Categories
ଜାତୀୟ ଖବର ବିଶେଷ ଖବର

କୋର୍ଟରେ ସ୍ଥାନୀୟ ଭାଷାର ପ୍ରଚଳନ ଗୁରୁତ୍ୱପୂର୍ଣ୍ଣ, ମୁଖ୍ୟମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କ ନୂଆଦିଲ୍ଳୀର ବିଜ୍ଞାନଭବନରେ ହେଉଥିବା ଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସେ ସମବେତ ବ୍ୟକ୍ତିଗଣଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜ୍ଜୁ ଓ ପ୍ରଫେସର ଏପ.ପି ସିଂ ବଘେଲ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଏଥିରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମ ଦେଶରେ ନ୍ୟାୟପାଳିକାର ଭୂମିକା ସମ୍ବିଧାନର ରକ୍ଷକ ଭଳି ହୋଇଥିବା ବେଳେ, ଆଇନ ପ୍ରଣୟନ ସଂସ୍ଥା ନାଗରିକଙ୍କ ଆକାଂକ୍ଷାର ପ୍ରତିନିଧିତ୍ୱ କରିଥାଏ। ମୋର ବିଶ୍ୱାସ ସମ୍ବିଧାନର ଏହି ଦୁଇଶାଖାର ସଂଗମ ଓ ସନ୍ତୁଳନ ଏକ ସମୟଭିତ୍ତିକ ବିଧିବ୍ୟବସ୍ଥାର ରୋଡମ୍ୟାପ ନିର୍ଦ୍ଧାରଣ କରିବ।”

ସେ କହିଥିଲେ ଯେ ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ନିରବଚ୍ଛିନ୍ନଭାବେ ନ୍ୟାୟପାଳିକା ଓ କାର‌୍ୟ୍ୟନିର୍ବାହୀ ର ଭୂମିକା ପୁଙ୍ଖାନୁପୁ୍ଙ୍ଖଭାବେ ସ୍ପଷ୍ଟ ହୋଇଛି। ଯେତେବେଳେ ବି ଆବଶ୍ୟକତା ଉପୁଜିଛି ଏହି ଦୁଇସଂସ୍ଥା ନିରବଚ୍ଛିନ୍ନ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ। ସମ୍ମିଳନୀକୁ ସମ୍ବିଧାନ ସୌନ୍ଦର‌୍ୟ୍ୟର ଏକ ଜାଜ୍ଜ୍ୱଲ୍ୟମାନ ଘୋଷଣାପତ୍ର ବୋଲି କହି ପ୍ରଧାନମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀଭାବେ ଏ ସମ୍ମିଳନୀକୁ ଆସୁଛନ୍ତି ବୋଲି କହିଥିଲେ। ‘ଗୋଟେ ଦୃଷ୍ଟିରୁ ଦେଖିଲେ ମୁଁ ସମ୍ମିଳନୀରେ ଖୁବ୍ ବରିଷ୍ଠ ଯୋଗଦାନକାରୀ ବୋଲି ଟିକେ ହାଲୁକା ଢଙ୍ଗରେ କହିଥିଲେ।

ସମ୍ମିଳନୀ ଆଗକୁ ବଢିବା ସହ ପ୍ରଧାନମନ୍ତ୍ରୀ “୨୦୪୭ ରେ ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଦେଶ କିଭଳି ନ୍ୟାୟପାଳିକା ଦେଖିବାକୁ ଚାହିଁବ ବୋଲି ଜାଣିବାକୁ ଚାହିଥିଲେ ? ଆମେ ଆମର ନ୍ୟାୟିକ ବ୍ୟବସ୍ଥାକୁ କେତେ ସମର୍ଥ କରିବା ଯେ ଏହା ୨୦୪୭ମସିହା ବେଳକୁ ଭାରତର ଆଶା ଆକାଂକ୍ଷା ପୂରଣ କରିବ ତାହା ହିଁ ଆଜି ଆମର ପ୍ରାଥମିକତା ହେବା ଉଚିତ। ଅମୃତ କାଳରେ ଆମର ଲକ୍ଷ୍ୟ ଏପରି ନ୍ୟାୟିକ ବ୍ୟବସ୍ଥା ହେବା ଦରକାର ଯେଉଁଠି ସମସ୍ତଙ୍କ ନିମନ୍ତେ ତ୍ୱରିତ, ସହଜ ନ୍ୟାୟ ଉପଲବ୍ଧ ହେବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସରକାର ନ୍ୟାୟ ପ୍ରଦାନରେ ବିଳମ୍ବକୁ ହ୍ରାସ କରିବା ପାଇଁ କଠିନ ପରିଶ୍ରମ ସହ ଚେଷ୍ଟା କରୁଛନ୍ତି। ବିଚାର ବିଭାଗର ଶକ୍ତି ଓ ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ ଉଦ୍ୟମ ହେଉଛି। ମାମଲା ପରିଚାଳନା ନିମନ୍ତେ ଆଇସିଟି ମୁତୟନ କରାଯିବା ସହିତ ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ରିକ୍ତସ୍ଥାନଗୁଡିକ ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି।

ବିଚାରବିଭାଗୀୟ କାର୍ଯ୍ୟରେ ବୈଷୟିକ ଜ୍ଞାନର ପ୍ରଶାସନିକ ପ୍ରୟୋଗ ଉପରେ ଶ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଜୋର ଦେଇଥିଲେ। ଭାରତ ସରକାର ବିଚାର ବିଭାଗୀୟ କାର‌୍ୟ୍ୟ ପଦ୍ଧତିରେ ପ୍ରଯୁକ୍ତି ବିଦ୍ୟାର ସମ୍ଭାବନାକୁ ଡିଜିଟାଲ ଇଣ୍ଡିଆ ମିଶନର ଏକ ଆବଶ୍ୟକୀୟ ଅଂଶ ଭାବେ ବିଚେଚନା କରନ୍ତି ବୋଲି ସେ କହିଥିଲେ। ସେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଗଣଙ୍କୁ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ନିବେଦନ କରିଥିଲେ।

ଇ-କୋଟ ପ୍ରକଳ୍ପ ଆଜି ମିଶନ ମୋଡରେ ତ୍ୱରାନ୍ୱିତ ହେଉଛି ବୋଲି ସେ କହିଥିଲେ। ଡିଜିଟାଲ ନେଣଦେଣ ପଦ୍ଧତିିର ସଫଳତାର ଉଦାହରଣ ଦେଇ ତାହା ଆଜି ଛୋଟ ଛୋଟ ସହର ଓ ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ସାଧାରଣ ହେଲାଣି ବୋଲି କହିଥିଲେ। ଗତବର୍ଷ ସାରା ପୃଥିବୀରେ ଯେତେ ଡିଜିଟାଲ ଦେଣନେଣ ହୋଇଥିଲା ତାହାର ଶତକଡା ୪୦ଭାଗ କେବଳ ଭାରତରେ ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ବୈଷୟିକ ଜ୍ଞାନର ଆଜିକାଲି ବ୍ୟବହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ଳକଚେନ, ଇଲେକ୍ଟ୍ରୋନିକ, ରିକଭରୀ, ସାଇବର ସୁରକ୍ଷା,ରୋବୋଟିକ୍ସ, କୃତ୍ରିମ ମୋଧା ଓ ବାୟୋ ଏଥିକ୍ସ ଇତ୍ୟାଦି ଆଜିକାଲି ଅନେକ ଦେଶର ଆଇନ ବିଶ୍ୱବିଦ୍ୟାଳୟ ଗୁଡିକରେ ପଢା ହେଉ।’’ ଆମ ଦେଶରେ ମଧ୍ୟ ଏଭଳି ଆନ୍ତର୍ଜାତିକ ମାନର ଆଇନଶିକ୍ଷା ଓ ପ୍ରଚଳନ କରିବା ଆମର ଦାୟିତ୍ୱ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାର ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଦେଶବାସୀ ବିଚାର ବିଭାଗୀୟ ପଦ୍ଧତିରେ ନିଜକୁ ସଂଶ୍ଳିଷ୍ଟ କରିବା ସହ ସେମାନଙ୍କର ଏହା ଉପରେ ଆସ୍ଥା ମଧ୍ୟ ବୃଦ୍ଧି ପାଇବ। ବିଚାର ବିଭାଗୀୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଅଧିକାର ମଧ୍ୟ ସାବ୍ୟସ୍ତ ହେବ। ସ୍ଥାନୀୟ ଭାଷାରେ ବୈଷୟିକ ଶିକ୍ଷାଦାନ ମଧ୍ୟ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇନରେ ଥିବା ଜଟିଳତା ଓ ଅପ୍ରଚଳିତ ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ୨୦୧୫ରେ ସରକାର ଅପ୍ରାସଙ୍ଗିକ ହୋଇପଡିଥିବା ୧୮୦୦ ଆଇନ ଚିହ୍ନଟ କରିବା ସହ ସେଥିରେ ୧୪୫୦ଟି ଆଇନକୁ ଖାରଜ କରିଦେଇଥିଲେ। ଏପରି ୭୫ଟି ଆଇନ ରାଜ୍ୟମାନେ ଉଠାଇ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ” ମୁଁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ରାଜ୍ୟବାସୀଙ୍କ ଅଧିକାର ଓ ଭଲରେ ରହିବା ପାଇଁ ଏ ଦିଗରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯିବା ଆବଶ୍ୟକ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଚାର ବିଭାଗୀୟ ସଂସ୍କାର କେବଳ ଏକ ନୀତିଗତ ବିଷୟ ନୁହଁ, ଏଥିରେ ଅନେକ ମାନବ ସମ୍ବେଦୀ ବିଷୟ ରହିଛି ଓ ସେଗୁଡିକ ଆଲୋଚନା ଜରିଆରେ ସମାଧାନ କରାଯିବା ଆବଶ୍ୟକ। ଦେଶରେ ବର୍ତ୍ତମାନ ସାଢେ ତିନିଲକ୍ଷ ଲୋକ କାରାଗାରରେ ରହିଛନ୍ତି। ସେମାନେ ବିଚାରଧୀନ ବନ୍ଦୀଭାବେ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ସାଧାରଣ ପରିବାରରୁ ଆସିଛନ୍ତି। ପ୍ରତ୍ୟେକ ଜିଲ୍ଳାରେ ଜିଲ୍ଲ ଜଜଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଏଗୁଡିକର ସମୀକ୍ଷା କରାଯାଇ ଯେତେଦୂର ସମ୍ଭବ ଏଭଳି ବନ୍ଦୀମାନଙ୍କୁ ଜାମିନରେ ମୁକ୍ତ କରିବା ଦରକାର। “ମୁଁ ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରୁଛି କି ମାନବିକ ସମ୍ବେଦନା ଓ ଆଇନ ଭିତ୍ତିରେ ଏହି ମାମଲାଗୁଡିକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରନ୍ତୁ।”

ସ୍ଥାନୀୟ ସ୍ତରରେ ମଧ୍ୟସ୍ଥତା ମଧ୍ୟ ବିଚାରଧୀନ ମାମଲା ସୀମାଂଶ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଆମ ସମାଜର ମଧ୍ୟସ୍ଥତା ଜରିଆରେ ବିବାଦ ତୁଟାଇବାର ପରମ୍ପରା ହଜାର ହଜାର ବର୍ଷରୁ ରହି ଆସିଛି। ଆପୋଷ ସମ୍ମତି ଓ ଆପୋଷ ଅଂଶଗ୍ରହଣ ନିଜ ଉପାୟରେ ଏକ ଅଭିନବ ନ୍ୟାୟିକ ଚିନ୍ତାଧାରା ଆମ ସମାଜରେ ରହିଥିବା ସେ କହିଥିଲେ। ଏହାକୁ ଦୃଷ୍ଟିରେ ରଖିସରକାର ସଂସଦରେ ଏକ ମଧ୍ୟସ୍ଥତା ବିଲ ଉପସ୍ଥାପନ କରିଛନ୍ତି। “ସମୃଦ୍ଧ ଆଇନର ସହ ବିଶେଷଜ୍ଞତା ବଳରେ ଆମେ ମଧ୍ୟସ୍ଥତା ଦ୍ୱାରା ସମାଧନା ନେଇ ଏକ ବୈଶ୍ୱିକ ନେତ୍ୱତ୍ୱ ନେଇପାରିବ। ଆମେ ସମଗ୍ର ବିଶ୍ୱ ନିକଟରେ ଏକ ମଡେଲ ଉପସ୍ଥାପନ କରିପାରିବା” ବୋଲି ସେ କହିଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦଘାଟନ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଅଧିବେଶନରେ ତାଙ୍କ ମନ୍ତବ୍ୟ ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ, ସେମି କଣ୍ଡକ୍ଟର ଶିଳ୍ପ ସମୂହ, ପୁଞ୍ଜି ନିବେଶକ, ବୁଦ୍ଧିଜୀବି ଓ କୂଟନୀତିଜ୍ଞ ଗଣ ଏହି ଅବସରରେ ଉପସ୍ଥିତ ଥିଲେ।

ଆରମ୍ଭରୁ ପ୍ରଧାନମନ୍ତ୍ରୀ ଭାରତରେ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ସ୍ୱାଗତ କରିବା ସହ ଖୁସି ପ୍ରକଟ କରିଥିଲେ। ଆଜିର ବିଶ୍ୱରେ ସେମି କଣ୍ଡକ୍ଟରର ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଥିବା ଦର୍ଶାଇ ସେ କହିଛନ୍ତି ଯେ “ବୈଶ୍ୱିକ ସେମି କଣ୍ଡକ୍ଟର ଯୋଗାଣ ବ୍ୟବସ୍ଥାରେ ଏକ ପ୍ରମୁଖ ଅଂଶୀଦାର ଭାବେ ଭାରତକୁ ଛିଡା କରାଇବା ହେଉଛି ଆମ ସମସ୍ତଙ୍କର ଦାୟୀତ୍ୱ। ହାଇଟେକ, ଉଚ୍ଚ ଗୁଣାତ୍ମକ ମାନ ଓ ଉଚ୍ଚ ନିର୍ଭରଶୀଳତା ନୀତି ନେଇ ଆମକୁ ଏ ଦିଗରେ କାର୍ଯ୍ୟ କରିବାକୁ ପଡିବ।”

ସେମି କଣ୍ଡକ୍ଟର ପ୍ରଯୁକ୍ତିରେ ଭାରତ ଏକ ପୁଞ୍ଜିନିବେଶ ଲକ୍ଷ୍ୟ ସ୍ଥଳ ହେବା ଲାଗି ପ୍ରଧାନମନ୍ତ୍ରୀ ଛଅଟି ପ୍ରମୁଖ କାରଣ ଦର୍ଶାଇଥିଲେ।

ପ୍ରଥମ ଭାରତ ୧.୩ ବିଲିୟନ ଭାରତୀୟଙ୍କୁ ଯୋଡିବା ନିମନ୍ତେ ଏକ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି। ନିକଟରେ ଭାରତ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବ୍ୟାଙ୍କିଂ ଏବଂ ଡିଜିଟାଲ ନେଣଦେଣ ବିପ୍ଳବ କ୍ଷେତ୍ରରେ କରିଥିବା ଅଗ୍ରଗତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ସରକାର ପରିଚାଳନାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଜନ କଲ୍ୟାଣରୁ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣ ପର୍ଯ୍ୟନ୍ତ ସବୁଆଡେ ଜୀବନମାନ ପରିବର୍ତ୍ତନ ନିମନ୍ତେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛୁ।”

ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଛଅ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସହ ଯୋଡିବା ୫ଜି, ଆଇଉଟି ଏବଂ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ଦିଗରେ ସାମର୍ଥ ସୃଷ୍ଟିକରି ଭାରତ ପରବର୍ତ୍ତୀ ପ୍ରଯୁକ୍ତି ବିପ୍ଳବ ନିମନ୍ତେ ପଥ ପରିଷ୍କାର କରୁଛି।

ତୃତୀୟତଃ ବିଶ୍ୱର ଦୃତ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ ବାତାବରଣ ଯୋଗୁ ଭାରତ ଏକ ମଜଭୁତ ଆର୍ଥିକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଛି। ଭାରତର ନିଜସ୍ୱ ସେମି କଣ୍ଡକ୍ଟର ଆବଶ୍ୟକତା ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ପାର କରିବା ସମ୍ଭାବନା ଥିବାବେଳେ ୨୦୩୦ ସୁଦ୍ଧା ଏହା ୧୧୦ ବିଲିୟନ ଡଲାର ପାର କରିବା ଅନୁମାନ କାରାଯାଉଛି।

ଚତୁର୍ଥରେ ଭାରତର ବ୍ୟବସାୟ ପଥ ସୁଗମ କରିବା ପାଇଁ ଅନେକଗୁଡିଏ ସଂସ୍କାର ଅଣାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫୦୦୦ ମୂଳ ଦଲିଲ ଉଚ୍ଛେଦ, ଲାଇସେନ୍ସର ସ୍ୱୟଂ ନବୀକରଣ, ଡିଜିଟାଇଜେସନ ଯୋଗୁ କାର୍ଯ୍ୟରେ ସ୍ୱଚ୍ଛତା ଓ ତ୍ୱରାନ୍ୱିତ ହେବା ତଥା ବିଶ୍ୱର ଏକ ଅନୁକୂଳ ଟିକସ ବ୍ୟବସ୍ଥା କରାଯାଇଛି।

