Categories
ଆଜିର ଖବର ରାଜ୍ୟ ଖବର

ମହିଳା ନିର୍ଯାତନା ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲେ ବାମପନ୍ଥୀ ଦଳ

ଭୁବନେଶ୍ୱର: ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଉପଲକ୍ଷେ ଓଡ଼ିଶା ର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ୪ ଟି ବାମପନ୍ଥୀ ଦଳ ର ରାଜ୍ୟ ନେତୃବୃନ୍ଦ ରାଜଭବନ ରେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସମ୍ମାନନୀୟା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମାନନୀୟ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ସମସ୍ତ ବିଷୟ ଅବଗତ କରିଛନ୍ତି। ରଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ଦାବି ସହିତ ସଂସଦୀୟ ସଦୀୟ ଗଣତନ୍ତ୍ର ର ସୁରକ୍ଷା ପାଇଁ ମିଳିତ ସଂଗ୍ରାମ ନିମନ୍ତେ ବାମ୍ପପନ୍ଥୀ ଦଳ ମାନେ ଆହ୍ଵାନ ଦେଇଛନ୍ତି । ମହିଳା ସୁରକ୍ଷା ସଂଗ୍ରାମ ପ୍ରତି ବାମପନ୍ଥୀ ଦଳମାନେ ପୂର୍ଣ୍ଣ ସଂହତି ଜ୍ଞାପନ ଏବଂ ସମର୍ଥନ ଘୋଷଣା କରିଛନ୍ତି।

୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ କୁ ଅବିଳମ୍ବେ ପ୍ରତ୍ୟାହାର କରି ବିଧାନସଭାରେ ସୁସ୍ଥ ଗଣତାନ୍ତ୍ରିକ ବାତାବରଣ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି।

ଜନ ପ୍ରତିବାଦ ଉପରେ ପୁଲିସ୍ ଦମନ କୁ ବାମପନ୍ଥୀ ଦଳ ମାନେ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରିଛନ୍ତି। କଂଗ୍ରେସ ତରଫରୁ ମହିଳା ନିର୍ଯାତନା ବିରୋଧ ରେ ମାର୍ଚ୍ଚ ୨୭ ତାରିଖ ରେ ବିଧାନସଭା ସମ୍ମୁଖ ରେ ସଙ୍ଗଠିତ ହୋଇଥିବା ଶାନ୍ତିପୂର୍ଣ୍ଣ,ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ,ଶାରିରୀକ ଆକ୍ରମଣ,ପାଣି ମାଡ଼, ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ଏବଂ ନିର୍ମମ ଲାଠି ଚାଳନା ଅତ୍ୟନ୍ତ ଉଦବେଗଜନକ ଏବଂ ନିନ୍ଦନୀୟ ଘଟଣା।

ପୋଲିସ୍ ମହାନିର୍ଦ୍ଦେଶକ ଗଣ ମାଧ୍ୟମ ରେ ଦେଇଥିବା ମନ୍ତବ୍ୟ ପ୍ରତିହିଂସା ପରାୟଣ, ଅଗଣତାନ୍ତ୍ରିକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପୁଲିସ୍ ନିଜର ଅପାରଗତା ଏବଂ ବିଫଳତା କୁ ଘୋଡାଇବା ପାଇଁ ଏହିଭଳି ଆକ୍ରୋଶ ମୂଳକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ। ରାଜ୍ୟ ତମାମ ମିଳିତ ପ୍ରତିବାଦ ପାଇଁ ଆହ୍ଵାନ ଦିଆଯାଇଛି।

ରାଜ୍ୟ ସରକାରଙ୍କ ସ୍ଵରାଷ୍ଟ୍ର ବିଭାଗ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ଶ୍ୱେତ ପତ୍ର ର ରିପୋର୍ଟ କହୁଛି ଯେ ଓଡ଼ିଶାରେ ମହିଳା ଓ ଶିଶୁ ନିର୍ଯ୍ୟାତନା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ବଳାତ୍କାର,ଦୁଷ୍କର୍ମ/ଗଣ ଦୁଷ୍କର୍ମ, ଆଦିବାସୀ ହଷ୍ଟେଲ ରେ ଛାତ୍ରୀମାନେ ଅବାଞ୍ଛିତ ଗର୍ଭବତୀ ହେବା, ବେଆଇନ ମହିଳା ଚାଲାଣ ( illegal Women Trafficking), ଅପହରଣ,ହତ୍ୟା ଏବଂ ହିଂସା ଭୟଙ୍କର ଭାବେ ବୃଦ୍ଧି ପାଇଛି। ମହିଳା ପ୍ରସଙ୍ଗ ଏକ ସମ୍ବେଦନ ଶୀଳ/ ସ୍ପର୍ଶ କାତର ଏବଂ ଆତ୍ମ ମର୍ଯ୍ୟାଦା ଜନିତ ପ୍ରସଙ୍ଗ ଅଟେ। ରଜ୍ୟରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ମାନେ ସୁରକ୍ଷିତ ନୁହଁନ୍ତି। ଚୋରି, ସିନ୍ଧି ଚୋରି,ଡକାୟତି ଏବଂ ସଂଗଠିତ ହତ୍ୟା ଇତ୍ୟାଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ ବାହାର କୁ ଯାଇଛି।

