ବାକି!

ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ବ୍ୟବସ୍ଥାକୁ ପାଳନ କରିବା। ଆସନ୍ତୁ ଆମେ ଏକ ସୁସ୍ଥ ଓ ସୁଖୀ ସମାଜ ନିର୍ମାଣ କରିବା।”

Categories
ଆଜିର ଖବର ଜାତୀୟ ଖବର

ସାର୍ବଜନୀନ ଡାକ ସଂଘର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ର ଅନୁମୋଦନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୟୁପିୟୁ ସହିତ ଏକ ରାଜିନାମା କରି ଏହି ଅଞ୍ଚଳରେ ୟୁପିୟୁର ବିକାଶମୂଳକ ସହଯୋଗ ଏବଂ ବୈଷୟିକ ସହାୟତା କାର୍ଯ୍ୟକଳାପ ଗୁଡ଼ିକ ହାତକୁ ନେବା ପାଇଁ ନୂଆଦିଲ୍ଲୀ, ଭାରତରେ ସାର୍ବଜନୀନ ଡାକ ସଂଘ (ୟୁପିୟୁ)ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଏହି ଅନୁମୋଦନ ଡାକ କ୍ଷେତ୍ରରେ ଦକ୍ଷିଣ – ଦକ୍ଷିଣ ଏବଂ ତ୍ରିମୁଖୀ ସହଯୋଗ ଉପରେ ଗୁରୁତ୍ୱାରୋପ କରି ବହୁପକ୍ଷୀୟ ସଂଗଠନ ଗୁଡ଼ିକରେ ଭାରତକୁ ଏକ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସକ୍ଷମ କରାଇବ। ୟୁପିୟୁର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଭାରତ ଜଣେ କ୍ଷେତ୍ରୀୟ ପ୍ରକଳ୍ପ ବିଶେଷଜ୍ଞ, କର୍ମଚାରୀ ଏବଂ କାର୍ଯ୍ୟାଳୟ ବ୍ୟବସ୍ଥା ପ୍ରଦାନ କରିବ। ସାମର୍ଥ୍ୟ ନିର୍ମାଣ ଏବଂ ପ୍ରଶିକ୍ଷଣ ସମୂହ, ଡାକ ସେବା ଗୁଡ଼ିକର ଦକ୍ଷତା ଏବଂ ଗୁଣାତ୍ମକମାନ ଉନ୍ନତିକରଣ, ଡାକ ପ୍ରଯୁକ୍ତିର ଅଭିବୃଦ୍ଧି, ଇ – ବାଣିଜ୍ୟ ଏବଂ ବ୍ୟବସାୟ ପ୍ରୋତ୍ସାହନ ଇତ୍ୟାଦି ଉପରେ ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ୟୁପିୟୁ ସହିତ ସଂଯୋଜନା କରି ଏହି କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ କରାଯିବ।

ଏହି ପଦକ୍ଷେପ ଭାରତର କୂଟନୀତିକ ପଦାଙ୍କକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବ, ବିଶେଷ କରି ଏସିଆ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହିତ ଏବଂ ବିଶ୍ୱ ଡାକ ମଞ୍ଚ ଗୁଡ଼ିକରେ ଭାରତର ଉପସ୍ଥିତିକୁ ଏହା ବୃଦ୍ଧି କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ଆରମ୍ଭ ହେଲା ମହା ଜନସଂପର୍କ ଯାତ୍ରା, ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର/ନୂଆଦିଲ୍ଲୀ :  ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ଆରମ୍ଭ କରିଛି ଜନସଂପର୍କ ଯାତ୍ରା। ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ। କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ।  ବିଜେପି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରି ପ୍ରତ୍ୟେକ କ୍ଲଷ୍ଟରରେ ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବାର ପ୍ରସ୍ତାବ କରାଯାଇଛି।

ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ। ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ବରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି। ଓଡିଶାରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

୯ ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫରୁ ଏକ ୱେବସାଇଟ 9yearsofseva.bjp.org ଲଂଚ୍ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟି ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଂଚ କରାଯାଇଛି। ଘର ଘର ସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘର ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିବେ।

ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ। ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶ୍ରୀ ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରରେ ଟ୍ରାକ୍ଟର ଦୁର୍ଘଟଣାରେ ଜୀବନହାନିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ: ସହାୟତା ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝୁନଝୁନୁଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜୀବନହାନିକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ୍‌) ରୁ  ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି ଯେ, ରାଜସ୍ଥାନର ଝୁନଝୁନୁଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଃଖିତ। ମୃତକଙ୍କ ପରିବାରକୁ ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପିଏମଏନଆରଏଫରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ।

Categories
ବିଶେଷ ଖବର

କାମ୍ବୋଡିଆର ରାଜା ନୋରୋଡମ୍ ସିହାମୋନିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ସୋମବାର ଦିନ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଏବଂ ମହାମହିମ, ରାଜା ସିହମୋନି ଉଭୟ ଦେଶ ମଧ୍ୟରେ ଗଭୀର ସମ୍ପର୍କ, ଦୃଢ଼ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି।

ଦକ୍ଷତା ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ କାମ୍ବୋଡିଆ ସହିତ ଦ୍ୱିପାକ୍ଷିକ ସହଭାଗିତାକୁ ମଜବୁତ କରିବାକୁ ଭାରତର ସଂକଳ୍ପକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ବିକାଶ ସହଯୋଗରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ମହାମହିମ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହା ସହିତ ଜି -୨୦ ର ଭାରତର ଅଧ୍ୟକ୍ଷତା ପାଇଁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କ ଅଧୀନରେ ବିକାଶ ଯାତ୍ରାକୁ ଦର୍ଶାଉଥିବା ୱେବସାଇଟ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଦେଶର ବିକାଶରେ ନିରନ୍ତର ସମର୍ପଣର ୯ ବର୍ଷ।

ମୁଁ  ସମସ୍ତଙ୍କୁ nm4.com/9yrsofseva ୱେବସାଇଟକୁ ଯାଇ ଆମର ବିକାଶ ଯାତ୍ରାର ଏକ ଝଲକ ଦେଖିବା ପାଇଁ ଆମନ୍ତ୍ରଣ କରୁଛି। ବିଭିନ୍ନ ସରକାରୀ ଯୋଜନାରୁ ଲୋକେ କିପରି ଲାଭାନ୍ୱିତ ହୋଇଛନ୍ତି ତାହା ଉପରେ ଆଲୋକପାତ କରିବାର ଏହା ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। #9YearsOfSeva’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତୁର୍କୀ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ତୁର୍କୀ ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ରେସିପ ତଇପ୍ ଏର୍ଡୋଗାନଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ, ଆଗାମୀ ଦିନରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବୈଶ୍ୱିକ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇବ।’

