ଭୁବନେଶ୍ବର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ହାଇ ପାୱାର କମିଟିର ସୁପାରିସ କ୍ରମେ ଏହି ସଂକଳ୍ପ ଆଗତ ହୋଇଛି। ଉଚ୍ଚ ଶିକ୍ଷାରେ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି।
