Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡି ଖୋଲିବା ଆଗରୁ ଧାନ ବୋହି ନେଇ ମାଲେମାଲ ହେଲେ ଦଲାଲ, ଚାଷୀ ହତାସ

ରଣପୁର: ପ୍ରତି ବର୍ଷ ରଣପୁରରେ ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲେ। ଯାହା ଫଳରେ ଚାଷୀ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ପାରେ। କିନ୍ତୁ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବାରୁ ଚାଷି ହରଡ ଘଣାରେ ପଡିଛି। ଏବେ ଡିସେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ଧାନ ମଣ୍ଡି ଖୋଲି ନାହିଁ। ଯାହା ଫଳରେ ଏବେ ଚାଷିଙ୍କ ଠାରୁ ଶାଗ ମାଛ ଦରରେ ଦଲାଲ୍ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି।

ଗତ ନଭେମ୍ବର ମାସରେ କୋହଲା ପାଗ ସାଙ୍ଗକୁ ଝିପ୍‌ଝିପ୍ ବର୍ଷା ଯୋଗୁଁ ଧାନ କଟାରେ ବିଳମ୍ବ ଦେଖା ଦେଇଥିଲା। କିନ୍ତୁ ଏବେ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି। କିନ୍ତୁ ଦୀର୍ଘ ଦିନ ଧରି ମଣ୍ଡି ନ ଖୋଲିବାରୁ ବର୍ଷା ଆସୁଥିବାରୁ ଧାନକୁ ଚାଷୀ ଏବେ ଦଲାଲ ହାତରେ ଧାନ ଟେକି ଦେଉଥ୍‌ôବା ଜଣାଯାଇଛି। ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଥ୍‌ôବା ଅଭିଯୋଗ ହେଉଛି।

ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ବେଳେ ଏବେ ଚାଷୀଙ୍କ ଠାରୁ ଧାନ କିଣି ନବା ପାଇଁ ଗାଁ ଗାଁ ରେ ଦଲାଲ୍ ବୁଲୁଥିବା ଦେଖିବାକୁ ମିଳିଛି। କାଳେ ଆଗକୁ ବର୍ଷା ଆସିବ ସେ ଭୟରେ ଚାଷୀ ପାଖରେ ଏବେ ଧାନ ସଂରକ୍ଷଣ କରି ରଖିବା ପାଇଁ ଉପଯୁକ୍ତ ସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ଲୋକମାନେ ଶାଗ ମାଛ ଦରରେ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ସରକାରୀ ଦାମ୍ କୁଇଁଟାଲ ପିଛା ୩୧୦୦ ଟଙ୍କା ଥିଲା ବେଳେ ଏବେ ଗ୍ରାମା ଅଚଂଳରୁ ଦଲାଲ ଚାଷୀ ମାନେ ୧୮୦୦/୧୯୦୦ ଟଙ୍କା ରେ କିଣି ନେଇଥିବା ଦେଖିବା କୁ ମିଳିଛି। ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଡିଣ୍ଡିମ୍ ପିଟୁଥିବା ବେଳେ ସଂପ୍ରତି ଡିସେମ୍ବର ମାସ ଅଧା ହବାକୁ ବସିଥିବା ବେଳେ ମଣ୍ଡି ନ ଖୋଲି ନିଦା ବିଷ୍ଣୁ ଭଳି ବସି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୀର୍ଘଦିନ ଧରି ମଣ୍ଡି ନ ଖୋଲିବା ଫଳରେ ଚାଷୀକୂଳ ହତାଶ ହେଉଥିବା ବେଳେ ଦଲାଲ୍ ମାନେ କମ୍ ଦାମରେ ଧାନ କିଣି ସେହି ମିଲର ମାନଙ୍କୁ ଧାନ ଦେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ଚାଷୀମାନେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫

ରଣପୁର: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ ବେଉରା, ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ, କବି ଅଶୋକ ମଲ୍ଲ, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ କୁନି ଝିଅ ଆର୍ଯ୍ୟା ଅମ୍ରିତା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ ଏବଂ କଣ୍ଠଶିଳ୍ପୀ ଉଦିତ ନାରାୟଣ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଠଶିଳ୍ପୀ ଆଦ୍ୟାଶା ମଲ୍ଲ, ସଙ୍ଗୀତା ପ୍ରଧାନ, ଜ୍ୟୋତିର୍ମୟୀ ପରିଡ଼ା,ଜନ୍ମେଜୟ ଯାଦବ,ଭାଗ୍ୟସ୍ମିତା ଜେନା ପ୍ରମୁଖ ସେମି ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥଲେ।

ସୂଚନା ଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ. ଦାଶରଥି ବିଶ୍ୱାଳ, ମୂଖ୍ୟ ବକ୍ତା ବାବେ ରାଜସୁନାଖଳା ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରଧ୍ୟାପକ ଭାଗିରଥି ପାଢୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକପ୍ରଶିକ୍ଷକ ଗୋବିନ୍ଦ ନାୟକ ପ୍ରମୂଖ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକା ତଥା ଗୁରୁ ଚାତ୍ରଛାତ୍ରୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂସ ଗ୍ରହଣ କରି ସାଫଲ୍ୟ ମଣ୍ଡିତ କରିଥିଲେ।

ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ପ୍ରତିଯୋଗିତାରେ ସଫଲ ହୋଇଥିବା କୃତି ଗୁରୁଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯ୍ଧବଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଂଜନ ଦାଶ ମଂଚ ପରିଚାଳନା କରିଥିବା ବେଳେ ପ୍ରତାପ କୁମାର ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ମାନଓ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର, ଦୀପକ କୁମାର ପ୍ରଧାନ ଓ ବଟକୃଷ୍ଣ ସାହୁ ପ୍ରମୂଖ ପୁରସ୍କାର ବିତରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱରଂଜନ ପଟ୍ଟନାୟକ, ପ୍ରସନଜିତ୍ ବଳିଆରସିଂ, ପ୍ରିୟଙ୍କା ମାଝୀ ଓ କଳିଙ୍ଗ କୁମାର ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶେଷରେ ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଟ୍ରକ ଓ ବାଇକ ମୁହାମୁହିଁ ଧକ୍କା, ମହିଳା ମୃତ

ରଣପୁର: ଶୁକ୍ରବାର ଅପରାହ୍ଣ ୨ ଘଟିକା ସମୟରେ ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ନିକଟସ୍ଥ ଅସୁରକୁମାରୀ ଛକ ଠାରେ ଟ୍ରକ ଓ ବାଇକ ମୁହାମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ରଣପୁର ବଡକୂଅ ସାହିର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ଓଡି-୨୫-ପି-୬୫୩୨ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ ନିଜ ମାଆ ଙ୍କୁ ନେଇ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଦର୍ପନାରାୟଣପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ନୟାଗଡ ପଟୁ ଆସୁଥିବା ଓଆର-୦୫-ଏଡି-୩୫୦୦ ନମ୍ବର ବିଶିଷ୍ଟ ଏକ ଟ୍ରକ ଏହି ବାଇକକୁ ବଜ୍ରକୋଟ ଅସୁରକୁମାରୀ ଛକ ଠାରେ ସାମନା ପଟୁ ଧକ୍କା ଦେଇଥିଲା। ଟ୍ରକ ଓ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ହେବା ଯୋଗୁଁ ରଶ୍ମି ରାସ୍ତାର ବାମ ପାଶ୍ୱର୍ରେ ଛିଟିକି ପଡିଥିବା ବେଳେ ତାଙ୍କ ମାଆ ରାସ୍ତା ଓପରେ ପଡି ଯିବାରୁ ଟ୍ରକ ତାଙ୍କ ମାଆ ଙ୍କ ଉପରେ ମାଡି ଯାଇଥିଲା।

ଫଳରେ ତାଙ୍କ ମାଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ରଣପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରକକୁ ଜବତ କରିବା ସହ ଶବକୁ ଜବତ କରି ରଣପୁର ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ରଣପୁର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରଣପୁର: ରଣପୁର ସିଭିଲ୍ କୋର୍ଟ ପରିସର ମଧ୍ୟରେ ଟିଏଲଏସସି ଚେୟାରମ୍ୟାନ ତଥା ବିଚାରପତି ଅନୁଶ୍ରୁତି ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାର ଆସୋସିଏସନ ସଭାପତି ସୁବାସ ଚନ୍ଦ୍ର ଜେନା, ସରକାରୀ ଓକିଲ ନାରାୟଣ ମହାପାତ୍ର, ଡଃ ବୈଦ୍ୟନାଥ ନନ୍ଦ, ଆଇନଜିବୀ କୃପାସିନ୍ଧୁ ବେହେରା ଓ ହେମପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକ ମାନଙ୍କୁ ଏହି ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରଣପୁର: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣୀୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।

ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଚାଚା ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହା ପରେ ପିଲାମାନଙ୍କ ଅନୁରୋଧ କ୍ରମେ କେକ୍ କଟାଯାଇଥିଲା। ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏଥିରେ ୨୦୨୩-୨୪ ଶିକ୍ଷା ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଗ୍ରାମ ପାଇଁ ଗୌରବ ଆଣିଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ଉପଢୌକନ ଓ ଟ୍ରଫି ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଗତ ମାସରେ ଅବସର ନେଇଥିବା ବିଦ୍ୟାଳୟର ପାଚକ ସହାୟକ ଯଦୁମଣି ବିଶ୍ୱାଳଙ୍କୁ ମଧ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହା ସହ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ ଲିଖନ, ବକ୍ତୃତା ଓ ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଡାଲ ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କମ୍ୟୁନିଷ୍ଟ ପାର୍ଟି ର ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ

ରଣପୁର: ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରଣପୁର ଆଞ୍ଚଳିକ କମିଟି ସମ୍ମିଳନୀ ପଟିଆ ପଞ୍ଚାୟତର କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଜିଲ୍ଲାର ବରିଷ୍ଠ ସାଥୀ ବିଶ୍ବନାଥ ମହାପାତ୍ର। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବିଶ୍ଵ ସାମ୍ରାଜ୍ୟ ବାଦି ନିଜ ସ୍ଵାର୍ଥ ପାଇଁ ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି, ଆମେରିକା ସହଯୋଗ ରେ ଇସ୍ରାଏଲ ପାଲେଷ୍ଟାଇନ ଗାଜା ଉପରେ ଆକ୍ରମଣ କରି ନିରିହ ଲୋକଙ୍କୁ ହତ୍ୟା କରୁଛି ତାହା ବିରୋଧ ରେ ଜନସାଧାରଣ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଛନ୍ତି ସେହିଭଳି ଆମ ଦେଶରେ ମୋଦି ସରକାର ତାର ତୃତୀୟ ପାଳି ସହିତ ଆମ ରାଜ୍ୟରେ ବିଜେପି ସରକାର ଚାଲୁଛି ଅଳ୍ପ ଝୁଣ୍ଟୁଛି ବେଶି। ସେଥିମଧ୍ୟରୁ ସୁଭଦ୍ରା ଯୋଜନା ମାଧ୍ୟମରେ ଦୁଇ ବର୍ଷ ରେ ୫୦ହଜର ଟଙ୍କା ଦେବାକୁ କହି ବର୍ଷ କୁ ଦଶ ହଜାର ୫ ବର୍ଷ ରେ ୫୦ ହଜାର ଦେବା ଆରମ୍ଭ କରିଛନ୍ତି ଏଥିରେ କିପର ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ, ୩୦୦ ଇଉନିଟ୍ ମାଗଣା ବିଜୁଳି,୨୪ ଘଣ୍ଟା ରେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କୁଆଡ଼େ ଗଲା, ବାର୍ଦ୍ଧକ୍ୟ ବିଧବା ଭିନ୍ନକ୍ଷମ ଭତା ୩୦୦୦. କୁଆଡ଼େ ଗଲା ଅପର ପକ୍ଷରେ ଖଣି ବିମାନ ବନ୍ଦର ଗୋପାଳପୁର ବନ୍ଦରକୁ ଆଦାନୀ କୁ ବିକ୍ରି କରି ସାରିଲେଣି ଏହା ବିରୋଧରେ ଅଇକ୍ୟା ବଦ୍ଦ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ।

ଆଞ୍ଚଳିକ କମିଟି ସଂପାଦକ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକିୟ ବିବରଣୀ ପ୍ରଦାନ କରିଥିଲେ।ଏହା ଉପରେ ୯ଜଣ ସାଥୀ ଆଲୋଚନା କଲାପରେ ଆଗାମୀ ଦିନରେ ଜନସାଧାରଣଙ୍କ ସମାସ୍ୟା ଉପରେ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦିଆ ଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ବକ୍ତବ୍ୟ ରଖିଥିଲେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ଦୁଃଶାସନ ଜେନା ଗଦାଧର ପ୍ରଧାନ, ଶୁଶିଲ ମାହାନ୍ତି,ରଜତ ଜେନା ବିଜୟ କୁମାର ଜେନା ମହେନ୍ଦ୍ର କୁମାର ସାହୁ ବିନୋଦ ନାୟକ ଜୋଗି ନାୟକ ପ୍ରମୁଖ। ଆଗାମୀ ୩ ବର୍ଷ ପାଇଁ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକ ଥାଇ ଏକ ୯ ଜଣିଆ ଆଞ୍ଚଳିକ କମିଟି ଗଠନ କରାଯାଇଛି। ଆଗାମୀ ଜିଲ୍ଲା ସମ୍ମିଳନୀ ନଭେମ୍ବର ୧୭,୧୮ ରଣପୁର ଠାରେ ଅନୁଷ୍ଠିତ ହେବ ଏହାକୁ ସଫଳ କରିବା ପାଇଁ ଆହ୍ୱାନ କରଯାଇଥିଲା।

Categories
ଆଞ୍ଚଳିକ

ରଣପୁର: ନରସିଂହପୁର କ୍ଲଷ୍ଟରରେ ସୁରଭି ଉଦଯାପିତ

ରଣପୁର: ରଣପୁର ବ୍ଲକ ନରସିଂହପୁର ନରସିଂହପୁର କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମ ସହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଓୟୁଜେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନରସିଂହପୁର ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ନୃତ୍ୟ ମାଧ୍ୟମରେରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଅଭିଭାଷଣ ପରେ ସୁରଭି କାର୍ଯ୍ୟକ୍ରମଙ୍କୁ ଆନୁଷ୍ଠାନିକ ଭାବେ ଅତିଥିଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା।

ଏହା ପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତାଙ୍କନ, ସୃଜନଶୀଳ ଲିଖନ, କୁଇଜ, ହସ୍ତାକ୍ଷର ଲିଖନ, ଚିତ୍ରକଳା, ଶିଳ୍ପକଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କ୍ଲଷ୍ଟରରେ ଥିବା ୧୧ ଟି ବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଅପରାହ୍ନରେ ଆୟୋଜିତ ହୋଇଥିଲା ଉଦଜାପାନୀ ସଭାରେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଦେଶୀନି ପତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଫକୀର ଚରଣ ନାୟକ, ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସାହୁ, ନିହଲ୍ଲପ୍ରସାଦ ଶିକ୍ଷକ ଭ୍ରମରବର ତାଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସାର୍ଟିଫିକେଟ, ଟ୍ରଫି ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ।

କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ନରସିଂହପୁର ଉଚ୍ଚ ବିଦ୍ୟାଳୟର ସମସ୍ତ କମିଟି ସଦସ୍ୟସଦସ୍ୟା, ନରସିଂହପୁର ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଗୋଦାବରୀ ନାୟକ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ରଣପୁର: ଜଣେ ଜାତିର ଜନକ, ଅଂହିସାର ପୂଜାରୀ ତ ଆଉ ଜଣେ ଶାନ୍ତିଦୂତ। ଆମ ଦେଶ ପାଇଁ ଅକ୍ଟୋବର ୨ ତାରିଖ ଅବିସ୍ମରଣୀୟ ହୋଇ ରହିଛି। ସେହି ମହାପୁରୁଷ ହେଉଛନ୍ତି ସତ୍ୟର ସାଧକ ଅଂହିସାର ପୂଜାରୀ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ସତ୍ୟାଗ୍ରହ ସଂଗ୍ରାମର ସେନାପତି ତଥା ସତ୍ୟ ଅଂହିସାର ପଥ ପ୍ରଦର୍ଶକ ମହାତ୍ମାଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ। ସେହିପରି ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଜୟନ୍ତୀ ଆଜି ସାରା ଦେଶରେ ପାଳନ କରାଯାଇଛି।

ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ବରେ ଏହି ଦିବସକୁ ପାଳନ କରାଯାଇଛି। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ପିଲାମାନଙ୍କୁ କହିଥିଲେ। ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ ଓ ନୀତି ଅନୁସରଣ କରିବା ପାଇଁ ଉପଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।  ନରସିଂହପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, ମଝିଆଖଣ୍ଡ ଗୌରାଙ୍ଗପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଉଦଘାଟିତ ହେଲା ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ରଣପୁର: ଆଜି ନିଜ ଜନ୍ମ ଦିନରେ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁ ଅପେକ୍ଷାର ଅନ୍ତ ଘଟିଛି। ସୁଭଦ୍ରା ଯୋଜନା ଉଦଘାଟିତ ହୋଇ ମହିଳାମାନଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା।

ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି। ଏଲଇଡ଼ି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସିଧା ସଳଖ କାର୍ଯ୍ୟକ୍ରମକୁ ସୁଭଦ୍ରା ହିତାଧିକାରୀମାନେ ସାମିଲ ହୋଇଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିଡ଼ିଓ ସୁଧୀର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳାମାନେ କିପରି ଉଦ୍ୟୋଗି ହୋଇପାରିବେ ସେଥି ନିମନ୍ତେ ମହିଳାମାନେ ଆଗେଇ ଆସିବା ପାଇଁ ପରାମର୍ଶ ଅତିଥିମାନେ ଦେଇଥିଲେ। ମହିଳାମାନଙ୍କ ସାମଗ୍ରିକ ବିକାଶ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ସ୍ୱଚ୍ଛତା ହିଁ ସେବାକୁ ଗୁରୁତ୍ୱ ଦେବାକୁ ବିଡ଼ିଓ ଶ୍ରୀ ନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ମହିଳା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ପ୍ରୟୋଗ’ ତାଲିମ ଶିବିର

ରଣପୁର: ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେରେ ତାଲିମ ପ୍ରଦାନ କରାଯାଇଥିଲା।

ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ ରଣପୁର, ଗୌରାଙ୍ଗପୁର, ଦର୍ପନାରାୟଣପୁର, ଡମସାହି, ନରସିଂହପୁର, କାଣ୍ଡପଡା କ୍ଲଷ୍ଟରର ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିରରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଏହି ଶିବିର ତିନି ଧରି ଚାଲିଥିଲା।

ସେହିଭଳି ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ପ୍ରଶାନ୍ତ କୁମାର ପ୍ରଧାନ, ସୁଧାକର ମିଶ୍ର, କୈଳାଶ ଚନ୍ଦ୍ର ମାଝୀ, ସୁଶାନ୍ତ କୁମାର ପ୍ରଧାନ, ପ୍ରମୋଦ ମଲ୍ଲିକ ତାଲିମ ପ୍ରଦାନ କରିଥିବା ବେଳେ ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ରାଜଜଙ୍କିଆ, ଝାଡ଼ପଡା, ଗୋପାଳପୁର, ମଝିଆଖଣ୍ଡ କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ।

ସେହିଭଳି କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ରସାନନ୍ଦ ବେହୁରା, ପବିତ୍ର ମୋହନ ସାମନ୍ତରାୟ, ରାମ ଚନ୍ଦ୍ର ବେହେରା, ସୁବାଷ ମହାପାତ୍ର, ସଞ୍ଜୟ କୁମାର ବରାଡ଼ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ରାଜସୁନାଖଳା, କାସନ୍ଦା, କୁଳାସର, ଖଇରପଲ୍ଲୀ, ବ୍ରଜରାଜପୁର, ସରଙ୍ଗାଧରପୁର କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ।

ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ ଏହି ତାଲିମ ଶିବିରକୁ ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିବା ସହିତ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଶାଗୁଆନ କାଠ ଜବତ

ରଣପୁର: ରଣପୁର ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଜଙ୍ଗଲ ବିଭାଗ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇବା ପରେ ଫରେଷ୍ଟର ରଂଜିତ ବେହେରା ଟିମ ସହ ଘଟଣା ସ୍ଥଳରେ ପହଂଚିଥିଲେ। ଖବର ଅନୁଯାୟୀ ରଣପୁର ବ୍ଲକ ସୁର୍କାବାଡି ଗ୍ରାମର ଗାଁ ମୁଣ୍ଡ କୋଠଘର ପାଖାପାଖି ଏକ ଜାଗାରେ ଶାଗୁଆନ କାଠ ଗଦା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ଫରେଷ୍ଟର ସେଠାରେ ପହଂଚି କାଠ ଜବତ କରିଥିଲେ। ଏହି କାଠ କାହାର ବୋଲି ଜଣାପଡି ନାହିଁ। ଏହି କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ରଣପୁର: ଗଣ ଶିକ୍ଷା ବିଭାଗର ଚିଠି ୭୭୨୬ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଆଜି ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ନୀଳାଦ୍ରି ସୁବୁଦ୍ଧି, ହଂସରା ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି।

ଏହି ବୈଠକରେ ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ଯାଦୁଇ ପିଟାରା ବ୍ୟବହାର ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହିତ ବିଦ୍ୟା ପ୍ରବେଶ, ଏକକ ଶିକ୍ଷାଦାନ ପଦ୍ଧତି, ବହୁ ଶ୍ରେଣୀୟ ଶିକ୍ଷାଦାନ ପଦ୍ଧତିର ସୋପାନ ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହ ବରିଷ୍ଠ ଶିକ୍ଷକ ଅଜୟ କୁମାର ସାହୁ, ଭଗବତ ଜେନା, ଉର୍ମିଳା ଦେଇ ଶିକ୍ଷାଦାନ ପଦ୍ଧତିର ନମୁନା ଶ୍ରେଣୀ ନେଇ ଶିକ୍ଷାଦାନ କରିଥିଲେ।

ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ। ଏହି ବୈଠକରେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଉପସ୍ଥିତ ରହି ପର୍ଯ୍ୟବେକ୍ଷଣର୍ଲା କରିଥିଲେ।

ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୧୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ସୁକାନ୍ତ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ପତି, ପାଞ୍ଚାଳୀ ଦେଇ, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ସୁବୁଦ୍ଧି ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସେହିପରି ଗୌରାଙ୍ଗପୁର, ରଣପୁର, ଗୋପାଳପୁର, ମଝିଆଖଣ୍ଡ, ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ସୁନାଖଳା, କାସନ୍ଦା, କୁଳାସର, ଡମସାହି ସମେତ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶୀୟ ଦିବସ ପାଳିତ

ରଣପୁର: ଶୁକ୍ରବାର ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା। ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ।

ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ  ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ। ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।

ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ। ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ। ଅଗଷ୍ଟ ୨୬ ତାରିଖରେ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି। ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଥମ ଥର ଦେଶର ସବୁଆଡେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଥିବା ପ୍ରୟୋଗ ତାଲିମ କେନ୍ଦ୍ରରେ ମଧ୍ୟ ଏହି ଜାତୀୟ ଦିବସ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ନିର୍ଦ୍ଦେଶରେ ପାଳିତ ହୋଇଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ତାଲିମ କେନ୍ଦ୍ରରେ ଏହି ଅବସରରେ ପ୍ରୋଜେକ୍ଟର, ସ୍ମାର୍ଟ ବୋର୍ଡ, ଲାପଟପ, ଟାଵଲେଟ, କମ୍ପ୍ୟୁଟର ମାଧ୍ୟମରେ ଚନ୍ଦ୍ରାୟାନ-୩ ର ଭିଡିଓ ଦେଖା ଯାଇଥିଲା। ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ଚନ୍ଦ୍ରାୟାନ-୩ର ମଡେଲ ଓ ଡ୍ରଇଁ ପ୍ରତିଯୋଗିତା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଶିଶୁଙ୍କ ପୋଷାକ ବଣ୍ଟନ ନିଷ୍ପତ୍ତିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ

ରଣପୁର: ରଣପୁର ବ୍ଳକ ପରିସର ସମନ୍ବିତ ଶିଶୁ ମଙ୍ଗଳ ଅଧିକାରୀଣୀ (CDPO) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବ୍ଳକ ଅଙ୍ଗନବାଡି କର୍ମୀଙ୍କ ତରଫରୁ ଏକ ଧାରଣା ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।

ପ୍ରକାଶ ଏହି କି, ସରକାର ଅଙ୍ଗନବାଡି ବା ପ୍ରାକ ବିଦ୍ୟାଳୟରର ଶିଶୁ ମାନଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଜରୀଆରେ ପୋଷାକ ବିତରଣ କାର୍ଯ୍ୟ ଶୃଙ୍ଖଳାର ସହ କରୁଥିଲାବେଳେ ଗତବର୍ଷ ଏକ ମହିଳା ଗୋଷ୍ଠୀ ଜରୀଆରେ ବେପାରୁଆ ଧାରାରେ ମାପ ବିହୀନ, ଚିରା ଫଟା ଓ ବଜାରରୁ ମିଳୁଥିବା ନିମ୍ନ ମାନର ରେଡିମେଡି ପୋଷାକ ଯୋଗୁଁ ପୋଷାକ ବିତରଣ ବିଶୃଙ୍ଖଳା ହେବା ସହ ନାନାଦି ସମସ୍ୟା ସୃଷ୍ଟି ହେବାରୁ ଏହା ବିଫଳ ହୋଇ ଥିଲା।

ଫଳରେ ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ହେବା ସହ ପୂର୍ବଭଳି ଅଙ୍ଗନବାଡି କର୍ମୀମାନେ ଶୃଙ୍ଖଳାର ସହ ପୋଷାକ ବିତରଣ କରି ଆସୁ ଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କ ଅଜ୍ଞାତରେ ଚଳିତ ବର୍ଷ ମଧ୍ୟ ଠଣା ପଲ୍ଲୀର ନୀଳାଞ୍ଚଳ ସ୍ୱୟଂ ସହାୟିକା ଗ୍ରୁପକୁ ପୁନର୍ବାର ପୋଷାକ ବିତରଣ କରିବାକୁ ନିର୍ଦ୍ଦେଶ ଦେଇ ରଣପୁର ଅଞ୍ଚଳରେ ହୀନ ଉଦ୍ଦ୍ୟମ କରିଥିବାରୁ ଏହାକୁ ତୁରନ୍ତ ବାତିଲ୍ କାରିବାକୁ କାରିବାକୁ ଗତ ୫ ଅଗଷ୍ଟ ରେ ଶିଶୁ ଅଧିକାରୀଣୀଙ୍କୁ ସଙ୍ଘ ତରଫରୁ ଲିଖତ ଅଭିଯୋଗ କରିଥିଲେ। ଏଥି ପ୍ରତି ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଏହାର ପ୍ରତିବାଦ କରି ଅଙ୍ଗନବାଡି କର୍ମୀ ମାନେ ଗଣ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ବୋଲି ସଂଗଠନ ତରଫରୁ କୁହାଯାଇଛି।

ପୂର୍ବପରି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଅଶାନ୍ତ ନ ହେବା ପାଇଁ SHG ଜରିଆରେ ପୋଷାକ ବିତରଣ ନିଷ୍ପତ୍ତି କୁ ପ୍ରତ୍ଯାହାର କରିବା କୁ ଦାବୀ କରାଯାଇଛି। ଅଙ୍ଗନବାଡି କର୍ମୀ ଶିଶୁ ମାନଙ୍କର ମା ଭଳି ସବୁ କାର୍ଯ୍ଯ କରୁଥିବା ରୁ ଓ ପ୍ରତି କାର୍ଯ୍ଯ ପାଇଁ ସେ ଦାୟୀ ଥିବାରୁ ଉନ୍ନତ ମାନର ସୁସମ ପୋଷାକ ବିତରଣ ଓ ଶୃଙ୍ଖଳା ପରିଚଳନା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ସଂଗଠନ ତରଫରୁ ଦାବୀ କରାଯାଇଅଛି। ଏହି କ୍ଷେତ୍ରରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଦାବୀ ପତ୍ର ପ୍ରତିନିଧି ମଣ୍ଡଳୀ ଜରୀୟାରେ ଦେଉଥିଲା ବେଳେ ରଣପୁର ସି ଡି ପି ଓ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନୟାଗଡ଼ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ପ୍ରଶାସନ ଟାଳଟୁଳ ନୀତି ନେଲେ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆ ଯାଇଛି।

ରଣପୁର ବ୍ଳକ ଅଙ୍ଗନବାଡ଼ି ସଙ୍ଘ ତରଫରୁ ସଙ୍ଗଠିତ ନ୍ୟାୟୋଚିତ ଆନ୍ଦୋଳନକୁ ସିଟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ଵାଇଁ ସମର୍ଥନ କରିଥିଲାବେଳେ ଅଙ୍ଗନବାଡି କର୍ମୀ ରମ୍ଭାବତି ପ୍ରଧାନ, ପୁଷ୍ପାଞ୍ଜଳି ସାହୁ, ରାଜଲକ୍ଷ୍ମୀ ସାମନ୍ତରାୟ, ମୀନତି ଦେଇ, ସୁଜାତା ସେନାପତି, ମାନସୀ ଭଞ୍ଜ, ତିଳୋତ୍ତମା ପ୍ରତିହାରୀ, ଗୀତାଞ୍ଜଳି ରାଉତ, ମମତା ମଞ୍ଜରି ଦେଇ ଓ ବିଣାପାଣୀ ନାୟକ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡି ନାବାଳକ ମୃତ

ରଣପୁର: ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ବାଳକର ନାମ ସୂର୍ଯ୍ୟ କାନ୍ତ ବେହେରା, ବୟସ ୮ ବର୍ଷ। ବାପାଙ୍କ ନାମ ସୁରେଶ ବେହେରା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ା ଝରି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ନାବାଳକ ଜଣକ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଗୋଡ଼ ଖସି ଯାଇଥିଲା ବୋଲି ଅନୁମାନ କରାଯାଉଛି। ଫଳରେ ନାବାଳକ ଜଣଙ୍କ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ନାବାଳକ କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳ କୁ ନାବାଳକର ମୃତ୍ୟୁ ହୋଇ ଯାଇଥିଲା।

Categories
ଆଞ୍ଚଳିକ

“ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସମ୍ପ୍ରଦାୟ

ରଣପୁର: ରବିବାର ଦିନ ପାଳିତ ହୋଇଛି “ଶିକ୍ଷା ସପ୍ତାହ”ର ଶେଷ କାର୍ଯ୍ୟକ୍ରମ- “ଗୋଷ୍ଠୀ ସମ୍ପୃକ୍ତି ଦିବସ”। “ବିଦ୍ୟାଞ୍ଜଳୀ” ପୋର୍ଟାଲ ମାଧ୍ୟମରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସମ୍ପ୍ରଦାୟ। “ସ୍ବେଚ୍ଛାସେବୀ ହୁଅନ୍ତୁ ଅଭିଯାନ” ଦ୍ବାରା ଗୋଷ୍ଠୀ ସହଭାଗିତାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଉନ୍ନତିକରଣକୁ ବ୍ୟାପକ କରାଯିବ।

ଏହି କାର୍ଯ୍ୟକ୍ରମ ନୟାଗଡ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ଉପସଭାପତି ପୁଷ୍ପଲତା ପ୍ରଧାନ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନଙ୍କ ସହିତ ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍ଵେଚ୍ଛାସେବୀ ଭାବେ ବିଦ୍ୟାଞ୍ଜଳି ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ସପ୍ତାହର ଷଷ୍ଠ ଦିବସ: ବିଦ୍ୟାଳୟରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ରଣପୁର: ‘ଶିକ୍ଷା ସପ୍ତାହ’ର ଷଷ୍ଠ ଦିବସ ‘ମିଶନ ଲାଇଫ ପାଇଁ ଇକୋ କ୍ଲବ’, ‘ମା’ ପାଇଁ ଗଛଟିଏ’ ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଭାବେ ଗୌରାଙ୍ଗପୁର କ୍ଲଷ୍ଟର ସାଧନ କେନ୍ଦ୍ର କର୍ମୀ ସୁଧାକର ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଉପସଭାପତି ପୁଷ୍ପଲତା ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, ସୀତା ପ୍ରଧାନ, ଚାରୁଲତା ରାଉତ୍ତରାୟ, ଶାନ୍ତିଲତା ସାହୁ, ସଂଯୁକ୍ତା ସାଦୁଳା ସିଂହ, ବିଳାସିନୀ ପ୍ରଧାନ, ସୁମିତ୍ରା ଜେନା, ସକୁନ୍ତଳା ଇନ୍ଦ୍ରଜିତ, ସଂଜିତା ମାଝୀ, ରୀନା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ଏଥିରେ ଇକୋ କ୍ଲବର ଗଠନ, କାର୍ଯ୍ୟ ଓ ଏହାର ଭୂମିକା ଉପରେ ଆଲୋଚନା କରାଯାଇ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା। “ମା ପାଇଁ ଗଛଟିଏ” ଶୀର୍ଷକ ଉପରେ କବିତା ପାଠ କରାଯାଇଥିଲା।

ଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମା’ ମାନେ ବିଦ୍ୟାଳୟରେ ବିଭିନ୍ନ ଗଛ ଲଗାଇ ଥିଲେ। ଏହି ଗଛର ରକ୍ଷଣା ବେକ୍ଷଣା ଦାୟିତ୍ୱ ବିଦ୍ୟାଳୟରେ ପଢ଼ୁଥୁବା ମା’ ମାନଙ୍କ ପୁଅଝିଙ୍କୁ ଦିଆଯାଇଥିଲା। ସହକାରୀ ଶିକ୍ଷକ ଦିଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା କମିଟି ସଦସ୍ୟସଦସ୍ୟାଙ୍କ ସମେତ ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ମାଧବ ପ୍ରଧାନ, ପାଚିକା ଅହଲ୍ୟା ଦେଇ, ଯଦୁମଣି ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସହଯୋଗରେ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସେହିପରି ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲଭପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ

ରଣପୁର: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଆଷାଢ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଉକ୍ତ ଦିବସ ଅବସରରେ ରଣପୁର କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ତଥା ବେଦ ପାଠଶାଳାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍‌, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା । ପରେ ପାଠଶାଲାର ସମ୍ପାଦକ ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରଥିଲେ। ‘ଶୋଭା’ ସାମାଜିକ ଅନୁଷ୍ଠାନର ସମ୍ପାଦିକା ରଞ୍ଜୁବାଳା ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଅଧ୍ୟାପକ ସୁଧାକର ପଣ୍ଡା ମହର୍ଷି ବ୍ୟାସଙ୍କର ଜନ୍ମ ତିଥି ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ବେଦ, ଅଷ୍ଟାଦଶ ପୁରାଣର ରଚନା, ସମସ୍ତ ସଂହିତାର ରଚନା, ବ୍ରହ୍ମସୂତ୍ର , ମୀମାଂସା, ମନ୍ତ୍ର ଦ୍ରଷ୍ଟା ରୂପେ ଜଗତେ ବିଦିତ ସମ୍ବନ୍ଧରେ ଆଲୋଚନା କରିଥିଲେ। ମହାଭାରତର ରଚନା, ଶ୍ରୀମଦ୍ ଭାଗବତ, ଶ୍ରୀମଦ୍ ଭଗବତ୍ ଗୀତାର ରଚନା ଓ ସମାଜ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଆଲୋଚନା କରା୍‌ାଇଥିଲା।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ସୂର୍ଯ୍ୟକାନ୍ତ ମହାପାତ୍ର ବିଦ୍ୟାର୍ଥୀମାନଙ୍କୁ ଛୋଟ ଗପ ମାଧ୍ୟମରେ ବ୍ୟାସଦେବଙ୍କ ଗୁରୁଭକ୍ତି , ଗୁରୁ ପୂଜନ ଓ ଅନ୍ୟ ଏକ ଗପ ମାଧ୍ୟମରେ ସ୍ତ୍ରୀ, ଶୁଦ୍ର ଓ କଳି ଯୁଗ ବି କିଭଳି ମହାନ୍ ସେ ବିଷୟରେ ବିଷଦ ଭାବେ ବୁଝାଇଥିଲେ ।

ମୁଖ୍ୟ ଅତିଥି ଭାବେ ରଣପୁର କଲେଜର ପ୍ରାକ୍ତନ୍ ସଂସ୍କୃତ ବିଭାଗ ମୁଖ୍ୟ ପ୍ରମୋଦ କୁମାର ନନ୍ଦ ସତ୍ୟବତୀ-ପରାଶର ନନ୍ଦନ ଭଗବାନ ବ୍ୟାସଙ୍କର ଜନ୍ମ ବୃତାନ୍ତ ଓ ତାଙ୍କ ନାମ କୃଷ୍ଣ ଦ୍ୱୈପାୟନ ହେବାର ରହସ୍ୟ ସମ୍ବନ୍‌ଧରେ ଆଲୋଚନା କରିଥିଲେ ।

କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର କୃତି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପରିଚାଳନା ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଡଜାତ ବ୍ରହ୍ମଣ ପରିଷଦର ପ୍ରମୋଦ କୁମାର ଦାଶ, ଶୋଭାର କର୍ମକର୍ତା ରଙ୍ଗନାଥ ଦାଶ , ଆଶୁତୋଷ ଷଢଙ୍ଗୀ, ଓମ୍ ପ୍ରକାଶ ମହାପାତ୍ର, ପୁଷ୍ପାଞ୍ଜଳୀ ଷଡଙ୍ଗୀ, ଅରୋସ୍ମିତା ମହାପାତ୍ର, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ମହିଳା, ରଣପୁର କଲେଜର ଛାତ୍ରଛାତ୍ରୀ , କୃଷ୍ଣ ଦୈ୍ୱପାୟନ ବେଦ ପାଠଶାଳାର ପୂର୍ବତନ ଛାତ୍ରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

କ୍ଲଷ୍ଟର ସ୍ତରୀୟ ବୈଠକ: ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ରଣପୁର: ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଆଜି ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନରସିଂହପୁର ମଧ୍ୟଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି।

ଏହି ବୈଠକରେ ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ସାଇବର ସୁରକ୍ଷା, ଯାଦୁଇ ପିଟାରା ବ୍ୟବହାର, ମୋ ସ୍କୁଲ, ଶିକ୍ଷା ସପ୍ତାହ ପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ।

ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୧୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, କୁନି ମଙ୍ଗରାଜ, ଶରତ ନାୟକ, ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସେହିଭଳି ସୁଧାକର ମିଶ୍ରଙ୍କ ତତ୍ୱାବଧାନରେ ଗୌରାଙ୍ଗପୁର କ୍ଲଷ୍ଟରରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଲକ୍ଷ୍ମୀ ନାରାୟଣ ଭେଟ ପରେ ବାହୁଡିଲେ ମହାବାହୁ

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ ହେବା ସହ ତିନି ଠାକୁର ନିଳାଦ୍ରୀ ବିଜେ କରାଯାଇଛି। ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବଦଳନ ରଥ ମଙ୍ଗଳବାର ଦିନ ସିଂହଦ୍ୱାର ନିକଟରେ ପହଂଚି ଥିଲା। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ଗତକାଲି କିଛି ବାଟ ଆସି ଚୈତନ୍ୟ ମଠ ନିକଟରେ ଅଟକି ରହିଥିଲା।

ଆଜି ରଣପୁରରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲେ ମଧ୍ୟ ମଧ୍ୟାହ୍ଣ ୨ ଟାରେ ନନ୍ଦିଘୋଷ ରଥକୁ ଅଣାଯାଇ ଦୋଳ ମଣ୍ଡପ ନିକଟରେ ପହଂଚି ଥିଲା। ଏହା ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ପରିକ୍ରମା କଲା ପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ।

ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନୀତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା। ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱାର ନିକଟରେ ଲାଗିଥିଲା।

ସନ୍ଧ୍ୟାରେ ତିନି ଠାକୁରଙ୍କର ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରୀ ବୀଜେ କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କଲା ପରେ ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରକୁ ଯାଇଥିଲେ। ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ଗଲା ବେଳେ ମହାଲକ୍ଷ୍ମୀ ରାଗ ଜର୍ଜରିତ ହୋଇ କବାଟ କିଳି ଦେଇଥିଲେ। ସେଠାରେ ଏହି କବାଟ କିଳା ନୀତି ସମ୍ପନ୍ନ ହୋଇଥିଲା। ମହାଲକ୍ଷ୍ମୀଙ୍କ ପଟରେ କିଛି ସେବାୟତ ଓ ଜଗନ୍ନାଥଙ୍କ ପଟରେ କିଛି ସେବାୟତ ବିଭିନ୍ନ ଶ୍ଳୋକ ଗାନ କରିଥିଲେ।

ଶେଷରେ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଏକ ପାଟ ଲୁଗା ଓ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମନ ମୋହିଥିଲେ। ତିନି ଠାକୁର ରତ୍ନ ସିଂହାସନରେ ବୀଜେ ହେବା ପରେ ମାଘ ସ୍ନାନ କରାଯାଇଥିଲା। ପରେ ଅନ୍ୟାନ୍ୟ ସେବା ପୂଜା ସହ ନୀତିକାନ୍ତି କରାଯାଇଥିଲା।