Categories
ଆଜିର ଖବର ରାଜ୍ୟ ଖବର

ଋଷିକୁଲ୍ୟାକୁ ନୂତନ ଜିଲ୍ଲାରେ ସାମିଲ କରିବାକୁ ଦାବି କଲା ଆସିକା ଓକିଲ ସଂଘ: ନଚେତ୍ ଭୋଟ ବର୍ଜ୍ଜନ ନିଷ୍ପତ୍ତି

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆଜି ଆସିକା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ଆଲୋକପାତ କରାଯାଇଛି।

ତେବେ ଏହି ସମୟରେ ଆସିକା ଓକିଲ ସଂଘ ଏକ ବଡ ଦାବି ଉପସ୍ଥାପନ କରିଛି। ଓଡିଶାରେ ନୂତନ ଜିଲ୍ଲା ଗଠନ ବେଳେ ଋଷିକୁଲ୍ୟା ଜିଲ୍ଲା ଗଠନ କରିବାକୁ ଦାବି କରାଯାଇଛି। ଯଦି ନୂତନ ଜିଲ୍ଲାର ନାମ ଋଷିକୁଲ୍ୟା ଘୋଷଣା କରାନଯାଏ, ତେବେ ଓକିଲ ସଂଘ ଭୋଟ ବର୍ଜ୍ଜନ କରିବ ବୋଲି ଘୋଷଣା କରିଛି।

ଏହା ସହିତ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲି ଓକିଲ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଏଥିରେ ଆସିକା ଓକିଲ ସଂଘ ତରଫରୁ ସଭାପତି ରବୀନ୍ଦ୍ର ନାଥ ଶର୍ମା, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଉପ ସଭାପତି ଛବିଳ ମିଶ୍ର, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ଉପ ସଭାପତି ଶିବଶଙ୍କର ପାତ୍ର ଆଦି ମଞ୍ଚାସୀନ ଥିବା ସ୍ଥଳେ ବରିଷ୍ଠ ଆଇନଜବୀ ଲଳିତ ଦାସ, ଅଜିତ ଚୌଧୁରୀ, ସର୍ତ୍ତେନ୍ଦୁ ପଣ୍ଡା, ସରୋଜ ତ୍ରୀପାଠୀ, ସରୋଜ ନାୟକ, ଶିଶିର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧିର ତ୍ରୀପାଠୀ, ପ୍ରଭାତ ପାଢ଼ୀ, ମାନସ ଆଚାର୍ଯ୍ୟ, ଚନ୍ଦ୍ର ଶେଖର ପାତ୍ର ସହ ସମସ୍ତ ଆଇନଜବୀମାନେ ଉପସ୍ଥିତ ଥିଲେ।