Categories
ଆଜିର ଖବର ଜାତୀୟ ଖବର

ଆଜି ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 29 ତାରିଖ ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ। ଗୌହାଟି ନ୍ୟୁ ଜଲପାଇଗୁଡ଼ି ସହିତ ସଂଯୋଗ କରିବା ସହିତ ଏହି ଟ୍ରେନ୍ ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା ଯାତ୍ରା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ। ବନ୍ଦେ ଭରତ ଏହି ଯାତ୍ରାକୁ 5 ଘଣ୍ଟା 30 ମିନିଟରେ କଭର୍ କରିବେ, ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ସମାନ ଯାତ୍ରା ପାଇଁ 6 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତକରଣ ବିଭାଗର 182 ରୁଟ୍ କିମି ଉତ୍ସର୍ଗ କରିବେ। ଏହା ଅଧିକ ବେଗରେ ଚାଲୁଥିବା ଟ୍ରେନ୍ ଏବଂ ଟ୍ରେନର ଚାଲିବା ସମୟ ହ୍ରାସ ସହିତ ପ୍ରଦୂଷଣ ମୁକ୍ତ ପରିବହନ ଯୋଗାଇବାରେ ସାହାଯ୍ୟ କରିବ। ମେଘାଳୟରେ ପ୍ରବେଶ କରିବା ପାଇଁ ଏହା ବୈଦ୍ୟୁତିକ ଟ୍ରାକ୍ସନରେ ଚାଲୁଥିବା ଟ୍ରେନ୍ ପାଇଁ ମଧ୍ୟ ଦ୍ୱାର ଖୋଲିବ।

ପ୍ରଧାନମନ୍ତ୍ରୀ ଆସାମର ଲୁମଡିଙ୍ଗରେ ଏକ ନୂତନ ନିର୍ମିତ ଡେମୁ/ ମେମୁ ସେଡର ମଧ୍ୟ ଉଦଘାଟନ କରିବେ। ଏହି ନୂତନ ସୁବିଧା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଡେମୁ ରେକ୍‌ସକୁ ବଜାୟ ରଖିବାରେ ସହାୟକ ହେବ, ଯାହାକି ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

Categories
ବିଶେଷ ଖବର

ନୂତନ ସଂସଦ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଆଶାର ସଂଚାର କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ। ଶ୍ରୀ ମୋଦୀ ଫଳକକୁ ଉନ୍ମୋଚନ କରିବା ସହିତ ନୂତନ ସଂସଦ ଭବନକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି କହିଛନ୍ତି ଯେ, “ଆଜିର ଦିନଟି ଆମ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ଅଟେ। ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ଦିବ୍ୟ ତଥା ଚମତ୍କାର ଭବନ ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ଏବଂ ଶକ୍ତି ପାଇଁ ନୂତନ ଗତି ଏବଂ ଶକ୍ତି ଦେବ।

“ଭାରତର ସଂସଦର ନୂତନ ଭବନ ଉଦଘାଟନ ହେବାପରେ ଆମର ହୃଦୟ ଓ ମନ ଗର୍ବ, ଆଶା ଏବଂ ପ୍ରତିଶୃତିରେ ପରିପୂର୍ଣ୍ଣ ହୋଇଛି। ଏହି ଭବ୍ୟ ସୌଧ ସଶକ୍ତିକରଣ ସ୍ୱପ୍ନକୁ ପ୍ରଜ୍ୱଳିତ କରି ତାହାକୁ ବାସ୍ତବରେ ପରିଣତ କରିବାର ଉତ୍ପତିସ୍ଥଳ ହେଉ। ଏହା ଆମ ମହାନ ରାଷ୍ଟ୍ରକୁ ପ୍ରଗତିର ନୂତନ ଶିଖରକୁ ନେଇଯାଉ।”

Categories
ଆଜିର ଖବର ଜାତୀୟ ଖବର

ରାଜଦଣ୍ଡ ସମ୍ମୁଖରେ କାହିଁକି ଦଣ୍ଡବତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହା ପଛରେ ଥିବା କାହାଣୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ସଂସଦ ଭବନର ଉଦଘାଟନ କରି ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୈଦିକ ରୀତିନୀତି ମଧ୍ୟରେ ବିଭିନ୍ନ ମଠରୁ ଆସିଥିବା ଅଧିନମ (ପୁରୋହିତ) ସେଙ୍ଗୋଲ ଅର୍ଥାତ୍ ରାଜଦଣ୍ଡ ହସ୍ତାନ୍ତର କରିଛନ୍ତି। ରାଜଦଣ୍ଡ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜଦଣ୍ଡଙ୍କୁ ପ୍ରଣାମ କରିଛନ୍ତି। ଏହା ପରେ ସେ ନୂତନ ସଂସଦ ଭବନରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଏହି ରାଜଦଣ୍ଡ ସ୍ଥାପନ କରିଛନ୍ତି’।

ସେଙ୍ଗୋଲ ଅର୍ଥାତ୍ ରାଜଦଣ୍ଡକୁ ନେହେରୁ ସଂଗ୍ରହାଳୟରୁ ଆଣି ନୂତନ ସଂସଦ ଭବନରେ ସ୍ଥାପନ କରାଯାଇଛି। ରାଜଦଣ୍ଡ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଣ୍ଡବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ଏହା ଘଟିବାକୁ କେହି ଆଶା କରିନଥିଲେ। ପ୍ରଶ୍ନ ଉଠିବା ଜରୁରୀ ଯେ, ପ୍ରଧାନମନ୍ତ୍ରୀ ମୋଦୀ ରାଜଦଣ୍ଡ ଆଗରେ କାହିଁକି ଦଣ୍ଡବତ କଲେ? ଆସନ୍ତୁ ଜାଣିବା ଏହା ପଛରେ କାହାଣୀ କ’ଣ …

କିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ ହସ୍ତାନ୍ତର କଲେ?:

