ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ।
ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।
ଭୁବନେଶ୍ଵର: ଆଜି ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ।
ଋଷିକେଶ ଠାରୁ ପୁରୀ ପହଞ୍ଚିବାକୁ ଥିବା ସଂଯୋଗକାରୀ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ଏବଂ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତା ପାଇଁ ଏହି ପଦକ୍ଷେପ ନିଆଯାଇଅଛି।
ପୁରୀ: ତିନିଦିନର ପଥକ୍ଲାନ୍ତ ପରେ ଗତକାଲି ତିନିଠାକୁର ଆଡପ ମଣ୍ଡପ ବିଜେ କରିଛନ୍ତି। ରଥଯାତ୍ରା ଦିନ ରଥରେ ଠାକୁର ଦର୍ଶନ ଦେଇଥିଲେ। ଏହାପରେ ବୁଧବାରଦିନ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯିବା ପରେ ସେଠାରେ ଦର୍ଶନ ଦେଇଥିଲେ। ଏହାପରେ ତିନିଠାକୁର ବର୍ତ୍ତମାନ ଅଡପମଣ୍ଡପରେ ବିଜେ କରିଛନ୍ତି।
ଆଜି ମଧ୍ୟ ଆଡପ ଅଭଡା ବାହାରିବ। ଏହି ଅଭଡା ଖାଇବାକୁ ଏବଂ ଆଡପ ଦର୍ଶନ କରିବାକୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ବିଶ୍ବାସ ରହିଛି ଯେ, ଥରେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ସମସ୍ତ ପାପ ନାଶନ ହୋଇଥାଏ। ସେଥପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ।
ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।
ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।
ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।
ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।
ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ। ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ। ସେ ସମୟରେ ରଥ ଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ।
ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା।
ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।
ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।
ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।
ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।
ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।
ଭୁବନେଶ୍ବର: ମହାପ୍ରଭୃଙ୍କ ରଥଯାତ୍ରା ଆସନ୍ତାକାଲି ମଙ୍ଗଳବାରରେ ଅନୁଷ୍ଠିତ ହେବ। ହେଲେ ଗତ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଭକ୍ତମାନେ ବହୁ କଷ୍ଟ ପାଇବେ ବୋଲି ଅନୁମାନ କରିହେଉଛି। ହେଲେ ଏହି ସମୟରେ ପାଣିପାଗ ବିଭାଗ ଦେଇଛି ଏକ ଖୁସି ସୂଚନା।
ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦ ତାରିଖରୁ ରାଜ୍ୟର ତାତିର ପ୍ରକୋପ କମିବ। ଆଗାମୀ ୨୦ ଜୁନରୁ ପରବର୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ପୁରୀ: ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ବିଷୟବସ୍ତୁ ଉପରେ ଜାତୀୟ ସମ୍ମିଳନୀ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଜାପାନ ଟୋକିଓସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ଏବଂ ଉଦ୍ୟୋଗ ସହଯୋଗୀ ଭାବେ ଇଣ୍ଡିଆନ୍ ପଟାଶ ଲିମିଟେଡ୍ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିଲା।
ଜୁନ ୫ ତାରିଖରେ ଆୟୋଜିତ ଏହି ସମ୍ମିଳନୀରେ ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ନେତୃବର୍ଗ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ଉତ୍ପାଦକତା ଲକ୍ଷ୍ୟ ହାସଲ ନିମନ୍ତେ ବିଚାରବିମର୍ଶ କରିବା ସହିତ ରଣନୀତି ଅନ୍ୱେଷଣ କରିବା ଉପରେ ଜୋର ଦେଇଥିଲେ।
ଏହି ସମ୍ମିଳନୀରେ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପାନେଲ ଆଲୋଚନା, ବିଶିଷ୍ଟ ଅଧିକାରୀମାନଙ୍କ ଦ୍ୱାରା ଦୀକ୍ଷାନ୍ତ ଭାଷଣ ଆଦି ସାମିଲ ରହିଥିଲା। ତିନୋଟି ପ୍ରମୁଖ ବିଷୟରେ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଥିଲା।
ପ୍ରଥମ ଅଧିବେଶନରେ ‘‘ଅମୃତ କାଳ ଏବଂ ୨୦୪୭ ରେ ଏନପିସି’’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ୨୦୪୭ ସୁଦ୍ଧା ସମାବେଶୀ ଏବଂ ନବସୃଜନ ଆଧାରିତ ଉତ୍ପାଦକତା ବିକାଶ, ଏନପିସିର ଭୂମିକା ଉପରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଉତ୍ପାଦକତା ପରିଷଦର ଇନ୍ଧନ, ପରିବେଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ବିଭାଗ ନିର୍ଦ୍ଦେଶକ ଓ ବିଭାଗ ମୁଖ୍ୟ କେଡି ଭରଦ୍ୱାଜ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ‘‘ନବମନ୍ତ୍ର’’ ପାଞ୍ଚଟି ବିଷୟଗତ କ୍ଷେତ୍ର ଏବଂ ଚାରିଟି ଭୌଗଳିକ ଲକ୍ଷ୍ୟ ଆଧାରିତ କ୍ଷେତ୍ରକୁ ସାମିଲ କରାଯାଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ୯ ଟି ବହୁମୁଖୀ ଦୃଷ୍ଟିକୋଣ ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରାଯାଇଥିଲା। ଯୁବ ଓ ଉତ୍ପାଦକତା, ମହିଳା ଓ ଉତ୍ପାଦକତା, ନବସୃଜନ, କୃଷି ଓ ସମବାୟ ଏବଂ ଉଦ୍ୟୋଗ ଭାଗିଦାରୀ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଥିଲା।
ଦ୍ୱିତୀୟ ଅଧିବେଶନରେ ‘‘ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତି’’ ଉପରେ ଆଲୋଚନା କରାଯାଇଥିଲା ଏବଂ ଏଥିରେ ନକାରାତ୍ମକ ପରିବେଶ ଓ ସାମାଜିକ ପ୍ରଭାବକୁ ହ୍ରାସ କରି ଖଣିଜ ଓ ପ୍ରାକୃତିକ ସମ୍ପଦର ଉତ୍ତୋଳନ ଲାଗି ଦୀର୍ଘସ୍ଥାୟୀ ଖଣି ଖନନ ପଦ୍ଧତିକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅଧିବେଶନରେ ଓଡ଼ିଶା ଖଣି ନିଗମର ଅତିରିକ୍ତ ମହାପ୍ରବନ୍ଧକ (ଏସଡିପିଏଫ) କେ. ସି ଷଡ଼ଙ୍ଗୀ ଏବଂ ଉପଦେଷ୍ଟା (ଏସଡିଏଫ) ଏ. ବି ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ ।
ଏହି ସମ୍ମିଳନୀରେ ସାମାଜିକ, ଆର୍ଥିକ ଓ ଶିଳ୍ପ ବିକାଶ ସହିତ ସବୁଜ ଉତ୍ପାଦକତାର ବାହକ ଓ ବାଧକଗୁଡ଼ିକ ଉପରେ ପାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ଓ ବିଶେଷଜ୍ଞତା ବାଣ୍ଟିବା ସହିତ ଅଭିବୃଦ୍ଧି, ଦୀର୍ଘସ୍ଥାୟୀତ୍ୱ ଓ ସାମାଜିକ ସମାବେଶୀତା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ। ଏଥିରେ ଆଇପିଏଲ୍ ସେଣ୍ଟର ଫର୍ ରୁରାଲ ଆଉଟରିଚ୍ର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ରାଜୀବ ରଞ୍ଜନ, ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ ଡକ୍ଟର ଏମ.ଭି ରାଓ, ଭୁବନେଶ୍ୱରସ୍ଥିତ ଏସଏନଏମ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦିଲ୍ଲୀ ଉତ୍ପାଦକତା ପରିଷଦର ସଚିବ ଅରୁଣ ସରୀନ୍, ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ା, ବାଙ୍ଗାଲୋର ସ୍ଥିତ କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏ.କେ. ତ୍ରିପାଠୀ, କୋଏମ୍ବାଟୁର ଉତ୍ପାଦକତା ପରିଷଦର ଅଧ୍ୟକ୍ଷ ଇଞ୍ଜିନିୟର କେ. ଅରୁଲ ପ୍ରମୁଖ ପାନେଲ ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ।
ବରିଷ୍ଠ ଚାର୍ଟାଡ୍ ଏକାଉଣ୍ଟାଣ୍ଟ ଶ୍ରୀ ରାଜୀବ ଶେଖର ସାହୁ ଓଡ଼ିଶା ପରିଦୃଶ୍ୟରେ ୫ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଡକ୍ଟର ରାଜୀବ ରଞ୍ଜନ ଦୀକ୍ଷାନ୍ତ ଅଭିଭାଷଣ ରଖି ଗ୍ରାମୀଣ କ୍ଷେତ୍ରରେ ନବସୃଜନ ଏବଂ ଉତ୍ପାଦକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଜାତୀୟ ଉତ୍ପାଦକତା ପରିଷଦର ମହାନିର୍ଦ୍ଦେଶକ ସୁନ୍ଦୀପ କୁମାର ନାୟକ ତାଙ୍କର ଅଭିଭାଷଣରେ ଆର୍ଥିକ ବିକାଶକୁ ଆଗେଇ ନେବାର ଉଚ୍ଚ ଉତ୍ପାଦକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ନେସନାଲ ସେଣ୍ଟର୍ ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ମହାନିର୍ଦ୍ଦେଶକ ଭରତ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଦୀକ୍ଷାନ୍ତ ଭାଷଣରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା ଓ ଉତ୍ତମ ପ୍ରଶାସନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱର ଏନପିସିର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ୍ ନାୟକ ସମ୍ମିଳନୀରେ ଯୋଗ ଦେଇଥିବା ବକ୍ତା, ଅତିଥି, ପ୍ରତିନିଧି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଦଯାପନୀ ଅଧିବେଶନରେ ଜାତୀୟ ଉତ୍ପାଦକତା ପରିଷଦର ଉପମହାନିର୍ଦ୍ଦେଶକ ଶିରିଶ ପାଲିୱାଲ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏନପିସି ଉପନିର୍ଦ୍ଦେଶକ ଶ୍ୟାମା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ୱର: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ 15 ମଇ 2023 ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।
12892 ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ 4ଘ.20ମି ରେ ଛାଡି ରାତ୍ରି 11ଘ.05ମି ରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ। ଫେରିବା ମାର୍ଗରେ, 12891 ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର 4ଘ.20ମି ରେ ଛାଡି ପୁରୀ ଠାରେ ପୂର୍ବାହ୍ନ 11ଘ.05ମି ରେ ପହଞ୍ଚିବ।
ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନ ମାନଙ୍କଠାରେ ରହଣି କରିବ।
ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।
ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି।
ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି।
ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି।
ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ (ଆଇସିସିଆର୍) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।
ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।
ପୁରୀ: ଆଜି ହଠାତ ପୁରୀରେ ଆସି ପହଞ୍ଚିଛି ୪୧୦୦ ଟି ଇଭିଏମ। କଡା ସୁରକ୍ଷାରେ କେତେକ ଟ୍ରକରେ ଏହି ଇଭିଏମଗୁଡିକ ହାଇଦ୍ରାବାଦରୁ ଆସି ପୁରୀ ପହଞ୍ଚିଛି। ଏଥିରେ ରହିଛି ମୋଟ ୮୨୦୦ ଇଭିଏମ। ସେଥିମଧ୍ୟରୁ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି।
ଏଗୁଡିକ ପୁରୀର ପେଣ୍ଠକଟାଠାରେ ଥିବା ୱେୟାରହାଉସରେ ରଖାଯାଇଛି। ଇଭିଏମ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ତଦାରଖ କରିଥିଲେ।ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ।
ତେବେ ନିର୍ବାଚନ ଆହୁରି ବର୍ଷେ ଉପରେ ଥିବାରୁ ହଠାତ କାହିଁକି ଇଭିଏମଗୁଡିକ ଓଡିଶା ଆସିଲା ତାହାକୁ ନେଇ ସମସ୍ତଙ୍କର ଆଶଙ୍କା ବୃଦ୍ଧି ପାଇଛି। ଏହି ଖବର ପୁରୀ ବଡଦାଣ୍ଡରୁ ଗଡିଗଡି ସାରା ଓଡିଶାର ନେତାଙ୍କ ନିକଟରେ ପହଞ୍ଚିଗଲା। ସମସ୍ତେ ପରସ୍ପର ମୁହଁ ଚାହାଁଚାହିଁ ହେବାରେ ଲାଗିଛନ୍ତି। ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ବୋଧହୁଏ ଓଡିଶାରେ ଆଗୁଆ ନିର୍ବାଚନ ହୋଇଯିବ। ସମସ୍ତଙ୍କର ଛାତି ଧଡଧଡ ଆରମ୍ଭ ହୋଇଯାଇଛି।
ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ। ସେ ନେଇ ତାଙ୍କ ପାଖରେ କୁଆଡେ ସୂଚନା ଅଛି। ଏହାପରେ ରାଜ୍ୟ ରାଜନୀତିରେ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। କାରଣ ସାଧାରଣ ନେତା କେହି କହିଥିଲେ ହୋଇଥାଆନ୍ତା। ଧର୍ମେନ୍ଦ୍ରଙ୍କ ପରି ନେତା କହିବା ଅର୍ଥ ସେଥିରେ କିଛି ସତ୍ୟତା ରହିଥିବ ବୋଲି ଅନେକ ଅନୁମାନ କରିଛନ୍ତି।
ଏବେ ହଠାତ ଇଭିଏମ ଓଡିଶା ଆସିବା ନେଇ ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ତେବେ ସୂଚନା ଅନୁସାରେ ବର୍ତ୍ତମାନ ବିଭିନ୍ନ ରାଜ୍ୟକୁ ନିର୍ବାଚନ କମିଶନର ଇଭିଏମ ପଠାଉଛନ୍ତି। ଯେଉଁ ରାଜ୍ୟରେ ବିଧାନସଭା ଓ ଲୋକସଭା ଏକାଠି ହେଉଛି ସେହି ରାଜ୍ୟକୁ ଅଗ୍ରାଧୀକାର ଭିତିରେ ଇଭିଏମ ପଠାଯାଉଛି। ଏହାପରେ ପୁଣି ଆହୁରି ଇଭିଏମ ଗାଡି ଆସିବ ବୋଲି ଜଣାପଡିଛି।
ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।
ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।
ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।
ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।
ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।
ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।
ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।
ପୁରୀ: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତ କରି ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିବା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ଯାଞ୍ଚ କରିଛନ୍ତି।
ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।
ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।
ଏହା ବ୍ୟତୀତ, ଶ୍ରୀ ସୁନକର ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି। ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ। ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ସୁନକରଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।
ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ସୁନକରଙ୍କୁ ସହାୟତା କରିଥିଲେ।
ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର ମୀନା ମୁଦୁଲି (୫୦), ଉମାକାନ୍ତ ମୁଦୁଲି (୫୩), ପ୍ରକାଶ ଚନ୍ଦ୍ର ମୁଦୁଲି (୩୬), ରିନା ମୁଦୁଲି (୨୪) ଏବଂ ଅଖିଳେଶ ମୁଦୁଲି (୭)।
ସମସ୍ତ ଗୁରୁତର ଆହତଙ୍କୁ ଚାନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ସୀତାରାମ ଅଗ୍ରୱାଲ
ବାଣପୁର: ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁରୀରୁ ବାଣପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମରି ଗ୍ରାମର ଲିପୁ ଜେନା (୨୫)।
ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚଳିତ ମାସ ୯ ତାରିଖରେ ଅଭିଯୁକ୍ତ ଲିପୁ ଅପହରଣ କରି ନେଇଯାଇଥିଲା। ନାବାଳିକାଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୫୭୦/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଲିପୁଙ୍କ ବିରୁଦ୍ଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭୁବନେଶ୍ଵର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।
ପୁନଃବିକଶିତ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ରହିଛି। ଇତିମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ। ଏହାଦ୍ବାରା ଦେଶର ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ।
ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ଏହାବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତାପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ। ଷ୍ଟେସନଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହିତ ଯୋଡ଼ାଯିବ। ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଜନଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ। ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ରେଳ ଷ୍ଟେସନ ନିକଟରେ ‘ସିଟି ସେଣ୍ଟର’ ଭଳି ସ୍ଥାନ ସୃଷ୍ଟି ହେବ। ଏହାଦ୍ବାରା ରେଳ ଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ।
ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀ କମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାର ଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇସାରିଛି।
ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁ ଅଂଶୀଦାରମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି।
ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।
ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।
ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।
ପୁରୀ: ପୁରୀ ଅନ୍ତର୍ଗତ ମାଳାତିପାଟପୁର ଷ୍ଟେସନ ନିକଟରେ ଗୋଟିଏ ଯାତ୍ରୀବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି। ଯାହା ଫଳରେ ନିମ୍ନ ପ୍ରଦତ୍ତ ଦୁଇଟି ଟ୍ରେନ ପୁରିଠାରୁ ବିଳମ୍ବରେ ଯାତ୍ରା କରିବ…
ଆଜି ପୁରୀଠାରୁ ରାତ୍ରି ୮ ଘଣ୍ଟା ୧୫ ମିନିଟରେ ଛାଡିବାକୁ ଥିବା ୧୨୮୩୮ ପୁରୀ -ହାଓଡା ଏକ୍ସପ୍ରେସ ଆସନ୍ତାକାଲି (୨୩ ତାରିଖ) ଭୋର ୪ ଘଟିକାରେ ଛାଡିବ।
ସେହିପରି, ପୁରୀ ଠାରୁ ଆଜି ରାତ୍ରି ୯ ଘଣ୍ଟା ୧୫ ମିନିଟରେ ଛାଡିବାକୁଥିବା ୨୨୮୯୦ ପୁରୀ -ଦିଘା ଏକ୍ସପ୍ରେସ ମଧ୍ୟ ରାତ୍ରି ୧ ଘଟିକାରେ ଛାଡିବ।
ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ଅମିତାଭ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି।
ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ପୁରୁଣା ସୁପରହିଟ ଚଳଚ୍ଚିତ୍ରଗୁଡିକର ଫଟୋ ଲଗାଇଛନ୍ତି। ମର୍ଦ୍ଦ, ଶରାବୀ, କୁଲି, ଲାୱାରିଶ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡିକର ଫଟୋ ବାଲୁକା କଳାରେ ସ୍ଥାନ ଦେଇଛନ୍ତି।
ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମ ର ଉର୍ମିଳା ପଟନାୟକ, ମୟୁରଭଞ୍ଜ ର ସାବିତ୍ରୀ ବିନ୍ଧାଣି ଓ ପୁରୀ ର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।
ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ରମାସରେ ମହିଳାମାନେ ମାସସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ପବିତ୍ର ମାସ ସୋମବାରରୁ ଆରମ୍ଭ ହୋଇଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି।
ଗତ ଦୁଇ ବର୍ଷ ଧରି କରୋନା ପାଇଁ ହବିଷ୍ୟାଳିମାନେ ଏହି ବ୍ରତ ପୁରୀ ଆସି ପାଳନ କରିପାରି ନ ଥିଲେ। ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ କଟକଣ ହଟିଯାଇଥିବାରୁ ପୁରୀରେ ଏହି ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେମାନଙ୍କର ମାଗଣା ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।
ପୁରୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ଭାରତୀୟତା, ଭାରତୀୟ ପରମ୍ପରା ଓ ହିନ୍ଦୁତ୍ୱ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ ଭାବେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ପବିତ୍ର ପୁରୀ ଧାମ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ରାଜ୍ୟରୁ ଆସିଥିବା ବେଦ ବିଶାରଦଙ୍କ ଉପସ୍ଥିତିରେ ଯଜ୍ଞ ଉତ୍ସବରେ ସାମିଲ ହୋଇ ପୂର୍ଣ୍ଣାହୁତି ଦେଇ ଏହି ବେଦ ବିଦ୍ୟାଳୟର ଲୋକାର୍ପଣ କରିଥିଲେ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ମଧ୍ୟ ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଶ୍ରୀସଦାଶିବ କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଜାତୀୟ ଶିକ୍ଷା ନୀତି ଆଧାରରେ ବେଦ ବିଦ୍ୟାର ପୃଥକ ବୋର୍ଡ ତିଆରି କରାଯାଇଛି। ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନକୁ ଏହାର ମାନ୍ୟତା ଦିଆଯାଇଛି। ଦେଶରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନାମରେ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ନାମକରଣ କରାଯାଇଛି। ଋଗ୍ ବେଦର କେନ୍ଦ୍ର ପୁରୀରେ ଏହି ବେଦ ବିଦ୍ୟାଳୟ ମୁଖ୍ୟ ବେଦ ଗୁଡ଼ିକର ସବିଶେଷ ଅଧ୍ୟୟନର ଅବସର ତିଆରି କରିବ। ବେଦର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ସହ ପ୍ରଚାର ପ୍ରସାର କରିବା ଲୋକାର୍ପିତ ହୋଇଥିବା ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ୟୁନିୟନ ଗ୍ରାଣ୍ଟ କମିଶନ(ୟୁଜିସି) ବିଧିବଦ୍ଧ ଭାବେ ହିନ୍ଦୁ ଅଧ୍ୟୟନକୁ ପୋଷ୍ଟ ଗ୍ରାଜୁଏସନର ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଚଳିତବର୍ଷ ଠାରୁ ଶ୍ରୀସଦାଶିବ କ୍ୟାମ୍ପସରେ ପିଜି ପାଠ୍ୟକ୍ରମରେ ହିନ୍ଦୁ ଅଧ୍ୟୟନ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଦ୍ୱାରା ଉତ୍କଳୀୟ ପରମ୍ପରାରେ ଥିବା ହିନ୍ଦୁତ୍ୱକୁ ଅଧ୍ୟୟନ କରାଯିବ। ଏହା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି। ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷେଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରାଯାଇଛି। ସେହିପରି ଅନେକ ଭାଷା ଓ ସଂସ୍କୃତିକୁ ଶିଖାଇବାରେ ଶ୍ରୀକ୍ଷେତ୍ର ପୁରୀ ହିଁ ଏକ ବଡ଼ ବିଶ୍ୱବିଦ୍ୟାଳୟ। ସବୁ ଶିକ୍ଷା କେବଳ ଶ୍ରେଣୀଗୃହରେ ନୁହେଁ ବରଂ ଅନୁଭବରୁ ହିଁ ଶିକ୍ଷା ଗ୍ରହଣ ହୁଏ। ପୁରୀ ଶ୍ରୀମନ୍ଦିର ସେବକ, ପୂଜକ ଭାଇ ମାନେ ଏହାର ବଡ଼ ଉଦାହରଣ।
ମହାପ୍ରଭୁଙ୍କର ନୀତି କାନ୍ତି ଜ୍ଞାନର ଅପାର ଭଣ୍ଡାର ଓ ସାମାଜିକ ଜୀବନରେ ବିଜ୍ଞାନ, ସାହିତ୍ୟ, କଳା, ସ୍ୱାସ୍ଥ୍ୟସେବା ଓ ସମାଜ ନୀତିର ତତ୍ତ୍ୱ ହେଉଛି ବେଦ ଓ ଉପନିଷେଦ। ବେଦ ଏକ ମନ୍ତ୍ର ନୁହେଁ ବରଂ ବେଦରେ ଲିଖିତ ପ୍ରତିଟି ମନ୍ତ୍ର ବିଜ୍ଞାନ ପ୍ରମାଣିତ ତତ୍ତ୍ୱ। ବେଦର ସଠିକ୍ ଉଚ୍ଚାରଣରେ ହିଁ ମାନବତାର ଉପଚାର ଅଛି। ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ଓ ଅନ୍ୟାନ୍ୟ ସାଂସ୍କୃତିକ କଳା ଓ ପରମ୍ପରା ବେଦ ଏବଂ ସଂସ୍କୃତରେ ଅନ୍ତର୍ନିହିତ। ପୁରୀ ଶଙ୍କରାଚାର୍ଯ୍ୟ ମହାରାଜ ଏହି ଜ୍ଞାନ ଦ୍ୱାରା ଆଜି ଜଣେ ବିଦ୍ୱାନ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ବେଦ ଅଧ୍ୟୟନରେ ସମାଜକୁ ନୂଆ ଦିଗଦର୍ଶନ ଦେବ। ଶ୍ରୀଜଗନ୍ନାଥ ସଂସ୍କୃତି ବିନା ହିନ୍ଦୁତ୍ୱର କଳ୍ପନା କରାନଯାଇପାରେ। ଆମର ପର୍ବ ପର୍ବାଣୀ ଗୁଡ଼ିକ ଏକ ଉତ୍ସବ ନୁହେଁ ବରଂ ବୈଜ୍ଞାନିକ ପଦ୍ଧତିରେ ସମାଜକୁ ଚଲାଇବା ଏବଂ ଭାଇଚାରାକୁ ସୁଦୃଢ଼ କରିବାର ମହାନ ପରମ୍ପରା। ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ ଆମର ସଂସ୍କୃତି ଓ ପରମ୍ପରାର ବୈଜ୍ଞାନିକ ପ୍ରକ୍ରିୟା ଓ ଉଦ୍ଦେଶ୍ୟର ପରିପ୍ରକାଶ କରିବ। ଏ ସବୁ ଗୁଡ଼ିକ ବିଷୟରେ ଶ୍ରୀ ସଦାଶିବ ପରିସରର ଏହି ହିନ୍ଦୁ ଅଧ୍ୟୟନ ସେଣ୍ଟର ଉତ୍କଳୀୟ ପରମ୍ପରା ଅନୁସାରେ ଜଗତର କଲ୍ୟାଣ ଅନୁଯାୟୀ କାମ କରିବ।
ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ। ଅତୀତରେ ସଂସ୍କୃତ ଭାଷାର ପ୍ରଚଳନ ସମୟରେ ହିଁ ମହାପ୍ରଭୁଙ୍କ ବଡ଼ ଦେଉଳ ହଜାର ବର୍ଷ ପୂର୍ବରୁ ତିଆରି ହୋଇଛି। ସେତେବେଳେ ଇଞ୍ଜିନିୟରିଂ ଓ ଆଇଆଇଟି ଭଳି ଅନୁଷ୍ଠାନ ନଥିବା ସତ୍ତ୍ୱେ ଏଠାକାର କୁଶଳୀ କାରିଗରମାନେ ବିନା ଲୁହା ଓ ସିମେଣ୍ଟରେ ଭବ୍ୟ ମନ୍ଦିର ତିଆରି କରିବାରେ ସକ୍ଷମ ହେଉଥିଲେ। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ସିଭିଲ୍ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ଆର୍ଟ ସାଇନ୍ସ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ମହାପ୍ରଭୁଙ୍କ ମନ୍ଦିର ତିଆରି ହୋଇଛି। ସେତେବେଳେ ଭାଷା ବି ଏବଂ ସୂତ୍ର ବି ସଂସ୍କୃତିରେ ଥିବା ଅନେକ ଇତିହାସକାରମାନେ ମତ ଦେଇଛନ୍ତି।
ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳାଧାର ହେଉଛି ବେଦ। ଦେଶର ପ୍ରଖ୍ୟାତ ଜ୍ଞାନପୀଠ ମହାକାଳନଗରୀ ଇଜ୍ଜୟିନୀ ଠାରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ବେଦ ଅଧ୍ୟୟନକୁ ପୁର୍ନଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଭାଷା ଓ ଜ୍ଞାନ ଆଧାରିତ କରିବାକୁ ପଡ଼ିବ। ମୂଳ ଭାରତ ସହ ମୂଳ ସଭ୍ୟତା ସାଙ୍ଗରେ ଯୋଡ଼ିବାକୁ ହେବ।
ଭାରତକୁ ଲମ୍ବା ସମୟ ପରାଧୀନ କରିବା ପାଇଁ ବ୍ରିଟିଶମାନେ ଏଠାକାର ଭାଷା ଓ ଜ୍ଞାନକୁ ଭ୍ରମିତ କରିଥିଲେ। ମାତ୍ର ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଜ୍ଞାନ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ନିଜ ମାତୃଭାଷାରେ ପଢ଼ିଲେ ହିଁ ଗୋଟିଏ ପିଲାର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ। ଜାତୀୟ ଶିକ୍ଷା ନୀତିର ଆଭିମୁଖ୍ୟ ରହିଛି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ ଶିକ୍ଷାଭିତ୍ତିକ କରିବା ଏବଂ ଗବେଷଣା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ। ପୁରୀରେ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବୀର ରାମଚନ୍ଦ୍ରପୁରର ଗ୍ରାମ ଦେବତୀ ମା’ ମଣିନାଗ ଦୁର୍ଗା ମନ୍ଦିର ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ମନ୍ଦିର ପ୍ରାଙ୍ଗଣରେ ଗାଁର ଗୁରୁଜନଙ୍କ ସହ ସ୍ଥାନୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।