ପୋଲିସ୍ ବ୍ୟବସ୍ଥା ଏହି ସବୁ ସଙ୍ଗୀନ ଅପରାଧ କୁ ରୋକିବା, ନିୟନ୍ତ୍ରଣ କରିବା/ ଅଭିଯୁକ୍ତ ଅପରାଧୀ ମାନଙ୍କ ବିରୋଧ ରେ ପ୍ରମାଣ ଯୋଗ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ଇତ୍ୟାଦି କ୍ଷେତ୍ର ରେ ବିଫଳ ହୋଇଛି । ଅପରାଧ ଏବଂ ଅପରାଧୀଙ୍କ ସଙ୍ଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।

ଡବଲ ଇଞ୍ଜିନ ବିଜେପି ସରକାର ଏହାର ପ୍ରତିକାର ନକରି ପ୍ରତିହିଂସା ପରାୟଣ/ ପ୍ରତିଶୋଧ ପରାୟଣ ହୋଇ ଆନ୍ଦୋଳନ କୁ ଦମନ କରିବା ଆର୍ ଏସ ଏସ-ବିଜେପିର ଅଗଣତାନ୍ତ୍ରିକ/ଏକଛତ୍ରବାଦୀ ଚରିତ୍ର କେବଳ ପଦାରେ ପଡିନାହିଁ,ବରଂ ଅଧିକ ସୁଦୃଢ଼ ହୋଇଛି। ସରକାର ଅଧିକ ଏକଛତ୍ରବାଦୀ/ ସୌରାଚାରୀ ହୋଇଛନ୍ତି ବୋଲି ବାମପନ୍ଥୀ ଦଳ ମାନେ କହିଛନ୍ତି।
ରଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ କଂଗ୍ରେସ ଦଳର ବିଧାୟକ ମାନେ ବିଧାନସଭା ରେ ପ୍ରତିବାଦ ଆନ୍ଦୋଳନ କରିବା ଯୋଗୁଁ ସେମାନଙ୍କୁ ନିଲମ୍ବନ କରାଯାଇଛି ??? ଏହା ଅନ୍ୟାୟ, ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ। ଏହି ନିଲମ୍ବନ ଆଦେଶ ଆଇନ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ସଂସଦୀୟ ଗଣତନ୍ତ୍ର ପ୍ରତି କୃର ଉପହାସ ଅଟେ। ମହିଳା ନିର୍ଯାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ରେ ତୁରନ୍ତ ଗୃହ କମିଟି ଗଠନ ହେବା ଜରୁରୀ ବୋଲି ଦାବି କରାଯାଇଛି।

ନିଲମ୍ୱିତ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କର,ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ ବନ୍ଦ କର,ଓଡ଼ିଶାରେ ସଂସଦୀୟ ଗଣତନ୍ତ୍ର ର ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷିତ କରିବା ପାଇଁ କୁହାଯାଇଛି।

ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ଆହୁରି କହିଛନ୍ତି ଯେ ଗଣତନ୍ତ୍ର ରେ ପ୍ରତିବାଦ ଆନ୍ଦୋଳନ ହେବ ନାହିଁ ତ ଆଉ କ’ଣ କରାଯିବ ?? ଜନ ପ୍ରତିବାଦ ପ୍ରତି ସରକାର ସହନଶୀଳ ହେବା ଉଚିତ। ସଂସଦୀୟ ଗଣତନ୍ତ୍ର ରେ ବିରୋଧୀ ଦଳ ହେଉଛନ୍ତି ଗଣତନ୍ତ୍ର ଏବଂ ଜନଗଣଙ୍କ ଜାଗ୍ରତ ପ୍ରହରୀ। ଦଙ୍ଗା, ହାଙ୍ଗାମା, ଦମନ, ପୀଡନ, ଘୃଣା ଭାବନା ଇତ୍ୟାଦି ସଚେତନ ଭାବେ ସଂଗଠିତ କରି ଗଣତନ୍ତ୍ରର କଣ୍ଠରୋଧ ଏବଂ ଜନ ପ୍ରତିବାଦ କୁ ଦମନ ଏବଂ ଭୟଭୀତ କରାଇ ଶାସନ ଚାଲିବ ନାହିଁ। ଓଡ଼ିଶାବାସୀ ଏହି ସମସ୍ତ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହ୍ଵାନ ଦିଆଯାଇଛି।

ଆଜିକାର ଏହି ପ୍ରତିନିଧି ଦଳ ରେ ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ( ଏମ୍ ଏଲ୍) ଲିବେରେସନ ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ଜୟନ୍ତ ଦାସ, ବଦ୍ରି ନାରାୟଣ ଦାଶ, ଲକ୍ଷ୍ମୀ ଦୋରା, ଦିଶା ଆଜାଦ୍ ପ୍ରମୁଖ ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଦମନ ବିରୁଦ୍ଧରେ ସମ୍ମିଳିତ ପ୍ରତିରୋଧ କରାଯିବ: ବାମପନ୍ଥୀ ଦଳ