ନୂତନ ସଂସଦ ଗୃହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଦୁରାଇର ୨୯୩ ତମ ମୁଖ୍ୟ ପୁରୋହିତ ହରିହର ଦେଶିକା ସ୍ଵାମୀଗଲଙ୍କ ସମେତ ଅନେକ ଅଧିନମ୍ ରାଜଦଣ୍ଡ ପ୍ରଦାନ କରିଥିଲେ। ଏହି ରାଜଦଣ୍ଡର ଇତିହାସ ପ୍ରାୟ ୨୦୦୦ ବର୍ଷ ପୁରୁଣା ଏବଂ ଏହା କୁହାଯାଏ ଯେ ଏହା ଚେରା ରାଜାମାନଙ୍କଠାରୁ ଚୋଳ ରାଜବଂଶକୁ ଯାଏ। ସେହି ଅବଧିରେ, ଯେତେବେଳେ କ୍ଷମତା
ପରିବର୍ତ୍ତନ ହେଉଥିଲା, ସେତେବେଳେ ନୂତନ ରାଜାଙ୍କୁ ରାଜଦଣ୍ଡ ହସ୍ତାନ୍ତର କରାଯାଉଥିଲା। ଭାରତର ସ୍ଵାଧୀନତା ସମୟରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏହି ରାଜଦଣ୍ଡ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ରାଜଦଣ୍ଡ ଆଗରେ କାହିଁକି ଦଣ୍ଡବତ କଲେ?:

ଏହାପୂର୍ବରୁ ଅଯୋଧ୍ୟାରେ ରାମଲାଲା ପରିଦର୍ଶନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦଣ୍ଡବତ କରିଥିଲେ। ଏଥି ସହ ନୂତନ ସଂସଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜଦଣ୍ଡ ସେଙ୍ଗୋଲ ସମ୍ମୁଖରେ ଦଣ୍ଡବତ କରିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତନାଟ୍ୟମର ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମ ସୁବ୍ରମଣ୍ୟମ୍ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାଜଦଣ୍ଡ ଅର୍ଥାତ୍ ସେଙ୍ଗୋଲ୍ ବିଷୟରେ ଚିଠି ଲେଖିଥିଲେ।

ଏହି ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ତାମିଲ ପରମ୍ପରାରେ ସେଙ୍ଗୋଲର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଛତ୍ର, ସେଙ୍ଗୋଲ ଏବଂ ସିଂହାସନ ଆକାରରେ ଥିବା ତିନୋଟି ଜିନିଷ ପ୍ରକୃତରେ ଆପଣଙ୍କୁ ରାଜାଙ୍କର ଶାସକ ଶକ୍ତିର ଧାରଣା ଦେଇଥାଏ। ପଦ୍ମା ସୁବ୍ରମଣ୍ୟମ କହିଛନ୍ତି ଯେ, ସେଙ୍ଗୋଲକୁ ଶକ୍ତି, ନୀତି ଏବଂ ନ୍ୟାୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ଏକ ଜିନିଷ ନୁହେଁ ଯାହା ଏକ ହଜାର ବର୍ଷ ପୂର୍ବେ ଆସିଥିଲା ​​|

ଏହା କୁହାଯାଇପାରେ ଯେ, ସେଙ୍ଗୋଲଙ୍କୁ ଶକ୍ତି, ନୀତି ଏବଂ ନ୍ୟାୟର ପ୍ରତୀକ ଭାବରେ ବିବେଚନା କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ ରାଜଦଣ୍ଡକୁ ଦଣ୍ଡବତ କରିଛନ୍ତି। ତେବେ, ରାଜନୈତିକ କ୍ଷେତ୍ରରେ ୨୦୨୪ ଲୋକସଭା ନିର୍ବାଚନ ସହ ଏହି ପ୍ରଣାମ ମଧ୍ୟ ଦେଖାଯାଉଛି। ବିଶ୍ୱାସ ରହିଛି ଯେ, ଏହି ରାଜଦଣ୍ଡ ଓ ଦଣ୍ଡବତ ମାଧ୍ୟମରେ ପିଏମ ମୋଦୀ ଦକ୍ଷିଣ ଭାରତ ଉପରେ ନଜର ରଖିବାକୁ ଚେଷ୍ଟା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

“ନୂତନ ସଂସଦ ଭବନ ହେଉଛି ଆମର ଆଶାର ନୂତନ ଘର …”: ଶାହରୁଖ ଖାନଙ୍କ ହୃଦୟକୁ ସ୍ପର୍ଶ କଲା ଭଳି ଟ୍ୱିଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଗୃହର ଉଦଘାଟନ କରିବେ। ବୈଦିକ ରୀତିନୀତିରେ ଏହାକୁ ଉଦ୍ଘାଟନ କରାଯିବ। ଉଦ୍ଘାଟନୀ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହକୁ ନେଇ ଦେଶରେ ଅନେକ କୌତୁହଳ ରହିଛି। ଏଥି ସହିତ ସଂସଦର ନୂତନ ଭବନର ଉଦଘାଟନକୁ ନେଇ ବଲିଉଡ ଜଗତର ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ଏଠାରେ ଶାହରୁଖ ଖାନ ନୂଆ ସଂସଦ ଭବନର ଭିଡିଓ ସେୟାର କରି ଏକ ଟୁଇଟ୍ କରିଛନ୍ତି।

ନୂତନ ସଂସଦ ଭବନର ଉଦଘାଟନ ପୂର୍ବରୁ ବଲିଉଡ ଅଭିନେତା ଶାହରୁଖ ଖାନ ଟ୍ୱିଟ କରି କହିଛନ୍ତି ଯେ, ଆମ ସମ୍ବିଧାନକୁ ସମର୍ଥନ କରୁଥିବା, ଏହି ମହାନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କୁ ପ୍ରତିନିଧିତ୍ୱ କରୁଥିବା ଏବଂ ଏଥିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିବିଧତାକୁ ରକ୍ଷା କରିବା କେତେ ସୁନ୍ଦର ଅଟେ ଏହି ସଂସଦ ଭବନ। ନୂତନ ଭାରତ ପାଇଁ ଏକ ନୂତନ ସଂସଦ ଭବନ… ଭାରତର ଗର୍ବର ପୁରୁଣା ସ୍ୱପ୍ନ ସହିତ। ଜୟ ହିନ୍ଦ! #MyParliamentMyPride

