Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିମାପଡାରେ ସମୀର ଦାସଙ୍କୁ ଟକ୍କର ଦେବା ପାଇଁ ବିଜେଡି ନିଯୁକ୍ତି କଲା ୮ ସଂଯୋଜକ

ଭୁବନେଶ୍ବର: ନିମାପଡାରେ ଆସନ୍ତା 1 ତାରଖରେ ହେବ ନିର୍ବାଚନ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟାଣୁଆ ନେତା ସମୀର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ କ୍ଷୁବ୍ଧ ହୋଇ ଶେଷ ମୂର୍ହୂତ୍ତରେ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ସେଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ପଲା ଭାରୀ ହୋଇପଡିଛି।

ତାହାକୁ ଟକ୍କର ଦେବା ପାଇଁ ବିଜେଡି ୮ ଜଣ ନିର୍ବାଚନ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି। ସେମାନେ ହେଲେ ଶୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଂଜନ ବଳିଆରସିଂ, ସଂଗ୍ରାମ ପାଇକରାୟ, କମଳ କୁମାର ପାତ୍ର, ସୁନୀଲ ମହାନ୍ତି ଏବଂ ଦିବାକର ପାତ୍ର।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିଆଳି ଓ ନିମାପଡାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ଆଜି ଶେଷ ହେଉଛି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ସେଥିପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାରକୁ ଜୋରଦାର କରିଛନ୍ତି।  ସେ ଆଜି ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ଓ ନିମାପଡାରେ ପ୍ରଚାର କରିଛନ୍ତି। ନିଆଳିର ତାଙ୍କୁ ବିଶାଳ ଜନସମୁଦ୍ର ସ୍ୱାଗତ କରିଥିଲେ। ସେଠାରେ ସେ ଜନସମୁଦ୍ରକୁ ବିଜେଡିର ପ୍ରତିଶୃତିକୁ ପ୍ରଶ୍ନ ଆକାରରେ ପଚାରିଥିଲେ। ଯାହାର ଉତ୍ତର ନବୀନ ପଟ୍ଟନାୟକ ବୋଲି ଲୋକେ କହିଥିଲେ।

• ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ

• ସେହିପରି ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି ? ଉତ୍ତର – ନବୀନ ପଟ୍ଟନାୟକ
• ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି ? – ନବୀନ ପଟ୍ଟନାୟକ
• ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି – ନବୀନ ପଟ୍ଟନାୟକ
• ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
• ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ
• ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ
• ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି

ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଆପଣମାନେ ତା’ର ଜବାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ନିମାପଡ଼ାରେ ମଧ୍ୟ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର କରିଥିଲେ। ସେ କହିଥିଲେ ଯେ, ଏ ସରକାର ହେଉଛି ଆପଣମାନଙ୍କ ସରକାର, ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର। ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ।  ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ମୁଁ ତାଙ୍କୁ କହିବାକୁ ଚାହେଁ ଯେ, ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି, ବାଜପେୟୀଙ୍କ ସରକାରରେ ନବୀନ ବାବୁ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ।  ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ, ଓଡ଼ିଶା କେବେ ଅତିଥିଙ୍କୁ ଏମାଟିରେ ଅସମ୍ମାନିତ କରେ ନାହିଁ, ମହାପ୍ରଭୁ ତାଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି, ଆକ୍ରମଣ କରୁଛନ୍ତି, ଏଇଟା ଭଲ ନୁହେଁ, ଆମେ କୌଣସି କର୍ମୀଙ୍କ ଦେହରେ କାହାକୁ ହାତ ଲଗେଇବାକୁ ଦେବୁନାହିଁ।  ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି।  ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ମାଲକାନଗିରିରୁ ମୟୁରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‍ସିଂହପୁର ପର୍ଯ୍ୟନ୍ତ ଜାଣିଗଲେଣି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଂଞ୍ଜନ ଦାଶ, ପ୍ରଭାତୀଙ୍କୁ ଜିତାଇବା ପାଇଁ ନେଲେ ନିଷ୍ପତି

ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ। ବହୁ ଭାବି ଚିନ୍ତି ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସଭାପତି ମନମୋହନ ସାମଲ ଦଳରେ ସାମିଲ କରାଇଥିଲେ। ଏହି ସମୟରେ ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ।

ତିନିଥର ବିଧାୟକ ଥିବା ସମୀର ରଂଜନ ଦାଶଙ୍କୁ ଏଥର ବିଜେଡି ଟିକେଟ ଦେଇ ନ ଥିଲା। ତାଙ୍କ ବଦଳରେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଇଛି। ଯାହାକୁ ନେଇ ସମୀର ଏବଂ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଦିଲ୍ଲୀପଙ୍କ ଟିକେଟ ପରିବର୍ତ୍ତନ କରାଯାଉ ବୋଲି ସେ ଦାବୀ କରିଥିଲେ ମଧ୍ୟ ଦଳ ତାହା ଶୁଣି ନ ଥିଲା। ଫଳରେ ବହୁଦିନ ଅପେକ୍ଷା ପରେ ସେ ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ଏବଂ ତାଙ୍କ ସମର୍ଥକ ନିମାପଡାରୁ ପ୍ରଭାତୀ ପରିଡାଙ୍କୁ ଜିତାଇବା ପାଇଁ ନିଷ୍ପତି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ, ଜାଣନ୍ତୁ କେଉଁ ଦଳକୁ ଯିବେ

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମୋ ଉପରେ ମୋର ନେତାଙ୍କ ଆସ୍ଥା ରହିଲା ନାହିଁ। ସେଥିପାଇଁ ସେହି ଦଳରେ ଆଉ ରହିବା ଉଚିତ ମନେକଲି ନାହିଁ। ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ସମୀର।

ସମୀର ଦାସ ତିନିଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚନତ ହୋଇଛନ୍ତି। ସେ ପ୍ରଥମ ୨୦୦୯ ପରେ ୨୦୧୪ ଏବଂ ଶେଷରେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ବିଜେଡି ଏଥର ସମୀର ରଞ୍ଜନ ଦାସଙ୍କ ଟିକେଟ୍ ଦେଇ ନ ଥିଲା। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିଲେ। ତେବେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାୟକ ସମୀର ରଂଜନ ଦାସଙ୍କ ମାନଭଂଜନ କଲା ବିଜେଡି, ଦେଲା ଗୁରୁ ଦାୟିତ୍ବ

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି।

ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଟିକେଟ କଟିବା ପରେ ଭାଙ୍ଗି ପଡିଲେ ସମୀର ଦାସ, ଶନିବାର ଦିନ ନବୀନ ନିବାସ ଆଗରେ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ନିମାପଡା ବିଧାନସଭା ଆସନରୁ ବିଜେଡି ଟିକେଟ କଟିବା ପରେ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାସ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗତକାଲି ବିଜେଡି ଘୋଷଣା କରିଥିବା ତାଲିକାରେ ନିମାପଡାରେ ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ନିଜେ ତଥା ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ଆଜି ନିମାପଡାରେ ସମୀରଙ୍କ ସମର୍ଥକମାନେ ଏକ ସଭା କରି ତାଙ୍କର ଅସନ୍ତୋଷ ଝାଡିଛନ୍ତି। ସେମାନେ ସମସ୍ତେ ସମୀରଙ୍କ ପଛରେ ରହିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସମୀର ଦାସ ଯୋଗ ଦେଇ ବିଜେଡି ସଭାପତି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବେ ବୋଲି ନିବେଦନ କରିଛନ୍ତି।

ତେବେ ତାଙ୍କର ଶହଶହ ସମର୍ଥକ ଆସନ୍ତା ଶନିବାର ଦିନ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବୀ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ନିମାପଡା ବିଜେପି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ୱର: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଗୋପ୍ କ୍ଲବର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରତାପ ସ୍ୱାଇଁ, ଚିତ୍ତରଂଜନ ପାତ୍ର, ସମିତିସଭ୍ୟ ପୂଜାରାଣୀ ମହାପାତ୍ର, ଲକିବାଳା ନାୟକ, ସରପଞ୍ଚ ଅଜୟ ପରିଡା, ପୂର୍ବତନ ସରପଞ୍ଚ ଗଦାଧର ସାମନ୍ତରାୟ, ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ପୂର୍ବତନ ନିମାପଡା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନିମାପଡା ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଭୋଇଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିମାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି ପୁରୀ ଜିଲ୍ଲାର ନିମାପଡ଼ା ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଏକ ୭ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ। ସେମାନେ ଯାତ୍ରାରେ ଭାଗ ନେଇଥିବା ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି।

ପୂର୍ବରୁ ଏହି ସାମ୍ବାଦିକ ପ୍ରତିନିଧି ଦଳ କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ମହାରାଷ୍ଟ୍ର ସାମ୍ବାଦିକଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ମହାରାଷ୍ଟ୍ରର ସାମ୍ବାଦିକମାନଙ୍କ ୪ ଦିନିଆ ଗସ୍ତ ଆଜି ଶେଷ ହୋଇଛି।

ମହାରାଷ୍ଟ୍ରର ଏହି ସାମ୍ବାଦିକମାନେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା) ପରିଦର୍ଶନ କରି ସେଠାରେ ବିଭିନ୍ନ ମତ୍ସ୍ୟ ଚାଷ ପାଇଁ ହେଉଥିବା ଗବେଷଣା ଓ ଅନୁଷ୍ଠାନର କାର୍ଯ୍ୟପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ।
ଗତକାଲି ସାମ୍ବାଦିକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ ଏବଂ ସେଠାରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତଶିଳ୍ପ ପଟ୍ଟଚିତ୍ର ନିର୍ମାଣ ଶୈଳୀ ଓ ପ୍ରକ୍ରିୟା ଦେଖି ଅଭିଭୂତ ହୋଇଥିଲେ। ସେମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପିପିଲିର ଚାନ୍ଦୁଆ କାମ ଦେଖି ପ୍ରଭାବିତ ହୋଇଥିଲେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ସ୍ୱଚ୍ଛତା ସେମାନଙ୍କୁ ପ୍ରଭାବିତ କରିଥିଲା।

ଗତ ମଙ୍ଗଳବାର ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିଲେ। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାରେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ମଧ୍ୟ କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଗସ୍ତ କରି ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ। ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ସମସ୍ତ ବିଭାଗ ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ।

ଏଥିପୂର୍ବରୁ ସୋମବାର ଅର୍ଥାତ୍ ଗସ୍ତର ପ୍ରଥମ ଦିନରେ ମହାରାଷ୍ଟ୍ର ସାମ୍ବାଦିକମାନେ ଭୁବନେଶ୍ୱର ଏମ୍ସ ଏବଂ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଥିଲେ। ଚନ୍ଦ୍ରଯାନ ଓ ଗଗନଯାନ ଭଳି ମହାକାଶ ଅଭିଯାନର ବିଭିନ୍ନ ସରଞ୍ଜାମ ନିର୍ମାଣରେ ସିଟିଟିସିର ଯୋଗଦାନ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଥର ଓଡିଶାରୁ ଜଣେ ମାତ୍ର ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର, ଜାଣନ୍ତୁ ସେ କିଏ

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।

ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଶ୍ରୀ ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ ତାଙ୍କ ପାଇଁ ଗୌରବାନ୍ୱିତ ବୋଲି ଉଲ୍ଲେଖ କରିଛନ୍ତି ।

ଶ୍ରୀ ନାୟକ ପୂର୍ବରୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ନିକଟରେ ତାଙ୍କର ଲିଖିତ ପୁସ୍ତକକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଛି । ନିଜ ଗ୍ରାମ ବାଙ୍ଗୁରୁଷପାଟଣାରେ ସେ ଷ୍ଟୁଣ୍ଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ଏହି ନଲେଜ ସେଣ୍ଟରରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯାଉଛି ।

ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଆସନ୍ତା ସେପେଫମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଘୋଷଣା କଲେ ରିଲିଫ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।  ଖୁରୁଧା , ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କ ରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।