ପଞ୍ଚମରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଖି ଆଗରେ ରଖି ଯୁବ ଭାରତୀୟଙ୍କୁ କୁଶଳୀ ଓ ତାଲିମଯୁକ୍ତ କରିବା ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ କରାଯାଇଛି । ଆମର ଏକ ଅସାଧାରଣ ସେମି କଣ୍ଡକ୍ଟର ପରିପାଟୀ ମେଧା ପୁଲ ରହିଛି ଯେଉଁଥିରୁ ବିଶ୍ୱର ଶତକଡା କୋଡିଏ ଭାଗ ସେମି କଣ୍ଡକ୍ଟର ଡିଜାଇନ ଇଞ୍ଜିନିୟର ବାହାରୁଛନ୍ତି। ବିଶ୍ୱର ପ୍ରାୟ ସର୍ବୋଚ୍ଚ ୨୫ଟି ସେମି କଣ୍ଡକ୍ଟର ଡିଜାଇନ କମ୍ପାନୀଙ୍କ ଗବେଷଣା ଓ ପରିପାଟୀ କେନ୍ଦ୍ର ଆମ ଦେଶରେ ରହିଛି ବୋଲି ସେ କହିଥିଲେ।

ଷଷ୍ଠରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିଜର ନିର୍ମାଣ କ୍ଷେତ୍ରରେ ଅବସ୍ଥାନ୍ତର ନିମନ୍ତେ ଅନେକ ପଦକ୍ଷେପ ନେଇଛି। ଯେତେବେଳେ ସମଗ୍ର ମାନବ ସମାଜ ଶତାବ୍ଦୀର ଏହି ବୈଶ୍ୱିକ ମହାମାରୀର ମୁକାବିଲା କରୁଛି, ଭାରତ ଆମର ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ଘଟାଇବା ସହ ଅର୍ଥନୀତିର ମଧ୍ୟ ବିକାଶ ଘଟାଉଛି। ପ୍ରଧାନମନ୍ତ୍ରୀ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଯୋଗୁଁ ୧୪ଟି ପ୍ରମୁଖ କ୍ଷେତ୍ରରେ ୨୬ ବିଲିୟନ ଡଲାରରୁ ଅଧିକ ଅର୍ଥ ପ୍ରୋତ୍ସାହନ ବାବଦ ଦିଆଯାଇଛି ବୋଲି କହିଥିଲେ।

ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଲେକଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ରେକର୍ଡ ପରିମାଣ ଅଭିବୃଦ୍ଧି ଘଟିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ ସମବେତ ଜନତାଙ୍କୁ ଭାରତ ନିକଟରେ ଘୋଷଣା କରିଥିବା ସେମିକନ ଭାରତ ଯୋଜନା ଅଧୀନରେ ୧୦ ବିଲିୟନ ଡଲାର ବ୍ୟୟବରାଦ କରିଥିବା ସୂଚନା ଦେଇଥିଲେ। ଏହି ଯୋଜନା ଅଧୀନରେ ସେମି କଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜି ଲଗାଇବା କମ୍ପାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ସରକାରୀ ସହାୟତାର ଆବଶ୍ୟକତାକୁ ସ୍ୱୀକାର କରିବା ସହ ବ୍ୟବସାୟ ନିମନ୍ତେ ସରକାର ଅନୁକୂଳ ବାତାବରଣ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେତବେଳେ କଳ କାରଖାନା କଠିନ ପରିଶ୍ରମୀ କରନ୍ତି, ସରକାର ନିଶ୍ଚିତ ଭାବେ ତାଠାରୁ ଅଧିକ କଠିନ ପରିଶ୍ରମ କରିବା ଦରକାର ବୋଲି ସେ କହିଥିଲେ।

ବିଶ୍ୱରେ ଏକ ନୂତନ ବ୍ୟବସ୍ଥା ମୁଣ୍ଡଟେକି ଉଠୁଥିବା ବେଳେ, ଏଥିରୁ ସୁଯୋଗ ନେବାପାଇଁ ପ୍ରଧାନମନ୍ତ୍ରୀ କହିଥିଲେ “ଆମେ ଗତ କିଛି ବର୍ଷ ଧରି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ କଠିନ ପରିଶ୍ରମ କରୁଛୁ। ଭାରତର ପ୍ରଯୁକ୍ତି ଓ ରିସ୍କ ନେବାପାଇଁ ଉନ୍ମାଦନା ରହିଛି। ଏକ ସମର୍ଥନମୂଳକ ନୀତିଗତ ବାତାବରଣ ମଧ୍ୟରେ ଆମେ ଆପଣଙ୍କ ସମସ୍ୟା ମୁକାବିଲା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ଆମେ ପ୍ରଦର୍ଶନ କରିଛୁ ଯେ, ଭାରତ ଅର୍ଥ ବ୍ୟବସାୟ”  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର

କୋଭିଡ-୧୯ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୪-୨୦୨୨) ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ କେତେକ ରାଜ୍ୟରେ ବୃଦ୍ଧି ପାଇଥିବା କୋଭିଡ ମାମଲା ସମ୍ପର୍କରେ ସୂଚନା ଦେବା ସହ, ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ଅନୁପାଳନର ଆବଶ୍ୟକତା ଉପରେ କହିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରସ୍ତୁତ କରିଥିବା ଏକ ବିବରଣୀରେ ବିଶ୍ୱର କେତେକ ରାଷ୍ଟ୍ରରେ କୋଭିଡ ମାମଲା ବୃଦ୍ଧି ସହ କେତେ ରାଜ୍ୟରେ ଆମର ଏହି ମାମଲା ବୃଦ୍ଧି ନେଇ ଆଲୋଚନା କରିଥିଲେ। ସେ ରାଜ୍ୟମାନେ ନିୟମିତ ଭାବେ ମାମଲାର ଅନୁଧ୍ୟାନ କରି ତଥ୍ୟ ସୂଚାଇବା ସହ, ସକ୍ରିୟ ପର୍ଯ୍ୟବେକ୍ଷଣ, ଭିତ୍ତିଭୂମି ବିକାଶ ସହ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ ସମ୍ପର୍କରେ କହିଥିଲେ।

ବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟୋପଯୋଗୀ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଠିକ୍ ସମୟରେ ଏହି ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ ଡକାଇଛନ୍ତି ବୋଲି ସେମାନେ କହିଥିଲେ। ସେମାନେ ନିଜ ନିଜ ରାଜ୍ୟରେ କୋଭିଡ ମାମଲା ଓ ଟିକାକରଣ ସ୍ଥିତି ଉପରେ ତଥ୍ୟମାନ ରଖିଥିଲେ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଜୀବନଜୀବିକା ତାଙ୍କ ରାଜ୍ୟରେ ପାଳନ କରାଯାଉଛି। ସେ ଜାତୀୟ ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ କୋଭିଡ ମାମଲା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିକଟରେ ଦିଲ୍ଳୀରେ ଅଧିକ ପଜିଟିଭ ନମୁନା ଦେଖାଯାଇଥିବା କହିଥିଲେ। ପୁଣି ମୁଖା ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ସେ ପ୍ରକାଶ କରିଥିଲେ। ମିଜୋରାମା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ରାଜ୍ୟକୁ ପୂର୍ବ ଲହରଗୁଡିକରେ ମୁକାବିଲା କରିବାରେ ସାହାଯ୍ୟ କରିଛି। ସେ ମଧ୍ୟ କେନ୍ଦ୍ରକୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଓ ବିକାଶମୂଳକ କାର୍ଯ୍ୟରେ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନାମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ  ରାଜ୍ୟରେ ପରବର୍ତ୍ତୀ କୋଭିଡ ଲହର ପରିଚାଳନା ନିମନ୍ତେ ବିଶେଷ ସହାୟକ ହୋଇଛି । କୋଭିଡ ଉଚିତ ମାର୍ଗଦର୍ଶକା ପାଳନ ପାଇଁ ଜନସଚେତନତା ଅଭିଯାନ ବେଶ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ।

ହରିୟାଣା ମୁଖ୍ୟମନ୍ତ୍ରୀ ଦିଲ୍ଳୀ ଆଖପାଖ ଗୁରୁଗାଓଁ ଏବଂ ଫରିଦାବାଦର ଅଧିକ ମାମଲା ପରିଲକ୍ଷିତ ହୋଇଥିବା କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଥମେ ତାମିଲନାଡୁର ତାଞ୍ଜାଭୁର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମନାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରିଥିଲେ। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (ପିଏମଏନଆରପି)ରୁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ସହାୟତା ରାଶି ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟର ମିଳିତ କରୋନା ମୁକାବିଲା ଉପରେ କହିଥିଲେ  । ସେ ମୁଖ୍ୟମନ୍ତ୍ରୀ, ଅଧିକାରୀ ଓ ସମସ୍ତ କରୋନା ଯୋଦ୍ଧାଙ୍କୁ  ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଏକଥା ସ୍ପଷ୍ଟ ଯେ କରୋନାର ଆହ୍ୱାନ ଏବେ ମଧ୍ୟ ସମ୍ପୂର୍ଣ୍ଣଭାବେ ଯାଇନାହିଁ। ଓମିକ୍ରନ ଓ ଏହାର ସହ ପ୍ରଜାତିଗଣ ପୁଣି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ଓ ୟୁରୋପ ସମେତ ଅନେକ ଦେଶରେ ଏହା ଦେଖା ମଧ୍ୟ ଯାଇସାରିଲାଣି । ଅନେକ ଦେଶ ତୁଳନାରେ ଭାରତର ପରିସ୍ଥିତି ଅନେକ ଭଲ ରହିଛ। ତଥାପି ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ବୃଦ୍ଧି ଘଟିଥିବା ମାମଲା ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓମିକ୍ରନ ଲହରକୁ ଗତ ଦୁଇବର୍ଷ ମଧ୍ୟରେ ଦୃଢ ମନୋବଳ ଓ ଆତଙ୍କିତ ନ ହୋଇ ମୁକାବିଲା କରାଯାଇଛି। କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠାରୁ ଆରମ୍ଭ କରି ଅମ୍ଳଜାନ ଯୋଗାଣ ବା ଟିକାକରଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯାଇଛି। ତୃତୀୟ ଲହରରେ କୌଣସି ରାଜ୍ୟରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ। ଏହାକୁ ବ୍ୟାପକ ଟିକାକରଣ ଅଭିଯାନ ପରିପ୍ରେକ୍ଷୀରେ ତୁଳନା କରାଯାଇପାରେ। ସେ କହିଥିଲେ ଯେ ଟିକାକରଣ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଞ୍ଚିଛି। ଗର୍ବର ବିଷୟ ଏହି ଯେ ଦେଶ ଜନସଂଖ୍ୟା ଶତକଡା ୯୬ଭାଗ ଅନୂନ୍ୟ ଗୋଟିଏ ମାତ୍ରା ଓ ୧୫ରୁ ଉର୍ଦ୍ଧ୍ୱ ବୟସର ଶତକଡା ୮୪ଭାଗ ବ୍ୟକ୍ତି ଦୁଇଟି ଯାକ ମାତ୍ରା ନେଇ ସାରିଛନ୍ତି। ଟିକା ବିଶେଷଜ୍ଞ ମତରେ କରୋନା ବିରୁଦ୍ଧରେ ସଂଗ୍ରାମ ସବୁଠାରୁ ବଡ ନିରାପତ୍ତା ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟମାନ ବହୁଦିନ ପରେ ଖୋଲିଛି। ହେଲେ କେତେକ ସ୍ଥାନରେ ଅଧିକ ମାମଲା ଦେଖାଯିବା ଯୋଗୁଁ ବାପା-ମାଆମାନେ ବ୍ୟସ୍ତ ହେଉଛନ୍ତି । ଅଧିକରୁ ଅଧିକ ପିଲା ଟିକା ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମାର୍ଚ୍ଚ ମାସରେ ୧୨ରୁ ୧୪ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାର ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତକାଲିଠାରୁ ୬ରୁ ୧୨ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ଅନୁମତି ମଞ୍ଜୁରୀ ମିଳିଛି।

“ପ୍ରତ୍ୟେକ ଟିକା ଯୋଗ୍ୟ ପିଲାଙ୍କୁ ଯେତେଶୀଘ୍ର ସମ୍ଭବ ନେବା ପାଇଁ ଆମେ ଅଗ୍ରାଧିକାର ଦେଉଛୁ। ପୂର୍ବଭଳି ଏଥିପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଯାନମାନ ଆୟୋଜିତ ହେବ। ଶିକ୍ଷକ ଓ ଅଭିଭାବକମାନେ ଏôତନେଇ ସଚେତନ ହେବା ଉଚିତ” ବୋଲି ସେ କହିଥିଲେ। ଟିକା ନିରାପତ୍ତା ବଳୟକୁ ସୁଦୃଢ କରିବାକୁ ଦେଶର ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ମାତ୍ରା ଉପଲବ୍ଧ । ଶିକ୍ଷକ, ମାଆ ବାପା ଓ ଅନ୍ୟାନ୍ୟ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ପ୍ରତିଷେଧକ ମାତ୍ରା ନେଇପାରିବେ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହର ବେଳେ ଭାରତରେ ଦିନକୁତ୍ତତିନିଲକ୍ଷ ପର୍ଯ୍ୟନ୍ତ ମାମଲା ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ରାଜ୍ୟମାନେ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଜାରି ରଖି ପରିସ୍ଥିତିର ମୁକାବିଲା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିସ୍ଥିତିକୁ ନିରନ୍ତର  ଆମର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ଓ ଆମକୁ ସେମାନଙ୍କ ପ୍ରସ୍ତାବ ଅନୁସାରେ କାମ କରିବାକୁ ପଡିବ। “ରୋଗ ସଂକ୍ରମଣ ରୋକିବା ପ୍ରଥମରୁ ଆମର ଅଗ୍ରାଧିକାର ଥିଲା ଓ ବର୍ତ୍ତମାନ ମଧ୍ୟ ରହିବା ଉଚିତ। ଆମକୁ ଆମର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ସେହିଭଳି ଦକ୍ଷତାର ସହ ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ସେ କହିଥିଲେ।

ଶତ ପ୍ରତିଶତ ଥଣ୍ଡା ଜ୍ୱର ମାମଲା ସହ ପଜିଟିଭ ମାମଲାଗୁଡିକର କୋଭିଡ ପ୍ରଜାତି ନିର୍ଦ୍ଧାରଣ ପାଇଁ ଜିନୋମ ସିକ୍ୱେନସିଂ, ସର୍ବସାଧାରଣ ସ୍ଥାନରେ କୋଭିଡ ମାର୍ଗଦର୍ଶିକା ପାଳନ ସହ ଆତଙ୍କିତ ନ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ଡାକ୍ତରୀ ଭିତ୍ତିଭୂମି ଓ କର୍ମଚାରୀ ବ୍ୟବସ୍ଥାର ନିୟମିତ ଉନ୍ନତିକରଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ସମ୍ବିଧାନରେ ସହଯୋଗ ସଂଘୀୟତନ୍ତ୍ର ଭାବନା ଅନୁସାରେ ଭାରତ କରୋନା ବିରୁଦ୍ଧରେ ଏକ ସୁଦୀର୍ଘ ସଂଗ୍ରାମ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟ ଦୃଷ୍ଟିରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମଜବୁତୀକରଣର ଆର୍ଥିକ ନିଷ୍ପତ୍ତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ବୈଶ୍ୱିକ ଘଟଣାକ୍ରମ ଯୋଗୁଁ ଆମ ଉପରେ ଲଦି ଦିଆଯାଇଥିବା ସମସ୍ୟା ନିମନ୍ତେ ସଂଘୀୟତନ୍ତ୍ର ସହଯୋଗ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଏହା କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ  କେନ୍ଦ୍ର ସରକାର ଅବକାରୀ ଶୁଳ୍‌କ ହ୍ରାସ କରିବା ସହ ରାଜ୍ୟଗୁଡିକୁ ମଧ୍ୟ ଟିକସ ହ୍ରାସ କରିବାକୁ ଅନୁରୋଧ କରିଥିଲେ। ମାତ୍ର କେତେକ ରାଜ୍ୟ ଏହାକୁ ନ କରିବାକୁ ଲୋକଙ୍କ ଉପରେ ବୋଝ ପଡିବା ସହ ସେସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଲା। ଏହା କେବଳ ସେ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ ନୁହେଁ  ଏହା ପଡୋଶୀ ରାଜ୍ୟଗୁଡିକ ମଧ୍ୟ ପ୍ରଭାବିତ କରିବ। ରାଜସ୍ୱ ହାନୀ ସତ୍ତ୍ୱେ ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟ ଟିକସ ହ୍ରାସ କରିବା ସତ୍ୱେ  ପଡୋଶୀ ରାଜ୍ୟଗୁଡିକ ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଟିକସ ହ୍ରାସ କଲେ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହିପରି ଗତ ନଭେମ୍ବର ମାସରେ ଭାଟ ହ୍ରାସ ପାଇଁ ଅନେକ ରାଜ୍ୟକୁ ଅନୁରୋଧ କରିଯାଇଥିଲେ ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଝାଡଖଣ୍ଡ କୌଣସି କାରଣବଶତଃ ଏହା କଲେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତକଡା ୪୨ଭାଗ କେନ୍ଦ୍ରୀୟ ରାଜ୍ୟସ୍ୱ ରାଜ୍ୟ ସରକାରଙ୍କ ପାଖକୁ ଯାଇଥାଏ। “ଜଟିଳ ବୈଶ୍ୱିକ ପରିସ୍ଥିତି କାଳରେ ସହଯୋଗ ସଂଘୀୟତନ୍ତ୍ର ଭାବନାର ସହ ସମସ୍ତ ରାଜ୍ୟ କାର୍ଯ୍ୟ କରିବାକୁ ମୁଁ ନିବେଦନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାପମାତ୍ରା ବୃଦ୍ଧି ସହ ଜଙ୍ଗଲ ଓ ଘରଦ୍ୱାରରେ ଅଗ୍ନିକାଣ୍ଡ ବଢୁଛି। ସେ ବିଶେଷକରି ହସ୍‌ପିଟାଲ ଅଗ୍ନି ନିରାପତ୍ତା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ଆମକୁ ଏହି ବଡ ଆହ୍ୱାନରେ ମୁକାବିଲା କରିବାକୁ ହେବ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

କ୍ୟାବିନେଟ ମଞ୍ଜୁରି: ବଢ଼ିଲା ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନାର ଅବଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ଯୋଜନାକୁ  ମାର୍ଚ୍ଚ ୨୦୨୨ ଠାରୁ ଆସନ୍ତା ୨୦୨୪ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରଖାଯିବ। ଉଠାଦୋକାନୀ ଏବଂ ସେମାନଙ୍କ ପରିବାରକୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ ଦେବା, ଡିଜିଟାଲ ନେଣଦେଣକୁ ବଢ଼ାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି।

ପିଏମ ସ୍ବନିଧି ଯୋଜନାରେ ଉଠାଦୋକାନୀମାନଙ୍କୁ ବିନା କୌଣସି ବନ୍ଧକରେ ଶସ୍ତା ଋଣ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ଆଜି ଯୋଜନା ସମ୍ପ୍ରସାରଣ ଲାଗି କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଋଣ ପାଇଁ ମୋଟ ଅର୍ଥରାଶି ପରିମାଣକୁ ୮ ହଜାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ଅଧିକ ସଂଖ୍ୟାରେ ଉଠାଦୋକାନୀଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହୋଇପାରିବ। ଏହି ଆର୍ଥିକ ପ୍ରୋତ୍ସାହନ ଜରିଆରେ ସେମାନେ ନିଜର ବ୍ୟବସାୟ ବଢ଼ାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ।

ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଉଠାଦୋକାନୀମାନଙ୍କ ପାଇଁ କ୍ୟାଶବ୍ୟାକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ବଜେଟ୍‌ ପରିମାଣ ବୃଦ୍ଧି କରାଯାଇଛି।

କ୍ୟାବିନେଟଙ୍କ ମଞ୍ଜୁରି ଫଳରେ ଦେଶର ସହରାଞ୍ଚଳରେ ଥିବା ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି।

ପିଏମ-ସ୍ବନିଧି ଯୋଜନାରେ ଅଧୀନରେ ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିପାରିଛି। ୨୫ ଏପ୍ରିଲ, ୨୦୨୨ ସୁଦ୍ଧା ଏହି ଯୋଜନାରେ ୩୧ ଲକ୍ଷ ୯ ହଜାର ଋଣ ଆବେଦନକୁ ମଞ୍ଜୁରି ମିଳିଛି। ଏହା ବ୍ୟତୀତ ୨ ହଜାର ୯୩୧ କୋଟି ଟଙ୍କାର ୨୯ ଲକ୍ଷ ୬୦ ହଜାର ଋଣ ବିତରଣ କରାଯାଇଛି। ଦ୍ବିତୀୟ ଋଣ ଦୃଷ୍ଟିରୁ ଦେଖିଲେ ଏବେ ସୁଦ୍ଧା ୨ ଲକ୍ଷ ୩୦ ହଜାର ଋଣ ମଞ୍ଜୁର ହୋଇଛି। ୧.୯ ଲକ୍ଷ ଋଣ ପାଇଁ ୩୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଉଠାଦୋକାନୀ ହିତାଧିକାରୀମାନେ ୧୩.୫ କୋଟି ଟଙ୍କାରୁ ଅଧିକ ଡିଜିଟାଲ ନେଣଦେଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ୧୦ କୋଟି ଟଙ୍କାର କ୍ୟାଶବ୍ୟାକ ମିଳିଛି। ସବସିଡି ସୁଧ ଆକାରରେ ୫୧ କୋଟି ଟଙ୍କା ପରିଶୋଧ କରାଯାଇଛି।

ଜୁନ୍‌ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେତେବେଳେ କ୍ଷୁଦ୍ର ବ୍ୟବସାୟୀମାନେ ମହାମାରୀ ଏବଂ ତତ୍‌ସମ୍ବନ୍ଧୀୟ ପରିସ୍ଥିତି କାରଣରୁ ଆର୍ଥିକ ଚାପରେ ରହିଥିଲେ। ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟ ନେଇ ଏହି ଯୋଜନାର ପ୍ରସ୍ତାବିତ ସୁଧାର ଆବଶ୍ୟକ ଥିଲା। ଏବେ ପିଏମ-ସ୍ବନିଧି ଋଣ ଯୋଜନାର ଅବଧି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଉଠାଦୋକାନୀମାନଙ୍କୁ ଔପଚାରିକ ଋଣ ଉପଲବ୍ଧ ହୋଇପାରିବ। ଉଠାଦୋକାନୀମାନେ ଋଣ ଅର୍ଥ ସହିତ ବ୍ୟବସାୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ। ଡିଜିଟାଲ କାରବାର ବୃଦ୍ଧି ପାଇବ। ଋଣ ପ୍ରଦାନକାରୀ ସଂସ୍ଥାନରେ ଫସି ରହିଥିବା ଋଣ ହ୍ରାସ ପାଇବ। ଉଠାକୋଦାନୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ।

Categories
ଆଜିର ଖବର

ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୪ଜି ମୋବାଇଲ ସେବାକୁ ଉନ୍ନୀତ କରିବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସ୍ଓଏଫ୍) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ତଦନୁସାରେ ଦେଶରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ। ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ୍ଗୁଡିକୁ ୪ଜିରେ ପରିଣତ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଏସବୁ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨୩୪,୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ମଧ୍ୟରେ ଟିକସ ଓ ଉପକର ଅନ୍ତର୍ଭୁକ୍ତ ନୁହେଁ । ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଂଚବର୍ଷ ଯାଏ କରିବାକୁ ପଡିବ। ତେବେ ଏହି ପାଂଚବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍ଏନ୍ଏଲ ନିଜ ଖର୍ଚ୍ଚରେ କରିବ। ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍ଏନ୍ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍ଏନ୍ଏଲ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନ୍ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍ଏନ୍ଏଲ ଏହି ସାଇଟ୍ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ। ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ -ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ।

ଏ ସମ୍ମାନଜନକ ପ୍ରକଳ୍ପ ପାଇଁ ସରକାର ବିଏସ୍ଏନ୍ଏଲ୍କୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ। ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ। ଆଧୁନିକୀକରଣ କାର୍ଯ୍ୟରେ ଦେଶୀ ୪ଜି ଉତ୍ପାଦ ଓ ଉପକରଣ ବ୍ୟବହାର କରାଯିବ।

ଏହି ଉନ୍ନୟନ ଓ ପରିବର୍ତ୍ତନ ପ୍ରକ୍ରିୟା ଫଳରେ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ। ଏହା ଫଳରେ ସେ ଅଞ୍ଚଳରେ ମୁତୟନ ହେଉଥିବା ନିରାପତା କର୍ମଚାରୀଙ୍କ ଯୋଗାଯୋଗ ଆବଶ୍ୟକତା ପୂରଣ ହେବ। ଏହାଛଡା ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ।

୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।

Categories
ବିଶେଷ ଖବର

ଭବ୍ୟ ଉଦଘାଟନୀ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ୨୦୨୧ର ଶୁଭାରମ୍ଭ

ବେଙ୍ଗାଲୁରୁ : ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା (କେଆଇୟୁଜି-୨୦୨୧)ର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ଦେଇଛନ୍ତି।

କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ, କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ କହିଥିଲେ ଯେ, ଦେଶର ଗ୍ରାମାଞ୍ଚଳ ସ୍ତରରୁ କ୍ରୀଡ଼ା ଗତିବିଧିକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ ଏ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଦୃଢ଼ ପ୍ରୟାସ କରିବା ଆବଶ୍ୟକ। ସମସ୍ତଙ୍କ ପ୍ରୟାସ ବଳରେ ଭାରତର କ୍ରୀଡ଼ା ସମ୍ଭାବନା ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିବ ବୋଲି ସେ କହିଥିଲେ। ଉପରାଷ୍ଟ୍ରପତି କହିଥିଲେ ଯେ କଲେଜରେ ନାମଲେଖା ଏବଂ ବିଭିନ୍ନ ବିଭାଗରେ ପଦୋନ୍ନତି ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ଅତିରିକ୍ତ ମାର୍କ ଦିଆଯିବା ଆବଶ୍ୟକ। ଏଭଳି ପ୍ରୋତ୍ସାହନ ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇପାରିବ।

ସ୍ବଦେଶୀ ଏବଂ ଗ୍ରାମୀଣ କ୍ରୀଡ଼ାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରତି ପ୍ରାଥମିକତା ଦେବା ଲାଗି ଉପରାଷ୍ଟ୍ରପତି ସବୁ ଅଂଶୀଦାରମାନଙ୍କୁ ଆହ୍ବାନ କରିଥିଲେ। ପ୍ରଥମ ଥର ପାଇଁ ଚଳିତ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ଯୋଗାସନ ଏବଂ ମାଲଖମ୍ବ ଭଳି ୨୦ଟି ସ୍ବଦେଶୀ କ୍ରୀଡ଼ା ବର୍ଗରେ ପ୍ରତିଯୋଗିତା ହେଉଥିବାରୁ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ। ଏହା ପେସାଦାରମାନଙ୍କ ପାଇଁ ଗର୍ବ। ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ। କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ। ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ। ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ। ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଦେଶର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ୪ହଜାରରୁ ଅଧିକ କ୍ରୀଡ଼ାବିତ୍‌ମାନଙ୍କୁ ସ୍ବାଗତ କରିଥିଲେ। ସେ କହିଥିଲେ ଯେ ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ଆମ ପାଇଁ ଗର୍ବର ବିଷୟ। ବେଙ୍ଗାଲୁରୁରେ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଯୋଗ ଦେବା ଖୁସିର କଥା। କେଆଇୟୁଜି ୨୦୨୧ ଆମକୁ ନିଜର ଆତିଥେୟ ପ୍ରମାଣିତ କରିବା ଏବଂ ଆମ ଦେଶ ଓ ସଂସ୍କୃତିର ରାଷ୍ଟ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରିବା ଲାଗି ଏକ ଅବସର। ଖେଲୋ ଇଣ୍ଡିଆ ମିଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର କ୍ରୀଡ଼ା ଜଗତକୁ ଏକ ନୂତନ ଉତ୍ସାହ ଏବଂ ମାର୍ଗ ପ୍ରଦର୍ଶନ କରିଛନ୍ତି ବୋଲି ଶ୍ରୀ ବୋମ୍ମାଇ କହିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ, ପ୍ରଥମ କେଆଇୟୁଜି କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ଉତ୍ସାହର ଭାବନା ଜାଗ୍ରତ କରିଥିଲା। କିନ୍ତୁ ଏହାପରେ କୋଭିଡ ମହାମାରୀ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୧ ଆୟୋଜନ କରିବା ଲାଗି ଆମମାନଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ପୁଣିଥରେ ଆମେ ସମସ୍ତେ ଏକାଠି ହେବାର ସୁଯୋଗ ପାଇଛୁ ଏବଂ ଯୁବକମାନଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ପ୍ରତିଯୋଗିତାରେ ୨୦୦ରୁ ଅଧିକ ବିଶ୍ବ ବିଦ୍ୟାଳୟର ୪ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆୟୋଜକ ଜୈନ ବିଶ୍ବବିଦ୍ୟାଳୟ ସେ ପରିଦର୍ଶନ କରିଥିଲେ । ସେଠାରେ ୫୦୦ରୁ ଅଧିକ ଉତ୍ସାହୀ କ୍ରୀଡ଼ାବିତ୍‌ଙ୍କୁ ଭେଟିଥିଲେ। ଏଠାରେ ବିଶ୍ବସ୍ତରୀୟ ଶ୍ରେଷ୍ଠ କ୍ରୀଡ଼ା ସୁବିଧା ଯୋଗାଇ ଦିଆଯାଇଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଠାକୁର ସନ୍ତୋଷ ବ୍ୟକ୍ତ କରିଥିଲେ।

ରବିବାର, ୨୪ ଏପ୍ରିଲ ୨୦୨୨ରେ ବେଙ୍ଗାଲୁରୁର ଶ୍ରୀ କାନ୍ତୀରବା ଇନଡୋର ଷ୍ଟାଡିୟମରେ ଦ୍ବିତୀୟ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ୨୦୨୧ର ଭବ୍ୟ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଥିଲା। କର୍ଣ୍ଣାଟକର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଧାରିତ କାର୍ଯ୍ୟକ୍ରମ ପରିବେଷଣ, ମାଲଖମ୍ବ, ଯୋଗାସନ ପ୍ରଦର୍ଶନ ଏବଂ ଚମତ୍କାର ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା।

ଆୟୋଜନ ଜୈନ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଲିମ୍ପିକ ମାନକ ସମୟ ସହ ତୁଳନୀୟ ସଫଳତା ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ସନ୍ତରଣ କ୍ରୀଡ଼ାବିତ୍‌ ଶ୍ରୀହରି ନଟରାଜ ସବୁ କ୍ରୀଡ଼ାବିତଙ୍କ ପାଇଁ କେଆଇୟୁଜି ୨୦୨୧ର ଶପଥ ପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ। କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ବିମଳ କୁମାର, ଅଞ୍ଜୁ ବବି ଜର୍ଜ, ରୀତ ଆବ୍ରାହମ, ଅଶ୍ବିନୀ ନଚ୍ଚପ୍ପା, ମାଳତୀ ହୋଲ୍ଲା, ବିଆର ବୀଡ଼ୁ, ଏବି ସୁବାୟା, ଏସଭି ସୁନୀଲ, ଭିଆର ରଘୁନାଥ ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ। କେଆଇୟୁଜି ୨୦୨୧ର ସ୍ବାଗତ ସଙ୍ଗୀତ ପରିବେଷଣ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କଡ଼ା ସୁରକ୍ଷା ସତ୍ତ୍ବେ ବହୁସଂଖ୍ୟାରେ କ୍ରୀଡ଼ା ପ୍ରେମୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମକୁ ସିଧାସଳଖ ଉପଭୋଗ କରିଥିଲେ। ଉଦଘାଟନୀ ସମାରୋହ ଡିଡି ସ୍ପୋର୍ଟସ, ଅଲ୍‌ ଇଣ୍ଡିଆ ରେଡିଓ ଏବଂ ରେଡିଓ ସିଟୀରେ ପ୍ରସାରଣ କରାଯାଇଥିଲା।

Categories
ବିଶେଷ ଖବର

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି। ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ। ଏହା ପେସାଦାରମାନଙ୍କ ପାଇଁ ଗର୍ବ। ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ। କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ। ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ। ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ। ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ।

ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ନୂତନ ଭାରତର ଯୁବପିଢ଼ି ଏବଂ ସେମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧ୍ବଜାବାହକ। ସେ କହିଥିଲେ ଯେ ଯୁବସୁଲଭ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଜି ଦେଶର ନୀତି ନିର୍ଦ୍ଧାରଣ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଫିଟନେସକୁ ଦେଶ ପ୍ରଗତିର ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରୟାସ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ରହିଥିବା ପୁରୁଣାକାଳିଆ ଚିନ୍ତାଧାରା ଦୂର ହେଉଛି।

ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ଉପରେ ଗୁରୁତ୍ବାରୋପ କରାଯିବା, କ୍ରୀଡ଼ା ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ, ପାରଦର୍ଶୀ ଚୟନ ପ୍ରକ୍ରିୟା, କ୍ରୀଡ଼ା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ବୃଦ୍ଧି ଭଳି ପଦକ୍ଷେପ ନୂତନ ଭାରତର ପରିଚୟ ପାଲଟିଛି। ଏସବୁ ପ୍ରୟାସ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବା ସହିତ ନୂତନ ଭାରତରେ ନିଷ୍ପତ୍ତି ନେବାର ମୂଳଦୁଆ ପାଲଟିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶରେ ଏବେ ନୂଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଉଛି। ସ୍ବତନ୍ତ୍ର କ୍ରୀଡ଼ା ବିଶ୍ବ ବିଦ୍ୟାଳୟ ନିର୍ମାଣ ଜାରି ରହିଛି। ଯୁବ କ୍ରୀଡ଼ା ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କର ସୁବିଧା ଏବଂ ସ୍ବପ୍ନ ପୂରଣ କରିବା ଲାଗି ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସାମର୍ଥ୍ୟ ଦେଶର ଶକ୍ତି ବଢ଼ାଇଥାଏ। କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ। ଟୋକିଓ ଅଲିମ୍ପିକ୍ସ ପ୍ରତିନିଧି ଦଳ ସହ ନିଜର ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଦେଶ ପାଇଁ କିଛି କରିବାର ଉତ୍ସାହ ସେତେବେଳେ ସେ କ୍ରୀଡ଼ାବିତ୍‌ଙ୍କ ମୁଖମଣ୍ଡଳରେ ଦେଖିପାରିଥିଲେ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ଦେଶ ପାଇଁ ଖେଳିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ବାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଧରିତ୍ରୀ ଦିବସରେ ଏକ ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ତାହା କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରିତ୍ରୀ ଦିବସ ହେଉଛି ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଧରିତ୍ରୀ ଦିବସ ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉପରେ ପର‌୍ୟ୍ୟବେସିତ ।”

Categories
ଆଜିର ଖବର ଜାତୀୟ ଖବର

ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ ମିଶ୍ର, କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସବୁ ‘କର୍ମଯୋଗୀ’ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶାସନରେ ସୁଧାର ଆଣିବା ଏବଂ ପରସ୍ପର ମଧ୍ୟରେ ଜ୍ଞାନର ବିତରଣ କରିବା ଲାଗି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ ପରାମର୍ଶ ଦେଇଥିଲେ ଯେ ସବୁ ପ୍ରଶିକ୍ଷଣ ଏକାଡେମୀଗୁଡ଼ିକ ଏକ ସପ୍ତାହ ଆଧାରରେ ପୁରସ୍କାର ବିଜେତାମାନଙ୍କର ପ୍ରକ୍ରିୟା ଓ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବିନିମୟ କରିବା ଆବଶ୍ୟକ। ଦ୍ୱିତୀୟରେ, ପୁରସ୍କାର ବିଜେତା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ଯୋଜନାକୁ ଚୟନ କରାଯାଇ  କେତେକ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଏବଂ ଏ ସମ୍ପର୍କରେ ପରବର୍ତ୍ତୀ ବର୍ଷ ପ୍ରଶାସନିକ ସେବା ଦିବସରେ ଆଲୋଚନା କରିବା ଉଚିତ୍‌।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦-୨୨ ବର୍ଷ ଧରି, ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏବେ ପ୍ରଧାନମନ୍ତ୍ରୀ ଭାବେ ସେ ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି। ଏହା ତାଙ୍କ ପାଇଁ ଏକ ଆପୋସ ଶିକ୍ଷଣୀୟ ଅନୁଭୂତି ହୋଇ ରହି ଆସିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ଚଳିତ ବର୍ଷ ପ୍ରଶାସନିକ ସେବା ଦିବସର ସମାରୋହ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ବିଶେଷ ବର୍ଷରେ ନିଜ ନିଜ ଜିଲ୍ଲାକୁ ପୂର୍ବତନ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବା ଲାଗି ସେ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଜିଲ୍ଲା ପ୍ରଶାସନରେ ଏକ ନୂତନ ଉତ୍ସାହ ଆସିବ ଏବଂ ଅତୀତର ଅଭିଜ୍ଞତା ବିଷୟରେ ଅବଗତ ହେବା ଫଳରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୋଣରେ ଗତିଶୀଳତା ଆସିପାରିବ।

ଅନୁରୂପ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ସଚିବମାନଙ୍କୁ ନିମନ୍ତ୍ରଣ କରିପାରିବେ ଏବଂ ଏହି ସ୍ମରଣୀୟ ବର୍ଷରେ ସ୍ୱାଧୀନ ଭାରତର ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ପ୍ରଶାସନିକ ବ୍ୟବସ୍ଥାର ପ୍ରମୁଖ ନେତୃବର୍ଗଙ୍କ ଅଭିଜ୍ଞତାର ଲାଭ ନେଇପାରିବେ। ଆଜାଦୀ କା ଅମୃତ ମହୋତ୍ସବ ବର୍ଷରେ ପ୍ରଶାସନିକ ସେବାକୁ ସମ୍ମାନିତ କରିବା ଲାଗି ଏହା ସବୁଠାରୁ ଉପଯୁକ୍ତ ମାର୍ଗ ହୋଇପାରିବ।

ସେ କହିଥିଲେ, ଅମୃତ କାଳ କେବଳ ଏକ ଉତ୍ସବ ପାଳନ ସମାରୋହ ନୁହେଁ କିମ୍ବା ଅତୀତକୁ ପ୍ରଶଂସା କରିବା ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ଯାତ୍ରାକୁ ଚିରାଚରିତ ଢଙ୍ଗରେ ଆଗେଇ ନେବାର ସମୟ ନୁହେଁ। ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ। ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ। ଦେଶର ପ୍ରତ୍ୟେକ ଜିଲ୍ଲା ଏହି ଭାବନାକୁ ନେଇ ଆଗକୁ ବଢ଼ିବା ଉଚିତ୍‌ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୯୪୭ ମସିହା ଆଜିର ଦିନରେ ସର୍ଦ୍ଦାର ପଟେଲ ଯେଉଁ ଶପଥ କରିଥିଲେ ଏବଂ ମାର୍ଗ ଦେଖାଇଥିଲେ ସେହି ମାର୍ଗରେ ଆମେ ନିଜକୁ ସମର୍ପିତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି। ତେଣୁ ଆମ ପ୍ରୟାସରେ ସାମାନ୍ୟ ଊଣା ହେବା ଅନୁଚିତ୍‌।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ତିନୋଟି ଲକ୍ଷ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ। ପ୍ରଥମ ଲକ୍ଷ୍ୟ ହେଉଛି, ଦେଶରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବା ଉଚିତ୍‌, ସେମାନଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ଏହି ସହଜତାକୁ ଅନୁଭବ କରିବା ଉଚିତ୍‌। ସରକାରଙ୍କ ସହ ସମ୍ପର୍କ ସ୍ଥାପନରେ ସାଧାରଣ ଜନତାଙ୍କୁ କୌଣସି ଅସୁବିଧା ହେବା ଉଚିତ୍‌ ନୁହେଁ। ବିନା ବାଧାରେ ସେମାନଙ୍କ ପାଖରେ ସବୁ ଲାଭ ଏବଂ ସେବା ପହଞ୍ଚିବା ଆବଶ୍ୟକ। ସାଧାରଣ ଲୋକଙ୍କ ସ୍ୱପ୍ନକୁ ସଂକଳ୍ପ ଦିଗରେ ନେଇଯିବାର ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ ରହିଛି। ଏହି ସଂକଳ୍ପକୁ ସିଦ୍ଧିରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସ୍ୱପ୍ନରୁ ସଙ୍କଳ୍ପ ଏବଂ ସଂକଳ୍ପରୁ ସିଦ୍ଧି ପ୍ରାପ୍ତିର ଯାତ୍ରାରେ ସାଧାରଣ ଲୋକଙ୍କୁ ସହାୟତା କରିବା ଲାଗି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ଉଚିତ୍‌।’’  ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ବିଶ୍ଵ ସ୍ତରରେ ଭାରତର ସ୍ଥିତି ଏବଂ ସମ୍ମାନ ବୃଦ୍ଧି ପାଉଛି। ତେଣୁ ଆମେ ଯାହା କରିବା ତାହା ବିଶ୍ଵ ପରିଦୃଶ୍ୟକୁ ଆଖି ଆଗରେ ରଖି କରାଯିବା ଉଚିତ୍‌। ‘‘ବିଶ୍ଵସ୍ତରରେ ଜାରି ରହିଥିବା ଗତିବିଧିକୁ ଯଦି ଆମେ ଅନୁସରଣ କରିବା ନାହିଁ ତା’ହେଲେ ଆମର ପ୍ରାଥମିକତା ଏବଂ ଧ୍ୟାନର କ୍ଷେତ୍ରକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ। ଏପରି ମାନସିକ ଦୃଷ୍ଟିକୋଣ ନେଇ ଆମେ ଆମର ଯୋଜନା ଏବଂ ପ୍ରଶାସନିକ ମଡେଲକୁ ବିକଶିତ କରିବା ଆବଶ୍ୟକ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରି କହିଥିଲେ ଯେ ଆମର ବ୍ୟବସ୍ଥା ଏବଂ ମଡେଲ ନିୟମିତ ଗତିରେ ସମୟୋପଯୋଗୀ ହେବା ଆବଶ୍ୟକ। ବିଗତ ଶତାବ୍ଦୀର ବ୍ୟବସ୍ଥା ସହିତ ଆମେ ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ କରିପାରିବା ନାହିଁ। ତୃତୀୟତଃ, ସେ କହିଥିଲେ ଯେ, ‘‘ବ୍ୟବସ୍ଥା ଭିତରେ ଆମେ ଯେଉଁ ଠାରେ ଥାଉ ନା କାହିଁକି ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତାକୁ ସୁରକ୍ଷିତ ରଖିବା ଆମର ପ୍ରମୁଖ ଦାୟିତ୍ୱ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଆଦୌ ସାଲିସ୍‌ କରାଯିବା ଉଚିତ୍‌ ନୁହେଁ। ଏପରି ମାପଦଣ୍ଡକୁ ଆଧାର କରି ସ୍ଥାନୀୟ ନିଷ୍ପତ୍ତିଗୁଡ଼ିକ ମଧ୍ୟ ନିଆଯିବା ଉଚିତ୍‌। ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବାର ସାମର୍ଥ୍ୟକୁ ଆଧାର କରି ଆମର ପ୍ରତ୍ୟେକ ନିଷ୍ପତ୍ତିର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ। ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସବୁବେଳେ ‘ରାଷ୍ଟ୍ର ପ୍ରଥମ’ ଭାବନା ରହିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମ ଦେଶର ଏକ ମହାନ ସଂସ୍କୃତି ରହିଛି। ଆମ ଦେଶ ରାଜକୀୟ ପ୍ରଣାଳୀ ଏବଂ ରାଜ ସିଂହାସନରେ ତିଆରି ନୁହେଁ। ହଜାର ହଜାର ବର୍ଷ ଧରି ଆମ ଦେଶରେ ଯେଉଁ ପରମ୍ପରା ରହି ଆସଛି ତାହା ସାଧାରଣ ଜନତାଙ୍କ ସାମର୍ଥ୍ୟ ଦ୍ୱାରା ପରିଚାଳିତ ହୋଇଛି।  ପ୍ରାଚୀନ ଜ୍ଞାନକୁ ସଂରକ୍ଷିତ କରି ରଖିବା ସହିତ ପରିବର୍ତ୍ତନ ଓ ଆଧୁନିକତାକୁ ଗ୍ରହଣ କରିବା ଲାଗି ଆମ ଦେଶରେ ରହିଥିବା ଭାବନା ସମ୍ପର୍କରେ ଏହା ଆମକୁ ସୂଚନା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘‘ସମାଜର ସାମର୍ଥ୍ୟକୁ ପ୍ରୋତ୍ସାହିତ, ଉନ୍ମୁକ୍ତ କରିବା ସହିତ ସମର୍ଥନ ଯୋଗାଇ ଦେବା ସରକାରୀ ବ୍ୟବସ୍ଥାର କର୍ତ୍ତବ୍ୟ’’, ସେ କହିଥିଲେ। ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଏବଂ କୃଷି କ୍ଷେତ୍ରରେ ହେଉଥିବା ନବୋନ୍ମେଷର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ ଏବଂ ପ୍ରୋତ୍ସାହନକାରୀ ଓ ସମର୍ଥକ ଭୂମିକା ନିର୍ବାହ କରିବା ଲାଗି ପ୍ରଶାସକମାନଙ୍କୁ ଆହ୍ବାନ କରିଥିଲେ।

ଜଣେ ଟାଇପିଷ୍ଟ ଏବଂ ସୀତାର ବାଦକଙ୍କ ମଧ୍ୟରେ ପାର୍ଥ୍ୟକ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ପରୀକ୍ଷାମୂଳକ ଜୀବନ ନିର୍ବାହ କରିବାର ଆବଶ୍ୟକତା ରହିଛି। ଜୀବନରେ ସ୍ୱପ୍ନ ଏବଂ ଉତ୍ସାହ ଏବଂ ଉଦ୍ଦେଶ୍ୟ ରହିବା ଉଚିତ୍‌। ସେ କହିଥିଲେ ଯେ ‘‘ ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ନେଇ ବଞ୍ଚିବାକୁ ଚାହୁଁଛି ଯାହାଫଳରେ ମୁଁ ଅନ୍ୟମାନଙ୍କର ସେବା କରିପାରିବି ଏବଂ ଅନ୍ୟମାନଙ୍କୁ ଭଲ ଭାବେ ବଞ୍ଚିବାରେ ସହାୟତା କରିପାରିବି।’’

ଚିରାଚରିତ ପ୍ରଥାରୁ ଊର୍ଦ୍ଧ୍ବକୁ ଉଠି ଅଭିନବ ଚିନ୍ତା କରିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ପ୍ରକ୍ରିୟା ସ୍ୱାଭାବିକ ଭାବେ ଜାରି ରହିବା ଉଚିତ୍‌। ପ୍ରଶାସନିକ ସଂସ୍କାର ପରୀକ୍ଷାମୂଳକ ହେବା ସହିତ ସମୟ ଓ ଦେଶର ଆବଶ୍ୟକତା ଅନୁଯାୟୀ ହେବା ଉଚିତ୍‌। ଅପ୍ରାସଙ୍ଗିକ ଆଇନ ଏବଂ ଅନୁପାଳନ ସଂଖ୍ୟା କମାଇବା ତାଙ୍କର ଏକ ପ୍ରମୁଖ ପ୍ରାଥମିକତା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଚାପରେ ପଡ଼ି ପରିବର୍ତ୍ତିତ ହେବା ଉଚିତ୍‌ ନୁହେଁ, ବରଂ ଆମେ ସକ୍ରିୟ ଭାବେ ସୁଧାର ଆଣିବା ଲାଗି ଚେଷ୍ଟା କରିବା ଉଚିତ୍‌। ଅଭାବ ସମୟରେ ସୃଷ୍ଟି ହୋଇଥିବା ନିୟମ ଏବଂ ମାନସିକତାରେ ଆମେ ପରିଚାଳିତ ହେବା ଉଚିତ୍‌ ନୁହେଁ, ଆମ ପାଖରେ ଆଧିକ୍ୟ ମନୋବୃତ୍ତି ରହିବା ଆବଶ୍ୟକ। ଅନୁରୂପ ଭାବେ, ଆମେ ସମସ୍ୟାଗୁଡ଼ିକ ପ୍ରତି କେବଳ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ସମାଧାନ ପାଇଁ ଆଶାବାଦୀ ହେବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ବିଗତ ୮ ବର୍ଷ ମଧ୍ୟରେ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ ହୋଇପାରିଛି। ଏସବୁ ମଧ୍ୟରୁ କେତେକ ଅଭିଯାନ ଦେଶରେ ମୌଳିକ ଅଭ୍ୟାସଗତ ପରିବର୍ତ୍ତନ ଆଣିପାରିଛି। ସେ କହିଥିଲେ ଯେ ‘‘ରାଜନୀତି ମୋ ସ୍ୱଭାବ ନୁହେଁ ବରଂ ମୁଁ ସ୍ୱାଭାବିକ ଭାବେ ଜନନୀତି ପ୍ରତି ଆଗ୍ରହୀ।’’

ଶେଷରେ, ବ୍ୟକ୍ତିଗତ ଜୀବନରେ ପ୍ରମୁଖ ସଂସ୍କାରଗୁଡ଼ିକୁ ଗ୍ରହଣ କରିବା ଲାଗି ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ଉଦାହରଣ ସ୍ୱରୂପ, ସେମାନେ ସ୍ୱଚ୍ଛତା, ଜିଇଏମ କିମ୍ବା ୟୁପିଆଇ ଭଳି ବ୍ୟବସ୍ଥାକୁ ସେମାନେ ନିଜ ଜୀବନରେ ଉପଯୋଗ କରିବା ଆବଶ୍ୟକ।

ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା/କାର୍ଯ୍ୟକାରୀ ସଂସ୍ଥା ଏବଂ କେନ୍ଦ୍ର/ରାଜ୍ୟ ସଂଗଠନଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ଏବଂ ଅଭିନବ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ‘‘ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’’ର ପ୍ରଦାନ କରାଯାଇଥାଏ। ନିର୍ଦ୍ଦିଷ୍ଟ ପ୍ରାଥମିକତା ଆଧାରିତ କାର୍ଯ୍ୟକ୍ରମର ପ୍ରଭାବୀ କାର୍ଯ୍ୟକାରିତା ଏବଂ ନବୋନ୍ମେଷର ପାଇଁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ନିମ୍ନ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ରର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ସେବା ଦିବସ ୨୦୨୨ରେ ପୁରସ୍କାର ପ୍ରଦାନ କରାଯାଇଛି: (କ) ପୋଷଣ ଅଭିଯାନରେ ‘‘ଜନ ଭାଗିଦାରୀ’’କୁ ପ୍ରୋତ୍ସାହନ, (ଖ) ଖେଲୋ ଇଣ୍ଡିଆ ଯୋଜନା ଜରିଆରେ କ୍ରୀଡ଼ା ଓ ସୁସ୍ଥତା କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହନ, (ଗ) ପିଏମ ସ୍ୱନିଧି ଯୋଜନାରେ ଡିଜିଟାଲ ପେମେଣ୍ଟ୍ସ ଓ ଉତ୍ତମ ପ୍ରଶାସନକୁ ପ୍ରୋତ୍ସାହନ, (ଘ) ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ମାଧ୍ୟମରେ ସାମଗ୍ରିକ ବିକାଶ, (ଚ) ବାଧାମୁକ୍ତ, ମାନବୀୟ ହସ୍ତକ୍ଷେପ ବିନା ଅନ୍ତିମ ସୋପାନରେ ସେବା ପ୍ରଦାନ।

ସାଧାରଣ ପ୍ରଶାସନ/ସେବା ଯୋଗାଣ ଆଦି କ୍ଷେତ୍ରରେ ପାଞ୍ଚଟି ଚିହ୍ନଟ ପ୍ରାଥମିକତା କ୍ଷେତ୍ର କାର୍ଯ୍ୟକ୍ରମ ଏବଂ ନବୋନ୍ମେଷ ପାଇଁ ମୋଟ୍‌ ୧୬ଟି ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଘେବ୍ରେୟେସୁସଙ୍କୁ ଜାମନଗରଠାରେ ସାକ୍ଷାତ କରିଛନ୍ତି । ଏହାପୂର୍ବରୁ ଉଭୟ ପାରମ୍ପାରିକ ଔଷଧ ପାଇଁ ଡବ୍ଲ୍ୟୁଏଚ୍‍ଓ ଗ୍ଲୋବାଲ୍ ସେଣ୍ଟରର ଉଦଘାଟନୀ ଉତ୍ସବରେ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଡକ୍ଟର ଟେଡ୍ରୋସଙ୍କୁ ଭେଟିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ କରିବା ସର୍ବଦା ଆନନ୍ଦଦାୟକ ଅଟେ। ସେ ତାଙ୍କ ଜୀବନରେ ଭାରତୀୟ ଶିକ୍ଷକଙ୍କ ପ୍ରଭାବକୁ ସର୍ବଦା ଭଲ ପାଆନ୍ତି। ଏବଂ ଆଜି ମଧ୍ୟ ସେ ତାଙ୍କ ଗୁଜୁରାଟୀ ଦକ୍ଷତା ପାଇଁ ଅନେକ ପ୍ରଶଂସା ପାଇଛନ୍ତି!”

Categories
ଆଜିର ଖବର ଜାତୀୟ ଖବର

ପ୍ରଫୁଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ କରଙ୍କ ବିୟୋଗଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଓଡିଆରେ ଟୁଇଟି କରି ଏହି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,

“ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।”

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ପ୍ରଭୃ ହନୁମାନଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଗୁଜୁରାଟର ମୋରବିରେ ପ୍ରଭୃ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।

ହନୁମାନଜୀ ଚାରିଧାମ ପ୍ରକଳ୍ପର ଏକ ଅଂଶ ଭାବରେ ଦେଶର ଚାରି ଦିଗରେ ସ୍ଥାପିତ ହେବାକୁ ଥିବା ୪ ଟି ପ୍ରତିମୂର୍ତ୍ତି ମଧ୍ୟରୁ ଏହି ମୂର୍ତ୍ତିଟି ଦ୍ୱିତୀୟ ଅଟେ। ଏହି ପ୍ରତିମୂର୍ତ୍ତିଟି ପଶ୍ଚିମରେ ମୋରବିର ପରମ ପୂଜ୍ୟ ବାପୁ କେଶବାନନ୍ଦ ଜୀଙ୍କର ଆଶ୍ରମରେ ସ୍ଥାପିତ ହୋଇଛି।

ଏହି ପ୍ରକଳ୍ପର ପ୍ରଥମ ପ୍ରତିମୂର୍ତ୍ତିଟି ଉତ୍ତରରେ ୨୦୧୦ରେ ସିମିଳାରେ ସ୍ଥାପିତ ହୋଇଥିଲା। ଦକ୍ଷିଣର ରାମେଶ୍ୱରମ ଠାରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତିର କାର୍ଯ୍ୟ ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ପୋଇଲା ବୈଶାଖ ଅବସରରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଇଲା ବୈଶାଖ ଅବସରରେ ଏକ ଶୁଭ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି!

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ପୋଇଲା ବୈଶାଖର ଶୁଭେଚ୍ଛା। ଏହି ବିଶେଷ ଉତ୍ସବ ବଙ୍ଗୀୟ ସଂସ୍କୃତିକୁ ପ୍ରଦର୍ଶିତ କରିଥା। ମୁଁ ଆଶା କରୁଛି ଆଗାମୀ ବର୍ଷ ଏହା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ।  ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।”

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଉଦଘାଟିତ ହେବ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ଜାଣନ୍ତୁ ଏଥିରେ ରହିଛି କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୪  ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ। ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ଅବସରରେ ଉଦଘାଟିତ ହେବାକୁ ଯାଉଥିବା ସଂଗ୍ରହାଳୟ ଏହାର ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଅବଦାନ ମାଧ୍ୟମରେ ସ୍ୱାଧୀନତା ପରେ ଭାରତର କାହାଣୀ ବର୍ଣ୍ଣନା ରହିଛି ।

ରାଷ୍ଟ୍ର ର୍ନିମାଣରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସ୍ୱାଧୀନତା ପରଠାରୁ ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ପାଇଁ ସେମାନଙ୍କର ଆଦର୍ଶ କିମ୍ବା କାର୍ଯ୍ୟକାଳ ର୍ନିବିଶେଷରେ ଏକ ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ଏକ ଉଦ୍ୟମ, ଯାହା ଆମର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଦୂରଦୃଷ୍ଟି ଏବଂ ସଫଳତା ବିଷୟରେ ଯୁବ ପୀଢିକୁ ସଚେତନ ତଥା ପ୍ରେରଣା ଯୋଗାଇବ ।

ପୁରାତନ ଏବଂ ନୂତନର ଏକ ସମିଶ୍ରଣକୁ ପ୍ରତିନିଧିତ୍ୱ କରି ସଂଗ୍ରହାଳୟର ବ୍ଲକ୍‌-୨ ଭାବରେ ର୍ନିମିତ ନୂତନ ସୌଧ ସହିତ ବ୍ଲକ୍‌-୧ ଭାବରେ ନାମିତ ତ୍ରିମୂର୍ତ୍ତି ଭବନକୁ ଏକତ୍ରିତ କରେ । ଦୁଇଟି ବ୍ଲକର ସମୁଦାୟ କ୍ଷେତ୍ରଫଳ ୧୫,୬୦୦ ବର୍ଗ ମିଟରରୁ ଅଧିକ ।

ସଂଗ୍ରହାଳୟ ସୌଧର ଡିଜାଇନ୍ ଭାରତର ଉତ୍ଥାନର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି, ଏହାର ନେତୃବୃନ୍ଦଙ୍କ ଦ୍ୱାରା ଆକୃତିର ଡିଜାଇନ୍ ସ୍ଥାୟୀ ଏବଂ ଶକ୍ତି ସଂରକ୍ଷଣ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରେ । ପ୍ରକଳ୍ପର କାର୍ଯ୍ୟ ସମୟରେ କୌଣସି ଗଛ କଟାଯାଇ ନାହିଁ କିମ୍ବା ପ୍ରତିରୋପଣ କରାଯାଇ ନାହିଁ । ସଂଗ୍ରହାଳୟର ଲୋଗୋ ଧର୍ମଚକ୍ର ଦେଶ ତଥା ଗଣତନ୍ତ୍ରର ପ୍ରତୀକ ଥିବା ଭାରତୀୟ ଜନତାଙ୍କୁ ପ୍ରତିନିଧିତ୍ୱ କରେ ।

ସଂଗ୍ରହାଳୟ ପାଇଁ ସୂଚନା ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ଡିଭିଜନ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରଣାଳୟ, ମିଡିଆ ହାଉସ୍ (ଭାରତୀୟ ଏବଂ ବିଦେଶୀ), ବୈଦେଶିକ ସମ୍ବାଦ ସରବରାହ ଇତ୍ୟାଦି ସଂସ୍ଥାଗୁଡ଼ିକ ସହିତ ଉତ୍ସ / ସଂଗ୍ରହାଳୟ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଅଭିଲେଖାଗାରକୁ ବ୍ୟବହାର କରି (ଅନ୍ୟାନ୍ୟ ସାହିତ୍ୟିକ କାର‌୍ୟ୍ୟ, ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ର), କିଛି ବ୍ୟକ୍ତିଗତ ବସ୍ତୁ, ଉପହାର ଏବଂ ସ୍ମାରକପତ୍ର (ସମାରୋହ, ସମ୍ମାନ, ପଦକ ପ୍ରଦାନ, ସ୍ମରଣୀୟ ଷ୍ଟାମ୍ପ, ମୁଦ୍ରା ଇତ୍ୟାଦି), ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଏବଂ ଆଦର୍ଶର ଉପନ୍ୟାସ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନର ବିଭିନ୍ନ ଦିଗ ଏକ ଭାବଗତ ଫର୍ମାଟରେ ପ୍ରତିଫଳିତ ହୋଇଛି ।

ସଂଗ୍ରହାଳୟ ସାମଗ୍ରୀରେ ବିବିଧତା ଏବଂ ପ୍ରଦର୍ଶନକୁ ବାରମ୍ବାର ବଦଳାଇବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ-ଆଧାରିତ ବ୍ୟବସ୍ଥା ହୋଇଛି । ହୋଲୋଗ୍ରାମ୍‌, ଭର୍ଚୁଆଲ୍ ରିଅଲିଟି, ଅଗମେଣ୍ଟେଡ୍ ରିଅଲିଟି, ମଲ୍ଟି-ଟଚ୍‌, ମଲ୍ଟିମିଡିଆ, ଇଣ୍ଟରଆକ୍ସିଭ କିଓସ୍କ, କମ୍ପ୍ୟୁଟରାଇଜଡ୍ ଗତିଜ ମୂର୍ତ୍ତି, ସ୍ମାର୍ଟଫୋନ୍ ଆପ୍ଲିକେସନ୍‌, ଇଣ୍ଟରଆକ୍ଟିଭ୍ ସ୍କ୍ରିନ୍‌, ଅଭିଜ୍ଞତା ସ୍ଥାପନ ଇତ୍ୟାଦି ପ୍ରଦର୍ଶନୀ ବିଷୟବସ୍ତୁକୁ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ସକ୍ଷମ କରିଥାଏ ।

ସଂଗ୍ରହାଳୟରେ ସମୁଦାୟ ୪୩ ଗ୍ୟାଲେରୀ ଅଛି । ସ୍ୱାଧୀନତା ସଂଗ୍ରାମର ପ୍ରଦର୍ଶନ ଏବଂ ସମ୍ବିଧାନ ପ୍ରସ୍ତୁତ ହେବା ଠାରୁ ଆରମ୍ଭ କରି ସଂଗ୍ରହାଳୟ ଆମର ପ୍ରଧାନମନ୍ତ୍ରୀମାନେ ବିଭିନ୍ନ ଆହ୍ୱାନ ମାଧ୍ୟମରେ ଦେଶକୁ କିପରି ଆଗକୁ ନେଇଥିଲେ ଏବଂ ଦେଶର ସର୍ବାଙ୍ଗୀନ ପ୍ରଗତି ସୁନିଶ୍ଚିତ କରିଥିଲେ ତାହାର କାହାଣୀ କହିବାକୁ ଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଭେଟି ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆଲୋଚନା କରିଥିଲେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗତକାଲି ଗୁଜୁରାଟର ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସହ ଏକ ଉତ୍ତମ ବୈଠକ ଥିଲା । ଗ୍ରାମାଞ୍ଚଳର ବିକାଶ ସହ ଜନ ଶକ୍ତିଙ୍କ ସାମାଜିକ ପ୍ରଗତି ପାଇଁ ଆମେ ଆଲୋଚନା କରିଥିଲୁ ।”

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ୟୁକ୍ରେନ ପରିସ୍ଥିତି ପ୍ରସଂଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ସୋମବାର ରାତିରେ ଭର୍ଚ୍ୟୁଆଲି ଆଲୋଚନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଆମେରିକା ବିଶ୍ବର ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏହି ଦୁଇ ରାଷ୍ଟ୍ର ପ୍ରାକୃତିକ ଭାବେ ଯୋଡି ହୋଇଛନ୍ତି। ମୋଦୀ କହିଛନ୍ତି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ଯେ, ୟୁକ୍ରେନର ପରିସ୍ଥିତି ଚିନ୍ତାଜନକ ଥିବାବେଳେ ଏହି ଆଲୋଚନା ଚାଲିଛି।

ସେ କହିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ୟୁକ୍ରେନରେ 20 ହଜାରରୁ ଅଧିକ ଭାରତୀୟ ଫସି ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଆମେ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ନିରାପତ୍ତା ତଥା ଔଷଧ ଏବଂ ରିଲିଫ ସାମଗ୍ରୀ ସମେତ ସେମାନଙ୍କୁ ମାନବିକ ସହାୟତା ଯୋଗାଇବାରେ ଭାରତ ଗୁରୁତ୍ୱ ଦେଇଛି। ସେ ସୂଚନା ଦେଇଛନ୍ତି ଯେ ୟୁକ୍ରେନର ଅନୁରୋଧ କ୍ରମେ ଭାରତ ଖୁବ୍ ଶୀଘ୍ର ବିପୁଳ ପରିମାଣର ଔଷଧ ପଠାଇବାକୁ ବନ୍ଦୋବସ୍ତ କରିଛି।

ନିକଟରେ ୟୁକ୍ରେନର ବୁଚା ସହରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ଅତ୍ୟନ୍ତ ଚିନ୍ତାଜନକ ବୋଲି ମୋଦୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାରତ ଏହାକୁ ନିନ୍ଦା କରିଛି ଏବଂ ଏହାର ଉଚିତ ତଦନ୍ତ ଦାବି କରିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶାନ୍ତି ପାଇଁ ବାଟ ଫିଟିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ୟୁକ୍ରେନ ଏବଂ ଋଷର ରାଷ୍ଟ୍ରପତିଙ୍କ ସହ ଅନେକ ଥର ଫୋନରେ କଥା ହୋଇଛନ୍ତି ଏବଂ ଶାନ୍ତି ପାଇଁ ନିବେଦନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସଂସଦରେ ୟୁକ୍ରେନର ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରାଯାଇଛି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ଉଦବୋଧନରେ କହିଛନ୍ତି ଯେ ଭାରତ ଏବଂ ଆମେରିକା ଦୁଇଟି ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଯାହାକି ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ବାଣ୍ଟିପାରିଛି। ସେ କହିଛନ୍ତି ଯେ ଭାରତ – ଆମେରିକାର ଭାଗିଦାରୀ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସେସବୁକୁ ଜାରୀ ରଖିବା ପାଇଁ ବିଭିନ୍ନ ସମୟରେ ପରାମର୍ଶ ଏବଂ କଥାବାର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ଏଥିସହିତ କୋଭିଡ19 ମହାମାରୀ, ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ, ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଘଟିଥିବା ବିକାଶ ଏବଂ ୟୁକ୍ରେନର ପରିସ୍ଥିତି ଭଳି ଅନେକ ଆଞ୍ଚଳିକ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ମତ ବିନିମୟ ହୋଇଛି।

Categories
ବିଶେଷ ଖବର

ଅଟଳ ଇନୋଭେସନ ମିଶନର ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ। ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ।

ଏଆଇଏମ ମାଧ୍ୟମରେ ନିମ୍ନ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯିବ:

୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ (ଏଟିଏଲ) ପ୍ରତିଷ୍ଠା କରିବା,

୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର (ଏଆଇସି) ପ୍ରତିଷ୍ଠା କରିବା,

୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର (ଏସିଆଇସି) ପ୍ରତିଷ୍ଠା କରିବା

ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରିବା।

ଉପରୋକ୍ତ ସେଣ୍ଟର ପ୍ରତିଷ୍ଠା କରିବା ଏବଂ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାର ଏହି ପ୍ରକ୍ରିୟାରେ ମୋଟ୍‌ ୨,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବଜେଟ୍‌ ବ୍ୟୟ କରାଯିବ।

