Categories
ଆଞ୍ଚଳିକ

ଭାଜପାର ଗମ୍ଭାରୀମୁଣ୍ଡା ଓ ତୋରସିଂହ ପଞ୍ଚାୟତର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ

ଚ଼ିଲିକା: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ପଦ୍ମପୁର ଛକ ଠାରେ ନିର୍ବାଚ଼ନୀ କାର୍ଯ୍ୟାଳୟ କୁ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉଦଘାଟନ କରିଥିଲେ,ଏହାପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଗମ୍ଭାରୀମୁଣ୍ଡା ବଜାରରେ ବିଶାଳ ଜନସମ୍ପର୍କ ପଦଯାତ୍ରା କରି ପତିତପାବନ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ। ତା’ପରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ଚ଼ିଲିକାର ପ୍ରାକ୍ତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ,ବିଜେପି ନେତ୍ରୀ ତଥା ଚ଼ଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ,ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ,ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ,ଜିଲ୍ଲା ଭାଜପା ଉପସଭାପତି ବିଜୟ ବିଶ୍ବାଳ, ବରିଷ୍ଠ ବିଜେପି ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର,ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ,ଗମ୍ଭାରୀମୁଣ୍ଡା ପଞ୍ଚାୟତ‌ର ସମିତିସଭ୍ୟା ଅନିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ ପ୍ରତି ଜମିକୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସାମଗ୍ରିକ ଓ ଅର୍ଥନୈତିକ ବିକାଶ‌ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ‌ ଏବଂ ଚ଼ିଲିକା ଜନସାଧାରଣଙ୍କ ସହ ସବୁ ସମୟରେ ମୁଁ ଜଡ଼ିତ ଥିଲି, ଅଛି ଏବଂ ଆଗାମୀ ଦିନରେ ରହିବି ବୋଲି କହିଥିଲେ।

ଚ଼ଳଚ୍ଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଙ୍କୁ ବିପୁଳ ମାତ୍ରାରେ ଜୟଯୁକ୍ତ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିବା ସହ ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ କହିଥିଲେ। ଏହି ସମାବେଶରେ ଚ଼ାରି ଦିନ ତଳେ ବିଜେଡ଼ିରେ ମିଶିଥିବା କାର୍ଯ୍ୟକର୍ତ୍ତା ମାନେ ଭାରତୀୟ ଜନତା ପାର୍ଟି କୁ ଫେରି ଆସିଥିଲେ। ସେହି କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ। ଏହି ସମାବେଶରେ ୫୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ଜିଲ୍ଲାସାରା ବିକ୍ଷୋଭ, ଭାଜପାର କଳାହାଣ୍ଡି ବନ୍ଦ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି। ସମଗ୍ର କଳାହାଣ୍ଡି ଜିଲ୍ଲା ସାରା ଏହି ସମ୍ବେଦନଶୀଳ ଘଟଣା କୁ ନିନ୍ଦା କରାଯାଇଛି। ମୂଖ୍ୟ ଅଭିଯୁକ୍ତ ସନସାଇନ ପବ୍ଲିକ ସ୍କୁଲର ମାଲିକ ନିଜେ ମମିତା ମେହେରଙ୍କୁ ମାରି କଲେଜ ପରିସର ଷ୍ଟିୟମ ରେ ପୋତିଦେଇ ଥିବା ବଲାଙ୍ଗୀର ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣାପଡିଛି। ଅଭିଯୁକ୍ତ ଗୋବିନ୍ଦ ସାହୁ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସହେଯାଗୀ ଥିଲେ ଏବଂ ସେହି ସାହସରେ ଏଭଲି ନାରକୀୟ କାଣ୍ଡ ଘଟାଇଥିବା ଆଲୋଚନା ହେଉଛି। ସେହିପରି ମହାଲିଙ୍ଗ ସ୍ଥିତ କଲେଜ ପରିସର ମଧ୍ୟରେ ଅନୈତିକ କାର୍ଯ୍ୟ ଚାଲିଥିବା ଏପରିକି ଶାରିରୀକ ନିର୍ଯ୍ୟାତନା କାରବାର ଏପରିକି ସେକ୍ସ ରେକେଟ ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି।

ଏହି ଘଟଣାରେ ସମଗ୍ର ଜିଲ୍ଲାରେ ଚାଂଚଲ୍ୟ ଖେଲିଯାଇଥିବା ବେଳେ ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି। ମମିତା ମେହେରଙ୍କ ନ୍ୟାୟ ପ୍ରଦାନ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର, ମମିତା ମିଷ୍ଟ୍ରୀ ଘଟଣାର ସିବିଆଇ ତଦନ୍ତ ଆଦି ବିଭିନ୍ନ ଦାବୀ ନେଇ ଜିଲ୍ଲାର ଗୋଲାମୁଣ୍ଡା ମୂଖ୍ୟ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରାଯାଇଛି। ସେହିପରି ଜୁନାଗଡ ସହର ମଧ୍ୟରେ ଏବିଭିପି, କଂଗ୍ରେସ ପକ୍ଷରୁ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କ ସଂପୃକ୍ତିଥିବା ନେଇ କୁଶପୁତଲିକା ଦାହ କରାଯିବା ସହିତ ଭାଜପା ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀଙ୍କ ଘର ଉପରେ ମହିଳାମୋର୍ଚ୍ଚା ପକ୍ଷରୁ ଅଣ୍ଡା ମାଡ କରାଯାଇଥିବା ଜଣାପଡିଛି। ନର୍ଲା ବିଜେପି ପକ୍ଷରୁ ନର୍ଲା ଠାରେ, ଭବାନୀପାଟଣା ବିଜେପି ପକ୍ଷରୁ ଭବାନୀପାଟଣା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ଦାବୀ କରାଯାଇଛି।

ଗୋଲାମୁଣ୍ଡା କେଗାଁ ଥାନା ଅଧିନସ୍ଥ ମହାଲିଙ୍ଗ କଲେଜ ତଥା ସନସାଇନ ପବ୍ଲିକ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସାମିଲ ହେଉଥିବା ବେଳେ ସେଠାରେ ଅନେକ ପାଣ୍ଠି ବିନିଯୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଷ୍ଟାଡିୟମ ନିର୍ମାଣ ରେ ଗୋବିନ୍ଦ ସାହୁ ହିଁ ଦାୟୀତ୍ୱ ନେଇଥିବା ବେଳେ ସେହି ସେହି ପରିସରରେ ମମିତାଙ୍କ ଶରୀରର ଅଂଶ ବିଶେଷ ମିଳିବା ନିଶ୍ଚିତ ଭାବେ ପୂର୍ବ ପରିକଳ୍ପିତ ଏବଂ ସୁଚିନ୍ତିତ ଯୋଜନା ହୋଇଥାଇପାରେ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି।

ଏହି ଘଟଣାରେ ମନ୍ତ୍ରୀ ସିଧାସଳଖ ସଂପୃକ୍ତଥିବା ବିରୋଧି ଦାବୀ କରୁଥିବା ବେଳେ ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଅନ୍ୟପକ୍ଷରେ ବିଜେଡି ସରକାରଙ୍କ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ସେହି କଲେଜକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯାଇଥିବା କୁହାଯାଉଛି।

ମମିତାଙ୍କୁ ସୁଚିନ୍ତିତ ଉପାୟରେ ହତ୍ୟା କରିଥିବା ସ୍ୱୀକାର କରୁଥିଲେ ହେଁ ଗୋବିନ୍ଦ ସାହୁଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଏଭଲି ଜଘନ୍ୟ କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି।