Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ସ୍ୱାୟତ୍ତ ସଂସ୍ଥା ଭାବେ ‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ
ଆଜିର ଖବର

ଏକ ସ୍ୱାୟତ୍ତ ସଂସ୍ଥା ଭାବେ ‘ମେରା ଯୁବା ଭାରତ’ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ

October 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ ମେରା ଯୁବ ଭାରତ (ମାଇ ଭାରତ) ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି। ଯୁବ ବିକାଶ ଏବଂ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଏକ ବ୍ୟାପକ ସକ୍ଷମ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ଏବଂ ସରକାରଙ୍କ ସମଗ୍ର କ୍ଷେତ୍ରରେ ଯୁବପିଢ଼ିଙ୍କୁ ସେମାନଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ଲାଗି ସମାନ ସୁବିଧା ପ୍ରଦାନ କରିବା ଏବଂ ବିକଶିତ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଗଠନ କରାଯିବ।

ପ୍ରଭାବ:

ମେରା ଯୁବା ଭାରତ (ଏମୱାଇ ଭାରତ)ର ମୂଳ ଉଦ୍ଦେଶ୍ୟ ହେଉଛି ଏହାକୁ ଯୁବ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ପ୍ଲାଟଫର୍ମରେ ପରିଣତ କରିବା। ନୂତନ ବ୍ୟବସ୍ଥା ଅଧୀନରେ, ସମ୍ବଳର ଉପଲବ୍ଧତା ଏବଂ ସୁଯୋଗ ସହିତ ସଂଯୋଗ ଜରିଆରେ ଯୁବକମାନଙ୍କୁ ଗୋଷ୍ଠୀ ପରିବର୍ତ୍ତନ ଏଜେଣ୍ଟ ଏବଂ ରାଷ୍ଟ୍ର ନିର୍ମାତା ଭାବେ ପରିଣତ କରିବା ଲାଗି ପଦକ୍ଷେପ ନିଆଯିବ। ଯଦ୍ଦ୍ୱାରା ସେମାନେ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ଯୁବ ସେତୁ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ। ଏଥିରେ ବିପୁଳ ଯୁବ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଉପଯୋଗ କରିବାକୁ ଚେଷ୍ଟା କରାଯାଇଛି।

ବିବରଣୀ:

ଜାତୀୟ ଯୁବ ନୀତିରେ ‘ଯୁବ’ର ସଂଜ୍ଞା ଅନୁଯାୟୀ ସ୍ୱାୟତ୍ତ ସଂସ୍ଥା ମେରା ଯୁବା ଭାରତ (ଏମୱାଇ ଭାରତ) ୧୫ରୁ ୨୯ ବର୍ଷ ବୟସର ଯୁବକମାନଙ୍କୁ ଉପକୃତ କରିବ।  ବିଶେଷ କରି କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପାଦାନ କ୍ଷେତ୍ରରେ ୧୦ରୁ ୧୯ ବର୍ଷ ବୟସ ବର୍ଗର ହିତାଧିକାରୀମାନେ ଉପକୃତ ହେବେ ।

ମେରା ଯୁବା ଭାରତ (ଏମୱାଇ ଭାରତ) ପ୍ରତିଷ୍ଠା ଦ୍ୱାରା ନିମ୍ନଲିଖିତ ହେବ:

ଯୁବଗୋଷ୍ଠୀଙ୍କ ନେତୃତ୍ୱାଧୀନ ବିକାଶ:

ପୃଥକ ବ୍ୟକ୍ତିଗତ ସାକ୍ଷାତ ପରିବର୍ତ୍ତେ କାର୍ଯ୍ୟକ୍ରମ ଆଧାରିତ କୌଶଳକୁ ସ୍ଥାନାନ୍ତର କରି ଅନୁଭୂତିମୂଳକ ଶିକ୍ଷା ମାଧ୍ୟମରେ ନେତୃତ୍ୱ ଦକ୍ଷତାକୁ ଉନ୍ନତ କରିବା।

ଯୁବକମାନଙ୍କୁ ସାମାଜିକ ଉଦ୍ଭାବକ, ସାମାଜିକ ନେତା କରିବା ପାଇଁ ସେମାନଙ୍କ ଉପରେ ଅଧିକ ନିବେଶ କରିବା

ଯୁବ ନେତୃତ୍ବାଧୀନ ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ନିର୍ଦ୍ଧାରଣ କରିବା ଏବଂ ଯୁବଗୋଷ୍ଠୀଙ୍କୁ କେବଳ “ନିଷ୍କ୍ରିୟ ଲାଭାର୍ଥୀ” ନୁହେଁ ବରଂ ବିକାଶର “ସକ୍ରିୟ ଚାଳକ” କରିବା ।

ଯୁବ ଆକାଂକ୍ଷା ଏବଂ ସାମାଜିକ ଆବଶ୍ୟକତା ମଧ୍ୟରେ ଉନ୍ନତ ସମନ୍ୱୟ ।

ବର୍ତ୍ତମାନ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ମାଧ୍ୟମରେ ଦକ୍ଷତା ବୃଦ୍ଧି।

ଯୁବକ ଏବଂ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ୱାନ ଷ୍ଟପ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବା।

ଏକ କେନ୍ଦ୍ରୀଭୂତ ଯୁବ ଡାଟାବେସ୍ ସୃଷ୍ଟି

ଯୁବ ସରକାରୀ ପଦକ୍ଷେପ ଏବଂ ଯୁବବର୍ଗଙ୍କ ସହ ଜଡ଼ିତ ଅନ୍ୟ ଅଂଶୀଦାରୀ କାର୍ଯ୍ୟକଳାପକୁ ଯୋଡ଼ିବା ପାଇଁ ଦ୍ୱିପାକ୍ଷିକ ଯୋଗାଯୋଗରେ ଉନ୍ନତି ଆଣିବା

ଉପଲବ୍ଧତାରେ ସୁଧାର ଆଣିବା ଏବଂ ଭୌତିକ ଇକୋସିଷ୍ଟମ ବିକଶିତ କରିବା।

ପୃଷ୍ଠଭୂମି:

ଉଚ୍ଚ ବେଗର ଯୋଗାଯୋଗ, ସୋସିଆଲ ମିଡିଆ, ନୂତନ ଡିଜିଟାଲ ସୁଯୋଗ ଏବଂ ଜରୁରୀ ଜ୍ଞାନକୌଶଳର ବାତାବରଣ ଥିବା ଏକ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’ର ନୀତି ଦ୍ୱାରା ପରିଚାଳିତ ଯୁବପିଢ଼ି ଏବଂ ସେମାନଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ସରକାର ଏକ ନୂତନ ସ୍ୱୟଂଶାସିତ ସଂସ୍ଥା ଆକାରରେ ବ୍ୟାପକ ସକ୍ଷମ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ତାହା ହେଉଛି ମେରା ଯୁବା ଭାରତ (ଏମୱାଇ ଭାରତ)।

କ୍ୟାବିନେଟ୍ ଅନୁମୋଦନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.