ମାନନୀୟ ଅର୍ଥ ମନ୍ତ୍ରୀ ୨୦୧୫ ବଜେଟ୍‌ ଅଭିଭାଷଣରେ କରିଥିବା ଘୋଷଣା ଅନୁଯାୟୀ, ନୀତି ଆୟୋଗଙ୍କ ଦ୍ବାରା ଅଟଳ ଇନୋଭେସନ ମିଶନ ପ୍ରତିଷ୍ଠା କରାଯାଇଛି। ଏଆଇଏମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଦ୍ୟୋଗମାନଙ୍କ ସ୍ତରରେ ବିଭିନ୍ନ ଉପାୟ ମାଧ୍ୟମରେ ସାରା ଦେଶରେ ନବସୃଜନ ଏବଂ ଉଦ୍ୟମିତାର ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଓ ଏହାକୁ ପ୍ରୋତ୍ସାହିତ କରିବା। ଏଆଇଏମ ମୌଳିକ ଭିତ୍ତିଭୂମି ନିର୍ମାଣ ଏବଂ ସଂସ୍ଥାନ ନିର୍ମାଣ, ଉଭୟ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ କରିଛି। ନିମ୍ନରେ ଦିଆଯାଇଥିବା ଉଦାହରଣ ଅନୁରୂପ ଏହା ସ୍ପଷ୍ଟ ହୋଇଛି ଯେ ଏଆଇଏମ ଜାତୀୟ ଏବଂ ବିଶ୍ବ, ଉଭୟ ସ୍ତରରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମକୁ ସମନ୍ବିତ କରିବା ଦିଗରେ କାମ କରିଛି :

ଏଆଇଏମ ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ସମନ୍ବୟ ଆଧାରିତ ସହଯୋଗ ବିକଶିତ କରିବା ଲାଗି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସିମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିଛି ଯେଉଁଥିରେ ରୁଷ୍‌ ସହିତ ଏଆଇଏମ-ଏସଆଇଆରଆଇୟୁଏସ ଛାତ୍ର ନବସୃଜନ ବିନିମୟ କାର୍ଯ୍ୟକ୍ରମ, ଡେନମାର୍କ ସହିତ ଏଆଇଏମ-ଆଇସିଡିକେ (ଇନୋଭେସନ ସେଣ୍ଟର ଡେନମାର୍କ) ୱାଟର ଚ୍ୟାଲେଞ୍ଜ ଏବଂ ଅଷ୍ଟ୍ରେଲିଆ ସହିତ ଆଇଏସିଇ (ଇଣ୍ଡିଆ ଅଷ୍ଟ୍ରେଲିୟାନ୍‌ ସର୍କୁଲାର ଇକୋନୋମି ହ୍ୟାକାଥନ) ସାମିଲ ରହିଛି।

ଏଆଇଏମ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଆୟୋଜିତ ଏକ ଇନୋଭେସନ ଷ୍ଟାର୍ଟଅପ୍‌ ଶିଖର ସମ୍ମିଳନୀ-ଇନସ୍ପ୍ରେନର ସଫଳତା ପୂର୍ବକ ଆୟୋଜନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ସହିତ କ୍ରୟକୁ ପ୍ରୋତ୍ସାହନ ଦେଉଥିବା ପ୍ରତିରକ୍ଷା ନବସୃଜନ ସଂଗଠନ ପ୍ରତିଷ୍ଠା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏଆଇଏମ ସହଭାଗିତା ସ୍ଥାପନ କରିଛି।

ବିଗତ କିଛି ବର୍ଷ ମଧ୍ୟରେ, ଏଆଇଏମ ସାରା ଦେଶର ନବସୃଜନ ଗତିବିଧିକୁ ସମନ୍ବିତ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ପ୍ରଦାନ କରିବା ଲାଗି କାମ କରିଛି। ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଲକ୍ଷାଧିକ ସ୍କୁଲ ପିଲାମାନଙ୍କ ମଧ୍ୟରେ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିଛି। ଏଆଇଏମ ସମର୍ଥିତ ଷ୍ଟାର୍ଟଅପ୍‌ ସରକାରୀ ଏବଂ ଘରୋଇ ଇକ୍ୟୁଟି ନିବେଶକମାନଙ୍କ ଠାରୁ ୨ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ସଂଗ୍ରହ କରିବେ ଏବଂ ଅନେକ ହଜାର ରୋଜଗାର ସୁଯୋଗ ସୃଷ୍ଟି କରିଛି। ଏଆଇଏମ ଜାତୀୟ ହିତ ସହ ଜଡ଼ିତ ବିଭିନ୍ନ ବିଷୟରେ ନବସୃଜନ ଜନିତ ସମସ୍ୟାର ମଧ୍ୟ ସମାଧାନ କରିଛି। ଏଆଇଏମର କାର୍ଯ୍ୟକ୍ରମଗୁଡ଼ିକରେ ୩୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସାମିଲ କରାଯାଇଛି। ଏହା ମାଧ୍ୟମରେ ନବସୃଜନ ସହ ଜଡ଼ିତ ଇକୋସିଷ୍ଟମରେ ଅଧିକରୁ ଅଧିକ ଭାଗିଦାରୀକୁ ପ୍ରୋତ୍ସାହିତ କରି ଭାରତର ଜନସାଂଖ୍ୟିକ ଲାଭାଂଶର ଫାଇଦା ନେବା ପାଇଁ ଲକ୍ଷ୍ୟ ରଖାଯାଇଛି।

କ୍ୟାବିନେଟ ଦ୍ବାରା ଅବଧି ସମ୍ପ୍ରସାରଣ ମଞ୍ଜୁରି ମିଳିବା ପରେ ନବାସୃଜନ ସମ୍ବନ୍ଧୀୟ ଏକ ସମାବେଶୀ ଇକୋସିଷ୍ଟମ ବିକଶିତ କରିବାର ଦାୟିତ୍ବ ଏବେ ଏଆଇଏମ ଉପରକୁ ଆସିଯାଇଛି। ଫଳରେ ନବସୃଜନ ଏବଂ ଉଦ୍ୟମିତା କାର୍ଯ୍ୟକଳାପ ସହ ଯୋଡ଼ିହେବା ଲଗାତାର ଅଧିକ ସହଜ ହୋଇପାରିବ।

Categories
cbse10th CBSE12th ICSE10th ICSE12th ବିଶେଷ ଖବର

ପରୀକ୍ଷା ପେ ଚର୍ଚ୍ଚା ୨୦୨୨ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହିତ ମତ ବିନିମୟ କରିଛନ୍ତି। ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମତବିନିମୟ କାର୍ଯ୍ୟକ୍ରମ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ  ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ଅନ୍ନପୂର୍ଣ୍ଣ ଦେବୀ, ଡକ୍ଟର ସୁଭାଷ ସରକାର, ଡକ୍ଟର ରାଜକୁମାର ରଞ୍ଜନ ସିଂ ଏବଂ ରାଜୀବ ଚନ୍ଦ୍ରଶେଖର ସମାରୋହରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ। ପ୍ରଧାନମନ୍ତ୍ରୀ ଏହି ଆଲୋଚନା ସମୟରେ ସମସ୍ତଙ୍କ ସହିତ ଆଗ୍ରହର ସହ, ଉଦାରତାପୂର୍ଣ୍ଣ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ ଆପୋସ ଆଲୋଚନା କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା। ତେବେ ଚଳିତ ଥର ସାନ ସାନ ବନ୍ଧୁମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିବା ଲାଗି ତାଙ୍କୁ ସୁଯୋଗ ମିଳିଛି। ଏଥିରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ। ଆସନ୍ତାକାଲି ଠାରୁ ବିକ୍ରମ ସମ୍ବତ ଆରମ୍ଭ ହେଉଥିବା ସେ ଉଲ୍ଲେଖ କରିଥିଲେ। ଆଗକୁ ଆସୁଥିବା ଅନେକ ପର୍ବପର୍ବାଣୀ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଏକ ନୂଆ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅବସରରେ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ସେ ଗ୍ରହଣ କରିପାରି ନାହାନ୍ତି ସେସବୁ ପ୍ରଶ୍ନର ଉତ୍ତର ନମୋ ଆପ୍‌ ଜରିଆରେ ଭିଡିଓ, ଅଡିଓ କିମ୍ବା ଟେକ୍ସଟ୍‌ ମେସେଜ୍‌ ମାଧ୍ୟମରେ ଦିଆଯିବ।

ଦିଲ୍ଲୀର ଖୁସି ଜୈନ ପ୍ରଥମ ପ୍ରଶ୍ନ ପଚାରିଥିଲେ। ଛତିଶଗଡ଼ ବିଳାସପୁରର ଛାତ୍ର, ଭଦୋଦରାର କିନି ପଟେଲ ମଧ୍ୟ ପରୀକ୍ଷାକୁ ନେଇ ରହିଥିବା ଭୟ ଏବଂ ଚାପ ବିଷୟରେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭୟଭୀତ କିମ୍ବା ଚାପଗ୍ରସ୍ତ ନହେବା ପାଇଁ ପରାମର୍ଶ ଦେଇଥିଲେ, କାରଣ ଏହା ସେମାନଙ୍କ ପାଇଁ ପ୍ରଥମ ପରୀକ୍ଷା ନୁହେଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏକ ପ୍ରକାରରେ ‘‘ପରୀକ୍ଷା ପ୍ରତି ସହନଶୀଳ’’ ହୋଇସାରିଲେଣି। ପୂର୍ବ ପରୀକ୍ଷାରୁ ସେମାନେ ହାସଲ କରିଥିବା ଅଭିଜ୍ଞତା ଭବିଷ୍ୟତର ପରୀକ୍ଷା ପାଇଁ ସେମାନଙ୍କୁ ସହାୟକ ହେବ। ସେମାନେ କେତେକ ବିଷୟ ପଢ଼ିବାକୁ ହୁଏତ’ ଭୁଲି ଯାଇଥିବେ, କିନ୍ତୁ ତା’କୁ ନେଇ ସେତେଟା ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରସ୍ତୁତିର ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶାନ୍ତ ଓ ସ୍ୱାଭାବିକ ଭାବେ ନିଜର ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ସେ କହିଥିଲେ। ଅନ୍ୟମାନଙ୍କର ସାମର୍ଥ୍ୟ ସହ ତୁଳନା କରି କୌଣସି ଚେଷ୍ଟା କରିବାରେ କିଛି ଲାଭ ନାହିଁ, ବରଂ ନିଜର ସ୍ୱାଭାବିକ ପ୍ରସ୍ତୁତି ସହ ଆଗକୁ ବଢ଼ିବା ଏବଂ ଶାନ୍ତ ମନୋଭାବ ନେଇ ପରୀକ୍ଷାକୁ ଏକ ଉତ୍ସବ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ପରବର୍ତ୍ତୀ ପ୍ରଶ୍ନ ପଚାରିଥିଲେ କର୍ଣ୍ଣାଟକ ମହୀଶୂରର ତରୁଣ। ସେ ପଚାରିଥିଲେ ଯେ, ଅନଲାଇନରେ ୟୁଟ୍ୟୁବ ଭଳି ଅନେକ ଜିନିଷ ଅଛି ଯାହା ଏକାଗ୍ରତା ଭଙ୍ଗ କରିଥାଏ। ଏପରି ସ୍ଥିତିରେ କିଭଳି ଅନଲାଇନ୍‌ ପାଠପଢ଼ା ଜାରି ରଖି ହେବ? ଦିଲ୍ଲୀର ଶାହିଦ୍‌ ଅଲ୍ଲୀ, କେରଳ ତିରୁଅନନ୍ତପୁରମ୍‌ର କୀର୍ତ୍ତନ, ତାମିଲନାଡ଼ୁ କ୍ରୀଷ୍ଣାଗିରିର ଜଣେ ଶିକ୍ଷକ ଚନ୍ଦ୍ରଚୂଡ଼େଶ୍ୱରନ୍‌ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଲାଇନ କିମ୍ବା ଅଫଲାଇନ୍‌ ମାଧ୍ୟମରେ ପାଠପଢ଼ିବା ସହ କୌଣସି ସମସ୍ୟା ନାହିଁ। ଅଫଲାଇନ୍‌ ମାଧ୍ୟମରେ ପଢ଼ିବା ସମୟରେ ମଧ୍ୟ ଅନେକ ସମୟରେ ଛାତ୍ରଛାତ୍ରୀ ଅନ୍ୟମନସ୍କ ହୋଇଥାନ୍ତି। କୌଣସି ମାଧ୍ୟମ ନୁହେଁ ବରଂ ଆମ ମାନସିକତାରେ ହିଁ ସମସ୍ୟା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଅନଲାଇନ ହେଉ କିମ୍ବା ଅଫଲାଇନ ମାଧ୍ୟମ, ସବୁବେଳେ ପାଠପଢ଼ା ପ୍ରତି ଧ୍ୟାନ ରହିଲେ, ଆମ ଛାତ୍ରଛାତ୍ରୀଙ୍କୁ ଅନ୍ୟମନସ୍କତା ସମସ୍ୟା ବ୍ୟଥିତ କରିବ ନାହିଁ। ସେ କହିଥିଲେ ଯେ, ଆଗକୁ ନୂଆ ନୂଆ ପ୍ରଯୁକ୍ତି ଆସିବ ଏବଂ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ଉଚିତ୍‌। ଅଧ୍ୟୟନର ନୂତନ ମାଧ୍ୟମକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନଲାଇନ ପାଠପଢ଼ା ଆପଣଙ୍କର ଅଫଲାଇନ ପାଠପଢ଼ାରେ ସହାୟକ ହୋଇପାରେ। କୌଣସି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଅନଲାଇନ ଏବଂ ସେହି ବିଷୟରେ ଗଭୀର ଅଧ୍ୟୟନ କରିବା ଏବଂ ତା’କୁ କାର୍ଯ୍ୟରେ ଲଗାଇବା ପାଇଁ ଅଫଲାଇନ ଏକ ମାଧ୍ୟମ ହୋଇପାରେ। ସେ ଡୋସା ପ୍ରସ୍ତୁତିର ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଅନଲାଇନରୁ ସହଜରେ ଡୋସା ପ୍ରସ୍ତୁତି ଜାଣିପାରିବ କିନ୍ତୁ ଏହାକୁ ପ୍ରସ୍ତୁତି ଏବଂ ସେବନ କରିବା କାର୍ଯ୍ୟ ଅଫଲାଇନରେ ହିଁ କରିବାକୁ ହେବ। ଭର୍ଚୁଆଲ୍ ଦୁନିଆରେ ବଞ୍ଚିବା ତୁଳନାରେ ନିଜ ବିଷୟରେ ଚିନ୍ତା କରିବା ଏବଂ ନିଜ ସହିତ ରହିବାରେ ବହୁତ ଆନନ୍ଦ ରହିଛି ବୋଲି ସେ କହିଥିଲେ।

ହରିୟାଣା ପାନିପତ୍‌ର ଜଣେ ଶିକ୍ଷୟିତ୍ରୀ ସୁମନ ରାଣୀ ନୂଆ ଜାତୀୟ ଶିକ୍ଷା ନୀତିକୁ ନେଇ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ ନୂଆ ଶିକ୍ଷା ନୀତି ନିର୍ଦ୍ଦିଷ୍ଟ ଭାବେ ଛାତ୍ରଛାତ୍ରୀଙ୍କ ଜୀବନ ଓ ସାମଗ୍ରିକ ଭାବେ ସମାଜକୁ କିଭଳି ସଶକ୍ତ କରିବ ଏବଂ ଏହା ନୂତନ ଭାରତ ପାଇଁ କିଭଳି ମାର୍ଗ ପ୍ରଶସ୍ତ କରିବ। ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାର ଶିଲା ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ‘ଜାତୀୟ’ ଶିକ୍ଷା ନୀତି ଏବଂ ଏହା ଏକ ‘ନୂଆ’ ଶିକ୍ଷା ନୀତି ନୁହେଁ। ସେ କହିଥିଲେ ଯେ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଏହି ଶିକ୍ଷାନୀତିର ଚିଠା ପ୍ରସ୍ତୁତ ହୋଇଛି। ଏପରି କରାଯିବା ଏକ ପ୍ରକାର ରେକର୍ଡ। ‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି। ସାରା ଭାରତରେ ଲୋକମାନେ ଏହା ଉପରେ ବିଚାରବିମର୍ଶ କରିଛନ୍ତି’’, ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ନୀତିକୁ ସରକାର ନୁହନ୍ତି, ବରଂ ଦେଶର ନାଗରିକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ମିଶି ଦେଶର ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ, ପୂର୍ବରୁ ଶାରୀରିକ ଶିକ୍ଷା ଏବଂ ପ୍ରଶିକ୍ଷଣକୁ ପାଠ୍ୟ ବର୍ହିଭୂତ ବିଷୟ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହାକୁ ଶିକ୍ଷା ବ୍ୟବସ୍ଥାର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି ଏବଂ ଏହି କ୍ଷେତ୍ରକୁ ଏକ ନୂଆ ସମ୍ମାନ ମିଳୁଛି। ସେ କହିଥିଲେ ଯେ, ବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥା ଏବଂ ବିଚାର ଏକବିଂଶ ଶତାବ୍ଦୀରେ ଆମର ବିକାଶ ଧାରାକୁ ବିବେଚନା କରିପାରିବ ନାହିଁ। ଆମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ। ପରିବର୍ତ୍ତିତ ବ୍ୟବସ୍ଥା ସହିତ ଯଦି ଆମେ ବଦଳିବା ନାହିଁ ତା’ହେଲେ ଆମେ ପଛରେ ପଡ଼ିଯିବା ଏବଂ ପଛୁଆ ରହିଯିବା। ସେ କହିଥିଲେ ଯେ, ବ୍ୟକ୍ତିଗତ ଆକାଂକ୍ଷା ପୂରଣ କରିବା ଲାଗି ଜାତୀୟ ଶିକ୍ଷା ନୀତି ଆମକୁ ସୁଯୋଗ ଦେଇଥାଏ। ଜ୍ଞାନ ସହିତ କୌଶଳ ବିକାଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ, ଏହି କାରଣରୁ କୌଶଳ ବିକାଶକୁ ଜାତୀୟ ଶିକ୍ଷା ନୀତିର ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଇଛି। ଜାତୀୟ ଶିକ୍ଷା ନୀତିରେ ବିଷୟବସ୍ତୁ ଚୟନ କରିବାର ସ୍ୱାଧୀନତା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ ଲାଗୁ କରାଗଲେ ନୂଆ ସୁଯୋଗର ଅନେକ ଅବସର ସୃଷ୍ଟି ହେବ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ନୂଆ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ଲାଗି ନୂଆ ମାର୍ଗ ଖୋଲିବା ନିମନ୍ତେ ସାରା ଦେଶରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେ ଅନୁରୋଧ କରିଥିଲେ।

ଉତ୍ତର ପ୍ରଦେଶ ଗାଜିଆବାଦର ରୋଶନୀ ପଚାରିଥିଲେ ଯେ ପରୀକ୍ଷା ଫଳକୁ ନେଇ ପରିବାର ଲୋକଙ୍କ ଆଶା ପୂରଣ କରିବା ସମସ୍ୟା ସହ କିଭଳି ମୁକାବିଲା କରିହେବ। ମାତାପିତାଙ୍କ ଚିନ୍ତାଧାରା ଅନୁରୂପ ଶିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ୍‌ ନା ଏହାକୁ ଏକ ଉତ୍ସବ ଭାବେ ଉପଭୋଗ କରିବା ଉଚିତ୍‌। ପଞ୍ଜାବ ଭଟିଣ୍ଡାର କୀରଣ ପ୍ରୀତ୍‌ କୌର ମଧ୍ୟ ସମାନ ପ୍ରଶ୍ନ କରିଥିଲେ । ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷକ ଏବଂ ମାତାପିତା ସେମାନଙ୍କର ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦିଦେବା ଉଚିତ୍‌ ନୁହେଁ। ‘‘ଶିକ୍ଷକ ଏବଂ ଅଭିଭାବକମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଇ ପାରିବ ନାହିଁ। ପିଲାମାନେ ତାଙ୍କର ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇବା ଜରୁରି’’, ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ସାମର୍ଥ୍ୟ ରହିଛି ଏବଂ ମାତାପିତା ଓ ଶିକ୍ଷକମାନେ ଏହି ସାମର୍ଥ୍ୟକୁ ଉଜାଗର କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ନିଜ ସାମର୍ଥ୍ୟକୁ ଚିହ୍ନିବା ସହିତ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିଭିନ୍ନ ବାଧା ରହିଥିବା ସମୟରେ କିଭଳି ପ୍ରେରଣା ହାସଲ କରିବାକୁ ହେବ ଏବଂ ସଫଳତା ମିଳିପାରିବ ସେ ସମ୍ପର୍କରେ ଦିଲ୍ଲୀର ବୈଭବ କନୌଜ ପ୍ରଶ୍ନ କରିଥିଲେ। ସେହିପରି ଏକ ସମାନ ବିଷୟକୁ ନେଇ ଓଡ଼ିଶାର ଜଣେ ଅଭିଭାବକ ସୁଜିତ କୁମାର ପ୍ରଧାନ, ଜୟପୁରର କୋମଲ ଶର୍ମା ଏବଂ ଦୋହାର ଆରୋନ୍‌ ଏବେନ୍‌ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ପ୍ରେରଣା ପାଇଁ କୌଣସି ଇଞ୍ଜେକ୍ସନ କିମ୍ବା ସୂତ୍ର ନାହିଁ। ବରଂ, ନିଜକୁ ଭଲ ଭାବେ ଚିହ୍ନନ୍ତୁ ଓ କ’ଣ ଆପଣଙ୍କୁ ଖୁସି ଦେଉଛି ତାହା ଜାଣନ୍ତୁ ଏବଂ ସେହି ଅନୁଯାୟୀ ଆଗକୁ ବଢ଼ନ୍ତୁ।’’

ସ୍ୱାଭାବିକ ଭାବେ ସେମାନଙ୍କୁ ଅନୁପ୍ରାଣିତ କରୁଥିବା ଜିନିଷ ଚିହ୍ନଟ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ପ୍ରକ୍ରିୟାରେ ସ୍ୱାଧୀନତା ଉପରେ ସେ ଗୁରତ୍ୱାରୋପ କରିଥିଲେ। ନିଜର ସଙ୍କଟ ସମୟରେ ସହାନୁଭୂତି ହାସଲ କରିବା ପାଇଁ ଚେଷ୍ଟା ନକରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଚତୁଃପାର୍ଶ୍ୱକୁ ଦେଖନ୍ତୁ। କିଭଳି ଅନ୍ୟ ପିଲାମାନେ, ଦିବ୍ୟାଙ୍ଗମାନେ ଓ ପ୍ରକୃତି ନିଜର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ତାହା ଅନୁଧ୍ୟାନ କରନ୍ତୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଚାରି ପାଖରେ ଅନେକ ଘଟଣା ଘଟୁଛି। ସେଥିରେ ରହିଥିବା ପ୍ରୟାସ ଓ ସାମର୍ଥ୍ୟ ଆମକୁ ଅନୁଧ୍ୟାନ କରିବାକୁ ହେବ ଏବଂ ସେଥିରୁ ପ୍ରେରଣା ନେବାକୁ ହେବ। ସେ ତାଙ୍କ ପୁସ୍ତକ ଏକ୍ଜାମ ୱାରିଅର୍ସ ବିଷୟରେ ଉଲ୍ଲେଖ କରିଥିଲେ। ‘ପରୀକ୍ଷା’କୁ ପତ୍ର ଲେଖିବା ଏବଂ ନିଜର ସାମର୍ଥ୍ୟ ଓ ପ୍ରସ୍ତୁତିକୁ ନେଇ ପରୀକ୍ଷାର ମୁକାବିଲା କରିବା ଦ୍ୱାରା ଜଣେ କିଭଳି ପ୍ରେରଣା ହାସଲ କରିପାରିବ ତାହା ପ୍ରଧାନମନ୍ତ୍ରୀ କହିଥିଲେ।

ତେଲଙ୍ଗାନା ଖମମର ଅନୁଶା କହିଥିଲେ ଯେ ଶିକ୍ଷକ ପାଠ ପଢ଼ାଇବା ବେଳେ ସେ କୌଣସି ବିଷୟକୁ ଭଲ ଭାବେ ବୁଝି ପାରୁଛନ୍ତି କିନ୍ତୁ କିଛି ସମୟ ପରେ ତାହା ଭୁଲି ଯାଉଛନ୍ତି। ଏହି ସମସ୍ୟା ସହ କିପରି ମୁକାବିଲା କରିବାକୁ ହେବ ସେ ପ୍ରଶ୍ନ କରିଥିଲେ। ନମୋ ଆପ୍‌ ମାଧ୍ୟମରେ ଗାୟତ୍ରୀ ସାକ୍ସେନା ମଧ୍ୟ ସ୍ମରଣଶକ୍ତି ଓ ବୁଝିବା କ୍ଷମତା ବିଷୟରେ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ପଢ଼ିଥିବା ବିଷୟ କେବେ ହେଲେ ଭୁଲି ହେବ ନାହିଁ। ବର୍ତ୍ତମାନରେ ସବୁବେଳେ ଉପସ୍ଥିତ ରହିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସ୍ଥିତି ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ସେମାନେ ପାଠ ଭଲ ଭାବେ ଶିଖିପାରିବେ ଏବଂ ମନେ ରଖିପାରିବେ। ସେ କହିଥିଲେ ଯେ, ବର୍ତ୍ତମାନ ହେଉଛି ସବୁଠୁ ବଡ଼ ‘ଉପସ୍ଥିତି’ ଏବଂ ବର୍ତ୍ତମାନକୁ ନେଇ ବଞ୍ଚୁଥିବା ଏବଂ ଏହାକୁ ବୁଝିବା ଲୋକ ଜୀବନରେ ସବୁବେଳେ ସର୍ବୋତ୍ତମ ପରିଣାମ ପ୍ରାପ୍ତ କରିଥାଏ। ସ୍ମୃତି ଶକ୍ତିର ସମ୍ପତ୍ତିକୁ ସାଇତି ରଖିବା ଏବଂ ଏହାକୁ ବିସ୍ତାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ ମଧ୍ୟ କହିଥିଲେ ଯେ, କୌଣସି କଥା ମନେ ରଖିବା ପାଇଁ ସ୍ଥିର ମସ୍ତିଷ୍କ ସବୁଠୁ ବଡ଼ ଆବଶ୍ୟକତା।

ଝାଡ଼ଖଣ୍ଡର ଶ୍ବେତା କୁମାରୀ କହିଥିଲେ ଯେ ରାତିରେ ପାଠ ପଢ଼ିବା ଲାଗି ସେ ପସନ୍ଦ କରିଥାନ୍ତି କିନ୍ତୁ ତାଙ୍କୁ ଦିନରେ ପଢ଼ିବା ପାଇଁ କୁହାଯାଏ। ପାଠପଢ଼ାର ଉପଯୁକ୍ତ ସମୟକୁ ନେଇ ନମୋ ଆପ୍‌ ଜରିଆରେ ରାଘବ ଯୋଶୀ ମଧ୍ୟ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଜଣଙ୍କ ପ୍ରୟାସ ଏବଂ ସମୟ କିଭଳି ବିନିଯୋଗ ହୋଇଛି ତାହାର ମୂଲ୍ୟାୟନ କରିବା ଭଲ କଥା। ଫଳାଫଳ ଏବଂ ପରିଣାମକୁ ବିଶ୍ଳେଷଣ କରିବାର ଏହି ଅଭ୍ୟାସ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସେ କହିଥିଲେ ଯେ, ଆମକୁ ସହଜ ଲାଗୁଥିବା ଏବଂ ଆଗ୍ରହର ବିଷୟରେ ଆମେ ଅଧିକାଂଶ ସମୟ ଦେଇଥାଉ। ‘ମନ, ମସ୍ତିଷ୍କ ଏବଂ ଶରୀରର ଠକାମି’ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ହେଲେ ଆମକୁ ନିରନ୍ତର ପ୍ରୟାସ କରିବାକୁ ହେବ। ‘‘ଆପଣ ଉପଭୋଗ କରୁଥିବା କାମ କରନ୍ତୁ, ତା’ହେଲେ ଯାଇ ଆପଣ ସର୍ବାଧିକ ପରିଣାମ ପାଇପାରିବେ’’, ପ୍ରଧାନମନ୍ତ୍ରୀ କହିଥିଲେ।

ଜମ୍ମୁ ଓ କଶ୍ମୀର ଉଧମପୁରର ଏରିକା ଜର୍ଜ ପଚାରିଥିଲେ ଯେ ଯେଉଁ ଲୋକମାନେ ଜ୍ଞାନୀ କିନ୍ତୁ କୌଣସି କାରଣରୁ ସଠିକ୍‌ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ କ’ଣ କରାଯାଇପାରିବ। ଗୌତମ ବୁଦ୍ଧ ନଗରର ହରି ଓମ୍‌ ମିଶ୍ରା ପଚାରିଥିଲେ ଯେ ସେମାନେ କିଭଳି ଭାବେ ପ୍ରତିଯୋଗିତାମୂଳକ ପରୀକ୍ଷାର ଆବଶ୍ୟକତା ଏବଂ ବୋର୍ଡ ପରୀକ୍ଷା ପାଇଁ ପାଠପଢ଼ାକୁ ଏକ ସଙ୍ଗେ ତୁଲାଇ ପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପାଇଁ ପଢ଼ିବା ଭୁଲ କଥା। ସେ କହିଥିଲେ ଯେ ଯଦି ଜଣେ ବିଦ୍ୟାର୍ଥୀ ସମ୍ପୂର୍ଣ୍ଣ ଧ୍ୟାନର ସହକାରେ ନିଜର ପାଠ୍ୟ ବିଷୟ ପଢ଼ନ୍ତି ତା’ହେଲେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ କୌଣସି ସମସ୍ୟା ଦେଖା ଦେଇନଥାଏ। ପରୀକ୍ଷାରେ ପାସ୍‌ କରିବା ବଦଳରେ କୌଣସି ବିଷୟରେ ଦକ୍ଷତା ହାସଲ କରିବା ପାଇଁ ଲକ୍ଷ୍ୟ ରଖି ପାଠ ପଢ଼ିବା ଉଚିତ୍‌ ବୋଲି ସେ କହିଥିଲେ। ସେ ଆହୁରି ଯେ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ, ପ୍ରତିଯୋଗିତା ପାଇଁ ନୁହେଁ । ସେ କହିଥିଲେ, ‘‘ଆପଣମାନେ ଏକ ସ୍ୱତନ୍ତ୍ର ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି। ହଁ, ଏଥିରେ ନିଶ୍ଚିତ ଭାବେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ରହିଛି କିନ୍ତୁ ଅପାର ସୁଯୋଗ ମଧ୍ୟ ରହିଛି।’’ ପ୍ରତିଯୋଗିତାକୁ ସେମାନଙ୍କର ସମୟର ସବୁଠୁ ମହାନ ଉପହାର ଭାବେ ଗ୍ରହଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଗ୍ରାମୀଣ ବାଳିକାମାନଙ୍କ ଉନ୍ନତିକରଣ ପାଇଁ ସମାଜ କିଭଳି ଯୋଗଦାନ ଦେଇପାରିବ ସେ ସମ୍ପର୍କରେ ଗୁଜରାଟ ନବସାରୀର ଜଣେ ଅଭିଭାବକ ସୀମା ଚେତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ପୂର୍ବରୁ ବାଳିକମାନଙ୍କ ଶିକ୍ଷାଦାନ ପ୍ରତି ଅଣଦେଖା କରାଯାଉଥିଲା। ସେହି ସମୟ ତୁଳନାରେ ପରିସ୍ଥିତି ଏବେ ଅନେକ ବଦଳି ଯାଇଛି। ଝିଅମାନଙ୍କ ପାଇଁ ଉଚିତ୍‌ ଶିକ୍ଷା ସୁନିଶ୍ଚିତ କରିବା ବିନା କୌଣସି ସମାଜ ଉନ୍ନତି କରିପାରିବ ନାହିଁ ବୋଲି ସେ ଜୋର ଦେଇ କହିଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ପାଇଁ ଉପଯୁକ୍ତ ସୁଯୋଗ ଏବଂ  ସେମାନଙ୍କ ସଶକ୍ତିକରଣକୁ ଏକ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି। ଝିଅମାନଙ୍କୁ ଏବେ ଅଧିକ ମୂଲ୍ୟବାନ ସମ୍ପତ୍ତି ଭାବେ ବିବେଚନା କରାଯାଉଛି ଏବଂ ଏପରି ପରିବର୍ତ୍ତନ ସ୍ୱାଗତଯୋଗ୍ୟ। ସେ କହିଥିଲେ ଯେ ଆଜାଦୀ କା ଅମୃତ ମହୋତ୍ସବ ବର୍ଷରେ, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ‘‘ଝିଅମାନେ ପରିବାରର ସାମର୍ଥ୍ୟ। ଜୀବନର ବିଭିନ୍ନ କ୍ଷେତ୍ରରେ ଆମର ନାରୀ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରିବା ଠାରୁ ଭଲ କଥା ଆଉ କ’ଣ ହୋଇପାରେ,’’ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ।

ଦିଲ୍ଲୀର ପବିତ୍ରା ରାଓ ପଚାରିଥିଲେ, ପରିବେଶ ସୁରକ୍ଷା ଦିଗରେ ନୂଆ ପିଢ଼ି କିଭଳି ଯୋଗଦାନ ଦେଇପାରିବେ ? ନିଜର ଶ୍ରେଣୀଗୃହ ଏବଂ ପରିବେଶକୁ କିପରି ସ୍ୱଚ୍ଛ ଏବଂ ସବୁଜ ରଖି ହେବ ସେ ସମ୍ପର୍କରେ ଚୈତନ୍ୟ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶକୁ ସ୍ୱଚ୍ଛ ଓ ସବୁଜ ରଖିବାର ଶ୍ରେୟ ସେମାନଙ୍କୁ ଦେଇଥିଲେ। ପିଲାମାନେ ନିରାଶାବାଦୀମାନଙ୍କୁ ଅଣଦେଖା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ସଂକଳ୍ପକୁ ବାସ୍ତବରେ ବୁଝିପାରିଛନ୍ତି। ସେ କହିଥିଲେ ଯେ ଆଜି ଆମେ ଯେଉଁ ପରିବେଶରେ ରହୁଛୁ ତାହା ଆମ ପୂର୍ବଜମାନଙ୍କର ଯୋଗଦାନ। ଅନୁରୂପ ଭାବେ ଆମେ ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ପରିବେଶ ଛାଡ଼ି ଯିବା ଉଚିତ୍‌। କେବଳ ନାଗରିକମାନଙ୍କ ଯୋଗଦାନ କାରଣରୁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ସେ ‘‘P3 ଆନ୍ଦୋଳନ’’- ପ୍ରୋ ପିପୁଲ ପ୍ଲାନେଟ (ପୃଥିବୀ ଅନୁକୂଳ ନାଗରିକ) ଏବଂ ଲାଇଫଷ୍ଟାଇଲ୍‌ ଫର୍‌ ଏନଭାଇର୍ଣ୍ଣମେଣ୍ଟ (ପରିବେଶ ଅନୁକୂଳ ଜୀବନଶୈଳୀ)- ଲାଇଫ୍‌ ଉପରେ ସେ ଜୋର ଦେଇଥିଲେ। ‘ୟୁଜ୍‌ ଏଣ୍ଡ ଥ୍ରୋ’ (ବ୍ୟବହାର କରିବା ଏବଂ ଫୋପାଡ଼ି ଦେବା) ସଂସ୍କୃତି ଠାରୁ ଆମକୁ ଦୂରେଇ ବାକୁ ହେବ ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାର ଏକ ଜୀବନଶୈଳୀ ଆଡ଼କୁ ଆଗକୁ ବଢ଼ିବାକୁ ହେବ, ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅମୃତ କାଳର ମହତ୍ୱ ଉପରେ ଆଲୋକପାତ କରିଥିଲେ, ଯାହାକି ଦେଶର ବିକାଶରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ବର୍ଷଗୁଡ଼ିକ ସହିତ ଆସିଛି। ବ୍ୟକ୍ତିଗତ କର୍ତ୍ତବ୍ୟ ସମ୍ପାଦନର ଆବଶ୍ୟକତା ଉପରେ ମଧ୍ୟ ସେ ଜୋର ଦେଇଥିଲେ। ଛାତ୍ରଛାତ୍ରୀମାନେ ଟିକା ନେଇ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ଦକ୍ଷତା ଓ ଆତ୍ମବିଶ୍ୱାସ ପାଇଁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କର ଭଲ ଗୁଣକୁ ସ୍ୱୀକାର କରିବା ଏବଂ ସେଥିରୁ ଶିକ୍ଷା ଲାଭ କରିବାର ସାମର୍ଥ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ। ଅନ୍ୟମାନଙ୍କୁ ଈର୍ଷା କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ଶିଖିବାର ମାନସିକତା ବିକଶିତ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ପାଇଁ ଏହି ସାମର୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ସର୍ବଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦ୍ୱାରା ସେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି। ଛୋଟ ଛୋଟ ପିଲାମାନଙ୍କ ସହିତ ଆଲୋଚନା କରିବା ବେଳେ ତାଙ୍କ ବୟସ ୫୦ ବର୍ଷ କମିଯାଇଥିବା ସେ ଅନୁଭବ କରିଥାନ୍ତି। ଆପଣମାନଙ୍କ ପିଢ଼ି ସହ ଯୋଡ଼ି ହୋଇ ମୁଁ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଚେଷ୍ଟା କରିଥାଏ। ‘‘ଆପଣମାନଙ୍କ ସହିତ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନଙ୍କ ଆକାଂକ୍ଷା ଓ ସ୍ୱପ୍ନର ଝଲକ ମୁଁ ପାଇପାରୁଛି ଏବଂ ତଦନୁଯାୟୀ ମୋ ଜୀବନକୁ ବଦଳାଇବାକୁ ଚେଷ୍ଟା କରୁଛି। ତେଣୁ, ଏହି କାର୍ଯ୍ୟକ୍ରମ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି। ମୋତେ ସମୟ ଦେବା ଏବଂ ମୋ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି’’, ସ୍ପଷ୍ଟ ଭାବେ ଉତ୍ସାହିତ ଦେଖାଯାଉଥିବା ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ଏଏଫଏସପିଏ ଉଚ୍ଛେଦ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଫଳରେ ଦେଶର ଏହି ପ୍ରାନ୍ତରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ହେବା ସହ ବିକାଶଧାରା ଗତିଶୀଳ ହୋଇଛି। ୨୦୧୪ ମସିହା ତୁଳନାରେ ୨୦୨୧ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୪ ପ୍ରତିଶତ ହ୍ରାସ ଦେଖାଦେଇଛି। ସେହିପରି ଏହି ଅବଧିରେ ସୁରକ୍ଷା କର୍ମୀ ଏବଂ ନାଗରିକମାନଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ଯଥାକ୍ରମେ ୬୦ ପ୍ରତିଶତ ଏବଂ ୮୪ ପ୍ରତିଶତ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଦୂରଦର୍ଶିତାପୂର୍ଣ୍ଣ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଲଗାତାର ପ୍ରୟାସ ବଳରେ ଏବଂ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ସୁଧାର ଆସିଛି। ଏହି କ୍ରମରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବହୁ ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ, ଏବଂ ମଣିପୁରରେ ସଶସ୍ତ୍ର ସେନାବାହିନୀ ବିଶେଷ ଅଧିକାର ଆଇନ (ଏଏଫଏସପିଏ) ଅଧୀନରେ ଅଶାନ୍ତ କ୍ଷେତ୍ର ସଂଖ୍ୟା ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ପରିକଳ୍ପନାକୁ ସାକାର କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସବୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହିତ ନିରନ୍ତର ସମ୍ବାଦ ଜାରି ରଖିଥିଲେ। ଯାହାର ପରିଣାମସ୍ବରୂପ ଅଧିକାଂଶ ଉଗ୍ରବାଦୀ ସମୂହ ଦେଶର ସମ୍ବିଧାନ ଏବଂ ମୋଦୀ ସରକାରଙ୍କ ନୀତି ପ୍ରତି ବିଶ୍ବାସ ବ୍ୟକ୍ତ କରି ଅସ୍ତ୍ର ତ୍ୟାଗ କରିଛନ୍ତି। ଆଜି ସେମାନେ ସମସ୍ତେ ଗଣତନ୍ତ୍ରର ଅଂଶବିଶେଷ ହୋଇ ଉତ୍ତର ପୂର୍ବାଞ୍ଚଳର ଶାନ୍ତି ଓ ବିକାଶରେ ସହଭାଗୀ ହୋଇପାରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୭ ହଜାର ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି।

ଗତ ତିନି ବର୍ଷ ମଧ୍ୟରେ ଭାରତ ସରକାର ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦକୁ ସମାପ୍ତ କରିବା ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନେକଗୁଡ଼ିଏ ରାଜିନାମା ସ୍ବାକ୍ଷରିତ ହୋଇଛି। ଏସବୁ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିପାରିବ। ଉଦାହରଣ ସ୍ବରୂପ, ଜାନୁଆରୀ, ୨୦୨୦ରେ ବୋଡୋ ରାଜିନାମା ଯେଉଁଥିରେ ଆସାମର ୫ ଦଶନ୍ଧି ପୁରୁଣା ବୋଡୋ ସମସ୍ୟା ସମାଧାନ ହୋଇଛି। ୪ ସେପ୍ଟେମ୍ବର, ୨୦୨୧ରେ କାରବୀ-ଆଙ୍ଗଲଙ୍ଗ ରାଜିନାମା ହୋଇଥିଲା ଯେଉଁଥିରେ ଦୀର୍ଘ ସମୟ ଧରି ଚାଲି ଆସୁଥିବା ଆସାମର କାରବୀ କ୍ଷେତ୍ରର ବିବାଦ ସମାଧାନ ହୋଇଛି।

ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଅଗଷ୍ଟ ୨୦୧୯ରେ ଏନଏଲଏଫଟି (ଏସଡି) ରାଜିନାମା ହୋଇଥିଲ। ୧୬ ଜାନୁଆରୀ, ୨୦୨୦ରେ ୨୩ ବର୍ଷ ପୁରୁଣା ବ୍ରୁ -ରିଆଙ୍ଗ ଶରଣାର୍ଥୀ ସଙ୍କଟକୁ ସମାଧାନ କରିବା ଲାଗି ଐତିହାସିକ ରାଜିନାମା ହୋଇଥିଲା। ଏହା ଅଧୀନରେ ୩୭ ହଜାର ଆନ୍ତରିକ ବିସ୍ଥାପିତ ଲୋକମାନଙ୍କୁ ଥଇଥାନ କରାଯାଉଛି। ୨୯ ମାର୍ଚ୍ଚ, ୨୦୨୨ରେ ଆସାମ ଏବଂ ମେଘାଳୟ ରାଜ୍ୟ ସୀମା ସନ୍ଦର୍ଭରେ ଆଉ ଏକ ରାଜିନାମା ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସାରା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ଉଗ୍ରବାଦ ମୁକ୍ତ କରିବା ଲାଗି ସଂକଳ୍ପବଦ୍ଧ ରହିଛନ୍ତି। ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି। ମୋଦୀ ସରକାରଙ୍କ ଦ୍ବାରା ସୁରକ୍ଷା ସ୍ଥିତିରେ ସୁଧାର ଅଣାଯିବା କାରଣରୁ ଏଏଫଏସପିଏ ଅଧୀନରେ ଅଶାନ୍ତ କ୍ଷେତ୍ରର ବିଜ୍ଞପ୍ତିକୁ ୨୦୧୫ରେ ତ୍ରିପୁରାରୁ ଏବଂ ୨୦୧୮ରେ ମେଘାଳୟରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା।

୧୯୯୦ ପରଠାରୁ ଆସାମରେ ଅଶାନ୍ତ କ୍ଷେତ୍ର ଅଧିସୂଚନା ଲାଗୁ ହୋଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି। ଏବେ ୦୧.୦୪.୨୦୨୨ ଠାରୁ ଆସାମର ୨୩ଟି ଜିଲ୍ଲାରୁ ସମ୍ପୂର୍ଣ୍ଣ ଏବଂ ଗୋଟିଏ ଜିଲ୍ଲାରୁ ଆଂଶିକ ଭାବେ ଏଏଫଏସପିଏ ଆଇନର ପ୍ରଭାବକୁ ଉଚ୍ଛେଦ କରାଯିବ।

ଇମ୍ଫାଲ ନଗର ପାଳିକା କ୍ଷେତ୍ରକୁ ଛାଡ଼ି ୨୦୦୪ ଠାରୁ ସମ୍ପୂର୍ଣ୍ଣ ମଣିପୁରକୁ ଅଶାନ୍ତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ସହିତ ୬ଟି ଜିଲ୍ଲାର ୧୫ଟି ପୁଲିସ ଷ୍ଟେସନ କ୍ଷେତ୍ରରୁ ୦୧.୦୪.୨୦୨୨ ଠାରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଅରୁଣାଚଳ ପ୍ରଦେଶରେ ୩ଟି ଜିଲ୍ଲା, ଆସାମକୁ ଲାଗି ରହିଥିବା ଅରୁଣାଚଳ ପ୍ରଦେଶର ୨୦ କିଲୋମିଟର କ୍ଷେତ୍ର ଏବଂ ଅନ୍ୟ ୯ଟି ଜିଲ୍ଲାର ୧୬ଟି ପୁଲିସ ଥାନା କ୍ଷେତ୍ରରେ ଏଏଫଏସପିଏ ୨୦୧୫ ଠାରୁ ଲାଗୁ ହୋଇଥିଲା। ବର୍ତ୍ତମାନ ଏହା ମାତ୍ର ୩ଟି ଜିଲ୍ଲା ଏବଂ ଗୋଟିଏ ଜିଲ୍ଲାର ୨ଟି ପୁଲିସ ଥାନା ଅଞ୍ଚଳରେ ଲାଗୁ ହୋଇଛି। ଅଶାନ୍ତ କ୍ଷେତ୍ର ସଂଖ୍ୟା ଧୀରେ ଧୀରେ ହ୍ରାସ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

୧୯୯୫ରେ ସମ୍ପୂର୍ଣ୍ଣ ନାଗାଲାଣ୍ଡରେ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଲାଗୁ ହୋଇଥିଲା। କେନ୍ଦ୍ର ସରକାର ଏହି ସନ୍ଦର୍ଭରେ ଗଠିତ କମିଟିର ସୁପାରିସକୁ ଗ୍ରହଣ କରି ପର୍ଯ୍ୟାୟକ୍ରମେ ଏଏଫଏସପିଏ ଉଚ୍ଛେଦ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ନାଗାଲାଣ୍ଡରେ ୦୧.୦୪.୨୦୨୨ ଠାରୁ ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା ଅଞ୍ଚଳରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ବା ଏଏଫଏସପିଏ ଆଇନର ବାଧ୍ୟବାଧକତା ଉଚ୍ଛେଦ କରାଯିବ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତୁଟ ପ୍ରତିବଦ୍ଧତା କାରଣରୁ ବହୁ ଦଶନ୍ଧି ଧରି ଉପେକ୍ଷିତ ହୋଇ ରହିଥିବା ଆମ ଉତ୍ତର ପୂର୍ବାଞ୍ଚଳ ଏବେ ଶାନ୍ତି, ସମୃଦ୍ଧି ଏବଂ ଅଭୂତପୂର୍ବ ବିକାଶର ଏକ ନୂଆ ଯୁଗର ସାକ୍ଷୀ ହେଉଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ମହତ୍ବପୂର୍ଣ୍ଣ ଅବସରରେ ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ଅବସର ଗ୍ରହଣ କରୁଥିବା ରାଜ୍ୟସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ସମସ୍ତ ଅବସର ଗ୍ରହଣ କରୁଥିବା ସଦସ୍ୟଙ୍କ ଅବଦାନର ପ୍ରଶଂସା କରିବା ସହ ସେମାନଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣକାରୀ ସଦସ୍ୟମାନଙ୍କ ଅଭିଜ୍ଞତାର ମହତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ଅନୁପସ୍ଥିତିରେ ଅବସର ନନେଇଥିବା ସଦସ୍ୟ ମାନଙ୍କ ଦାୟୀତ୍ୱ ବୃଦ୍ଧି ପାଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ଗୃହର ପ୍ରତିଫଳିତ ହୋଇଥାଏ। ମୋଦୀ କହିଥିଲେ ଏକଥା ସତ୍ୟ ଯେ ସଦସ୍ୟମାନେ ସଦନକୁ ବହୁକିଛି ଦେଇଥାନ୍ତି। ହେଲେ ଏକଥା ମଧ୍ୟ ସତ୍ୟ ଯେ ସଦନ ମଧ୍ୟ ଆମକୁ ଦେଶରେ ପ୍ରତିଦିନ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ।

କେତେକ ସଦସ୍ୟ ଅବସର ଗ୍ରହଣ କରୁଥିଲେ ମଧ୍ୟ ସେମାନେ ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଦେଶର କୋଣ ଅନୁକୋଣରେ କାର୍ଯ୍ୟରେ ଲଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଦସ୍ୟମାନେ ସେମାନଙ୍କ ସ୍ମୃତିକୁ ପାଥେୟ କରି ଭବିଷ୍ୟତ ପୀଢ଼ି ନିମନ୍ତେ ଲେଖନୀ ଚାଳନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଦେଶକୁ ସଠିକ ଦିଗଦର୍ଶନ ଦେବାପାଇଁ ତଥା ଏହାର ବିକାଶ ନିମନ୍ତେ ନିଜର ଅଭିଜ୍ଞତା କାମରେ ଲଗାଇପାରିବେ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି। ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ।

ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ। ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ।

ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ମଞ୍ଜୁରି/ଆଂଶିକ ମଞ୍ଜୁରି ମିଳିଥିବା ୧୦ଟି ଅସ୍ଥାୟୀ (ପ୍ରୋଭିଜନାଲ) ମେଗା ପ୍ରକଳ୍ପର ସମୟ ଅବଧିକୁ ଆମଦାନୀ ତାରିଖ ଠାରୁ ୧୨୦ ମାସ ପରିବର୍ତ୍ତେ ୧୫୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମ୍ପ୍ରସାରିତ ଅବଧି କାଳରେ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏବଂ ସୌର ଶକ୍ତି କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (ଏସଇସିଆଇ)ର ସହଯୋଗରେ ସ୍ଥିର ଶକ୍ତି (ଅନିୟମିତ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ପାରମ୍ପରିକ ଶକ୍ତିର ମିଶ୍ରଣ)କୁ ଆକୃଷ୍ଟ କରାଯିବ। ଯାହାଫଳରେ ପିପିଏକୁ ସୁରକ୍ଷିତ ରଖିବା ଲାଗି ଏସବୁ ମେଗା ପ୍ରକଳ୍ପ ଏପରି ନିଲାମୀରେ ଭାଗ ନେବେ ବୋଲି ଆଶା କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଏହି ଅବଧିରେ ବର୍ତ୍ତମାନର ବିଦ୍ୟୁତ ବଜାର ଆଧାରରେ ଏକ ବିକଳ୍ପ ମଧ୍ୟ ବିକଶିତ କରିବ। ଏଥିସହିତ ଉପଭୋକ୍ତାମାନଙ୍କୁ ପ୍ରତିଯୋଗିତାପୂର୍ଣ୍ଣ ଢଙ୍ଗରେ ଲାଭ ପ୍ରଦାନ କରିବା ସୁନିଶ୍ଚିତ ହୋଇପାରିବ ।