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱର ସ୍ଥିତ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ୪ ଟି ବାମପନ୍ଥୀ ଦଳଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନାରୀ ନିର୍ଯାତନା ଏବଂ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ଆସିଥିବା ଶ୍ୱେତପତ୍ରରେ ଯାହା ଦର୍ଶାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ଓ ଉଦ୍‌ବେଗଜନକ ବୋଲି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍‌-ଏଲ) ଲିବରେସନ ଓ ଫରୱାର୍ଡବ୍ଲକ ତରଫରୁ ଏହି ମିଳିତ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ସରକାର ଏହି ସ୍ଥିତିକୁ ନିୟନ୍ତ୍ରଣ କରିବାଲାଗି ତୁରନ୍ତ ଗୃହକମିଟି ଗଠନ କରିବାକୁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଥାଉ କି, ରାଜ୍ୟରେ ବିଜେପି ସରକାରକୁ ଆସିବାର ୯ ମାସ ହୋଇଥିଲାବେଳେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା, ଦଙ୍ଗା, ଚୋରି, ନାରୀ ନିର୍ଯାତନା ବୃଦ୍ଧି ପାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମାତ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହୋଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହକମିଟି ଗଠନ କରିବା ଦରକାର ନାହିଁ ବୋଲି କହିବା ହାସ୍ୟାସ୍ପଦ ବୋଲି କୁହାଯାଇ ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ମନ୍ତବ୍ୟକୁ ପ୍ରତିବାଦ କରାଯାଇଛି।

ଏ ସମ୍ପର୍କରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ସ୍ଥିର କରାଯାଇଛି। ଯେଉଁଭଳି ଭାବରେ ବିଧାନସଭାରେ ୧୪ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଗଲା ତାହା ଅସାମ୍ବିଧାନିକ ବୋଲି ବିବେଚନା କରିବା ସହିତ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଗଣତନ୍ତ୍ରର ସୁରକ୍ଷାଲାଗି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ରାଜ୍ୟସାରାଏପ୍ରିଲ ପ୍ରଥମ ସପ୍ତାହରେ ଗଣ ଅଭିଯାନ ଚଳାଇବାଲାଗି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ସମ୍ମୁଖରେ ହୋଇଥିବା ପ୍ରତିବାଦ ସମାବେଶ ଉପରେ ପୋଲିସର ବର୍ବର ଲାଠିଚାଳନା, ଆକ୍ରମଣ, ପାଣିମାଡ଼, ଲୁହବୁହାଗ୍ୟାସ୍ ପ୍ରୟୋଗ ଓ ଅନ୍ୟାୟ ଗିରଫଦାରୀକୁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦାକରାଯାଉଛି। ବିଜେପି ଶାସନର ଏକଛତ୍ରବାଦୀ ଆକ୍ରମଣ ବିରୋଧରେ ରାଜ୍ୟବ୍ୟାପୀ ସମ୍ମିଳିତ ପ୍ରତିରୋଧ କରିବା ପାଇଁ ଆହ୍ୱାନ ଦିଆଯାଇଛି।

ଉକ୍ତ ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷକାନୁନ୍‌ଗୋ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ, ସିପିଆଇ (ଏମ୍‌)ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ, ବଦ୍ରିନାରାୟଣ ଦାସ, ସିପିଆଇ-ଏମ.ଏଲ.(ଲିବରେସନର) ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା ଏବଂ ଫରୱାର୍ଡବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଚାରୋଟି ବାମପନ୍ଥୀ ଦଳ ତରଫରୁ ଭୁବନେଶ୍ୱରରେ ବିକ୍ଷୋଭ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଓଡ଼ିଶାର ଚାରୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମଏଲ୍‌) ଲିବରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ସଂଗଠିତ ହୋଇଯାଇଛି।

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡ଼ିଶାର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ କରିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଶାସ୍ତିଦେବା, ମମିତାଙ୍କ ପରିବାରକୁ ଏକକୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବାମପନ୍ଥୀ ଦଳମାନେ ଦୃଢ ଭାବେ ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ସିପିଆଇ ତରଫରୁ ଆଶୀଷ କୁନନଗୋ, ରାମକୃଷ୍ଟ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାସ ପୁହାଣ, ସିପିଆଇ (ଏମ୍‌) ତରଫରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ଯତୀନ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସିପିଆଇ (ଏମ୍‌ଏଲ୍‌) ଲିବରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରମୁଖ ନେତୃତ୍ୱଙ୍କ ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ସରୋଜ ନାୟକ, ପ୍ରମୋଦିନୀ ସାହୁ, ବିମଳୀ ନାୟକ, ଜୟପ୍ରକାଶ ଭଞ୍ଜଦେଓ ଏବଂ ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ନେତୃତ୍ୱ ନେଇଥିଲେ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବାମପନ୍ଥୀ ଦଳମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବିପତ୍ର ନ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।