ପ୍ରକାଶ ଯେ, ଟ୍ୱିଟ୍ କରିବାବେଳେ ଶାହରୁଖ ଖାନ ନୂତନ ସଂସଦ ଗୃହର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଆହୁରି ମଧ୍ୟ କୌତୁହଳର ବିଷୟ ହେଉଛି, ସେ ନୂଆ ସଂସଦ ଗୃହ ସଂପର୍କରେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରକାଶିତ #MyParliamentMyPride ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲକୁ ଧ୍ୟାନରେ ରଖି ଶାହରୁଖ ଖାନ ମଧ୍ୟ ଭିଡିଓରେ ନିଜର ‘ଭଏସ୍ ଓଭର’ ଦେଇଛନ୍ତି।

https://twitter.com/iamsrk/status/1662506616317693952?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1662506616317693952%7Ctwgr%5E6abc479e391196925f93c42705b382aa0c7c3bd9%7Ctwcon%5Es1_&ref_url=https%3A%2F%2Fndtv.in%2Findia%2Fbefore-inauguration-of-new-parliament-building-shah-rukh-khan-tweeted-with-video-4072362

ଶାହାରୁଖ ଖାନଙ୍କ ସହ ଅକ୍ଷୟ କୁମାର ତାଙ୍କ ସ୍ୱର ସହ ଭିଡିଓ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ, “ନୂତନ ସଂସଦର ଚିତ୍ର ଦେଖି ମୁଁ ଏକ ଭିନ୍ନ ଆନନ୍ଦ ପାଇଛି। ମୋର ମନେ ଅଛି ଯେମୁଁ ଯେତେବେଳେ ଦିଲ୍ଲୀରେ ମୋର ପିତାମାତାଙ୍କ ସହ ରହୁଥିଲି ସେତେବେଳେ ମୁଁ ଇଣ୍ଡିଆ ଗେଟ୍ ଏବଂ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରୁଥିଲି, ଅଧିକାଂଶ ଅଟ୍ଟାଳିକା ବ୍ରିଟିଶ୍ ଦ୍ୱାରା ନିର୍ମିତ ହୋଇଥିଲା। ” ଏହା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ହେଉଛି ନୂତନ ଭାରତର ପରିଚୟ। ଏପରି ଭାରତ ଯାହା କେବଳ ସଂସ୍କୃତି ଓ ଐତିହ୍ୟର ଅଗ୍ରଭାଗରେ ନାହିଁ, ବରଂ ବର୍ତ୍ତମାନ ଏହାର ପ୍ରଗତି ଏବଂ ବିକାଶ ସହିତ ଆଗକୁ ବଢୁଛି। ଯେତେବେଳେ ଆପଣ ଏହି ସଂସଦ ଭବନ ଦେଖିବେ, ଆପଣ ନିଶ୍ଚୟ ମନେ ରଖିବ ଯେ ଆମ ଦେଶ କେଉଁଠାରେ ଥିଲା ଏବଂ ବର୍ତ୍ତମାନ ଏହା କେତେ ଆଗକୁ ଯାଇଛି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

https://twitter.com/akshaykumar/status/1662475021972025345?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1662475021972025345%7Ctwgr%5E6abc479e391196925f93c42705b382aa0c7c3bd9%7Ctwcon%5Es1_&ref_url=https%3A%2F%2Fndtv.in%2Findia%2Fbefore-inauguration-of-new-parliament-building-shah-rukh-khan-tweeted-with-video-4072362

ଏହାପୂର୍ବରୁ ଟ୍ୱିଟରରେ ଭିଡିଓ ପୋଷ୍ଟ କରିବାବେଳେ ପିଏମ ମୋଦୀ ଲୋକଙ୍କୁ ‘ମୋ ସଂସଦ ମୋ ଗର୍ବ’ ହ୍ୟାସଟ୍ୟାଗ ବ୍ୟବହାର କରି ଏହି ଭିଡିଓକୁ ତାଙ୍କ ‘ଭଏସ୍ ଓଭର’ ସହିତ ସେୟାର କରିବାକୁ ଅନୁରୋଧ କରିଥିଲେ।

Categories
ବିଶେଷ ଖବର

ଆଜି ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହ: କିଏ କିଏ ଅଂଶଗ୍ରହଣ କରିବେ ଏବଂ କେତେ ଦଳ କରୁଛନ୍ତି ବିରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କ୍ରମରେ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଅତିଥିମାନଙ୍କର ତାଲିକା ମଧ୍ୟ ବାହାରିଛି। ଏଥିପାଇଁ ପୂର୍ବତନ ବାଚସ୍ପତି ତଥା ଲୋକସଭା ତଥା ରାଜ୍ୟସଭା ସଭାପତିଙ୍କ ସମେତ ଅନେକ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି।

ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହି ମହାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ସାଂସଦମାନଙ୍କୁ ନିମନ୍ତ୍ରଣ ପଠାଯାଇଛି।

ସୂଚନାନୁସାରେ, ଏହା ସହିତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି। ସୂତ୍ରରୁ ପ୍ରକାଶ ଯେ, “ଉଭୟ ଗୃହର ବସିଥିବା ସଦସ୍ୟଙ୍କ ବ୍ୟତୀତ ଲୋକସଭାର ପୂର୍ବତନ ବାଚସ୍ପତି ତଥା ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଉଦ୍ଘାଟନୀ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।

ଏଥି ସହ ରାଜ୍ୟସଭାର ବର୍ତ୍ତମାନର ଉପ-ବାଚସ୍ପତି ହରିବଂଶଙ୍କୁ ଏହି ସମାରୋହରେ ଯୋଗଦେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟର ସଚିବମାନଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି। ନୂତନ ସଂସଦ ଗୃହର ମୁଖ୍ୟ ସ୍ଥପତି ବିମଲ ପଟେଲ ଏବଂ ଶିଳ୍ପପତି ରତନ ଟାଟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବାସ୍ତବରେ ଟାଟା ପ୍ରୋଜେକ୍ଟ ଏହି ସଂସଦ ଗୃହ ନିର୍ମାଣ ପାଇଁ ଚୁକ୍ତି ନେଇଥିଲା। ଏହା ମଧ୍ୟ କେନ୍ଦ୍ରର କେନ୍ଦ୍ରୀୟ ଭିସ୍ତା ପୁନଃବିକାଶ ଯୋଜନାର ଏକ ଅଂଶ ଥିଲା। ଏହା ସହିତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ଖେଳାଳିଙ୍କ ସମେତ କେତେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ଅବସରରେ ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରିବାର ସମ୍ଭାବନା ରହିଛି। ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ନୂତନ ସଂସଦ ଗୃହରେ ଏକ ଅଭିଭାଷଣ ପ୍ରଦାନ କରିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେବାର ସମ୍ଭାବନା ରହିଛି। ସଂସଦର ସମସ୍ତ ସଦସ୍ୟ କେବଳ ଲୋକସଭା ଚାମ୍ବରରେ ବସିବେ। ଏହି ହଲରେ ୮୦୦ରୁ ଅଧିକ ଲୋକ ବସିପାରିବେ।

କେଉଁ ଦଳ ବିରୋଧ କରୁଛନ୍ତି?:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଗୃହ ଉଦଘାଟନ କରାଯାଉଛି, ଅନେକ ଦଳ ଏହାକୁ ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବା ପାଇଁ ଏହି ଦଳଗୁଡିକ ଦାବି କରିଛନ୍ତି। କଂଗ୍ରେସ ସମେତ ୨୧ ଟି ବିରୋଧୀ ଦଳ ଏହାକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ସେହି ଦଳଗୁଡ଼ିକ ହେଲେ କଂଗ୍ରେସ, ଡିଏମକେ, ଆମ୍ ଆଦମୀ ପାର୍ଟି, ଶିବସେନା (ଉଦ୍ଧବ ଠାକରେ), ସମାଜବାଦି ପାର୍ଟି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ସିପିଆଇ, କେରଳ କଂଗ୍ରେସ (ମଣି), ବିଦୁଲାଇ ଚିରୁଥିଗଲ କଚ୍ଚି, ଆରଏଲଡି, ଟିଏମସି, ଜେଦିୟୁ, ଏନସିପି, ସିପିଆଇ, ଆରଜେଡ଼ି, ଏଆଇଏମଆଇଏମ, ଏଆଇୟୁଡିଏଫ, ଇଣ୍ଡିଆନ ଯୁନିଅନ ମୁସଲିମ ଲିଗ, ଏନସି, ରିଭୋଲ୍ସ୍ୟୁନାରୀ ସୋସିଆଲିଷ୍ଟ ପାର୍ଟି ଏବଂ ଏମଡିଏମକେ।

Categories
ଆଜିର ଖବର ଜାତୀୟ ଖବର

ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ତିନି ଦେଶ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଲୋକଙ୍କ ଉତ୍ସାହ ସମ୍ପର୍କରେ ନ୍ୟୁଜ ଆଙ୍କର ରୁବିକା ଲିୟାକତଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “ଏହା କୋଟି କୋଟି ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ଯାହା ମୋ ଭିତରେ ନୂଆ ଶକ୍ତି ଭରି ଦେବା ସହ ନିରନ୍ତର ଦେଶସେବା ପାଇଁ ପ୍ରେରିତ କରିଥାଏ।”

https://twitter.com/RubikaLiyaquat/status/1661562967580717056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1661758540615229443%7Ctwgr%5E1fe4d88cf2c851a7f6b533cba8a84308519363cf%7Ctwcon%5Es3_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1927526

Categories
ଆଜିର ଖବର ଜାତୀୟ ଖବର

ଭାରତର ଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ପାଇଁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମଟିଏଚଏଲ) ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ଓ କହିଛନ୍ତି ଏହି ଆଗାମୀ ପୀଢିର ଭିତ୍ତିଭୂମି ଲୋକଙ୍କ ସହଜ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବ।

ଏମଟିଏଚଏଲର ବିଶେଷତ୍ୱ ସମ୍ପର୍କରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଆଗାମୀ ପୀଢିର ଭିତ୍ତିଭୂମି ଲୋକଙ୍କ ସହଜ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ।”

Categories
ବିଶେଷ ଖବର

ଆସାମ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆସାମ ରୋଜଗାର ମେଳାଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମ ସରକାରରେ ସରକାରୀ ଚାକିରି ପାଇଁ ନିଯୁକ୍ତି ପାଇଥିବା ଯୁବକ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଗତ ମାସରେ ବିହୁ ଅବସରରେ ରାଜ୍ୟ ଗସ୍ତକୁ ମନେ ପକାଇ କହିଥିଲେ ଯେ ଆସାମ ସଂସ୍କୃତିର ଗୌରବର ପ୍ରତୀକ ଥିବା ଏହି ମହୋତ୍ସବର ସ୍ମୃତି ତାଙ୍କ ମନରେ ଏବେ ବି ସତେଜ ରହିଛି । ସେ କହିଛନ୍ତି ଯେ ଆଜିର ରୋଜଗାର ମେଳା ଆସାମର ଯୁବକଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ ଅଟେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ରୋଜଗର ମେଳା ମାଧ୍ୟମରେ ୪୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି । ସେ ସୂଚନା ଦେଇଛନ୍ତି ଯେ ଆଜି ପ୍ରାୟ ୪୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି ଏବଂ ଯୁବକମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମ ଶାନ୍ତି ଏବଂ ବିକାଶର ଏକ ନୂତନ ଯୁଗର ସାକ୍ଷୀ ରହିଛି ଏବଂ ବିକାଶର ଏହି ଗତି ଆସାମରେ ସକରାତ୍ମକତା ଏବଂ ପ୍ରେରଣା ବିସ୍ତାର କରିଛି । ସରକାରୀ ନିଯୁକ୍ତିକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆସାମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରକ୍ରିୟାଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ପାଇଁ “ଆସାମ ପ୍ରତ୍ୟକ୍ଷ ନିଯୁକ୍ତି ଆୟୋଗ” ଉପରେ ମତ ଦେଇଥିଲେ । ସେ କହିଛନ୍ତି ଯେ ପୂର୍ବ ପ୍ରକ୍ରିୟା ଯୋଗୁଁ ଅନେକ ନିଯୁକ୍ତି ଠିକ୍ ସମୟରେ ଶେଷ ହୋଇପାରିଲା ନାହିଁ ଯେଉଁଠାରେ ପ୍ରତ୍ୟେକ ବିଭାଗର ଭିନ୍ନ ନିୟମ ଥିଲା ଏବଂ ପ୍ରାର୍ଥୀମାନଙ୍କୁ ବିଭିନ୍ନ ବିଭାଗ ପାଇଁ ବିଭିନ୍ନ ପରୀକ୍ଷାରେ ହାଜର ହେବାକୁ ପଡୁଥିଲା । ଏହି ସମସ୍ତ ପ୍ରକ୍ରିୟା ବର୍ତ୍ତମାନ ଅତି ସହଜ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ଏବଂ ଏହି କାର୍ଯ୍ୟ ପାଇଁ ଆସାମ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜାଦୀ କା ଅମୃତ କାଳରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆମେ ସମସ୍ତେ ପ୍ରତିଶୃତି ଦେଇଛୁ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଆଗାମୀ ୨୫ ବର୍ଷ ସେବା କାଳ ଭଳି ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତ ବ୍ୟକ୍ତିଙ୍କ ଆଚରଣ, ଚିନ୍ତା, କାର୍ଯ୍ୟ ପ୍ରତି ଆଭିମୁଖ୍ୟ ଏବଂ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ନବ ନିଯୁକ୍ତ ବ୍ୟକ୍ତିମାନେ ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପାଇଁ ଆସାମ ସରକାରଙ୍କ ମୁଖ ହେବେ । ସେ କହିଛନ୍ତି ଯେ ସମାଜ ଆକାଂକ୍ଷୀ ପାଲଟିଛି ଏବଂ କୌଣସି ନାଗରିକ ବିକାଶକୁ ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ । ଟ୍ୱେଣ୍ଟି-୨୦ କ୍ରିକେଟର ଏହି ଯୁଗରେ ଦେଶର ଲୋକମାନେ ଶୀଘ୍ର ଫଳାଫଳ ଚାହୁଁଛନ୍ତି ବୋଲି ଉଲ୍ଲେଖକରି ଶ୍ରୀ ମୋଦୀ କହିଛନ୍ତି ଯେ ସରକାରୀ ବ୍ୟବସ୍ଥା ସେହି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ । ସେ ଦେଶର ନାଗରିକଙ୍କ ଆକାଂକ୍ଷା ପୂରଣ କରିବାରେ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ନବ ନିଯୁକ୍ତମାନଙ୍କୁ ସମାନ ସମର୍ପଣ ଭାବ ସହିତ ଆଗକୁ ବଢିବାକୁ ଅନୁରୋଧ କରିଥିଲେ ଯାହା ସେମାନଙ୍କୁ ଏଠାକୁ ଆଣିଥିଲା ଏବଂ ନୂତନ ଜିନିଷ ଶିଖିବା ପାଇଁ ମୁକ୍ତ ରହି ସମାଜ ତଥା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଅତି ଦ୍ରୁତ ଗତିରେ ଭାରତର ଭିତ୍ତିଭୂମି ଆଧୁନିକୀକରଣ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ନୂତନ ରାଜପଥ ଏବଂ ଏକ୍ସପ୍ରେସୱେ, ରେଳ ଲାଇନ, ବନ୍ଦର, ବିମାନବନ୍ଦର ଏବଂ ଜଳପଥ ପ୍ରକଳ୍ପଗୁଡ଼ିକର ସେ ଉଦାହରଣ ଦେଇଛନ୍ତି । ପ୍ରତ୍ୟେକ ନୂତନ ଭିତ୍ତିଭୂମି ପ୍ରକଳ୍ପ ସହିତ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ବିମାନ ବନ୍ଦରର ବିକାଶ ପାଇଁ ଇଞ୍ଜିନିୟର, ଟେକ୍ନିସିଆନ, ଆକାଉଣ୍ଟାଣ୍ଟ, ଶ୍ରମିକ ଏବଂ ବିଭିନ୍ନ ପ୍ରକାରର ଉପକରଣ, ଇସ୍ପାତ ଏବଂ ସିମେଣ୍ଟର ଆବଶ୍ୟକତା ବିଷୟରେ ସେ ଉଦାହରଣ ଦେଇଛନ୍ତି । ରେଳ ଲାଇନର ସମ୍ପ୍ରସାରଣ ଏବଂ ସେଗୁଡିକର ବିଦ୍ୟୁତିକରଣ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି । ଜୀବନର ସହଜତା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୧୪ ମସିହାରୁ ସରକାର ଶୌଚାଳୟ, ଗ୍ୟାସ ସଂଯୋଗ, ଟ୍ୟାପ୍ ଜଳ ଯୋଗାଣ ଏବଂ ବିଦ୍ୟୁତ ଭଳି ସୁବିଧା ସହିତ ପ୍ରାୟ ୪ କୋଟି ପକ୍କା ଘର ର୍ନିମାଣ କରି ଗରିବ ଲୋକଙ୍କୁ ଦେଇଛନ୍ତି । ଉତ୍ପାଦନ କ୍ଷେତ୍ର, ଲଜିଷ୍ଟିକ୍ସ, କୁଶଳୀ ଶ୍ରମିକ ଏବଂ ଶ୍ରମିକମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ ଯେଉଁମାନେ ଏହି ଘର ର୍ନିମାଣ ଏବଂ ଏହି ସୁବିଧାଗୁଡ଼ିକର ବ୍ୟବସ୍ଥା କରିଥିଲେ । ରୋଜଗାର ସୃଷ୍ଟିରେ ଆୟୁଷ୍ମାନ ଭାରତ ଯୋଜନାର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଦେଶରେ ଅନେକ ନୂତନ ଡାକ୍ତରଖାନା ଏବଂ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କିଛି ସପ୍ତାହ ପୂର୍ବରୁ ଏମସ୍‍ ଗୌହାଟୀ ଏବଂ ୩ ମେଡିକାଲ କଲେଜକୁ ଲୋକାର୍ପଣ କରିବାର ସୌଭାଗ୍ୟକୁ ମଧ୍ୟ ମନେ ପକାଇଥିଲେ । ଗତ କିଛି ବର୍ଷ ମଧ୍ୟରେ ଆସାମରେ ଡେଣ୍ଟାଲ କଲେଜଗୁଡ଼ିକ ବିସ୍ତାର ହୋଇଛି ବୋଲି ସେ କହିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ୍ତରୀ ବୃତ୍ତି ସହିତ ଜଡିତ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହୋଇଛି ।

ଆଜି ଯୁବକମାନେ ଏଭଳି ଅନେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି ଯାହା ଦଶ ବର୍ଷ ପୂର୍ବେ କେହି କଳ୍ପନା କରିପାରିନଥିଲେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଦେଶରେ ଲକ୍ଷ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରିଛନ୍ତି । କୃଷି, ସାମାଜିକ ଘଟଣା, ସର୍ଭେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନର ବଢୁଥିବା ଚାହିଦା ବିଷୟରେ ସେ କହିଛନ୍ତି ଏବଂ ଏହା ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଭାରତ ଅଭିଯାନ ଉପରେ ମଧ୍ୟ ମତ ରଖିଛନ୍ତି ଯାହା ଭାରତରେ କୋଟି କୋଟି ମୋବାଇଲ୍ ଫୋନ୍ ଉତ୍ପାଦନ କରି ଭାରତର ଅଭିବୃଦ୍ଧିରେ ସହାୟକ ହେଉଛି । ପ୍ରତ୍ୟେକ ଗ୍ରାମରେ ପହଞ୍ଚୁଥିବା ବ୍ରଡବ୍ୟାଣ୍ଡ ସଂଯୋଗ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବହୁ ପରିମାଣରେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ଉତ୍ସାହିତ କରିଛି । କେବଳ ଗୋଟିଏ ଯୋଜନା କିମ୍ବା ଗୋଟିଏ ନିଷ୍ପତ୍ତି ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି ।

ବର୍ତ୍ତମାନର ସରକାରଙ୍କ ନୀତିକୁ ଶ୍ରେୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବର ବହୁ ସଂଖ୍ୟକ ଯୁବକ ବିକାଶର ମୁଖ୍ୟ ସ୍ରୋତକୁ ଆସୁଛନ୍ତି । ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ନୂତନ ସୁଯୋଗ ଦେଇ ଯୁବକମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସରକାର ପ୍ରତିବଦ୍ଧ । ଆମେ ମଧ୍ୟ ଏକ ନୂତନ ଭାରତ ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ ବୋଲି ପ୍ରଧାନମନ୍ତ୍ରୀ କହି ତାଙ୍କର ଅଭିଭାଷଣ ଶେଷ କରିଥିଲେ ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କ ସହ ୨୪ ମେ ୨୦୨୩ ଦିନ ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ଆଡମିରାଲ୍ଟି ହାଉସଠାରେ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇଥିଲେ। ଆଡମିରାଲ୍ଟି ହାଉସଠାରେ ପ୍ରଧାନମନ୍ତ୍ରୀଙ୍କୁ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଉଭୟ ନେତା ମାର୍ଚ୍ଚ ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ନେତୃସ୍ତରୀୟ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରିବା ସହିତ ବହୁମୁଖୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ବ୍ୟାପକ ଓ ମଜବୁତ କରିବା ଉପରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।

ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ନୂତନ ଏବଂ ନବୀକରଣୀୟ ଶକ୍ତି, ସ୍ୱଚ୍ଛ ହାଇଡ୍ରୋଜେନ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଶିକ୍ଷା, ପ୍ରବାସନ ଏବଂ ଗତିଶୀତଳା ତଥା ଉଭୟ ଦେଶର ଜନସାଧାରଣଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ସହଯୋଗ ବୃଦ୍ଧିକୁ ନେଇ ବୈଠକରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା।

ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ପ୍ରବାସନ ଏବଂ ଗତିଶୀତଳା ଭାଗିଦାରୀ ବ୍ୟବସ୍ଥା(ଏନଏମ୍ପିଏ)ରେ ସ୍ୱାକ୍ଷର କରିବା ବିଷୟକୁ ସ୍ୱାଗତ କରିଥିଲେ, ଯାହା ଛାତ୍ରଛାତ୍ରୀ, ପେଶାଦାର, ଗବେଷକ, ଶିକ୍ଷାବିତ୍ ତଥା ଅନ୍ୟମାନଙ୍କ ଗତିଶୀଳତାକୁ ଆହୁରି ଆଗକୁ ବଢାଇବାରେ ସହାୟକ ହେବ। ଭାରତ ପାଇଁ ବିଶେଷଭାବେ ପ୍ରସ୍ତୁତ ହୋଇଥିବା (ପ୍ରତିଭାଶାଳୀ ପ୍ରାରମ୍ଭିକ ପେଶାଦାରଙ୍କ ନିମନ୍ତେ ଗତିଶୀଳତା ବ୍ୟବସ୍ଥା) ନାମକ ଏହି ଯୋଜନାରେ ଏକ ନୂତନ କୁଶଳ ମାର୍ଗକୁ ସାମିଲ କରାଯାଇଛି।

ଭାରତ-ଅଷ୍ଟ୍ରେଲିଆ ହାଇଡ୍ରୋଜନ ଟ୍ରାକ୍ସଫୋର୍ସ ରୂପରେଖର ସର୍ତ୍ତଗୁଡିକୁ ଚୂଡାନ୍ତ ରୂପ ଦେବାକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ସ୍ୱଚ୍ଛ ହାଇଡ୍ରୋଜନର ପ୍ରସ୍ତୁତି ଏବଂ ଏହାର ଉପଯୋଗକୁ ଆହୁରି ତ୍ୱରାନ୍ୱିତ କରିବ, ହାଇଡ୍ରୋଜେନ ଇଲେକ୍ଟ୍ରଲାଇଜର ଉପରେ ଧ୍ୟାନ କେନ୍ଦ୍ରିତ କରିବା, ଇନ୍ଧନର ବିକ୍ରି, ନିୟମ, ମାନକ ଏବଂ ଭିତ୍ତିଭୂମିକୁ ସମର୍ଥନ ସୁଯୋଗ ଉପରେ ପରାମର୍ଶ ପ୍ରଦାନ କରିବ।

ବ୍ରିସବେନରେ ଭାରତର ଏକ କନସ୍ୟୁଲେଟ ଜେନେରାଲ ପ୍ରତିଷ୍ଠା ପାଇଁ ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆକୁ ଧନ୍ୟବାଦ ଜଣାଇଥିଲେ।

ଗୋଟିଏ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଏକ ଶାନ୍ତ, ସମୃଦ୍ଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ କ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରକୁ ନେଇ ଉଭୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲାବାନିଜ ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ପଦକ୍ଷେପଗୁଡିକୁ ଦୃଢ ସମର୍ଥନ ଜଣାଇଥିଲେ।

ସେପ୍ଟେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଲାବାନିଜଙ୍କୁ ସ୍ୱାଗତ କରିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ରାଜନୀତି, ଉତ୍ସବକୁ ବିରୋଧୀ ଦଳର ବର୍ଜନ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି  ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି। ସେମାନେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଆସନ୍ତା ୨୮ ତାରିଖରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସଦୃଶ୍ୟ। କାରଣ ଗଣତନ୍ତ୍ରର ମନ୍ଦିରକୁ ଗଣତନ୍ତ୍ରର ମୁଖ୍ୟ ରାଷ୍ଟ୍ରପତି ଉଦଘାଟନ କରିବା କଥା। ହେଲେ ତାହା ହେଉ ନାହିଁ। ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି ଯେ ସଂସଦ ଭବନର ଉଦଘାଟନ ଏକ ମହତ୍ବପୂର୍ଣ୍ଣ ଘଟଣା ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସେଥିରେ ଖାତିର ନାହିଁ।

କେଉଁ କେଉଁ ଦଳ ଏହି ଉତ୍ସବକୁ ବର୍ଜନ କରୁଛନ୍ତି

କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଜନତା ଦଳ (ୟୁନାଇଟେଡ୍), ଆପ୍, ସିପିଆଇଏମ, ସିପିଆଇ,ଏସପି, ଏନସିପି, ଏସଏସ( ୟୁବିଟି), ଆରଜେଡି, ଆଇୟୁଏମଏଲ, ଜେଏମଏମ, ଏନସି, କେସିଏମ, ଆରଏସପି, ଭିସିକେ, ଏମଡିଏମକେ ଏବଂ ଆରଏଲଡି ଏହି ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ମେ ୨୮ ତାରିଖରେ ନୂତନ ସଂସଦ ଭବନ ହେବ ଉଦଘାଟନ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିମନ୍ତ୍ରଣ ପରେ ମୋଦୀ ଆସନ୍ତା ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ସେହିଦିନ ସାବରକର ଜନ୍ମ ବାର୍ଷିକୀ ମଧ୍ୟ ରହିଛି। ଫଳରେ ନୂତନ ସଂସଦ ଭବନ ଉଦଘାଟନ ଦିନକୁ ନେଇ ମଧ୍ୟ ବିରୋଧୀ ଖପ୍ପା। ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବା ପାଇଁ ବିରୋଧୀ ଅଡି ବସିଛନ୍ତି। ହେଲେ ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବାରୁ ତାହାକୁ ନେଇ ବିରୋଧୀ ବିରୋଧ କରିବା ସହ ବର୍ଜନ ଘୋଷଣା କରିଛନ୍ତି।

ସେମାନେ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ। ଆଉ ସଂସଦ ଭବନ ମଧ୍ୟ ସେହିପରି ସମ୍ବିଧାନର ଅବିଚ୍ଛେଦ ଅଂଗ। ଏଥିରେ ପ୍ରଧାନମନ୍ତ୍ରୀ କଣ ପାଇଁ ଉଦଘାଟନ କରିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଏହାଦ୍ବାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

Exclusive Video News: ସିଡନୀରେ ଓଡିଆ ଗୀତର ତାଳେ ତାଳେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ସ୍ବାଗତ

ସିଡନୀରେ ଓଡିଆ ଗୀତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଡନୀରେ ଓଡିଆ ଗୀତର ତାଳେତାଳେ ସ୍ବାଗତ କରାଯାଇଛି। ସିଡନୀର କ୍ୟୁଦସ ବ୍ୟାଙ୍କ ଆରେନାର ଅଲମ୍ପିକ ପାର୍କରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସଂଗୀତର ତାଳେ ତାଳେ ନାଚିଥିଲେ ପ୍ରବାସୀ ଓଡିଆ ଶିଳ୍ପୀ। ଗୀତଟି ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଥିବା ଧୀତାଙ୍ଗ.. ଧୀତାଙ୍ଗ..

ସୂଦୁର ସିଡୀନରେ ଏହି ରେକର୍ଡିଂ ଗୀତର ନୃତ୍ୟକୁ ହଜାର ହଜାର ପ୍ରବସୀ ଭାରତୀୟ ବେଶ ମନଭରୀ ଉପଭୋଗ କରିଥିଲେ। ମୁଖ୍ୟତଃ ଏହି ଗୀତଟି ଆଦିବାସୀ ଲୋକ ସଂଗୀତ ଓ ବାଦ୍ୟର ସଂଯୋଜନାରେ ପର୍ଯ୍ୟବେସିତ। ସେଥିପାଇଁ ପ୍ରେକ୍ଷାଳୟରେ ଦର୍ଶକମାନେ ତାଳିମାରି ନୃତ୍ୟ କରୁଥିବାର ପରିଲକ୍ଷିତ ହୋଇଥିଲା।

ଏହି ଗୀତକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ଉପଭୋଗ କରିଥିଲେ। ସିଡୀନର ଏହି ବିରାଟ ମଞ୍ଚରେ ନୃତ୍ୟ ପରିବେଷ କରିଥିଲେ ଅଷ୍ଟ୍ରେଲିଆରେ ଥିବା ଦ ଆସୋସିଏସନ ଅଫ ଓଡିଆସ୍ ଇନ ଅଷ୍ଟ୍ରେଲିଆ ବା The Association of Odias in Australia ବା ORIOZ । ଏହି ଗୀତକୁ କୋରିଓଗ୍ରାଫ କରିଥିଲେ ସ୍ମିତା ସାମନ୍ତରାୟ।

ଏଥିରେ ଯେଉଁମାନେ ନୃତ୍ୟ ପରିବେଷଣ କରିଥିଲେ ସେମାନେ ହେଲେ ଅନୀମା ଆଚାର୍ଯ୍ୟ, ଅରୁଣିମା ମହାନ୍ତି, ଅଭିପ୍ସା ପାଢୀ, ବନ୍ଦନା ମିଶ୍ର, ଗାୟତ୍ରୀ ଶ୍ରୀଧରନ୍, ମମତାଜ ଲେଙ୍କା, ସ୍ମିତା ସାମନ୍ତରାୟ ଏବଂ ଶୁଭଶ୍ରୀ ମହାପାତ୍ର।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବରିଷ୍ଠ ଅଭିନେତା ଶରଥ ବାବୁଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ବରିଷ୍ଠ ଅଭିନେତା ଶରଥ ବାବୁଙ୍କର 71 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବହୁ ଚଳଚିତ୍ରରେ ଅଭିନେତା ଭାବେ ଅଭିନୟ କରିଛନ୍ତି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ସେ ଜଣ ପରିଚିତ ନାମ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ଅଭିନେତା ଶ୍ରୀ ଶରଥ ବାବୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଶରଥ ବାବୁ ଜୀ ବହୁମୁଖୀ ଓ ସୃଜନଶୀଳ ଥିଲେ। ନିଜ ଦୀର୍ଘ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ଭାଷାରେ କରିଥିବା ବହୁ ଲୋକପ୍ରିୟ ଫିଲ୍ମ ପାଇଁ ସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି। ଓମ ଶାନ୍ତି ।”

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି)ର ତୃତୀୟ ସମ୍ମିଳନୀ ଅବସରରେ ପୋର୍ଟ ମୋରେସବୀଠାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିସ୍ ହିପକିନ୍ସଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା ଥିଲା ।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ, ଉପରେ ଆଲୋଚନା କରିବା ସହ ବାଣିଜ୍ୟ, ଶିକ୍ଷା, ସୂଚନା ପ୍ରଯୁକ୍ତି, ପର‌୍ୟ୍ୟଟନ, ସଂସ୍କୃତି, ଖେଳ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ ।